ଜୟ ଶ୍ରୀରାମ । ରାମ’ ହିନ୍ଦୁ ସଂସ୍କୃତିର କେବଳ ମାତ୍ର ଜଣେ ପୌରାଣିକ ପାତ୍ର ନଥିଲେ । ରାମ ଥିଲେ ଭାରତୀୟତାର ସମଗ୍ର ହିନ୍ଦୁ ସମାଜର ଅସ୍ମିତା । ରାମ ଭାରତ ବର୍ଷର ପାଣି ପବନ,ପାହାଡ, ମାଟି, ବୃକ୍ଷ, ତରୁଲତା କଣ କଣରେ ରହିଛନ୍ତି । ଏ ଦେଶର ଏ ଜାତିର ଲୋକଙ୍କ ନିଶ୍ୱାସ ପ୍ରଶ୍ୱାଷରେ ରାମ ରହିଛନ୍ତି । ରାମଙ୍କ ବିନା ଏ ଜାତି ଏ ରାଷ୍ଟ୍ର ଅଧୁରା । ଏ ଜାତିର ପ୍ରତ୍ୟେକ ବ୍ୟକ୍ତିର ଅସ୍ଥିତ୍ୱ ତା’ର ଚରିତ୍ର ରାମଙ୍କୁ ଆଧାର କରି ନିର୍ମାଣ ହୋଇଛି । । ଏ ସର୍ବ ପୂରାତନ ସନାତନ ସମାଜର, ଏ ପୂରାତନ ବିଶ୍ୱଗୁରୁ ଭାରତ, ବିଶ୍ୱବିଜୟୀ ଭାରତ ପଛରେ ରହିଛନ୍ତି ସ୍ୱୟଂ ମର୍ଯାଦା ପୁରୁଷୋତ୍ତମ ରାମଚନ୍ଦ୍ର । ରାଷ୍ଟ୍ର ନିର୍ମାଣର ଆଧାରଶୀଳା ତଥା ଆମ ରାଷ୍ଟ୍ରୀୟ ସ୍ୱାଭିମାନ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର । ଯେତେବେଳେ ବିଧର୍ମୀ ମାନେ ଅଯୋଧ୍ୟାରେ ରାମଙ୍କ ମନ୍ଦିରକୁ ଭାଙ୍ଗି ଦେଇଥିଲେ ସେଦିନ କେବଳ ଏକ ମନ୍ଦିର ଭାଙ୍ଗିନଥିଲା ସେଦିନ ପରାଜୟ ବରଣ କରିଥିଲା ଏ ଜାତିର ସ୍ୱାଭୀମାନ । ସେଦିନ ପରାଜୟ ବରଣ କରିଥିଲା ଏ ରାଷ୍ଟ୍ରର ପରାକ୍ରମ , ବିରତ୍ୱ । ଏ ଜାତି ଏ ରାଷ୍ଟ୍ର ନିଜ ଅସ୍ମିତାକୁ ହରାଇ ବସି କଇଁ କଇଁ ହୋଇ କାନ୍ଦିଥିଲା । ରହି ଯାଇଥିଲା ପବନ, ପାଣି ଝୁରୁଥିଲା ବୃକ୍ଷ ତରୁଲତା । ଏ ଜାତୀର ଶରୀର ରହିଯାଇଥିଲା ହେଲେ ପ୍ରାଣ ଚାଲିଯାଇଥିଲା । ସେବେଠାରୁ ଏ ଜାତି ପୁଣିଥରେ ତା’ର ସ୍ୱାଭୀମାନର ବିଜୟ ପାଇଁ ଅବିରତ ସଂଗ୍ରାମ ଜାରି ରଖିଥିଲା । ତା’ର ପ୍ରିୟ ଶ୍ରୀରାମଙ୍କ ଜନ୍ମସ୍ଥାନରେ ଥିବା ସେହି ମନ୍ଦିରକୁ ଠିକ ସେହିସ୍ଥାନରେ ନିର୍ମାଣ ନକରିବା ଯାଏଁ ବିଶ୍ରାମ ନେଇନଥିଲା ହିନ୍ଦୁସମାଜ । ଇତିମଧ୍ୟରେ କାଳର କରାଳରେ ହୋଇଯାଇଛନ୍ତି ଅଗଣୀତ ସଂଗ୍ରାମୀ ସରଜୁରେ ବହିଯାଇଛି ଅନେକ ରକ୍ତ । କୋଟି କୋଟି ହିନ୍ଦୁହୃଦୟ ସନାତନପ୍ରାଣ ନିଜର ଆରାଧ୍ୟ ପରମ ପୂଜ୍ୟଙ୍କୁ ପୁଣିଥରେ ସେଠାରେ ଅଧିଷ୍ଠିତ କରାଇବା ପାଇଁ ପ୍ରାଣାତକ ସଂଗ୍ରାମରେ ଝାସିଛନ୍ତି ପ୍ରାଣ । ଏ ୫୦୦ ବର୍ଷରୁ ଉର୍ଦ୍ଧ୍ୱ ମହାସଂଗ୍ରାମରେ ଅନେକ ସାଧୁ ସନ୍ଥ ପ୍ରାଣବଳି ଉତ୍ସର୍ଗ କରିଛନ୍ତି । ଅନେକ ସଧବା ବିଧବା ହୋଇଛନ୍ତି , ଅନେକ ଶିଷୁ ପିତୃହରା ଓ ଅନେକ ମା’ ପୁତ୍ରକୁ ହରାଇଛନ୍ତି କିନ୍ତୁ ବଳିଦାନ ଅର୍ଘ୍ୟରେ କେବେ ପୂର୍ଣ୍ଣଛେଦ ପଡିନାହିଁ । ଶେଷରେ ବିଜୟ ଘଟିଛି । ଗତ ବର୍ଷ ନଭେମ୍ଭର ୯ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୨.୭୭ ଏକର ତଥାକଥିତ ବିବାଦୀୟ ବାବରି ମସଜିଦ ଜମି ଉପରେ କେବଳ ରାମଲାଲାଙ୍କ ଅଧିକାର ଅଛି ବୋଲି ରାୟ ପ୍ରକାଶ କରିଥିଲେ । ଅବଶ୍ୟ ଗୋଟିଏ ରାଷ୍ଟ୍ରର ଗୋଟିଏ ଜାତିର ଏ ଲଢେଇରେ ଅନ୍ତିମ ବିଜୟ ଟିକା ମାରିବାର ଶ୍ରେୟ ଆରଏସଏସ, ବିଶ୍ୱ ହିନ୍ଦୁ ପରିଷଦ ଓ ବିଜେପିକୁ ଯାଉଛି ଓ ସେମାନେ ବିଶେଷତଃ ପ୍ରସଂଶାର ପାତ୍ର କିନ୍ତୁ ଏହି ଆନ୍ଦୋଳନ କୌଣସି ସଂଗଠନ ଓ ବ୍ୟକ୍ତିବିଶେଷର ବହୁ ଉର୍ଦ୍ଧ୍ୱରେ ଏକ ଜନ ଆନ୍ଦୋଳନ ଥିଲା । ଅନ୍ତଃରେ ନିଜର ସ୍ୱାଭିମାନର ବିଜୟ ଦେଖି ଏ ଜାତି ଆଜି ଖୁସିରେ ଗଦଗଦ ହୋଇଯାଇଛି । ଶରୀଣରେ ପ୍ରାଣ ପଶିଛି । ଆଜି ଆହ୍ଲାଦିତ ତରୁ ଲତା ପୁଲକିତ ଗଗନ ପବନ । ଅଭ୍ୟୁଦୟ ହୋଇଛି ଜାତୀୟ ଅସ୍ମିତା । ପୁଣିଥରେ ବିଶ୍ୱଗୁରୁ ହେବା ପାଇଁ ପଥ ଉନ୍ମୁକ୍ତ ହୋଇଛି । ଭାରତୀୟତା କହିଲେ ରାମଙ୍କ ଆଦର୍ଶକୁ ଜୀବନଆଦର୍ଶ୍ କୁ ବୁଝାଇଥାଏ । ରାମଙ୍କ ମନ୍ଦିର ନିର୍ମାଣ ସହିତ ପୁଣିଥରେ ନୂଆ ଉତ୍ସାହ ଉମଙ୍ଗରେ ନୂଆ କରି ରାଷ୍ଟ୍ର ନିର୍ମାଣ କରିବା । ଯେଉଁଠି ବେଇମାନୀ , ମିଥ୍ୟା ,ଛଳନା, ନାରୀ ନିର୍ଯାତନା, ବ୍ୟଭିଚାର ନଥିବ । ଆମେ ଆମର ବ୍ୟକ୍ତିଗତ ଚରିତ୍ରରେ ରାମଙ୍କ ପରି ଜଣେ ସତ୍ୟବାଦୀ, ବିନମ୍ର,ପରୋପକାରୀ,ପରାକ୍ରମୀ,ରାଷ୍ଟ୍ରବାଦୀ ହେବା ସହ ଜପତପସାଧନା ଓ ଅଧ୍ୟବସାୟୀ ହୋଇ ଭାରତକୁ ବିଶ୍ୱର ଜ୍ଞାନପୁଞ୍ଜ କରି ବିଶ୍ୱ କଲ୍ୟାଣ ତଥା ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବା ପାଇଁ ସଂକଳ୍ପ ନେବାର ସମୟ ଆସିଛି । ଭାରତ ବର୍ଷ କହିଲେ ରାମ କି ବାଣୀ ଗଙ୍ଗା କି ପାନି ବୋଲି ବୁଝାଯାଏ । ରାମଙ୍କ ଠାରୁ ରାମଙ୍କ ବାଣୀ ତଥା ତାଙ୍କ ନାମ ଜପ ଅଧିକ ପ୍ରଭାବଶାଳୀ । ରାମ କେବଳ ରାଜାମାନଙ୍କ ପାଇଁ ଆଦର୍ଶ ନଥିଲେ ସେ ଅତ୍ୟନ୍ତ ପ୍ରଜାବତ୍ସଳ ହୋଇଥିବାରୁ ପ୍ରଜାମାନଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତିର ଉଜାଗର ପାଇଁ ପ୍ରେରଣାର ଉତ୍ସ ଥିଲେ । ରାମ ମନ୍ଦିର ନିର୍ମାଣରେ ମଧ୍ୟ ଦେଶରେ ପର୍ଯ୍ୟଟନ ବଢିବ ଆୟର ଉତ୍ସ ବଢିବ । ଦେଶ ବିକାଶ ପଥରେ ବଢିବ । ଆସ ସଭିଏଁ ମିଶି ରାମମନ୍ଦିର ନିର୍ମାଣର ଆଧାରଶୀଳା ସ୍ଥାପନ ଅବସରରେ ରାଷ୍ଟ୍ରପେମର ଦୀପ ପ୍ରଜ୍ଜ୍ୱଳନ କରିବା । ଏକ ରାଷ୍ଟ୍ର ଶ୍ରେଷ୍ଟ ରାଷ୍ଟ୍ର ପାଇଁ ସଭିଏଁ ସଂକଳ୍ପବଦ୍ଧ ହେବା । ଜୟ ଶ୍ରୀରାମ ।
Comments
Post a Comment