ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ, ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଅର୍ନ୍ତନିହିତ ଗୁଣ ଓ କ୍ଷମତା ରହିଛି ।ତାହାର ପରିପ୍ରକାଶ ହିଁ ‘ଶିକ୍ଷା’ । କିନ୍ତୁ ଦୁଃଖର ବିଷୟ ଆମେ ଶିକ୍ଷା ଦେବା ନାମରେ ଛାତ୍ର ଉପରେ କେବଳ ବାହାରୁ ବିଭିନ୍ନ ବିଷୟ ଲଦି ଦେବାରେ ବ୍ୟସ୍ତ ଅଛୁ । କେବଳ ସାର୍ଟିଫିକେଟ୍ ଅର୍ଜନ କରିବା ଆଜିର ଶିକ୍ଷାର ମୂଳ ଉଦ୍ଦେଶ୍ୟ ହୋଇଯାଇଛି ।
ଏଇକିଛି ଦିନ ତଳେ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ସମ୍ବଳିତ ଏକ ପ୍ରସ୍ତାବ କେନ୍ଦ୍ରୀୟ ମାନବ ସଂଶୋଧନ ବିକାଶମନ୍ତ୍ରଣାଳୟ(MHRD)ଙ୍କୁ ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରସ୍ତାବ ସମିତିର ଅଧ୍ୟକ୍ଷ ମହାନ ବୈଜ୍ଞାନିକ ଡଃ କସ୍ତୁରୀ ରଙ୍ଗନ ପ୍ରଦାନ କରିଛନ୍ତି । ୧୧ ଜଣ ସଦସ୍ୟ ଏହି ପ୍ରସ୍ତାବ ସମିତି ଦୁଇବର୍ଷ ମଧ୍ୟରେ ଦେଶରେ ଶିକ୍ଷା ସମ୍ବନ୍ଧିତ ଅନେକ ସଂସ୍ଥା ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସାଧାରଣ ଜନତାଙ୍କ ଠାରୁ ରାୟ ସଂଗ୍ରହ କରି ବିକାଶ କରିଥିବା ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିକୁ କେନ୍ଦ୍ର କ୍ୟାବିନେଟ ଦେଶରେ ଲାଗୁ କରିବା ପାଇଁ ମଞୁରୀ ପ୍ରଦାନ କରିଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆସନ୍ତୁ ଏହି ଶିକ୍ଷା ନୀତିରେ ଥିବା କିଛି ମୁଖ୍ୟବିନ୍ଦୁ ସମ୍ବନ୍ଧରେ ଆଲୋଚନା କରିବା ।
ଶିକ୍ଷାରେ ସାମଗ୍ରିକ ଚିନ୍ତନ : ପୂର୍ବରୁ ଆମେ ଶିକ୍ଷାକୁ ଭାଗ ଭାଗ କରି ଚିନ୍ତା କରୁଥିଲୁ । ଶିକ୍ଷା କହିଲେ କେବଳ କିଛି ସୂଚନା ସଂଗ୍ରହ ନୁହଁ କିମ୍ବା କେବଳ ମସ୍ତିଷ୍କ (Mind) ସହିତ ହୃଦୟ, ହସ୍ତ, ପାଦ ସମସ୍ତଙ୍କ ବିକାଶ ହେବା ଉଚିତ୍ । ଅର୍ଥାତ ଶିକ୍ଷା ପ୍ରାପ୍ତ ଦ୍ୱାରା ବୁଦ୍ଧିର ବିକାଶ ସହିତ ହୃଦୟ ବିକାଶ ଅର୍ଥାତ ସମାଜ ପାଇଁ ଭଲ ମନୁଷ୍ୟ ତଥା ନିଜେ ରୋଜଗାରକ୍ଷମ ଅର୍ଥାତ୍ ନିଜର ହସ୍ତପଦ କାର୍ଯ୍ୟର ବିକାଶ ମଧ୍ୟ ହେବା ଉଚିତ । ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଏଥିପ୍ରତି ଧ୍ୟାନ ରଖାଯାଇଛି ।
ନ୍ୟୁନତମ ଶିକ୍ଷା ବାରବର୍ଷ ବଦଳରେ ପନ୍ଦର ବର୍ଷ : ପୂର୍ବରୁ ଆମର ସ୍କୁଲ ଶିକ୍ଷା ୬ ବର୍ଷର ଆରମ୍ଭ ହେଉଥିଲାଏବଂ ଦ୍ୱାଦଶ ଶ୍ରେଣୀରେ ସମାପ୍ତ ହେଉଥିଲା କିନ୍ତୁ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ପ୍ରାକ୍ ପ୍ରାଥମିକ(pre primary) ନାମରେ ପ୍ରଥମ ଶ୍ରେଣୀ ପୂର୍ବରୁ ୩ ବର୍ଷଶିକ୍ଷା ଦେଉଥିଲେ । ରାଷ୍ଟ୍ରୀୟ ଶିକ୍ଷାନୀତି ଏହାକୁ ମଧ୍ୟ ବିଧିବିଧ ଭାବେ ଶିକ୍ଷାରେ ସାମିଲ କରି ଶିକ୍ଷାର ଅବଧିକୁ (୫+୩+୩+୪) ବର୍ଷ ପାଇଁ ପ୍ରସ୍ତାବ ଦିଆଯାଇଛି । ଅର୍ଥାତ ୫ ବର୍ଷ ପ୍ରାକ୍ ପ୍ରାଥମିକ ପ୍ରଥମ ଓ ଦ୍ୱିତୀୟଶ୍ରେଣୀ ପର୍ଯ୍ୟନ୍ତ ୩ ରୁ ୮ ବର୍ଷବୟସ, ପ୍ରାଥମିକତୃତୀୟ, ଚତୁର୍ଥ, ପଂଚମ ଶ୍ରେଣୀ ପର୍ଯ୍ୟନ୍ତ, ଉଚ୍ଚ ପ୍ରାଥମିକ ଷଷ୍ଠ,ସପ୍ତମ, ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଉଚ୍ଚ ମାଧ୍ୟମିକ ନବମ, ଦଶମ, ଏକାଦଶ, ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ । ପ୍ରଥମ ଭାଗଖେଳଖେଳରୁ ଶିକ୍ଷା (Play Based) ଦ୍ୱିତୀୟଭାଗ- କ୍ରିୟାଯୁକ୍ତ ଶିକ୍ଷା (Activity Based), ତୃତୀୟଭାଗଶିକ୍ଷାଣାତ୍ମକ (Leaving Based) ଓ ଚତୁର୍ଥ ଭାଗ - କାର୍ଯ୍ୟାତ୍ମକ(Working Based))ଶିକ୍ଷା ହେବା ଉଚିତ ବୋଲି ପ୍ରସ୍ତାବ ଦିଆଯାଇଛି ।
ଶିକ୍ଷା ଅଧିକାର ଆଇନ(RTE) : ପୂର୍ବରୁ ଶିକ୍ଷାଧିକାର ଆଇନ (୬-୧୪ ବର୍ଷ) ଲାଗୁ ହୋଇଥିଲା ।ବର୍ତମାନ ଏହା (୩-୧୮ ବର୍ଷ) ହେଉ ବୋଲି ଏହି ଶିକ୍ଷାନୀତିରେ ପ୍ରସ୍ତାବ ଦିଆଯାଇଛି । ଏକ ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡିଛି ଯେ ଶିଶୁର ସର୍ବାଙ୍ଗୀନ ବିକାଶ ୩ରୁ ୮ ବର୍ଷ ପର୍ଯ୍ୟନ୍ତ ଦୃତବେଗରେ ହୋଇଥାଏ ।
ରାଷ୍ଟ୍ରୀୟ ଶିକ୍ଷା ଆୟୋଗର ଗଠନ : ଶିକ୍ଷାରଏକାଗ୍ର ଓ ଦୂତବିକାଶ ପାଇଁ ନିର୍ବାଚନ ଆୟୋଗ, ମାନବାଧିକାର ଆୟୋଗ ଭଳି ଏକ ଉଚ୍ଚ ସାମ୍ବିଧାନିକ ସଂସ୍ଥାରାଷ୍ଟ୍ରୀୟଶିକ୍ଷା ଆୟୋଗ (National Education Commission) ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ପାଇଁ ପ୍ରସ୍ତାବରହିଛି । ବର୍ତମାନ ବିଭିନ୍ନ ପ୍ରକାର ଶିକ୍ଷା ବିଭିନ୍ନ ବିଭାଗର ଅଧିନରେ କାର୍ଯ୍ୟକରୁଛି । ଯେଭଳି ବୈଷୟିକ ଶିକ୍ଷା- ଅଖିଳ ଭାରତୀୟ ବୈଷୟିକ ଶିକ୍ଷାବିଭାଗରେ (AICTE) ଅଧିନରେ, ସ୍ୱାସ୍ଥ୍ୟଶିକ୍ଷା, ସ୍ୱାସ୍ଥ୍ୟମନ୍ତ୍ରାଳୟ ଅଧିନରେ କୃଷିଶିକ୍ଷା କୃଷିମନ୍ତ୍ରାଳୟ ଅଧିନରେ ଇତ୍ୟାଦି ଇତ୍ୟାଦି ।ଏଣୁ ଏ ସବୁକୁ ଏକୀକୃତ ଗୋଟିଏ ସଂସ୍ଥା ଅଧିନକୁ ଆସିଲେ ଶିକ୍ଷାର ସାମଗ୍ରୀକ (Integrated) ଚିନ୍ତନ ଓ ବିକାଶହୋଇପାରିବ ।
ତ୍ରିଭାଷା ସୂତ୍ର : ପୂର୍ବରୁ ହିଁ ଦେଶରେ ତ୍ରିଭାଷା ଶିକ୍ଷା ବ୍ୟବସ୍ଥା ରହିଛି । କିଛି ଲୋକ ହିନ୍ଦୀ ବିରୋଧରେ ପ୍ରଚାର ଚଳାଇଛନ୍ତି । ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ପ୍ରାଥମିକ ଶିକ୍ଷା ମାତୃଭାଷାରେ ବାଧ୍ୟତାମୂଳକ ତଥା ମାତୃଭାଷା ଶିକ୍ଷାକୁ ଗୁରୁତ୍ୱ ଦେବା ସହିତ, ହିନ୍ଦୀ ସହିତ ଭାରତର ସମ୍ବିଧାନ ସ୍ୱୀକୃତି ୨୨ ଭାଷା ମଧ୍ୟରୁ ଯେ କୈାଣସି ଭାଷା ମଧ୍ୟ ଶିକ୍ଷା କରିବା ଉଚିତ । ଯଦି ଦକ୍ଷୀଣ ଭାରତର ଲୋକମାନେ ହିନ୍ଦୀ ଶିକ୍ଷା କରିବେ ତାହା ହେଲେ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଦକ୍ଷୀଣ ଭାରତ ବା ଭାରତରେ ଅନ୍ୟ ଏକ ଭାଷା ଶିକ୍ଷା କରିବା ଉଚିତ ହେବ ।
ବିଶ୍ୱବିଦ୍ୟାଳୟ ଶିକ୍ଷା : ଦେଶରେ ଆଜି ୮୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ରହିଛି । କିନ୍ତୁ ବିଶ୍ୱବିଦ୍ୟାଳୟ ଆଜି ରିସର୍ଚ ବହୁତ କମ ହେଉଛି । ବିଶ୍ୱବିଦ୍ୟାଳୟଗୁଡିକବିଶେଷ କେବଳ ଅନୁବନ୍ଧନ (Affiilatation), ପରୀକ୍ଷା ଓ ସାର୍ଟିଫିକେଟ୍ ପ୍ରଦାନରେ ବ୍ୟସ୍ତ ହୋଇଯାଇଛନ୍ତି ।
ନୂତନ ଶିକ୍ଷାନୀତିରେ ତିନି ପ୍ରକାର ବିଶ୍ୱବିଦ୍ୟାଳୟ/ ଉଚ୍ଚଶିକ୍ଷା ସଂସ୍ଥାନ କଥା ପ୍ରସ୍ତାବିତ କରାଯାଇଛି । ୧.ରିସର୍ଚ୍ଚକୁ ଅଧିକ ଗୁରୁତ୍ୱ ଦେଉଥିବା ବିଶ୍ୱବିଦ୍ୟାଳୟ ।
୨. ସ୍ନାତକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଥିବା ବିଶ୍ୱବିଦ୍ୟାଳୟ
୩. ଡିଗ୍ରୀ ପ୍ରଦାନ କରୁଥିବା ସ୍ୱୟଂଶାସିତ ପ୍ରମୁଖ ମହାବିଦ୍ୟାଳୟ ।
ଶିକ୍ଷକ - ଶିକ୍ଷା ପାଠ୍ୟକ୍ରମ: ଶିକ୍ଷକମନଙ୍କୁ ପ୍ରଶିକ୍ଷଣ ଦେଉଥିବା ଶିକ୍ଷା (B.Ed/ M.Ed)କୁ ଉଚ୍ଚଶିକ୍ଷାର ଏକ ଭାଗ ଭାବେ ଏକୀକୃତ ଶିକ୍ଷକ ଶିକ୍ଷା (Integrated Teachers Education)୪ ବର୍ଷିଆ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବାର ଯୋଜନା ରହିଛି ।
ନିୟନ୍ତ୍ରଣ ବ୍ୟବସ୍ଥା : ବର୍ତମାନ ପରିସ୍ଥିତିରେ ବିଭିନ୍ନ ପ୍ରକାର ଶିକ୍ଷା ପାଇଁ ବିଭିନ୍ନ ପ୍ରକାର ବୋର୍ଡ ରହିଛି । ପ୍ରତ୍ୟେକ ବୋର୍ଡ ପୁଣି ସେହି ପ୍ରକାରର ଶିକ୍ଷାରମାନ ନିୟନ୍ତ୍ରଣ, ଆର୍ଥିକ ଅନୁବନ୍ଧନ, ପରିଚାଳନା ଆଦି ବିଷୟକୁ ଦେଖିବାକୁ ପଡୁଛି । ଫଳରେ ସଂସ୍ଥାଗୁଡିକୁ ଅଧିକଚାପ ପଡୁଛି ଏବଂ କୈାଣସି ଗୋଟିଏ କାର୍ଯ୍ୟ ବି ଠିକ ସେ ହୋଇପାରୁନାହିଁ । ଏହା ବଦଳରେ ପ୍ରତ୍ୟେକ ବିଷୟ ପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ କରିବା ପାଇଁ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରସ୍ତାବ ଦେଇଛି ।
୧. ମାନ ନିର୍ଦ୍ଧାରଣ (Standard Setting)
୨. ଆର୍ଥିକ ଅନୁଦାନ(Funding)
୩. ଅନୁବନ୍ଧନAccridation)
୪. ପରିଚାଳନା (Regulation) ଯାହା ଫଳରେ ଶିକ୍ଷାନୁଷ୍ଠାନ ଗୁଡିକ ଶୃଙ୍ଖଳିତ ଭାବରେ କାର୍ଯ୍ୟ କରିପାରିବେ ।
ରାଷ୍ଟ୍ରୀୟ ଗବେଷଣା ପ୍ରତିଷ୍ଠାନ : ମୈାଳିକ ଗବେଷଣା (Fundamental Research) ଦିଗରେ ପ୍ରୋତ୍ସାହନ ମିଳୁନାହିଁ । ଅନ୍ୟପକ୍ଷରେ ଭାରତୀୟ ସମାଜବା ଆମ ଦେଶର ସାଧାରଣ ଜନତାଙ୍କ ଆବଶ୍ୟକତାକୁ ନେଇ ମଧ୍ୟ ଗବେଷଣା କରାଯାଉନାହିଁ । ଫଳରେ ଦେଶରେ ଥିବା ବଡବଡ ଶିକ୍ଷା ସଂସ୍ଥାନର ସାଧାରଣ ଦେଶବାସୀ ତଥା ସ୍ଥାନୀୟ ଅଂଚଳ ସହିତ କୈାଣସି ସମ୍ପର୍କ ରହୁନାହିଁ ।
ଏଥିପାଇଁ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ରାଷ୍ଟ୍ରୀୟ ଗବେଷଣା ପ୍ରତିଷ୍ଠାନ (National Research Foundation) ଗଠନ କରିବାର ପ୍ରସ୍ତାବ ରହିଛି । ଫଳରେ ଗବେଷଣା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କୁ ଅଧିକ ପ୍ରୋତ୍ସାହନ ମିଳିବା ସହିତ ଆମ ଦେଶର ଆବଶ୍ୟକତାକୁ ନେଇ ଗବେଷଣା ହେବା ସହିତ ଉଚ୍ଚ ଶିକ୍ଷାସଂସ୍ଥାନ ଓ ସ୍ଥାନୀୟ ଅଂଚଳ ମଧ୍ୟରେ ଉଚାମ ସମ୍ପର୍କ ସ୍ଥାପନ ହୋଇପାରିବ ।
ସମସ୍ତ ବିଷୟ ଗୁରୁତ୍ୱପୂର୍ଣ୍ଣ : ଆଜିକାଲି ର ପାଠ୍ୟକ୍ରମରେ କିଛି ବିଷୟକୁ ମୁଖ୍ୟ ବିଷୟ, ଖେଳ ଶାରିରୀକ ଶିକ୍ଷାକୁ ତା ଠାର ୁକମ ଗୁରୁତ୍ୱପୂର୍ଣ୍ଣ, ବଗିଚା କାମ, ନୈତିକ ଶିକ୍ଷା, ସଂଗୀତ ଭଳି ବିଷୟକୁ ଇଛାଧିନ ବିଷୟ ଭାବରେ ଗ୍ରହଣ କରାଯାଏ ।ସେହିଭଳ ିଭୋକେସନାଲ ଶିକ୍ଷାକୁ ଅଲଗା ଭାବରେ ରଖାଯାଇଥାଏ ।
ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ଉଙ୍କକ୍ସକ୍ସସମଙ୍କକ୍ଷବକ୍ସ, ଉକ୍ଟ- ଉଙ୍କକ୍ସକ୍ସସମଙ୍କକ୍ଷବକ୍ସ, ଋଙ୍ଘଗ୍ଧକ୍ସବ ଉଙ୍କକ୍ସକ୍ସସମଙ୍କକ୍ଷବକ୍ସ ଏହିଭଳି କୈାଣସ ିବିଷୟ ରହିବ ନାହିଁ । ବରଂ ସବ ୁବିଷୟକୁ ସେ ଶାରିରୀକ ଶିକ୍ଷା ହେଉ ବା ସଂଗୀତ ସମସ୍ତ ବିଷୟକୁ ସମାନ ଗୁରୁତ୍ୱ ଦିଆଯିବ । ସେହିଭଳି ବୃତିଗତ (Vocational)ବିଷୟକୁ ମଧ୍ୟ ପାଠ୍ୟକ୍ରମର ଏକ ଅଙ୍ଗ ଭାବରେ ଗ୍ରହଣ କରାଯିବ ।
ସେହିଭଳି ଛାତ୍ରଛାତ୍ରୀମାନଙ୍କୁ ମନପସନ୍ଦ ବିଷୟ ବାଛିବା ପାଇଁ ବହୁତଗୁଡିଏ କ୍ଟକ୍ଟ୍ରଗ୍ଧସକ୍ଟଦ୍ଭ ରହିବ । ଏହା ସହିତବିଜ୍ଞାନ ଛାତ୍ର କେବଳ ବିଜ୍ଞାନ, କଳାଛାତ୍ର କେବଳ କଳାବିଷୟ ହିଁ ପଢିବ । ଏଭଳି ନ କରି ଜଣେ ଛାତ୍ର ତାର ମନ ମୁତାବକ ବିଷୟ ନେଇ ପଢ଼ିବାର ସୁଯୋଗ ରହିବ ଯେପରି ପଦାର୍ଥ ବିଜ୍ଞାନ (Physics)ସହିତ ଅର୍ଥନୀତି, ବାଣିଜ୍ୟ ସହିତ ସଂଗୀତ, ଇତିହାସ ସହିତ ଗଣିତ ଭଳି ବିଷୟ ନେଇ ମଧ୍ୟ ଛାତ୍ରଛାତ୍ରୀମାନେ ପଢ଼ିବାର ସୁଯୋଗ ପାଇପାରିବ ।
ଏହା ପୂର୍ବରୁ ୧୯୪୮ରେ ରାଧାକ୍ରିଷ୍ନ କମିଶନ, ୧୯୬୪ ରେ କୋଠାରୀ କମିଶନ ମଧ୍ୟ ଶିକ୍ଷାରୁ କିଲୋନିୟଲ ବିଚାରକୁ ଦୂର କରି ଭାରତୀୟତା ବା ଆମ ଦେଶର ଆବଶ୍ୟକତା ଭିଚାିକ ଶିକ୍ଷା ଦେବା ପାଇଁ ସୁପାରିଶ କରିଥିଲେ କିନ୍ତୁ ଆମେ ୧୮୩୦ ମସିହାର ବ୍ରିଟିଶ ଶିକ୍ଷାବ୍ୟବସ୍ଥାର ଏତେ ପରିମାଣରେ ଦାସ ହୋଇଯାଇଥିଲୁ ଯେ, ବିଭିନ୍ନ ଶିକ୍ଷା ଆୟୋଗ ଦେଇଥିବା ପ୍ରସ୍ତାବକୁ ଲାଗୁ ନକରି ଥଣ୍ଡା ବ୍ୟବସ୍ଥା ମଧ୍ୟକୁ ଫିଙ୍ଗି ଦେଇଥିଲୁ । ୧୯୮୬ ମସିହାରେ ଆମର ଶେଷ ଶିକ୍ଷାନୀତି ମଧ୍ୟ ପ୍ରଣୟନ ହୋଇଥିଲା । ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଆଶା କରାଯାଉଛି କି, ଡଃ କସ୍ତୁରୀରଙ୍ଗନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତାବିତ ନୂତନ ରାଷ୍ଟ୍ରୀୟ ଶୀକ୍ଷାନୀତି, ଯାହାକି ଆଧୁନିକ ହେଲେ ମଧ୍ୟ ଦେଶର ପାରମ୍ପରିକ ଜ୍ଞାନକୁ ପ୍ରୋତ୍ସାହନ ଦେଉଛି । ଶିକ୍ଷାକୁ ଖଣ୍ଡ ଖଣ୍ଡ ଭାବେବିଚାର ନକରି ସମଗ୍ରତାର ସହ ବିଚାର କରୁଛି । ଶିକ୍ଷାକେବଳ ଚାକିରୀ ପାଇଁ ନୁହଁ ମନୁଷ୍ୟ ନିର୍ମାଣ ପାଇଁ ବିଚାର କରୁଛି । ଏହିଭଳି ଶିକ୍ଷାନୀତିକ ୁସରକାରତୁରନ୍ତ ଲାଗୁ କରିବେ ବୋଲି ଆଶା ।
-------- ୨୫୯, ବିଡିଏ, ଡୁପ୍ଲେକ୍ସ, ବରମୁଣ୍ଡା, ଭୁବନେଶ୍ୱର
Comments
Post a Comment