ମାନବ ସମାଜ ପାଇଁ ପ୍ରେରଣାର ଉତ୍ସ ଶ୍ରୀରାମ



 ବୁଦ୍ଧଦେବ ବାଘ 

ସାରା ବିଶ୍ୱରେ ବର୍ତ୍ତମାନ ମହାମାରୀ ଯୋଗୁଁ ଭୟର ବାତାବରଣ । ଯାହା ଜୀବନ ବିତେଇବା ବହୁତ କଷ୍ଟସାଧ୍ୟ ହୋଇ ପଡିଛି । ଏହି ପରିପ୍ରେକ୍ଷୀରେ ମାନସିକ ଚାପ ବଢିବା ସ୍ୱାଭାବିକ । ଏହି ସମୟରେ ବ୍ୟକ୍ତି ବିକାଶ ଓ ପ୍ରଚୋରକ ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକର ଚାହିଦା ବଢ଼ିବାରେ ଲାଗିଛ । ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ମଧ୍ୟ ବିଭନ୍ନ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେବା ପାଇଁ ଇଛୁକ । କିଛି ଦିନ ତଳେ କେନ୍ଦ୍ର ସରକାର ଦୂର ଦର୍ଶନରେ ରାମାୟଣର ପ୍ରସାରଣ କଲେ । ଭଗବାନଙ୍କ ପାଇଁ ଭକ୍ତି ଓ ରାମ ଚରିତ୍ରରୁ ଶିଖିବାର ଇଚ୍ଛା ରାମାୟଣ ବିଶ୍ୱରେ ସର୍ବାଧିକ ଦେଖା ଯାଉଥିବା ଟେଲିଭିଜନ କାର୍ଯ୍ୟକ୍ରମ ରୂପେ ସ୍ଥାନ ପାଇଲା । ଏହି ରାମାୟଣ ଓ ରାମଚରିତର ବ୍ୟକ୍ତି ବିକାଶ ସହିତ ସମ୍ପର୍କ କଣ? ଅନେକ ବିଶ୍ଳେଷଣରୁ ଜଣାଯାଏ ଯେ ରାମାୟଣ ଓ ରାମଚରିତ ମାନସିକ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଏବଂ ବ୍ୟକ୍ତି ବିକାଶରେ ମଧ୍ୟ ସାହାଯ୍ୟ କରେ । ପ୍ରଭୁ ଶ୍ରୀରାମ ତାଙ୍କ ଜୀବନର ପ୍ରାରମ୍ଭିକ ସମୟରୁ ଗୃହ ତ୍ୟାଗ କରି ଶିକ୍ଷା ଲାଭ ପାଇଁ ଯାଇଥିଲେ । ଅଳ୍ପ ଆୟୁଷରୁ ସେ ଗୁରୁକୁଳ ଯାଇ ଅନେକ ଜ୍ଞାନର ଅଧିକାରୀ ହୋଇ ପାରିଥିଲେ । ଜିଜ୍ଞାସା ମନୋଭାବ ଯୋଗୁଁ ସେ ଗୁରୁଙ୍କ ପ୍ରିୟ ଶିଷ୍ୟ ଭାବେ ବେଶ୍ ଆଦର ପାଉଥିଲେ । ପ୍ରଭୁ ଶ୍ରୀରାମ ମୁକ୍ତି ଓ ମୋକ୍ଷ ପ୍ରାପ୍ତି ପାଇଁ ପ୍ରଚେଷ୍ଟା କରୁଥିବା ସମୟରେ ଗୁରୁ ବଶିଷ୍ଠ ତାଙ୍କୁ ମାର୍ଗ ଦେଖାଇଥିଲେ । ସେ କହିଛନ୍ତି ମୁକ୍ତିର ଏକମାତ୍ର ମାର୍ଗ ହେଉଛି ଶିକ୍ଷା ଲାଭ । ଗୁରୁ ତାଙ୍କୁ ତିନିଟି ଋଣରୁ ମୁକ୍ତି ପାଇବା ପାଇଁ ମାର୍ଗଦର୍ଶନ କରିଥିଲେ । ପ୍ରଥମ ଋଣ ହେଉଛି ଦେବ ଋଣ ଯାହା ଆମେ ସମସ୍ତ ପ୍ରାଣୀ ଓ ପ୍ରକୃତିର ପୂଜା ଓ ପ୍ରେମ ଦ୍‌ାରା ମୁକ୍ତି ପାଇବା । ପିତାମାତାଙ୍କ ସେବା ଦ୍ୱାରା ହିଁ ଜଣେ ପିତୃ ଋଣରୁ ମୁକ୍ତି ପାଇ ପାରିବ । ଏବଂ ଶେଷରେ ସମସ୍ତଙ୍କ ସହିତ ଉଚିତ ସମ୍ମାନ ଓ ବ୍ୟବହାର ହିଁ ତୃତୀୟ ବା ଆଚାର୍ଯ୍ୟ ଋଣରୁ ମୁକ୍ତି ହୋଇ ପାରିବ । ମହର୍ଷି ବଶିଷ୍ଠ ନିଜର ଶିଷ୍ୟ ମାନଙ୍କୁ କଠିନ ପରିଶ୍ରମ ମାଧ୍ୟମରେ ଶିକ୍ଷାର ଉପଲବ୍ଧିକୁ ଚରିତାର୍ଥ ପାଇଁ ପ୍ରେରଣା ଦେଉଥିଲେ । ତାଙ୍କ ବିଶ୍ୱାସ ଥିଲା ଯେ ଜୀବନ ହେଉଛି କର୍ମପ୍ରଧାନ ତେଣୁ କର୍ତ୍ତବ୍ୟର କଠିନତା ଶିଖିବା ଦରକାର । ତେବେ ଆମେ ବୁଝିବା ଦରକାର ଯେ କଠିନ ପରିଶ୍ରମର କୌଣସି ମଧ୍ୟ ପ୍ରତିଷ୍ଠାପନ ନାହିଁ । ରାମଙ୍କ ରାଜ୍ୟ ଅଭିଷେକ ସମୟରେ ରାଜା କିପରି ହେବା ଦରକାର ତାହା ବର୍ଣ୍ଣନା କରାଯାଇଛ । ଏକ ରାଜା ବା କୌଣସି ସ୍ଥାନରେ ନେତୃତ୍ୱ ନେଉଥିବା ବ୍ୟକ୍ତିକୁ ଧ୍ୟାନ ରଖିବାକୁ ପଡିବ ଯେ ସେ ସ୍ୱାମୀ ଭାବ ଦ୍‌ାରା ପରିଚାଳନା କରି ପାରିବା ସହିତ ମିତ୍ର ଭାବ ଅବଲମ୍ବନ କରି ଭରସା ଜିତିବାକୁ ପଡିବ । ମନ୍ଥରାର କୁଟିଳ ବୁଦ୍ଧିର ଶିକାର ହୋଇଥିବା ମା’ କୈକେୟୀ ରାମଙ୍କୁ ବନବାସ ଯିବା ପାଇଁ ଦଶରଥଙ୍କୁ ଆଦେଶ ଦେବା ପାଇଁ କହିଲେ । ଏହି ଘଟଣା ସ୍ପଷ୍ଟ କରୁଛି ଯେ ଯେଉଁ ବ୍ୟକ୍ତି ମନ୍ଦ ବୁଦ୍ଧିର ଶିକାର ହୁଏ ସେ ନିଜର ବିଚାର ଶକ୍ତି ହରାଇ ବସେ । ପ୍ରଭୁ ଶ୍ରୀରାମ ତିଳେମାତ୍ର ବିରୋଧ ନକରି ବନବାସ ଅଭିମୁଖେ ଯାତ୍ରା କରିଥିଲେ । ଚିନ୍ତା କରନ୍ତୁ କହିବା ସହଜ ମୋର ପରୀକ୍ଷାରେ ଭଲ ଅଙ୍କ ରହିଲାନି,ମୁଁ ମେରିଟ୍ ରେ ଆସିଲିନି, ମତେ ସିଟ୍ ମିଳିଲାନି, ମତେ ର୍ନିବାଚନରେ ଟିକେଟ ମିଳିଲାନି ଏହି ଭଳି ବିଭିନ୍ନ କଥା ଆମେ କହିଥାଉ । ଏବଂ ଜୀବନରେ ହତାଶ ହେବା ସହିତ ମାନସିକ ଚାପର ଶିକାର ମଧ୍ୟ ହୋଇଥାଉ । କିଛି ଲୋକ ବିଫଳତା ପରେ ଆତ୍ମହତ୍ୟାର ଉଦ୍ୟମ କରନ୍ତି । ତେବେ ଶ୍ରୀରାମଙ୍କୁ ରାଜା ହେବାର ଥିଲା କିନ୍ତୁ ବନବାସ ଯିବାକୁ ପଡିଲା ସେ ଏହାକୁ ନିଜର କର୍ତ୍ତବ୍ୟ ଓ ପିତାଙ୍କ ଆଦେଶ ଭାବି ଖୁସିରେ ସ୍ୱୀକାର କରିନେଇଥିଲେ ଏବଂ କାହିଁକି ସେ ବାପାଙ୍କ ଏହି ନିଷ୍ପତିକୁ ବିରୋଧ କରୁନାହାନ୍ତି ପ୍ରଶ୍ନର ଉତ୍ତରରେ ସେ କହିଥିଲେ; ମୁଁ ଅଯୋଧ୍ୟା ଭଳି ରାଜ୍ୟର ରାଜା ହୋଇଥନ୍ତି କିନ୍ତୁ ଏବେ ମୁଁ ସମ୍ପୂର୍ଣ୍ଣ ଜଙ୍ଗଲର ରାଜା ଭାବେ ମୋତେ ପିତା ଘୋଷିତ କରିଛନ୍ତି । ତେଣୁ ମୁଁ ବନବାସ ଗ୍ରହଣ କରିବି । ଏବଂ ରାମ ବନବାସ ଯିବା ପରେ ହିଁ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ରୂପରେ ଜଣାଗଲା । ରାମ ଜଙ୍ଗଲରେ ରହିବା ସମୟରେ ଜଙ୍ଗଲରୁ ଯାହା ପାଇଲେ ବ୍ୟବହାର କଲେ ଏବଂ ସମସ୍ତ ବର୍ଗର ଲୋକ ମାନଙ୍କ ସହିତ ମିତ୍ରତା କରି ବସୁଧୈବ କୁଟୁମ୍ଭକଂ ର ସନ୍ଦେଶ ଦେଇଛନ୍ତି । ସେ ଶବର ରାଜା ହୁଅନ୍ତୁ ବା ଡଙ୍ଗା ପାର କରୁଥିବା କେଉଁଟ ହୁଅନ୍ତୁ, ମା ଶବରୀ ହୁଅନ୍ତୁ ସମସ୍ତଙ୍କୁ ନିଜ ପରିବାରଠୁ ଅଧିକ ଭଲ ପାଇବା ଶ୍ରୀରାମ ଦେଇଛନ୍ତି । ରାମ ଚାହିଁଥିଲେ କୌଣସି ମଧ୍ୟ ରାଜ୍ୟରୁ ସୈନ୍ୟ ନେଇ ରାବଣକୁ ହରାଇ ପାରିଥାନ୍ତେ କିନ୍ତୁ ସେ ବାନର ମାନଙ୍କ ସାହାର୍ଯ୍ୟ ନେଇ ପ୍ରମାଣ କଲେ ଯେ ପ୍ରକୃତିକୁ ମିତ୍ର କଲେ ସବୁ ଅସୁବିଧାରୁ ଆମେ ବର୍ତ୍ତି ପାରିବା । ଅଙ୍ଗଦ ବାପାଙ୍କ ମୃତ୍ୟୁରେ ଦୁଃଖରେ ଥିଲେ କିନ୍ତୁ ରାମ ତାଙ୍କୁ ଶାନ୍ତି ଦୂତ କରି ପଠେଇବା ଯୋଗୁଁ ଅଙ୍ଗଦଙ୍କ ଭିତରେ ନେତୃତ୍ୱ ର୍ନିମାଣ ହୋଇଥିଲା ଯାହା ଆମେ ରାବଣ ଅଙ୍ଗଦ ସମ୍ବାଦରୁ ଜାଣି ପାରିବା । ଯେଉଁ ଦିନ ରାବଣ ନିଜେ ଯୁଦ୍ଧ କରିବା ପାଇଁ ଆସେ ବିଭୀଷଣ ବିଚଳିତ ହୋଇ ଯାଇଥାନ୍ତି । ରାବଣ ରଥରେ ଆଉ ପ୍ରଭୁ ଶ୍ରୀରାମ ଖାଲି ପାଦରେ ଏହାଦେଖି ସେ ଭୟଭୀତ ହେବାରୁ ରାମ ତାଙ୍କୁ ବୁଝେଇକି କୁହନ୍ତି ଜୀବନ ଯୁଦ୍ଧରେ ଯାହା ଦରକାର ସେ ରଥ ମୋ ପାଖରେ ଅଛି ତାହା ହେଉଛି । ର୍ଶୌଯ୍ୟ ଓ ଧର୍ଯ୍ୟ ମୋ ରଥର ଚକ, ବଳ ଓ ବିବେକ ମୋର ପତାକା, ସତ୍ୟ ଦମ୍ଭ ଚରିତ୍ର ଓ ପରୋପକାର ମୋ ଘୋଡ଼ା(ଗୋସ୍ୱାମୀ ତୁଳସୀ ଦାସଙ୍କ ଭାଷାରେ) । ସାଧାରଣ ମଣିଷ ମଧ୍ୟ ଜୀବନ ଯୁଦ୍ଧରେ ବିଜୟ ଲାଭ କରିବା ପାଇଁ ଏହି ଗୁଣ ଗୁଡିକର ନିତ୍ୟାନ୍ତ ଆବଶ୍ୟକ ଅଛି । ପୌରାଣିକ କାଳରୁ ଅଦ୍ୟାବଧି ପ୍ରଭୁ ରାମଚନ୍ଦ୍ରଙ୍କ କାର୍ଯ୍ୟଶୈଳୀ, କର୍ମପ୍ରବଣ, ଚରିତ୍ର, କର୍ତ୍ତବ୍ୟନିଷ୍ଠ, ଉଦାରତା ଆଦି ମାନବ ସମାଜକୁ ପ୍ରେରଣା ଦେଇଆସିଛି । ଅତି ଜଟିଳ ପରିସ୍ଥିତିରେ ମଧ୍ୟ ରାମଚନ୍ଦ୍ରଙ୍କ ବାଣୀ ମାନବ ଜୀବନରେ ସକରାତ୍ମକ ଦିଗ ପ୍ରତି ବଳିଷ୍ଠ ଦିଗଦର୍ଶନ ଦେବାରେ ସହାୟକ ହୋଇପାରୁଛି । ତେବେ ଯୋଗଜନ୍ମା, ପୁରୁଷୋତ୍ତମ ପୁରୁଷ ଶ୍ରୀରାମଙ୍କ ଜନ୍ମ ଭୂମିରେ ଭବ୍ୟ ମନ୍ଦିର ର୍ନିମାଣ ପାଇଁ ବହୁଦିନରୁ ଲାଗିଥିବା ସଂକଟ ଦୂର ହୋଇସାରିଥିବା ବେଳେ ଆସନ୍ତା ୫ ଅଗଷ୍ଟ ୨୦୨୦ ରେ ରାମ ମନ୍ଦିର ର୍ନିମାଣର ଭୂମି ପୂଜନ କୋଟିକୋଟି ରାମ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ତତ୍ ସହିତ ସାରା ଭାରତରେ ଏକ ସକାରାତ୍ମକ ଶକ୍ତି ବିସ୍ଫୁରିତ ହୋଇ ପୌରାଣିକ କାଳରୁ ଗୁରୁôବ ବହନ କରୁଥିବା ଭକ୍ତି ଓ ଆସ୍ଥାର ମାର୍ଗରେ ମାନବ ସମାଜ ପ୍ରତି ଅନେକ ସକରାତ୍ମକ ପ୍ରଭାବ ପକାଇବାରେ ସହାୟକ ହୋଇପାରିବ । ପ୍ରଭୁ ଶ୍ରୀରାମ ହେଉଛନ୍ତି ତ୍ୟାଗ ଓ ସକାରାତ୍ମକର ପ୍ରତୀକ । ତେଣୁ ଆମେ ସମସ୍ତେ ତାଙ୍କ ଚରିତ୍ର ଅଧ୍ୟୟନ ସହ ତାଙ୍କର ଚରିତ୍ରରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ ପ୍ରତିଫଳନ କରାଇ ପାରିଲେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟ ଓ ବାଣୀ ବାସ୍ତବରେ ସାର୍ଥକ ହୋଇପାରିବ ।

Comments