ରାକେଶ କୁମାର ବାରିକ
ଶିକ୍ଷା ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଯେ କୌଣସି ରାଷ୍ଟ୍ରର ଅଗ୍ରଗତି ପାଇଁ ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୁଣ୍ଣ । ରାଷ୍ଟ୍ରର ମେରୁଦଣ୍ଡକୁ ସୁଦୃଢ କରିବାରେ ଶିକ୍ଷାର ଅବଦାନ ଅପରିହାର୍ଯ୍ୟ । ଶିକ୍ଷା ବ୍ୟକ୍ତି ବିଶେଷକୁ ସମୃଦ୍ଧର ରାସ୍ତା ଦେଖାଏ । ଆବହମାନ କାଳର ଗୁରୁକୁଳ ଶିକ୍ଷା ଠାରୁ ଆରମ୍ଭ କରି ଏକବିଂଶ ଶତାଦ୍ଧୀର ଭାରତରେ ଶିକ୍ଷା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ତେବେ ସମୟର ସୋତ୍ରରେ ଜାତୀୟ ଶିକ୍ଷା ନିତି ୨୦୧୯ ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନର ଆଭାଷ ଦେବା ସହ, ଛାତ୍ର ସମାଜର ସ୍ୱର୍ଣ୍ଣିମ ଭବିଷ୍ୟତ ପାଈଂ ମୁଳଦୂଆ ପକାଇଛି । ଜାତୀୟ ଶିକ୍ଷା ନୀତି କଣ? ଆମେ କହିପାରିବା ଯେ ଜାତୀୟ ଶିକ୍ଷା ନୀତି ଏକ ମାଧ୍ୟମ ଯାହା ଛାତ୍ରଛାତ୍ରୀଙ୍କୁ ନିଜ ଇଛା ମୁତାବକ ପାଠ ପଢିବାକୁ ପ୍ରେରଣା ଯୋଗାଇଥାଏ । ବିଦ୍ୟାର୍ଥୀ ମାନେ ନିଜ ପସନ୍ଦ ମୁତାବକ ଶିକ୍ଷା ଗ୍ରହଣ କରିପାରିବେ । ଉଦାହରଣ ସ୍ୱରୁପ ରସାୟନ ବିଜ୍ଞାନ ପଢୁଥିବା ପିଲାଟି ଈତହାସ, ଦର୍ଶନଶାସ୍ତ୍ର ମଧ୍ୟ ପଢିପାରିବ । ଭବିଷ୍ୟତରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଏହା ପରିବର୍ତନ ଆଣିପାରିବ । ଦୀର୍ଘ ୩୪ ବର୍ଷ ବ୍ୟବଧାନ ପରେ ଲାଗୁ ହୋଇଥିବା ଏହି ଜାତୀୟ ଶିକ୍ଷା ନିତୀ ଭାରତୀୟ ଜୀବନ ମୁଲ୍ୟବୋଧକୁ ନୂଆ ପରିଚୟ ଦେବ । ପ୍ରାଥମିକ ସ୍ତରରୁ ଏହା ମୁଳଦୁଆ ପକାଇ ଶିଶୁର ବାସ୍ତବତାକୁ ବିକଶିତ କରିବ । ବିଦ୍ୟାଳୟର ପାଠ୍ୟକ୍ରମ ୧୦+୨ ସଂରଚନାକୁ ବଦଳାଇ କରାଯାଇଥବା ୫+୩+୩+୪ ଶିଶୁର ମାନସିକ ଅଧୟନର ବିକାଶ ପାଇଁ ଏକ ଗୁରୁତ୍ୱପୁଣ୍ଣ ଭୁମିକା ଗ୍ରହଣ କରିବ । ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଶିକ୍ଷାଦାନରେ ହୋଇଥିବା ସଂସ୍କାର ଏକବିଂଶ ଶତାଦ୍ଦୀର କୌଶଳ ସହ ସଜ୍ଜିତ କରି ବିଦ୍ୟାର୍ଥୀମାନଙ୍କ ସାମଗ୍ରକ ବିକାଶ ପାଇଁ ଲକ୍ଷ୍ୟ ରଖିବ । ଅତ୍ୟାବଶକ ଶିକ୍ଷଣ ଏବଂ ସମାଲୋଚିତ ଚିନ୍ତାଧାରାକୁ ହ୍ରାସ କରିବା ପାଇଁ ପାଠ୍ୟକ୍ରମର ବିଷୟବସ୍ତୁକୁ କମାଇବା ସହ ଅଭିଜ୍ଞ ଶିକ୍ଷଣ ଉପରେ ଅଧିକ ଧ୍ୟାନ ଦେବ । କଳା , ବିଜ୍ଞାନ , ଅତିରିକ୍ତ ପାଠ୍ୟକ୍ରମ , ଧନ୍ଦାମୂଳକ ଶିକ୍ଷାରେ ପୃଥକତା ରହିବ ନାହ୍ନି । ଯାହା ଦ୍ୱାରା ବିଦ୍ୟାର୍ଥୀ ମାନେ ଅନ୍ୟାନ୍ୟ ବିଷୟରେ ଜ୍ଞାନ ଅର୍ଜନ କରିପାରିବେ । ୬ଷ୍ଟ ଶ୍ରେଣୀରୁ ଆରମ୍ଭ ହେବାକୁ ଥିବା ଧନ୍ଦାମୂଳକ ଶିକ୍ଷା ବିଦ୍ୟାର୍ଥୀ ମାନଙ୍କ ପାଇଁ ବରଦାନ ସଦୃଶ । ସେମାନେ ପିଲାବେଳୁ ଆତ୍ମନିର୍ଭରଶୀଳ ହୋଇ ପାରିବେ । ଯାହା ଭବିଷ୍ୟତରେ ସେମାନଙ୍କୁ ବେରୋଜଗାରରୁ ନିବୃତ କରିବ । ସମାଜର ପ୍ରତ୍ୟକ ଚ୍ୟାଲେନଜ ସେମାନେ ନେଇପାରିବେ । ଏତେ କମ ବୟସରୁ ସେମାନେ ସଠିକ୍ ଟ୍ରେନଂ ହୋଇପାରିବେ । ତେବେ ୬ଷ୍ଟ ଶ୍ରେଣୀରୁ ସେମାନେ କିପରି ସଠିକ ଭାବରେ ଆଭ୍ୟନ୍ତରୀଣ ପ୍ରଶିକ୍ଷଣ ନେଇ ପାରିବେ ସେ ବିଷୟରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡିବ । ଉଦାହରଣସ୍ୱରୁପ ତା ପାଇଂ ସଙ୍ଗୀତ ଶିକ୍ଷା ଗୁରୁତ୍ୱ ନା ଆଉ କିଛି? ସେଥିପାଇଁ ଜାତୀୟ ଶିକ୍ଷା ନୀତିରେ ଥିବା ଧନ୍ଦାମୂଳକ ଶିକ୍ଷା ବିଷୟରେ ଚିନ୍ତା କରିବାର ଆବଶ୍ୟକ ଅଛି । କାରଣ ଛାତ୍ରର ଭବିଷ୍ୟତ ପାଇଁ ଏହା ନିର୍ଣ୍ଣିାୟକ ଭୁମିକା ନେଇପାରେ । ଅଭିଭାବକ ମାନେ ମଧ୍ୟ ଏଥି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକ ରହିଛି । ବହୁଭାଷୀତା ଏବଂ ଭାଷାର ଶକ୍ତିକୁ ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ । ପିଲା ମାନଙ୍କୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ଆନଚଳିକ ଭାଷା, ସ୍ଥାନୀୟ ଭାଷାରେ ଶିକ୍ଷା ଦେବା ଦ୍ୱାରା ସେମାନଙ୍କ ୁଉପରେ କମ୍ ଚାପ ରହିବ, ଯଦ୍ୱାରା ସେମାନେ ସହଜରେ ଶିକ୍ଷା ଗହ୍ରଣ କରିପାରିବେ । ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ସେମାନେ ଇଂରାଜୀ ନପଢିଲେ କିପରି ସବୁ ଜାଣି ପାରିବେ । ଜାପାନ,ଫ୍ରାନ୍ସ ସମେତ ଅନେକ ଦେଶ ଅଛନ୍ତି ଯେଉଁ ମାନେ ସ୍ଥାନୀୟ ଭାଷା ଓ ମାତୃଭାଷାରେ ଶିକ୍ଷା ଗ୍ରହଣ କରି ନିଜ ରାଷ୍ଟ୍ରକୁ ଉନ୍ନତି ଶିଖରରେ ପ୍ରତିପାଦନ କରିଛନ୍ତି । ଭାଷା ଯୋଗାଯୋଗର ଏକ ମାଧ୍ୟମ ସାଜି ନିଶ୍ଚିତ ଭାବରେ ବାଲ୍ୟବସ୍ତାରୁ ଛାତ୍ରର ଉନ୍ନତିରେ ସହାୟକ ହେବ । ବାଲ୍ୟବସ୍ତାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିବ । ସାମାଜିକ ଓ ଅର୍ଥନୈତିକ ଗୋଷ୍ଟୀ ଉପରେ ଗୁରୁତ୍ୱ ଦିଆଯିବା ,ଯେଉଁଥରେ ଲିଙ୍ଗ, ସାମାଜିକ-ସାଂସ୍କୃତିକ ଏବଂ ଭୌଗଳିକତାକୁ ପ୍ରାଧାନ୍ୟ ଦିଆଯାଇଛି । ଭିନ୍ନକ୍ଷମ ପିଲାମାନେ ମୂଳପର୍ଯ୍ୟାୟରୁ ଊଚ୍ଚଶିକ୍ଷା ପର୍ଯ୍ୟନ୍ତ ନିୟମିତ ବିଦ୍ୟାଳୟ ପକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇବେ, ତା ସହ ସେମାନେ ବିଭିନ୍ନ ପ୍ରକାରର ତାଲିମ୍ ପାଇବେ । ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପ୍ରତ୍ୟକ ଜିଲ୍ଲା ଓ ରାଜ୍ୟକୁ କେ ବିଶେଷ ଦିନିକିଆ ବୋର୍ଡିଁ ସ୍କୁଲ ଭାବରେ; ବାଲ୍ଭବନ ପ୍ରତିଷ୍ଠା ହେବା ସହ ବୃତି ଓ ଖେଳ ସମ୍ବନ୍ଧୀୟ କା୍୍ର୍ଯକଳାପକୁ ଉତ୍ସାହିତ କରାଯିବ । ଏହା କେବଳ ଭାରତୀୟ ଶିକ୍ଷା ବ୍ୟବସ୍ଥା ନୁହ୍ନେ ବରଂ ସମଗ୍ର ଭାରତ ପାଇଂ ଏକ ସର୍ଣ୍ଣିମ ଯୁଗର ଆଭାଷ ହେବ । ବିଶେଷ କରି ଆମ ଦେଶରେ ଶିକ୍ଷକ ଟ୍ରେନିଂ ଓ ମହିଳା ଶିକ୍ଷାକୁ ଏହା ଗୁରୁତ୍ୱ ଦେବ । ଯଦ୍ୱାରା ନାରୀ ସଶକ୍ତିକରଣରେ ଏହା ପ୍ରମୁଖ ଭୁମିକା ଗ୍ରହଣ କରିବ ( ନାରୀ ହେଲେ ପାଠୋଇ ଦେଶ ଯିବ ଆଗେଇ) । ଏହି ନୀତିରେ ବ୍ୟାପକ ଆଧାରିତ, ବହୁ ଶୃଙ୍ଖଳିତ, ନମନୀୟ ପାଠ୍ୟକ୍ରମ ସହ ସ୍ମାତକଶିକ୍ଷା, ଧନ୍ଦାମୂଳକ ଶିକ୍ଷାର ଏକୀକରଣ ଏବଂ ଉପଯୁକ୍ତ ପ୍ରମାଣପତ୍ର ସହିତ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ମଧ୍ୟ ଧାରଣ କରା୍ଯାଇଛି । ଏହି ଅବଧି ମଧ୍ୟରେ ଏକାଧିକ ପ୍ରସ୍ଥାନ ବିକଳ୍ପ ଏବଂ ଉପଯୁକ୍ତ ପ୍ରମାଣପତ୍ର ସହ ସ୍ମାତକ ଶିକ୍ଷା ୩ରୁ ୪ବର୍ଷ ହୋଇପାରେ । ଉଦାହରଣ ସ୍ୱରୁପ ,୧ବର୍ଷ ପରେ ସାର୍ଟିଫିକେଟ୍, ୨ବର୍ଷ ପରେ ଆଡଭାନ୍ସ ଡିପ୍ଲୋମା, ୩ବର୍ଷ ପରେ ସ୍ନାତକ ଏବଂ ୪ବର୍ଷ କୌଣସି ବିଷୟରେ ପରେ ରିସର୍ଚ୍ଚ ସହ ସ୍ନାତକ ଡିଗ୍ରୀ ସାର୍ଟିଫିକେଟ୍ ପ୍ରାପ୍ତି ହେବ । ଆଡମିସନ ପରେ ମଧ୍ୟ ଅଧାରୁ ଟି.ସି ନେଇ ଅନ୍ୟ କୌଣସି ବିଷୟରେ ପାଠ ପଢିହେବ । ଏହା ଦ୍ୱାରା କୌଣସି ଛାତ୍ର ଅନ୍ୟ ବିକଳ୍ପ କ୍ଷେତ୍ରରେ ମଧ୍ୟ ମନୋନିବେଶ କରି ଭବିଷ୍ୟତ ସୁରକ୍ଷିତ ରହିବ । ମଲ୍ଟିଡିସିପ୍ଲିନାରୀ ଏଜୁକେଶନ୍ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି , ଆଇଆଇଟି, ଆଇଆଇଏମ୍ ସହିତ ସମାନ ରାଷ୍ଟ୍ରରେ ସର୍ବଭାରତୀୟ ମାନ୍ୟତାର ସର୍ବଶ୍ରେଷ୍ଟ ଶିକ୍ଷାର ମଡେଲ୍ ଭାବେ ପ୍ରତିଷ୍ଠା ହେବ । ଉଚ୍ଚ ଶିକ୍ଷାରେ ଗବେଶଣା ସୃଷ୍ଟି କରିବା ଉଦେଶ୍ୟରେ ଜାତୀୟ ଅନୁସନ୍ଧାନ ଫାଉଣ୍ଡେସନ ଏକ ସର୍ବୋଚ୍ଚ ସଂସ୍ଥା ଭାବରେ ସୃଷ୍ଟି ହେବ । ଏହା ଦ୍ୱାରା ବିଦ୍ୟାର୍ଥୀ ମାନେ ରସ୍ର୍ଚ କ୍ଷମତା ବୃଦ୍ଦି କରିପାରିବେ । ବିଦ୍ୟାର୍ଥୀ ମାନେ ବିଦେଶ ନଯାଇ ଆମ ଦେଶରେ ରିସର୍ଚ୍ଚ କରି ଅର୍ଥନୈତିକ ପ୍ରଗତିରେ ସହାୟକ ହେବେ । ଆତ୍ମନିର୍ଭର ଭାରତ ପାଇଁ ଏହା ନୁତନ ଯୁଗର ଅଭ୍ୟୁଦୟ ହେବ । ଶିକ୍ଷାର ଆନ୍ତର୍ଜାତୀୟକରଣ ସହଜ କରିବା ପାଇଂ ଭୁମିକା ଗ୍ରହଣ କରିବ । ବରିଷ୍ଟ ଓ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ନେଇ ମେନ୍ଟରିଂ ମିଶନ ହେବ । ବୃତିଗତ ସହାୟତା ପ୍ରତିଷ୍ଠା କରିବା ପାଇଁ ଏକ ଜାତୀୟ ମିଶନ ପ୍ରତିଷ୍ଠା କରାଯିବ । ଜନଜାତି ଓ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ଯୋଗ୍ୟତାକୁ ଉତ୍ସାହିତ କରିବା ପାଇଁ ପ୍ରୟାସ କରାଯିବ । ଜାତୀୟ ସ୍କଲାରସିପ୍ ପୋର୍ଟାଲକୁ ବିସ୍ତାର କରି ଛାତ୍ରବୃତି ଗ୍ରହଣ କରୁଥିବା ପିଲାମାନଙ୍କ ପାଇଂ ସମସ୍ତ ସୁବିଧା ସୁଯୋଗ ଦିଆଯିବ । ଯାହା ତାଙ୍କୁ ପାଠ ପଢିବାକୁ ପ୍ରୋତ୍ସହିତ କରିବ । ଅନଗ୍ରସର ଛାତ୍ରଛାତ୍ରୀନଙ୍କ ପାଇଁ ଏହା ଆର୍ଥିକ ସମସ୍ୟା ଦୂର କରିବ । ଅନଲାଇନ ପାଠ୍ୟକ୍ରମ ଏବଂ ଡିଜିଟାଲ୍ ରେପୋଜିଟୋରୀ , ରିସର୍ଚ୍ଚ ଆଦି ଜି.ଇ.ଆର ବୃଦ୍ଧିରେ ପ୍ରମୁଖ ଭୁମିକା ଗ୍ରହଣ କରିବ । ମହାମାରୀ ଏବଂ ମହାମାରୀର ସମ୍ପ୍ରତି ବୃଦ୍ଧି ହେତୁ ଅନଲାଇନ ଶିକ୍ଷା ଏବଂ ଡିଜିଟାଲ୍ ଶିକ୍ଷାକୁ ନୁତନ ପ୍ରଣାଳୀ ଅବଲମ୍ବନ କରି ପ୍ରୋତ୍ସାହିତ କରିବ କାରଣ ବର୍ତମାନ ପରିସ୍ଥିତିରେ ପାରମ୍ପାରିକ ଶିକ୍ଷାର ଧାରା ସମ୍ଭବ ନୁହେଁ । ତେଣୁ ଉଭୟ ବିଦ୍ୟାଳୟ ଓ ଉଚ୍ଚଶିକ୍ଷାର ଇ-ଶିକ୍ଷା ଆବଶ୍ୟକ ଦୃଶ୍ଟିରୁ ଡିଜିଟାଲ୍ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଏହା ବିଦ୍ୟାର୍ଥୀଙ୍କ ପାଇଁ ହିତ ସାଧନ ହୋଇ ମହାମାରୀ ସମୟରେ ଶିକ୍ଷା ଗ୍ରହଣ ପାଈଁ ପ୍ରମୁଖ ଭୁମିକା ଗ୍ରହଣ କରିବ । ଟେକ୍ନୋଲୋଜୀକୁ ଏଥିରେ ଗୁରୁତ୍ୱ ଦିଆଯାଇଛି । ଭାରତୀୟ ଶିକ୍ଷା ବ୍ୟବସା୍ଥରେ ପ୍ରଥମ ଥର ପାଇଁ ଭାରତୀୟ ଭାଷାକୁ ଗୁରୁତ୍ୱ ଦିଆଯାଇଛି । ଶିକ୍ଷାନୁଷ୍ଠାନରେ ସଂସ୍କୃତ ବ୍ୟତିତ ତାମିଲ, ତେଲୁଗୁ, ଓଡିଆ , ଫାରସି , ମାଲାୟଲମ, ପାଳି, କନ୍ନଡ ଆଦି ଭାରତୀୟ ଭାଷାକୁ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ଆମ ଭାଷା ବିଶ୍ୱ ବନ୍ଦିତ ହୋଇପାରିବ । ବୃତିଗତ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବୈଷିୟକ ବିଶ୍ୱବିଦ୍ୟାଳୟ, ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଆଇନ ଓ କୃଷି ବିଶ୍ୱ ବିଦ୍ୟାଳୟକୁ ଗୁରୁତ୍ୱ ଦିଆଯାଇଛି ଯାହା ଭାରତକୁ ଏକ ସମୃଦ୍ଦ ରାଷ୍ଟ୍ରରେ ପ୍ରତିପାଦନ କରିବାରେ ଅଗ୍ରଣୀ ଭୁମିକା ଗ୍ରହଣ କରିବ । ବୃତିଗତ ଶିକ୍ଷା ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିବ । ଆତ୍ମନିର୍ଭର ଭାରତ ପାଇଁ ଏହା ମୁଖ୍ୟ ଭୁମିକା ଗ୍ରହଣ କରିପାରେ । ଜାତୀୟ ଶିକ୍ଷା ନୀତି ଯୁବ ଓ ପ୍ରାପ୍ତ ବୟସ୍କ ଶିକ୍ଷା ଶତ ପ୍ରତିଶତ ପୂରଣ କରିବାକୁ ଲକ୍ଷ୍ୟ ରଖିଛି । ଏହା ଭାରତକୁ ଏକ ନୂତନ ଦିଗନ୍ତର ବାର୍ତା ଦେବ । କାରଣ ଶିଖିତ ସମାଜ ସର୍ବଦା ସମାଜର ଉନ୍ନତିରେ ମେରୁଦଣ୍ଡ ହୋଇ ଛିଡା ହେବ । ସବୁଠାରୁ ଉଲ୍ଲେଖନୀୟ କଥା ଶିକ୍ଷା କ୍ଷେତ୍ରରେ ଜି.ଡି.ପି କୁ ୬ପ୍ରତିଶତକୁ ବୃଦ୍ଧି କରାଯାଇଛି, ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଆଗରୁ ଏହା ବହୁତ କମ୍ ଥିଲା, ଯାହା ଶିକ୍ଷାର ଅଗ୍ରଗତିରେ ବାଧକ ହୋଇଥିଲା । ଜାତୀୟ ଶିକ୍ଷାନିୀତ କେବଳ ବିଦ୍ୟାର୍ଥୀ ମାନଙ୍କୁ ଚାକିରି ଦେବାରେ ସାହାଯ୍ୟ ଦେବ ନାହ୍ନି, ସେମାନଙ୍କ କର୍ମମୟ ଜୀବନରେ ନୂତନ ଆଲୋକର ଆଶା ହୋଇ ଜୀବନ ସଂଗ୍ରାମର ପ୍ରତିକ୍ଷେତ୍ରରେ ସହାୟକ ହେବ । ଭାରତୀୟ ଜୀବନ ମୁଲ୍ୟବୋଧ ଓ ଭାରତୀୟ ସଂସ୍କୃତି ଉପରେ ଆଧାରିତ ଜାତୀୟ ଶିକ୍ଷା ନୀତି ବିଦ୍ୟାର୍ଥୀ ମାନଙ୍କ ବୁଦ୍ଧିର ବିକାଶ କରିବା ସହ ସମାଜର ପ୍ରତିଟି କ୍ଷେତ୍ରରେ ସେମାନଙ୍କୁ ସଫଳତା ପ୍ରାପ୍ତି କରାଇବ । ପାଇଁ ଭାରତର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ଜାତୀୟ ଶିକ୍ଷାନୀତ ଯଥାଶୀଘ୍ର ଲାଗୁ ହେବା ଜରୁରୀ । ତେବେ ପ୍ରଶ୍ନ ଉଠୁଛି ଏହା ଭାରତର ବୈପ୍ଲବିକ ପରିବର୍ତନ ଆଣିବାରେ କେତେ ଦୂର ସଫଳ ହେବ ?
Comments
Post a Comment