ସେତେବେଳର ନେତୃତ୍ୱ ଓ ବର୍ତମାନର ନେତୃତ୍ୱ


 ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ୫୨ହଜାର କୋଟି ଟଙ୍କାର ରକ୍ଷା ଉପକରଣ କ୍ରୟ କରାଯାଇଛି । ଯେତେବେଳେ ଏକଦା ଭାରତର ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ ଗୋଳାବାରୁଦ କାରଖାନାରେ ନିଜ ଅଭିଭାଷଣରେ କହିଥିଲେ ଯେ, ଭାରତକୁ ନିଜର ସୁରକ୍ଷା ନେଇ ଚିନ୍ତିତ ହେବାର ଆବଶ୍ୟକ ନାହିଁ ଆମେ ଗୋଳାବାରୁଦ ନିର୍ମାଣ ଅପେକ୍ଷା କଫି ତିଆରି କରିବା ଶିଖିବା ଦରକାର । ଆମର ପଡୋଶୀଙ୍କ ସହ ବହୁତ ଭଲ ସମ୍ପର୍କ ଅଛି ତେଣୁ ଆମ ଉପରେ କେହି ଆକ୍ରମଣ କରିପାରିବେ ନାହିଁ ବୋଲି ଯୁକ୍ତି ରଖୁଥିବା ସେତେବେଳର ନେତୃତ୍ୱ ଓ ଭାରତକୁ ନିଜର ସାର୍ବଭୌମତ୍ୱର ରକ୍ଷା ପାଇଁ ପ୍ରତିରକ୍ଷାର ଆଧିନିକିକରଣ ଓ ବିଶ୍ୱଶ୍ରେଣୀର କରିବାକୁ ପଡିବ ଯଦ୍ୱାରା ଆମର ପଡୋଶୀ ଆମକୁ ନାଲି ଆଖି ଦେଖାଇ ପାରିବେ ନାହିଁ ବୋଲି ଯୁକ୍ତି ବାଢୁଥିବା ବର୍ତମାନର ନେତୃତ୍ୱ ମଧ୍ୟରେ ଆକାଶ ପାତାଳର ଫରଖ । ଯାହାର ପରିଣାମ ସେତେବେଳର ଭାରତ ଉପରେ ଚୀନ ଆକ୍ରମଣ କରି ଭାରତର ଅନେକ ଅଂଚଳ ନେଇଗଲା ଓ ଅନେକ ସୈନିକ ସହୀଦ ହୋଇଥିଲେ । କିନ୍ତୁ ବର୍ତମାନର ଭାରତକୁ ଆଡ ଆଖିରେ ଚାହିଁବା ପୂର୍ବରୁ ଶତ୍ରୁକୁ ଭାରତର ପ୍ରତିରକ୍ଷା ସାମର୍ଥ୍ୟକୁ ଦେଖିବାକୁ ପଡୁଛି । ଏଥିରେ ରାଫେଲ, ଚିନୁକ, ଆପାଚେ , ରୋମିଓ, ଟି-୯୦, ମିରାଜ, ସ୍ପାଇସ -୨୦୦୦,ମିଗ, ବୋଫର୍ସ, ପରି ବିଦେଶୀ ପ୍ରତିରକ୍ଷା ଉପକରଣ ଥିବା ବେଳେ ଏବେ ଦେଶରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ରକ୍ଷା ଉପକରଣର ଏକ ଲମ୍ବା ତାଲିକା ରହିଛି । ଅଗ୍ନୀ , ଆକାଶ,ପୃଥ୍ୱୀ, ନାଗ ଓ ବ୍ରହ୍ମୋଶ ପରି କ୍ଷେପଣାସ୍ତ୍ର ନିର୍ମାଣ କରି ଭାରତ କ୍ଷେପଣାସ୍ତ୍ର ଜଗତରେ ଗୋଟିଏ ପରେ ଗୋଟିଏ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ନର୍ମାଣ କରି ସମଗ୍ର ବିଶ୍ୱରେ ଏହାର ରକ୍ଷା ଉପକରଣ ଉପରେ ଆସ୍ଥା ଓ ଭରୋସା ଜିତିବାରେ ସକ୍ଷମ ହୋଇଛି । ବ୍ରହ୍ମୋଶ କ୍ଷେପଣାସ୍ତ୍ର କ୍ରୟ ପାଇଁ ଭିଏତନାମ , କାମ୍ବୋଡିଆ, ସିଙ୍ଗାପୁର, ଆର୍ମେନିଆ ପରି ଦେଶ ଉତ୍ସୁକତା ଦେଖାଇଛନ୍ତି । ଭାରତ ସରକାର ଭାରତରେ ନିର୍ମିତ ସ୍ୱଦେଶୀ ରକ୍ଷାଉପକରଣ ରପ୍ତାନୀରେ ଅଭୁତପୂର୍ବ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ସ୍ୱଦେଶୀ ଘରୋଇ ଉଦ୍ୟୋଗ ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ନିଷ୍ପତି ନେଇଛନ୍ତି ।

Comments