ସଙ୍ଗୀତା ପଣ୍ଡା
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ. ପୁଣ୍ୟତୋୟା ସରଯୁ ନଦୀ ତୀର ରେ ଅବସ୍ଥିତ ଅଯୋଧ୍ୟା ନଗରୀ ରେ ଜନ୍ମ ଗ୍ରହଣ କରି ସମଗ୍ର ଭାରତ ବର୍ଷ ରେ ମର୍ଯ୍ୟାଦା ର ଏକ ନୂଆ ଧାରା ସୃଷ୍ଟି କରିଥିବା ତଥା ନିଜର କର୍ମ ମାଧ୍ୟମରେ ଆଦର୍ଶ ର ଜୀବନ୍ତ ସ୍ୱରୂପ କୁ ଦର୍ଶାଇ ଥିବା କୋଟି ହିନ୍ଦୁ ହୃଦୟର ଆରାଧ୍ୟ ପ୍ରଭୁ ରାମଚନ୍ଦ୍ର । ସୂର୍ଯ୍ୟବଂଶୀ ସମ୍ରାଟ ଦଶରଥଙ୍କ କୋଳ ମଣ୍ଡନ କରି ଇହଧାମ ରେ ମାନବ ଲୀଳା ସମ୍ବରଣ ପାଇଁ ଜନ୍ମ ଗ୍ରହଣ କରିଥିବା ଭଗବାନ ବିଷ୍ଣୁ ଙ୍କ ସାକ୍ଷାତ ସ୍ୱରୂପ ଭଗବାନ ରାମ ନିଜର କର୍ତ୍ତବ୍ୟନିଷ୍ଠା, ସତ୍ୟପାଳନ ଓ ପ୍ରଜାବତ୍ସଲତା ଦ୍ୱାରା ସମଗ୍ର ମାନବ ସମାଜ କୁ ମର୍ଯ୍ୟାଦିତ ହେବାର ପରମ୍ପରା ଶିକ୍ଷା ଦେଇଛନ୍ତି. । ରାଜପ୍ରସାଦ ର ଐଶ୍ୱର୍ଯ୍ୟ ମାଧ୍ୟମରେ ପିତୃସତ୍ୟ ପାଳନ ଉଦେଶ୍ୟ ରେ ବନବାସର ଅସହ୍ୟ ପୀଡା ସହିଛନ୍ତି । କୈବର୍ତ୍ତ ର ମିତ୍ରତା ସହ ଶବରୀ ର ସ୍ନେହ ଭରା ଅଇଁଠା ଫଳ ଖାଇ ସାମାଜିକ ସମରସତା ର ବାର୍ତା ଦେଇଛନ୍ତି । ଦୁଃମତି ରାବଣକୁ ବଧ କରି ବିଶ୍ୱରେ ଶାନ୍ତି ସ୍ଥାପନ କରିଛନ୍ତି ଶେଷରେ ପ୍ରଜା ପାଳନ ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରି ରାମରାଜ୍ୟ ସ୍ଥାପନ କରିଛନ୍ତି । ପ୍ରଭୁ ରାମଚନ୍ଦ୍ର ଆଦର୍ଶ ର ପ୍ରତୀକ । ମାତ୍ର ଦୁଃଖ ର ବିଷୟ ତାଙ୍କରି ଜନ୍ମଭୂମି ରେ ତାଙ୍କ ମନ୍ଦିର ର ର୍ନିମାଣ ପାଇଁ ଦୀର୍ଘ ୫୦୦ବର୍ଷ ର ଅପେକ୍ଷା କରିବାକୁ ପଡିଲା । ୧୫୨୮ମସିହା ରେ ମୋଗଲ ଶାସକ ବାବର ତାଙ୍କ ସେନାପତି ମୀର ବାକି ଦ୍ୱାରା ବିକ୍ରମାଦିତ୍ୟଙ୍କ ର୍ନିମିତ ରାମଲାଲା ଙ୍କ ଭବ୍ୟ ମନ୍ଦିର କୁ ଧ୍ୱଂସ କରି ବାବରି ମସଜିଦ ର୍ନିମାଣ କଲେ । ଏହା ହିନ୍ଦୁ ହୃଦୟ ସମ୍ରାଟ ପ୍ରଭୁ ରାମଚନ୍ଦ୍ର ଙ୍କ ଅସ୍ତିତ୍ୱ କୁ ଜାନମାନସ ର ଲିଭାଇ ଦେବାର ହୀନ ଚକ୍ରାନ୍ତ ଭିନ୍ନ ଅନ୍ୟ କିଛି ନଥିଲା । ବାବର ରାମ ଙ୍କ ମନ୍ଦିର କୁ ଭାଙ୍ଗିବାରେ ସଫଳ ହେଲା ସତ ମାତ୍ର ରାମଙ୍କ ସତ୍ତା କୁ ଭାରତୀୟଙ୍କ ହୃଦୟ ରୁ ଲିଭାଇ ପାରିଲା ନାହିଁ । ପାରିଥାନ୍ତା ବା କିପରି ! ପ୍ରଭୁ ରାମଚନ୍ଦ୍ର ତ ଆମ ପ୍ରାଣ ରେ ବିଦ୍ୟମାନ । ଦୀର୍ଘ ଶତାବ୍ଦୀ ବିତିଗଲା. ରାମଙ୍କ ପ୍ରତି ଥିବା ପ୍ରଗାଢ଼ ଭକ୍ତି ଓ ସମର୍ପଣ ଅଗଣିତ ରାମଭକ୍ତକୁ କରସେବକରେ ପରିଣତ କଲା । ଶ୍ରୀରାମ ଙ୍କ ଆଶୀର୍ବାଦ ଓ ଜନନାୟକ ଲାଲକୃଷ୍ଣ ଆଡଭାଣି ଙ୍କ ଆହ୍ୱାନ ରେ ସେମାନେ ରାଜନୈତିକ ଚାପ ଓ ଅନେକ ବାଧା ବିଘ୍ନକୁ ଭୃକ୍ଷେପ ନକରି ଛୁଟି ଆସିଲେ ଅଯୋଧ୍ୟା । ଶେଷରେ ୧୯୯୨ମସିହା ଡିସେମ୍ବର ୬ତାରିଖରେ ଅନ୍ୟାୟ ର ଜୀବନ୍ତ ସ୍ୱରୂପ ବାବରି ମସଜିଦ କୁ ଧ୍ୱଂସ କରି ପ୍ରଶସ୍ତ କଲେ ମନ୍ଦିର ର୍ନିମାଣର ମାର୍ଗ ଏବଂ ‘ରାମଲାଲା ହମ ଆଏଙ୍ଗେ, ମନ୍ଦିର ୱହି ବନାଏଙ୍ଗେ’ ଏକ ଆନ୍ଦୋଳନ ରେ ପରିଣତ ହେଲା । ଶେଷରେ ଇଝଓର ତଥ୍ୟ କୁ ଆଧାର କରି ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ରେ ସେହିଠାରେ ହିଁ ମନ୍ଦିର ର୍ନିମାଣ ଲାଗି ସ୍ଥିର ହେଲା । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ କରାଗଲା ଏବଂ ଚଳିତ ଅଗଷ୍ଟ ୫ ତାରିଖ ରେ ମନ୍ଦିର ର ଶିଳାନ୍ୟାସ କରାଯାଇ ଏକ ଅଖଣ୍ଡ ସଂକଳ୍ପ ର ପ୍ରଚଣ୍ଡ ଆରମ୍ଭ କରାଯାଇଛି । ଶ୍ରୀରାମଙ୍କ ଜନ୍ମଭୂମି ତଥା କର୍ମ ଭୂମି ଅଯୋଧ୍ୟା ରେ ରାମଲାଲାଙ୍କ ଭବ୍ୟ ଓ ଦିବ୍ୟ ମନ୍ଦିର ର୍ନିମାଣ ହେବାକୁ ଯାଉଛି । ଏହି ମନ୍ଦିରର ଉଚ୍ଚତା ୧୬୧ଫୁଟ, ଲମ୍ବ ୨୮୬ଫୁଟ ଏବଂ ଓସାର ୨୪୦ ଫୁଟ ହେବ । ୩ ମହଲା ବିଶିଷ୍ଟ ଏହି ମନ୍ଦିର ଉତ୍ତର ଭାରତୀୟ ନାଗର ଶୈଳୀ ରେ ର୍ନିମିତ ହେବ । ମନ୍ଦିରରେ ସିଂହ ଦ୍ୱାର, ଗର୍ଭଗୃହ, ରଙ୍ଗମଣ୍ଡପ ଓ ନାଟ ମଣ୍ଡପ ରହିବ । ମନ୍ଦିରର ଗର୍ଭଗୃହ ଅଷ୍ଟଭୁଜାକୃତି ହେବ । ପ୍ରଥମ ମହଲା ରେ ଶ୍ରୀରାମ,ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ମୂର୍ତ୍ତି ପୂଜା ପାଇବେ. ରାଜସ୍ଥାନର ବଂଶୀପାହାଡ଼ପୁର ଗ୍ରାମର ବାଲି ପଥର ରେ ର୍ନିମିତ ହେବାକୁ ଥିବା ଏହି ମନ୍ଦିର ରେ ଗୋଟିଏ ବି ଲୁହା ଛଡ ବ୍ୟବହୃତ ହେବ ନାହିଁ । ଦୀର୍ଘ ୨୯ବର୍ଷ ଧରି କର ସେବକ ମାନଙ୍କ ଦ୍ୱାରା ପ୍ରେରିତ ୨ଲକ୍ଷ ୫୫ହଜାର ଇଟା ରେ ମନ୍ଦିର ର ର୍ନିମାଣ କାର୍ଯ୍ୟ ଶେଷ ହେବ । ମନ୍ଦିର ପ୍ରାଙ୍ଗଣରେ ୩୬୦ ଓ ପ୍ରେକ୍ଷାଳୟ, ପାଠାଗାର, ଗ୍ୟାଲେରି, ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ । ଶ୍ରଦ୍ଧାଳୁ ଙ୍କ ପାଇଁ ୧୩ଟି ମଣ୍ଡପ ର୍ନିମିତ ହେବ ଓ ଦୈନିକ ୮୦ହଜାର ରୁ ୧ଲକ୍ଷ ଭକ୍ତ ଙ୍କ ଦର୍ଶନ ର ସୁବିଧା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ଦିର ର୍ନିମାଣ ର ମୁଖ୍ୟ ସ୍ଥପତି ଚନ୍ଦ୍ରକାନ୍ତ ସୋନପୁରା ମତ ଦେଇଛନ୍ତି । ୧୦ଏକର ଜମିରେ ର୍ନିମାଣ ହେବାକୁ ଥିବା ଏହି ସୁଉଚ୍ଚ, ସୁଦୀର୍ଘ ଓ ସର୍ବୋତ୍ତମ କାରୁକଳା ଯୁକ୍ତ ମନ୍ଦିର ଯୁଗ ଯୁଗ ଯାଏଁ ଭାରତୀୟ ସ୍ଥାପତ୍ୟର ଗୌରବ ଗାଥା କୁ ଯୁଗ ଯୁଗ ପର୍ଯ୍ୟନ୍ତ ବହନ କରିବ । ରାମ ଜନ୍ମଭୂମି ରେ ର୍ନିମାଣ ହେବାକୁ ଯାଉଥିବା ଏହି ଭବ୍ୟ ଓ ଦିବ୍ୟ ମନ୍ଦିର ଭାରତୀୟ ସଂସ୍କୃତି ଓ ସଭ୍ୟତା ର ଆଧୁନିକ ପ୍ରତୀକ ହେବ । ଭାରତକୁ ଆତ୍ମର୍ନିଭର କରି ଗଢିତୋଳିବା ରେ ଭାରତୀୟ ମାନଙ୍କ ଆତ୍ମ ବିଶ୍ୱାସ ହେବ । ଦେଶର ବର୍ତମାନ ତଥା ଭବିଷ୍ୟତ ପିଢ଼ିଙ୍କ ପାଇଁ ପ୍ରେରଣା ର ଉତ୍ସ ହେବ । ଅତୀତରେ ନିଜର ଆରାଧ୍ୟ ଙ୍କ ପୂଜନ ଓ ଭାରତୀୟ ସଂସ୍କୃତି ର ପୁନଃରୁଦ୍ଧାର ପାଇଁ ପ୍ରାଣବଳି ଦେଇଥିବା ସେଇ ମହାନ ଆତ୍ମା ଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ । ସାମାଜିକ ସମରସତା ଓ ସୌହାର୍ଦ୍ଧ ର ପ୍ରତୀକ ହେବ । ଏଣୁ ଶ୍ରୀରାମ ଙ୍କ ମନ୍ଦିର ର୍ନିମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ରାମ ଜନ୍ମ ଭୂମି ରେ ରାମ ପୂଜନ ସହ ରାମ ରାଜ୍ୟ ର ପୁନଃସ୍ଥାପନ କରିପାରିଲେ ହିଁ ଏହା ଶ୍ରୀରାମ ଙ୍କ ପ୍ରତି ଉପଯୁକ୍ତ ଭକ୍ତ୍ୟାର୍ଘ ହେବ ।
Comments
Post a Comment