ସୁପରିବର୍ତନର ନୂଆ ଦିଗ ; ରାଷ୍ଟ୍ରୀୟ ଶିକ୍ଷାନୀତି



ସ୍ମତିସୁଧା ସାହୁ 
ଦେଶକୁ ଦୃଢ କରିବାକୁ ହେଲେ ଶିକ୍ଷାର ଉନ୍ନତି ନିତାନ୍ତ ଆବଶ୍ୟକ । ଶିକ୍ଷା ଦେଶର ମେରୁଦଣ୍ଡ ସଦୃଶ । ଯୁବଶକ୍ତିର ମୂଳ ଧାର ବିବେକାନନ୍ଦ କହିଥିଲେ ଯେ ନ୍ତଯେତିକି ବିଷୟ ଆମେ ଆମ ମସ୍ଥିକ କୁ ଦେଉ , କିଛି ବୁଝି ହୁଏ ଏବଂ ଆଉ କିଛି ବୁଝି ବି ହୁଏ ନାହିଁ - ତାହା ଶିକ୍ଷା ନୁହେଁ । ଆମ ଜୀବନରେ ଶିକ୍ଷା ଜୀବିକା ନିର୍ମାଣ, ଚରିତ୍ର ନିର୍ମାଣ, ମନୁଷ୍ୟର ସଠିକ୍ ବ୍ୟାବହାର ନିର୍ମାଣରେ ଲାଗିବା ଦରକାର । ଯଦି ନିଜ ପାଖରେ ଥିବା ପାନ୍‌ଚୋଟି ନୂତନ ଚିନ୍ତା ଧାରାକୁ ଜୀବନ ଓ ଚରିତ୍ର ନିର୍ମାଣରେ ଲଗାଯାଏ । ତେବେ ଗୋଟିଏ ସମ୍ପୂର୍ଣ୍ଣ ପାଠାଗାର ର ପୁସ୍ତକକୁ ମନେ ରଖୁଥିବା ବ୍ୟକ୍ତି ଠାରୁ ତୁମେ ଅଧିକ ଶିକ୍ଷିତନ୍ତ । ଦିର୍ଘ ଏତେ ବର୍ଷର ଅପେକ୍ଷାପରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି । ବଦଳିଛି ଶିକ୍ଷାନୀତି ଶିକ୍ଷାର ଢାନ୍‌ଚା ୨୯ /୦୭/ ୨୦୨୦ ରେ ଏହି ଶିକ୍ଷାନୀତି କେନ୍ଦ୍ରୀୟ କ୍ୟାବିନେଟ୍‌ର ସ୍ୱୀକୃତି ପ୍ରାପ୍ତ ହୋଇଛି । ବିଭିନ୍ନ ଶିକ୍ଷା ସମ୍ବନ୍ଧିତ ଅନେକ ଅନୁଷ୍ଠାନ , ସଂସ୍ଥାରୁ ବିଭିନ୍ନ ମତ ସଂଗ୍ରହ କରି ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରସ୍ତାବ ସମିତିର ଅଧ୍ୟକ୍ଷ ଡଃ କସ୍ତୁରୀ ରଙ୍ଗନାଥନ୍ ଙ୍କ ନେତୃତ୍ୱରେ ୧୧ ଜଣ ସଦସ୍ୟ ବିଶିଷ୍ଠ ଏହି ପ୍ରସ୍ତାବ କମିଟି ନୂତନ ଶିକ୍ଷାନୀତି ପ୍ରସ୍ତୁତ କରିଥିଲେ ଓ ଶେଷରେ ସ୍ୱୀକୃତି ମଧ୍ୟ ଲାଭ କରିଅଛି ।୧୯୮୬ ମସିହାରେ କୋଠାରୀ କମିଶନ୍ ଦିର୍ଘ ୩୪ ବର୍ଷରେ ନୂତନ ଶିକ୍ଷାନୀତି ଲାଗୁହେବା ଏକ ଯୁଗାନ୍ତକାରୀ ଐତିହାସିକ ନିର୍ଣ୍ଣୟ ଅଟେ । ଏହି ନୂତନ ଶିକ୍ଷାନୀତି - ୨୦୨୦ ମସିହାରେ ଶିକ୍ଷାର ଅଭଧିକୁ ୫+୩+୩+୪ ବର୍ଷ ଢଂଗରେ ପ୍ରୟୋଗ କରାଯିବ । ୫ ଅର୍ଥାତ୍ କ୍ରୀଡାତ୍ମକ ଶିକ୍ଷା ଯେଉଁ ଥିରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟ ୩ ବର୍ଷ ସହ ୧ମ ଓ ୨ୟ ଶ୍ରେଣୀ ଅନ୍ତରଭୁକ୍ତ । ସ୍ନାୟୁ ବିଜ୍ଞାନ ଅନୁସାରେ ୮୫% ଶିଶୁଙ୍କ ମସ୍ତିକ ଉନ୍ନତି ୧ରୁ ୬ ବର୍ଷ ମଧ୍ୟରେ ହୋଇଥାଏ , ଅର୍ଥାତ୍ ଜନ୍ମ ମାତ୍ରକେ ତାର ମସ୍ତିକର ଉନ୍ନତି ଆରମ୍ଭ ହୋଇଥାଏ । କିନ୍ତୁ ବିବିଧ ଅବହେଲା ଯୋଗୁ ଏଥିରେ କ୍ଷୟ ଘଟିଥାଏ । ତେଣୁ ଅଧିକ ଆଦର , ପୋଷଣ , ଶାରିରୀକ ଉନ୍ନତି ଓ ସମସ୍ତ ଗୋଟି ଶିଶୁ ଜୀବନରେ ବହୁମୂଲ୍ୟବାନ ସ୍ଥାନ ଗ୍ରହଣ କରିଥାଏ । ଏହି ଶିକ୍ଷାନୀତି ଦ୍ୱାରା ଭାରତରେ ସମସ୍ତ ଗରିବ ଓ ଗ୍ରାମୀଣ ଶିଶୁ ମଧ୍ୟ ଏହି ଶିକ୍ଷାରେ ସାମିଲ ହୋଇ ପାରିବେ । ୩ ଅର୍ଥାତ୍ ବିଭିନ୍ନ କାର୍ଯ୍ୟ ଯେପରିକି ଲିଖନ , ଖେଳ , ଶାରିରୀକ ଶିକ୍ଷା , ଗଣିତ, ବିଜ୍ଞାନ ଅଦି ଏହି ସମସ୍ତ ୩ୟ, ୪ର୍ଥ, ୫ମ ଶ୍ରେଣୀ ରେ ପଢାଯିବା । (୧) ୩ ଅର୍ଥାତ୍ ବୟସ ୧୧-୧୪ ଏବଂ ଶ୍ରେଣୀ ୬ଷ୍ଠ, ୭ମ, ୮ମ, ରେ ସାମାଜିକ, ବିଭିନ୍ନ ବିଷୟରେ ଗଭୀର ଆଲୋଚନା କରାଯିବ । ୪ ଅର୍ଥାତ୍ ୧୪ ରୁ ୧୮ ବର୍ଷ ସହ ଶ୍ରେଣୀ ୯ମ, ୧୦ମ ଓ ଦ୍ୱାଦଶ ରେ କାଯ୍ରା୍ୟତ୍ମକ ଶକ୍ଷା ବିଷୟରେ ଧ୍ୟାନ ଦିଆଯିବ । ଭାଷା କେବଳ ସୂଚନାର ମାଧ୍ୟମ ନୁହେଁ ହେି ପତ୍ୟେକ ବ୍ୟକ୍ତିର ଭାବ ପ୍ରକାଶର ମୂଳମନ୍ତ୍ର । ଏହି ଶିକ୍ଷାନୀତିର ୫ମ ଶ୍ରେଣୀ ବା ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ନିଜ ମାତୃଭାଷାରେ ବା ଆନ୍‌ଚଳିକ ଭାଷାରେ ଶିକ୍ଷାଲାଭ କରିବେ । ଟଜଏ ଟଦ୍ଭୟରକ୍ସ କ୍ସରକ୍ଟ୍ରକ୍ସରଗ୍ଦରଦ୍ଭଗ୍ଧରୟ ଏକ୍ସକ୍ଟଙ୍କକ୍ଟ୍ର କୁ ଅଧିକ ଧ୍ୟାନ ଦେବା ନିମନ୍ତେ ଅର୍ଥାତ୍ ନାରୀ, ଝଞ, ଝଉ, ଙଈଉ ଏ ସମସ୍ତ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଏହି ଶିକ୍ଷାନୀତି ଚୁକ୍ତିବଦ୍ଧ । ସର୍ବ ସମବେଶକ ଶିକ୍ଷା କୁ ଏଥିରେ ଅନ୍ତଭୁକ୍ତ କାରାଯିବ ଓ ଏହା ବହୁ ସ୍ୱାଗତ ଯୋଗ୍ୟ । କାଦମ୍ବରୀ ପୁସ୍ତକରେ ଲିଖିତ ଯେ କଳା ଯେଉଁଥିରେ ସଂଗୀତ , ନୃତ୍ୟ, ଭାଷା, ସାହିତ୍ୟ , ମାଟି କାମ ଭଳି ଅନେକ କଳା ରହିଛି । ଏହି ଭାରତୀୟ ଗ୍ରନ୍ତାଧାରାକୁ ପୁନର୍ବାର ଲାଗୁ କରିବାକୁ ଯାଉଛି (ଏନ୍ ଇ ପି ୨୦୨୦) । ନ୍ତଏହି ଶିକ୍ଷା ବିଜ୍ଞାନ , ଗଣିତ ଓ କଳାର , ଔଷଧ ଓ ପଦାର୍ଥ ବିଜ୍ଞାନର, ସଂସ୍କୃତ ଓ ଅନ୍ତରୀକ୍ଷ ବିଜ୍ଞାନ ମଧ୍ୟରେ ଏକ ବୈବାହିକ ସଂପର୍କ ସ୍ଥାପନ କରାଇବାନ୍ତ । ଜ ବଦ୍ଭୟ ଓ ସଦ୍ଭଙ୍ଖରଗ୍ଦଗ୍ଧଜ୍ଞରଦ୍ଭଗ୍ଧ ଭାରତରେ କେବଳ ୦.୮% , ୨୦୦୮ ମସିହରେ ଥିଲା ।ହା ୨୦୧୪ ରେ ୦.୬୯ % କୁ ଖସିଆସିଥିଲା ଯାହା କି ଟ ଝ ଇ ରେ ୨.୮% ଚୀନ୍ ରେ ୨.୧% ଥିଲା ଦକ୍ଷିଣ କୋରିଆ ରେ ୪.୧% , ଇସ୍ରାଏଲ୍ ରେ ୪.୩% ଥିଲା । ଏହା ଭାରତରେ ଗବେଷଣା କାର୍ଯ୍ୟକୁ ନିମ୍ନସ୍ତରକୁ ନେଇଯିବ । ଯେଉଁ ସମୟରେ ପ୍ରତି ୧ଲକ୍ଷ ଲୋକରେ ଚିନ୍ ରେ ୧୧୧ଜଣ , ଅମେରିକା ରେ ୪୨୩ ଜଣ, ଇସ୍ରାଏଲ୍ ରେ ୮୨୫ ଜନ , ଗବେଷଣା କରୁଥିବା ବେଳେ ଭାରତରେ ଏହା ମାତ୍ର ୧୫ % (ଅର୍ଥନୀତିକ ସର୍ଭେ ୨୦୧୬- ୧୭ ଅନୁସାରେ ) ଡ ଓ ଚ ଙ ଏହା ଅନୁସାରେ ଚୀନ୍ ୧୩୩୮୫୦୩ କ୍ଟ୍ରବଗ୍ଧରଦ୍ଭଗ୍ଧ ବକ୍ଟ୍ରକ୍ଟ୍ରକ୍ଷସମବଗ୍ଧସକ୍ଟଦ୍ଭ ଆମେରିକା ୬୦୫୫୭୧ କ୍ଟ୍ରବଗ୍ଧରଦ୍ଭଗ୍ଧ ପୂର୍ଣ୍ଣ କରିବା ବେଳେ ଭାରତ ଖେବଳ ୪୫୦୫୭ କ୍ଟ୍ରବଗ୍ଧରଦ୍ଭଗ୍ଧ ବକ୍ଟ୍ରକ୍ଟ୍ରକ୍ଷସମବଗ୍ଧସକ୍ଟଦ୍ଭ ପୂର୍ଣ୍ଣ କରୁଛି । ୭୦ % ଘ ଜ ଓ ଙ୍କର ଯୋଗଦାନ ରାହିଛି । ନିଜର ସଂସ୍କୃତିରେ କମ୍ ଗବେଷଣା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗବେଷଣା ଅଭାବ, ବିଶ୍ୱବିଦ୍ୟାଳୟ ଓ ଘ ଜ ଖ ର ଯୋଗାଯୋଗର ବିଛିନ୍ନତା ଭାରତରେ ବହୁ ରୁଗ୍‌ଣ ଗବେଷଣାର ମୂଳକାରଣ । କିନ୍ତୁ ଏହି (ଏନ୍ ଇ ପି ୨୦୨୦) ଗବେଷଣା କ୍ଷେତ୍ରରେ ପ୍ରସାରଣ ବ୍ୟବସ୍ଥାକୁ ଅଧିକ ଧ୍ୟାନ ଦେବା ପାଇଁ ଦୃଢ ନିଷ୍ପତି ଗ୍ରହଣ କରିଛି । ଜ ଝ ଇ ସହିତ ରାଜ୍ୟ ଶିକ୍ଷା ଆୟୋଗ ସମ୍ମିଳତ ସହଯୋଗରେ ବିଭିନ୍ନ ବିଦ୍ୟାଳୟ ଓ ଐ ଓ ଋ ଶିକ୍ଷାର ଉନ୍ନତି, ଗୁଣାତ୍ମକ ଶିକ୍ଷାରେ ଉନ୍ନତି, ପରୀକ୍ଷାର ସଠୋକ୍ ପରିଚାଳନା ହୋଇପାରିବ ବୋଲି ଆଶା ଓ ବିଶ୍ୱାସ ରହିଛି । ଶିକ୍ଷକ ଗୋଟିଏ ଦେଶକୁ ସଠିକ୍ ଦିଗ ପ୍ରଦାନ କରେ ତେଣୁ ଶିକ୍ଷକ ପ୍ରେରଣାଦାୟୀ, ଉଚ୍ଚଶିକ୍ଷିତ , ମାତୃହୃଦୟସଂପନ୍ନ ହେବା ଦରକାର । ସର୍ବୋପରି ଘ ଋ ଚ ୨୦୨୦ ରି ଶିକ୍ଷାନୀତି ଭାରତ କେନ୍ଦ୍ରିକ ଯେଉଁଥିରେ ମାତୃଭାଷା , ସଂସ୍କୃତ ଓ ବିଭିନ୍ନ ଆନ୍‌ଚଳିକ ଭାଷା ର ଗୁରୁତ୍ୱ ରହିବ । ଗବେଷଣା ଦିଗରେ ଧ୍ୟାନ ଦିଆଯିବ, ବିଦ୍ୟାଳୟର ଗଠନ ଓ ଶୈକ୍ଷିକ ବାତା ବରଣ ସୁପରିବର୍ତ୍ତନ ଶିକ୍ଷାରେ କିଛି ନୂତନ ଓ ବହୁଉଚ୍ଚ ପଦେକ୍ଷପ ନିଆଯିବ । ଏହି ନୂତନ ଶିକ୍ଷାନୀତି ପୂର୍ବୂରୁ ୧୯୮୪ରେ ରାଧାକୃଷ୍ଣ କମିଶନ୍ , ୧୯୬୪ ରେ କୋଠାରୀ କମିଶନ୍ ରେ ଆମ ଭାରତର ଆବଶ୍ୟକତା ଭିତିକ ଶିକ୍ଷା ପାଇଁ ସୁପାରିଶ ହୋଇଥିଲା , ୧୮୩୦ ରେ ବ୍ରିଟିଶ ଶିକ୍ଷା ବ୍ୟବସ୍ତାର ଦାସ ପାଲଟି ଗଲୁ , ୧୯୮୬ ରେ ଶେଷ ଶିକ୍ଷାନୀତି ପ୍ରୟଣ ହେଲା । ହେଲେ ଡ. କେ. ରଙ୍ଗନ ଙ୍କ ଶିକ୍ଷାନୀତି ଆଧୁନିକ ହେଲେ ହେଁ ଦେଶର ପାରଂମ୍ପାରିକ ଜ୍ଞାନକୁ ମଧ୍ୟ ପ୍ରୋତ୍ସାହନ ଦେଉଛି । ଏହି ଶିକ୍ଷାନୀତି ନିତାନ୍ତ ରୂପେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ରୟାନ୍ୱୟନ କଲେ ଏହା ଏକ ସଫଳ ରୂପ ଗ୍ରହଣ କରିପାରିବା । ବାସ୍ତବରେ ମୋ ଦେଶ ଭାରତବର୍ଷ ବିଶ୍ୱଗୁରୁର ଆସନରେ ଅଳଙ୍କୁତ ହେବା ଏହି ପରିବର୍ତନ ଏକ ନୂତନ ଦିଗରେ ଭାରତକୁ ପହନ୍‌ଚେଇବା , ଏହା ନିଃସନ୍ଦେହ !!

Comments