ଜନଜାତି ସମୁଦାୟ ଓ ବିଶ୍ୱ ମୂଳନିବାସି ଦିବସ

 

ଦେବରାଜ ମାଝୀ


ଭାରତୀୟ ସମାଜରେ ଜନଜାତି ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିୟଜନଜାତି ସମାଜ ପ୍ରକୃତିପ୍ରେମୀ ଓ ସରଳ ଭାବେ ନିଜକୁ ପ୍ରତିତିଷ୍ଠ କରିଛନ୍ତି । ବର୍ତମାନ ଏହି ସମାଜକୁ ଆଦିବାସୀ ନାମରେ ସମ୍ବୋଧିତ କରିଥାନ୍ତି । ଏହି ଜନଜାତି ସମାଜର ଗୁରୁତ୍ୱ ଆମେ ଆମର ପୌରାଣିକ ଗ୍ରନ୍ଥରୁ ଅନୁଭବ କରିପାରିବା । ରାମାୟଣରେ ଉଲେଖ୍ୟ ରହିଛି କିଭଳି ଶବର ରାଜା ନିସାଦ ଓ ବନବାସୀଙ୍କ ସାହାର୍ଯ୍ୟରେ ପ୍ରଭୁ ଶ୍ରୀରାମ ସୁରୁଖୁରୁରେ ବନବାସ କରିବା ସହିତ ରାବଣ ଭଳି ପ୍ରଭାବଶାଳୀ ରାଜା ରାବଣଙ୍କ ଠାରୁ ମଧ୍ୟ ଯୁଦ୍ଧରେ ବିଜୟ ହୋଇଥିଲେ । ଜଗନ୍ନାଥ ସଂସ୍କୃତିରେ ଶବର ମାନଙ୍କର ଗୁରୁତ୍ୱ ଓ ଜନଜାତି ସମାଜର ମହତ୍ୱ ଆମେ ଅନେକ କାହାଣୀରୁ ଜାଣିପାରିବା । ଭାରତୀୟ ଇତିହାସରେ ମଧ୍ୟ ଜନଜାତି ଯୋଦ୍ଧା ମାନଙ୍କର ଗ୍ରାଥା ଆମକୁ ଗୌରବାନ୍ୱିତ କରେ ।୧୫୬୪ ମସିହାରେ ଆକବର ସେନାକୁ ଧରାସାଇ କରିଥିବା ଗୋଣ୍ଡୱାନା ସମ୍ରାଜ୍ୟର ରାଣୀ ଦୁର୍ଗାବତୀଙ୍କ ଗାଥା ଓ ଭଗବାନ ର୍ବିସାମୁଣ୍ଡାଙ୍କ ସଂଘର୍ଷ ଭାରତର ଘରେ ଘରେ ପରିଚିତ । ବତମାନ ମଧ୍ୟ ଏହି ଜନଜାତି ସମାଜର ପ୍ରଭୁତ୍ୱ ଭାରତୀୟ ରାଜନୀତିରେ ଦେଖିବାକୁ ମିଳୁଛି । ପ୍ରତିବର୍ଷ ୯ ଅଗଷ୍ଟରେ ବିଶ୍ୱ ଆଦିବାସୀ ଦିବସ ନାମରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ ।ଏହିଭଳି କାର୍ଯ୍ୟର ଆୟୋଜନ ଚର୍ଚ୍ଚ ବା ଚର୍ଚ୍ଚ ପ୍ରେରିତ ସ୍ଥାନ ଗୁଡିକରେ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଅଧିକ ଜନଜାତି ଯୋଗଦେବାର ଦେଖାଯାଇଥାଏ । ତେଣୁ ଏହି କାର୍ଯ୍ୟକ୍ରମର ପ୍ରକୃତ ତଥ୍ୟ ଜାଣିବା ନିତ୍ୟାନ୍ତ ଆବଶ୍ୟକ ରହିଛି । ଟଘଙ ଅନୁସାରେ ଦୁନିଆରେ ପ୍ରାୟତଃ ୪୦ ଟି ଦେଶରେ ୪୩ କୋଟି ମୂଳ ନିବାସୀ ଅଛନ୍ତି । ଯାହାର ୨୫% କେବଳ ଭାରତରେ ରହିଛନ୍ତି । ସଂଯୁକ୍‌ତ ରାଷ୍ଟ୍ର ସଂଘ ୨୮ ଜୁଲାଇ ୨୦୦୦ ମସିହାରେ ମୂଳ ନିବାସୀ ସ୍ଥିତି ସୁଧାର ଓ ସର୍ବାଙ୍ଗୀନ ବିକାଶ ପାଇଁ ମୂଳ ନିବାସୀ ସ୍ଥାୟୀ ମଂଚ (ଚରକ୍ସଜ୍ଞବଦ୍ଭରଦ୍ଭଗ୍ଧ ୠକ୍ଟକ୍ସଙ୍କଜ୍ଞ ଲକ୍ଟକ୍ସ ଓଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ ଚରକ୍ଟକ୍ଟ୍ରକ୍ଷର)ର ସ୍ଥାପନା କଲେ ୟୁରୋପୀୟ ଦେଶ ମାନେ ଆମେରିକା,ଅଷ୍ଟ୍ରେଲିଆ ଏବଂ ଆଫ୍ରିକା ଦେଶ ଗୁଡିକରେ ନିଜର ସାମ୍ରାଜ୍ୟ ସ୍ଥାପିତ କଲେ । ଏବଂ ଏହି ପ୍ରକ୍ରିୟାରେ ସେହିଠାରେ ରହୁଥିବା ଲୋକମାନଙ୍କ ବା ସେହି ଜାଗାର ମୂଳ ନିବାସୀ ମାନଙ୍କୁ ଅତ୍ୟାଚାର କରିବା ସହିତ ତାଙ୍କର ସଂସ୍କୃତି ଓ ଧର୍ମକୁ ନଷ୍ଟ କରିବାରେ ଲାଗିଲେ । ଭୂମି ସହିତ ତାଙ୍କର ପ୍ରାକୃତିକ ସଂଶୋଧନକୁ ମଧ୍ୟ ହାତେଇ ନେଲେ । ପାଶ୍ଚାତ୍ୟ ଦେଶ ଗୁଡିକରେ ମଧ୍ୟ ବିଶ୍ୱାସ କରାଯାଏ ଯେ, ଭାରତ ଏବଂ ଏସିଆ ଦେଶରେ ମଧ୍ୟ ଏହି ଭଳି ହୋଇଥିବ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ହେବା ସହିତ ର୍ନିଥକ ଅଟେ । ୨୦୦୮ ମସିହାରେ ଅଷ୍ଟ୍ରେଲିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ କେଭିନ ରୁଡ଼ ଅଷ୍ଟ୍ରେଲିଆର ସଂଶୋଧରେ ମୂଳ ନିବାସୀ ମାନଙ୍କୁ କ୍ଷମା ମାଗିବାକୁ ପଡିଥିଲା । କାରଣ ଅଷ୍ଟ୍ରେଲିଆରେ ମୂଳ ନିବାସୀ ମାନଙ୍କର ଛୋଟ ପିଲାଙ୍କୁ ଛଡେଇ ଚର୍ଚ୍ଚକୁ ପାଳନ ପୋଷଣ ପାଇଁ ଦିଆଯାଉଥିଲା । ଏହା ମୂଳ ନିବାସୀ ମାନଙ୍କର ସ୍ୱତନ୍ତ୍ର ପରିଚୟକୁ ନଷ୍ଟ କରିବା ପାଇଁ କରାଯାଇଥିଲା । କିନ୍ତୁ ଭାରତରେ ଜନଜାତି ମାନଙ୍କ ସହିତ କେହି ମଧ୍ୟ ବାହାରୁ ଆସିନାହାନ୍ତି ପୌରାଣିକ କାଳରୁ ସମସ୍ତ ଜାତୀୟ ଓ ଜନଜାତୀୟ ସମୁଦାୟ ସ୍ନେହ ପୂର୍ବକ ରହିଆସିଛନ୍ତି । ୨୦୦୭ ମସିହାରେ ସଂଯୁକ୍ତ ରାଷ୍ଟ୍ରରେ ଭାରତର ପ୍ରତିନିଧି ଘୋଷଣା ପତ୍ର ହସ୍ତାକ୍ଷର ସମୟରେ ଏହା କହିଥିଲେ ଯେ,ଭାରତରେ ରହୁଥିବା ପ୍ରତ୍ୟକ ବ୍ୟକ୍ତି ଭାରତର ମୂଳ ନିବାସୀ ଅଟନ୍ତି । ଭାରତକୁ କେହି ମଧ୍ୟ ବାହାରୁ ଆସିନାହାନ୍ତି । ବନବାସୀ କଲ୍ୟାଣ ଆଶ୍ରମର ସଂସ୍ଥାପକ ଅଧ୍ୟକ୍ଷ ବାଲାସାହେବ ଦେଶପାଣ୍ଡେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ଏକ ଜ୍ଞାପନ ଦେଇଥିଲେ । ଯେଉଁଥିରେ ପାଶ୍ଚାତ୍ୟ ଦେଶ ଓ ଚର୍ଚ୍ଚ ମାନଙ୍କର ଷଡଯନ୍ତ୍ରରୁ ଦେଶର ସୁରକ୍ଷା ଉଲ୍ଲେଖ ହୋଇଥିଲା । ପରବର୍ତୀ ମୁହୂର୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ଜ୍ଞାତ ହୋଇଥିଲା ଏବଂ ତାପରେ ପରେ ଭାରତ ସରକାର ଏହି ବିଷୟକୁ ସ୍ୱୀକାର କରିଥିଲେ । ୧୩ ସେପ୍ଟେମ୍ବର ୨୦୦୭ ରେ ସଂଯୁକ୍ତ ରାଷ୍ଟ୍ରରେ ମୂଳ ନିବାସୀଙ୍କ ପାଇଁ ଅଧିକାର ଘୋଷଣା ହେଲା । ୧୪୩ ଦେଶ ଏହି ପ୍ରସ୍ତାବକୁ ସମର୍ଥନ କଲେ । କାନାଡ଼ା, ଅଷ୍ଟ୍ରେଲିଆ, ଆମେରିକା ଓ ନିଉଜଲାଣ୍ଡ ଏହି ଚାରୋଟି ଦେଶ ମତଦାନ କଲେ ଏବଂ ୧୪ଟି ଦେଶ ଭାଗ ନେଲେ ନାହିଁ । ଭାରତ ଏହି ପ୍ରସ୍ତାବକୁ ସ୍ୱୀକାର କଲା । କାରଣ ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୂଳ ନିବାସୀ ବୋଲି ଗ୍ରହଣ କରାଯାଇଛି । ଏହି ପ୍ରସ୍ତାବରେ ଆତ୍ମା ର୍ନିଭର ଅଧିକାର ଆପତି ଜଣକ ଓ ଭୟାବହ ଥିଲା । ଏହି ଅଧିକାର କୌଣସି ମଧ୍ୟ ଦେଶକୁ ବିଭାଜିତ କରିବାରେ ସହାୟକ ହେବ । ଯାହା କୌଣସି ସର୍ବଭୌମ ରାଷ୍ଟ୍ର ବା ରାଷ୍ଟ୍ର ସମାଜ ସ୍ୱୀକାର କରିବ ନାହିଁ । ସଂଯୁକ୍ତ ରାଷ୍ଟ୍ର ଘୋଷଣା ହୋଇଥିବା ଅଧିକାର ଗୁଡିକର ଯଦି ବିଷ୍ଳେଷଣ କରାଯାଏ ତେବେ ଦେଖାଯିବ ଏହି ଅଧିକାର ଗୁଡିକରୁ ଅଧିକ ଅଧିକାର ୧୯୫୨ ମସିହାରୁ ହିଁ ଭାରତୀୟ ସମ୍ବିଧାନରେ ଦିଆଯାଇଛି । ଭାରତୀୟ ସମ୍ବିଧାନର ପଂଚମ ଓ ଷଷ୍ଠ ଅନୁସୂଚତି,କେନ୍ଦ୍ର ଓ ରାଜ୍ୟସରକାର ଜନଜାତି ଆଦିବାସୀ ମନ୍ତ୍ରାଳୟ, ରାଷ୍ଟ୍ରୀୟ ଜନଜାତି ଆୟୋଗ,ଜନଜାତି ଜନସଂଖ୍ୟାକୁ ଅନୁପାତ ଅନୁସାରେ ଆରକ୍ଷଣ, ଜନଜାତି ମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସ୍ୱତନ୍ତ୍ର ପ୍ରୟାସ ସାଂସଦ ଓ ବିଧାନସଭାରେ ଆରକ୍ଷଣ ଜନଜାତି ପରମ୍ପରା ସଂସ୍କୃତି ପାଇଁ ସ୍ୱତନ୍ତ୍ର ଆଇନ (ଉଙ୍କଗ୍ଦଗ୍ଧକ୍ଟଜ୍ଞକ୍ଟକ୍ସଚ୍ଚ କ୍ଷବଙ୍ଗଗ୍ଦ) ଅତ୍ୟାଚାର ନିବାରଣ ଆଇନ (ଚକ୍ସରଙ୍ଖରଦ୍ଭଗ୍ଧସକ୍ଟଦ୍ଭ କ୍ଟଲ ଇଗ୍ଧକ୍ସକ୍ଟମସଗ୍ଧସରଗ୍ଦ ଇମଗ୍ଧ) ବିଶେଷ ପଂଚାୟତ ଆଇନ,ବନଅଧିକାର ଆଇନ ଏହି ଭଳି ଅନେକ ଉଦାହରଣ ଅଛି । ଯେଉଁ ଅଧିକାର ୧୯୫୦ ମସିହାରୁ ଦେଇ ଆସୁଛି । ତେବେ ଭାରତରେ କୌଣସି ରାଜଗାଦି ବା କୌଣସି ସମାଜ ଦ୍ୱାରା ପ୍ରତାଡୀତ ହୋଇନାହିଁ । ପୃଥିବୀରେ ଅନେକ ଦେଶରେ ମୂଳ ନିବାସୀ ମାନଙ୍କୁ ଅତ୍ୟାଚାର ଓ ତାଙ୍କ ଜନସଂସ୍କୃତିକୁ ନଷ୍ଟ କରାଯାଇଛି । ଆମେରିକାରେ ଲାଲ୍ ଭାରତୀୟ (ଜରୟ ଓଦ୍ଭୟସବଦ୍ଭ)ମାନଙ୍କୁ ଅଷ୍ଟ୍ରେଲିଆର ମୂଳ ନିବାସୀ ମାନଙ୍କୁ ଅତ୍ୟାଚାର ହୋଇଛି । ଭାରତୀୟ ସମ୍ବିଧାନରେ କୌଣସି ଜାଗାରେ ମଧ୍ୟ ଅନ୍ୟ ଦେଶ ଭଳି ଘବଗ୍ଧସଙ୍ଖର,ମୂଳ ନିବାସୀ,ଆଦିବାସୀ ଭଳି ଶବ୍ଦ ପ୍ରୟୋଗ ହୋଇନାହିଁ । ଆମ ଦେଶରେ ଜନଜାତି ବା ଅନୁସୂଚିତ ଜନଜାତି ଭଳି ଶବ୍ଦ ପ୍ରୟୋଗ ହୋଇଥାଏ । ତେବେ ଆଜି ପର୍ଯ୍ୟନ୍ତ ସଂଯୁକ୍ତ ରାଷ୍ଟ୍ରର ମୂଳ ନିବାସୀ ସ୍ଥାୟୀ ମଂଚ (ଚରକ୍ସଜ୍ଞବଦ୍ଭରଦ୍ଭଗ୍ଧ ୠକ୍ଟକ୍ସଙ୍କଜ୍ଞ ଲକ୍ଟକ୍ସ ଓଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ ଚରକ୍ଟକ୍ଟ୍ରକ୍ଷର) ରେ ୧୪ ଜଣ ସଦସ୍ୟ ଅଛନ୍ତି,କିନ୍ତୁ ଏହି ମଂଚରେ କୌଣସି ଭାରତୀୟଙ୍କୁ ସ୍ଥାନ ଦିଆଯାଇନାହିଁ । ଏହା ସ୍ପଷ୍ଟ କରୁଛି ଯେ ବିଶ୍ୱ ସଂସ୍ଥାନ ଭାରତୀୟ ଜନଜାତି ମାନଙ୍କୁ ମୂଳ ନିବାସୀ ଭାବେ ସ୍ୱୀକାର କରୁନାହିଁ । କିନ୍ତୁ କିଛି ସଂଗଠନ ବର୍ତମାନ ଭାରତୀୟ ଜନଜାତିଙ୍କୁ ମୂଳ ନିବାସୀ ବୋଲି ବ୍ୟାଖ୍ୟା ଦେଇ ତାଙ୍କୁ ଅନ୍ୟ ଦଳିତ ଓ ଅନୁସୂଚିତ ଜାତି ସହିତ ଯୋଡିବା ସହିତ ଭିନ୍ନ ଭିନ୍ନ ବ୍ୟାଖା ଦେଉଛନ୍ତି । ଆମକୁ ଜାତି ନାମରେ ଭାଗ କରିବା ଏହି ସଂଗଠନ ମାନଙ୍କର ମୂଳ ଲକ୍ଷ୍ୟ । ତେବେ ଭାରତୀୟ ଜନଜାତି ମାନେ ବିଶ୍ୱର ମୂଳ ନିବାସୀ ମାନଙ୍କ ପାଇଁ ଅଧିକାରର ଆନ୍ଦୋଳନର ସମର୍ଥନ କରିବା ସ୍ୱାଭାବିକ । କିନ୍ତୁ ନିଜର ଅସ୍ତିତ୍ୱ ଓ ସଂସ୍କୃତିକୁ ଘୃଣା କରିବା ଏବଂ ପଥଭ୍ରମିତ ନହେବା ଉଚିତ । କେନ୍ଦ୍ର ଏବଂ ରାଜ୍ୟ ସରକାର ଜନଜାତିମାନଙ୍କ ପାଇଁ ତିଆରି ହୋଇଥିବା ବିକାଶ ଓ ଆଇନକୁ ଦୃଢ଼ ଇଚ୍ଛା ଶକ୍ତି ସହିତ କାର୍ଯ୍ୟକାରୀ କରନ୍ତୁ । ଶାସନରେ ବସିଥିବା ବ୍ୟକ୍ତିମାନେ ତତ୍କାଳୀନ ରାଜନୀତିକ ଲାଭ ଓ ଆର୍ଥିକ ଲୋଭରୁ ଦୂରରେ ରହି ଜନଜାତି ସମାଜ ପାଇଁ ନିଷ୍ଠାପୂର୍ବକ କାମ କରିବା ଦରକାର ପ୍ରାକୃତିକ ସଂଶୋଧନ ଓ ଜନଜାତୀୟ ସଂସ୍କୃତିରୁ ହୋଇଥିବା ଲାଭର ଅଧିକାର ଜନଜାତି ସମାଜକୁ ମିଳୁ ବୋଲି ସୁନିଶ୍ଚିତ କରିବା ଦରକାର । ଭୂମି ଅଧିକାର ଆଇନ ୨୦୧୩ ,ଖଣି ଓ ଖଣିଜ ଆଇନ ୨୦୧୫ ଏହି ଦିଗରେ ଉଠାଯାଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ ଅଟେ । ଯାହା ଦ୍ୱାରା ବିସ୍ତାପିତ ଓ ପ୍ରଭାବିତ ଲୋକଙ୍କ ଅଧିକାରକୁ ସାବ୍ୟସ୍ତ କରୁଛି । ଜନଜାତି ସମାଜକୁ ନିଜ ଅଧିକାରର ଲଢେଇ ମୁଖର ଓ ସଂଗଠିତ ହୋଇ ଏବଂ ଦେଶର ସଜାଗ ନାଗରିକ ହୋଇ ଲଢ଼ିବାକୁ ପଡିବ । ବାହାରୁ ଆସୁଥିବା ଶକ୍ତିର ଷଡଯନ୍ତ୍ରରେ ନପଡି ସଚେତନ ହେବା ଦରକାର । ସଂସ୍କୃତି ଓ ସମାଜ କଥା ଚିନ୍ତା କରି ଭାରତ ବିକାଶରେ ସହଯୋଗୀ ହେବା ଦରକାର । ଭାରତର ସମ୍ବିଧାନ ଅନୁଚ୍ଛେଦ ୧୨ ନିଜର ସଂସ୍କୃତି ଧାର୍ମିକ ଅଧ୍ୟାତ୍ମିକ ବିଶ୍ୱାସ ଓ ପୂଜା ପଦ୍ଧତିକୁ ରକ୍ଷା କରିବାରେ ଅଧିକାର ଦେଇଥାଏ । ତେବେ ଚର୍ଚ୍ଚ ଓ ଚର୍ଚ୍ଚ ସହିତ ଜଡିତ ବ୍ୟକ୍ତି ଏହି ମୂଳ ନିବାସୀ ଦିବସକୁ ମାନିବା ସହିତ ଭାରତୀୟ ଜନଜାତି ସମାଜର ସଂସ୍କୃତି ଆଘାତ କରୁନାହାନ୍ତି କି ? ତେବେ ଭାରତୀୟ ସମାଜରେ ଏହି ମୂଳ ନିବାସୀ ଦିବସ ଆବଶ୍ୟକତା ନାହିଁ ଏବଂ ଆମେ ସମସ୍ତେ ମିଶି ଜାତି ଧର୍ମ ର୍ନିବିଶେଷରେ ଭାରତର ସର୍ବାଙ୍ଗୀନ ବିକାଶ ପାଇଁ ଅଗ୍ରସର ହେବା ଉଚିତ । ଯାହା ସମାଜରେ ଷଡଯନ୍ତ୍ରକାରୀ ଓ ଭ୍ରମ ପରିସ୍ଥିତି ସୃଷ୍ଟି କରୁଥିବା ନ୍ୟସ୍ତ ସ୍ୱାର୍ଥବ୍ୟକ୍ତିଙ୍କ ଠାରୁ ଜନଜାତି ସମାଜ ମୁକ୍ତ ହୋଇପାରିବେ । ଯାହା ଫଳରେ ଦେଶର ବିକାଶ ସହ ତାଳ ଦେଇ ନିଜର ସର୍ବାଙ୍ଗୀନ ବିକାଶରେ ଅଗ୍ରଗତି କରିବାରେ ସଫଳ ହୋଇପାରିବେ । 


Comments