ଭାରତୀୟ ଶିକ୍ଷା ବ୍ୟବସ୍ଥା ର ନୂତନ ଅଧ୍ୟାୟ : ଜାତୀୟ ଶିକ୍ଷାନୀତ


ସଂଗୀତା ପଣ୍ଡା 


ଏ ପି ଯେ ଅବଦୁଲ କାଲାମ ଙ୍କ ମତରେ ବିଶ୍ୱ ପରିବର୍ତନ ର ସବୁଠୁ ଶକ୍ତିଶାଳୀ ଅସ୍ତ୍ର ହେଉଛି ଶିକ୍ଷା । ମାତ୍ର ଦୁଃଖ ଓ ପରୀତାପର ବିଷୟ ଆଜି ପର୍ଯ୍ୟନ୍ତ ଯେଉଁ ଶିକ୍ଷା ଆମେ ଗ୍ରହଣ କରୁଥିଲୁ ତାହା କେବଳ ଆମକୁ ଏକ ସାକ୍ଷରତାର ପ୍ରମାଣପତ୍ର ଦେଇ ସ୍ଥାଣୁ ହୋଇଯାଉ ଥିଲା । ଦୀର୍ଘ ବର୍ଷ ର ସ୍ୱାଧୀନତା ପରେ ମଧ୍ୟ୍ୟ ଆମ ଶିକ୍ଷା ବ୍ୟବସ୍ଥା ପ୍ରାଚୀନ ଔପନିବେଶୀକତା ର ବଶବର୍ତ୍ତୀ ହୋଇ ଏଯାବତ ପରାଧୀନତା ର ଶୃଙ୍ଖଳ ରେ ବନ୍ଦୀ ଥିଲା । ମାତ୍ର ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ର କେନ୍ଦ୍ର କ୍ୟାବିନେଟ ର ଅନୁମୋଦନ ପରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି । ଏକଦା ଭାରତ ବିଶ୍‌ବଗୁରୁ ଥିଲା. ଭାରତ ବର୍ଷ ରେ ଥିବା ନାଳନ୍ଦ, ତକ୍ଷଶୀଳା, ପୁଷ୍ପଗିରି ଭଳି ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱ କୁ ଜ୍ଞାନ ର ଆଲୋକ ପ୍ରଦାନ କରୁଥିଲା, କେବଳ ସେତିକି ନୁହେଁ ଭାରତୀୟ ଆୟୁର୍ବ?ଦ, ସଂଗୀତ, କୃଷି ଇତ୍ୟାଦି ଏତେ ଉଚ୍‌ଚକୋଟି ର ଥିଲା ଯେ ଏଥିପାଇଁ ସମୟ କ୍ରମେ ଭାରତ କୁ ଆକ୍ରମଣ ର ଶିକାର ହେବାକୁ ପଡିଲା । ଏହି ଆକ୍ରମଣକାରୀ ମାନଙ୍କ ଦ୍ୱାରା ଭାରତୀୟ ଉତ୍କୃଷ୍ଟ ଶିକ୍ଷା ବ୍ୟବସ୍ଥା ବହୁଳ ଭାବରେ କ୍ଷତ ବିଖ୍ୟତ ମଧ୍ୟ ହେଲା, ଇଂରେଜ ଶାସନ ସମୟ ରେ ଭାରତକୁ ଆହୁରି ଦୃଢ଼ ଭାବେ ପରାଧୀନତାର ଶୃଙ୍ଖଳରେ ବାନ୍ଧି ରଖିବା ପାଇଁ ୧୮୩୬ରେ ମ୍ୟାକୋଲେ ଯେଉଁ ଶିକ୍ଷା ନୀତି ପ୍ରଣୟନ କଲେ ତାହା ସମ୍ପୂର୍ଣ୍ଣ ରୂପେ ଶିକ୍ଷା ର ପାଶ୍ଚାତ୍ୟ କରଣ ଥିଲା ଓ ଭାରତ ର ଶିକ୍ଷା ଭାରତୀୟତା ଠାରୁ ବହୁ ଦୂର ରେ ଥିଲା । ଭାରତ ସ୍ୱାଧୀନ ହେଲା ପରେ ୧୯୮୬ ରେ ଶିକ୍ଷା ନୀତି ଆସିଲା ଯାହାକି ୧୯୯୨ ରେ ସଂଶୋଧନ କରାଯାଇ ଶିକ୍ଷା କ୍ଷେତ୍ର ରେ ପରିବର୍ତନ ଆଣିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଏହା ପ୍ରାଚୀନ ଉପନିବେଶ ବାଦ ଠାରୁ ଦୂରକୁ ଯାଇ ଯୁଗୋପଯୋଗୀ ଶିକ୍ଷା ପ୍ରଚଳନ ରେ ସମ୍ପୂର୍ଣ ଲାଭ ଦାୟକ ହୋଇପାରିଲା ନାହିଁ । ସୁଦୀର୍ଘ ୩୪ବର୍ଷ ର ବ୍ୟବଧାନ ପରେ ଦେଶରେ ନୂତନ ଶିକ୍ଷାନୀତି ଲାଗୁ ହେବାକୁ ଯାଉଛି ଯାହାକୁ ସମସ୍ତ ଭାରତୀୟ ହୃଦୟର ସହ ସ୍ୱାଗତ କରୁଛି । ଦେଶ ର ଶିକ୍ଷାବ୍ୟବସ୍ଥାକୁ ସ୍ୱଦେଶୀ ସ୍ପର୍ଶ ସହ ସୁଦୃଢ ଓ ଯୋଗଉପଯୋଗୀ କରିବା ପାଇଁ ୨୦୧୭ମସିହା ରେ କେ. କସ୍ତୁରୀରଙ୍ଗନ ଏକ ୧୧ ଜଣିଆ କମିଟି ସମଗ୍ର ଦେଶ ର ବୁଦ୍ଧିଜୀବୀ, ଶିକ୍ଷାବିତ ଓ ବିଦ୍ୟାର୍ଥୀ ଙ୍କ ମତ କୁ ଭିତ୍ତି କରି ୨୦୧୯ ର ଘଋଚ ର ସମ୍ପୂର୍ଣ ଡ୍ରାଫ୍ଟ ପ୍ରସ୍ତୁତ କଲେ ଯାହାକି ଗତ ଜୁଲାଇ ୨୯ରେ କେନ୍ଦ୍ର କ୍ୟାବିନେଟ ରେ ଗୃହୀତ ହୋଇଛି । ଏହି ଶିକ୍ଷାନୀତି ଅନୁସାରେ ପୂର୍ବରୁ ଶିକ୍ଷା କ୍ଷେତ୍ର ରେ ଖର୍ଚ୍ଚ ହେଉଥିବା ୩%ଏଊଚ କୁ ବୃଦ୍ଧି କରାଯାଇ ୬%କରାଯିବ ଓ ପ୍ରଧାନମନ୍ତ୍ରୀ ଙ୍କ ଅଧ୍ୟକ୍ଷତା ରେ ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ଗଠନ କରାଯାଇ ସମଗ୍ର ଦେଶ ର ଶିକ୍ଷା ବ୍ୟବସ୍ଥା କୁ ନିୟନ୍ତ୍ରଣ କରାଯିବ ଯଦ୍ୱାରା ଦେଶରେ ଶିକ୍ଷା ର ବ୍ୟବସାୟୀକରଣ କୁ ପୂର୍ଣ୍ଣମାତ୍ରା ରେ ରୋକା ଯାଇ ପାରିବ । ଟେକ୍ନୋଲୋଜି ର ବ୍ୟବହାର କରାଯାଇ କ୍ଟଦ୍ଭକ୍ଷସଦ୍ଭର ଶିକ୍ଷା କୁ ଗୁରୁତ୍ୱ ଦିଆଯିବ । ପୂର୍ବରୁ ଶିକ୍ଷା ଅଧିକାର ଆଇନ ୬ ରୁ ୧୪ ବର୍ଷ ଯାଏଁ କାର୍ଯ୍ୟକାରୀ ହେଉଥିବା ବେଳେ ବର୍ତମାନ ୩ ରୁ ୧୮ ବର୍ଷ ଯାଏଁ ଲାଗୁ ହେବ । ପୂର୍ବରୁ ଥିବା ୧୦+୨ ବ୍ୟବସ୍ଥା କୁ ଉଛେଦ କରାଯାଇ ୫ + ୩ + ୩ + ୪ ବ୍ୟବସ୍ଥା କୁ ଗୁରୁତ୍ୱ ଦିଆଯିବ । ଏହି କ୍ରମରେ ୩ ରୁ ୮ ବର୍ଷ ପର୍ଯ୍ୟନ୍ତ ପ୍ରାକ ପ୍ରାଥମିକ(ପ୍ରଥମ, ଦ୍‌ବିତୀୟ ), ୯ରୁ ୧୧ ପ୍ରାଥମିକ (ତୃତୀୟ ରୁ ପଞ୍ଚମ), ୧୨ ରୁ ୧୪ ମାଧ୍ୟମିକ (ଷଷ୍ଠ ରୁ ଅଷ୍ଟମ) ଏବଂ ୧୫ ରୁ ୧୮ ବର୍ଷ ଯାଏ ଉଚ୍‌ଚ ମାଧ୍ୟମିକ (ନବମ ରୁ ଦ୍ୱାଦଶ ) ଅନ୍ତର୍ଭୁକ୍ତ ହେବ । ସେହିଭଳି ପ୍ରାକ ପ୍ରାଥମିକ ସ୍ତର ରେ କ୍ରୀଡା ଓ ଅନୁସନ୍ଧାନ, ପ୍ରାଥମିକ ସ୍ତର ରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, କୃଷି ଓ ସଂସ୍କୃତ ଶିକ୍ଷା କୁ ପ୍ରଧାନ୍ୟ ଦିଆଯିବା ସହ ମାଧ୍ୟମିକ ସ୍ଥରରେ ଡଧନ୍ଦାମୂଳକ ଶିକ୍ଷା ଓ କମ୍ପୁଟର ଶିକ୍ଷା ଦିଆଯିବ । ପ୍ରାଥମିକ ସ୍ତର ରେ ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯିବ । ବର୍ତମାନ ର ପ୍ରଚଳିତ କଳା, ବିଜ୍ଞାନ ଓ ବାଣିଜ୍ୟ କୁ ଉଛେଦ କରାଯାଇ ଉଚ୍‌ଚ ମାଧ୍ୟମିକ ଶିକ୍ଷା ଦିଆଯିବ ଅର୍ଥାତ ପ୍ରାଣୀ ବିଜ୍ଞାନ ରଖି ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ନିଜ ଇଚ୍‌ଛା ମୁତାବକ ଇତିହାସ କିମ୍ବା ଆକାଉଣ୍ଟାନ୍ସି ରଖି ମଧ୍ୟ ଅଧ୍ୟୟନ କରି ପାରିବ । ଉଚ୍‌ଚଶିକ୍ଷା କ୍ଷେତ୍ର ରେ ମଧ୍ୟ ପରିବର୍ତନ କରାଯାଇ ବର୍ତମାନ ର ସ୍ନାତକ ଡିଗ୍ରୀ କୁ ୪ ବର୍ଷୀୟ କରାଯାଇଛି ଏବଂ ସବୁ ବର୍ଷ ପାଇଁ ସ୍ୱତନ୍ତ୍ର ପ୍ରମାଣପାତ୍ର ର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଦ୍ୟାର୍ଥୀ ଇଛା କଲେ ଯେ କୌଣସି ବର୍ଷ ଶିକ୍ଷା ରୁ ଓହରି ପାରିବ ଏବଂ ପ୍ରବେଶ ମଧ୍ୟ କରିପାରିବ । ପ୍ରଥମ ବର୍ଷ ପୂର୍ତ୍ତିରେ ସାର୍ଟିଫିକେଟ, ଦ୍‌ବିତୀୟ ବର୍ଷ ପୂର୍ତ୍ତି ରେ ଡିପ୍‌ଲୋମା, ତୃତୀୟ ବର୍ଷ ପୂର୍ତ୍ତି ରେ ଡିଗ୍ରୀ ଏବଂ ଚତୁର୍ଥ ବର୍ଷ ପୂର୍ତ୍ତି ରେ ଗବେଷଣା ର ପ୍ରମାଣପତ୍ର ପ୍ରଦାନ କରାଯିବା ର ବ୍ୟବସ୍ଥା ରହିଛି । ଅର୍ଥାତ ବର୍ତମାନ ଶିକ୍ଷା କ୍ଷେତ୍ରରେ ମଲ୍ଟିପଲ ଏଣ୍ଟ୍ରି ଓ ଏକଜିଟ ରହିଛି । ସଂଗୀତ, କୃଷି, ନୃତ୍ୟ, ଔଷଧ ଭଳି ୬୪ପ୍ରକାର କଳା କୁ ଏଥିରେ ଗୁରୁତ୍ୱ ଦିଆଯାଇଛି. ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କୁ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଶୈକ୍ଷଣିକ ବିଶ୍ୱବିଦ୍ୟାଳୟ ଓ ଗବେଷଣାତ୍ମକ ବିଶ୍ୱ ବିଦ୍ୟାଳୟ ଏହିପରି ୩ ଭାଗରେ ବିଭକ୍ତ କରାଯାଇଛି । ସ୍ନାତକୋତ୍ତର ପରେ ଥିବା ଏମ.ଫିଲ ବ୍ୟବସ୍ଥା କୁ ଉଛେଦ କରାଯିବା ସହ ପି ଏଚ ଡ଼ି ଡିଗ୍ରୀ କୁ ୪ ବର୍ଷୀୟ କରାଯାଇଛି । ଗବେଷଣା କ୍ଷେତ୍ର ପାଇଁ ଅଧିକ ବ୍ୟୟ ବରାଦ ସହ ଏହି କ୍ଷେତ୍ର କୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି । ନୂତନ ଶିକ୍ଷା ପଦ୍ଧତି ରେ ଶିକ୍ଷକ -ଶିକ୍ଷା ପଦ୍ଧତି କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି. ଉଚ୍‌ଚ ମଧ୍ୟମିକ ଶିକ୍ଷା ପରେ ବିଦ୍ୟାର୍ଥୀ ୪ ବର୍ଷୀୟ ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷା କ୍ଷେତ୍ର ରେ ପ୍ରବେଶ କରି ପାରିବେ, ଏହି ସମୟ ରେ ସେମାନଙ୍କୁ ସମନ୍ୱିତ ଶିକ୍ଷକ ପ୍ରଶିକ୍ଷଣ ଦିଆଯିବ । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଏକ ନୂତନ ଶିକ୍ଷାନୀତି ହେଲେ ମଧ୍ୟ ଏଥିରେ ଭାରତୀୟତା, ଆଧୁନିକତା ଓ ସର୍ବୋପରି ନୈତିକ ଶିକ୍ଷା କୁ ଗୁରୁତ୍ୱ ଦିଆଯାଇଛି । ଏଣୁ ପ୍ରତ୍ୟେକ ଭାରତୀୟ ଏହି ଶିକ୍ଷା ନୀତି ଠାରୁ ନିଜର ପରବର୍ତୀ ପିଢ଼ି ପାଇଁ ଅନେକ କିଛି ଆଶା କରୁଛି । 

Comments