ଭାରତୀୟ ସ୍ୱାଭିମାନ ର ପ୍ରତୀକ ପ୍ରଭୁ ଶ୍ରୀ ରାମଚନ୍ଦ୍ର
ଦୀର୍ଘ ୫୦୦ ବର୍ଷର ଅକଥନୀୟ ସଂଘର୍ଷ ପରେ କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ରଘୁ କୁଳମଣି, ପୁରୁଷୋତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଜନ୍ମସ୍ଥାନ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଶିଳାନ୍ୟାସ ଆସନ୍ତା ଅଗଷ୍ଟ ୫ ତାରିଖରେ ହେବାକୁ ଯାଉଅଛି । ଏହି ଭବ୍ୟ ରାମମନ୍ଦିରର ଶିଳାନ୍ୟାସ ବିଶ୍ୱର ସମସ୍ତ ହିନ୍ଦୁଙ୍କ ମନରେ ନୂତନ ଆଶା ସଂଚାର କରିଛି । ରାମାୟଣ କାଳରେ ରାଜା ଇକ୍ଷ୍ୱାକୁଙ୍କ ଂଶରେ ରାଜା ଦଶରଥଙ୍କର କୋଳରେ ନାନାଦି ଯଜ୍ଞବିଧି ସମ୍ପାଦିତ ପରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କର ଜନ୍ମ ହୋଇଥିଲା । ଭାଗବନ ଶ୍ରୀରାମ କର୍ତବ୍ୟ ପରାୟଣ ରାଜା ଥିଲେ, ମାତାର ପୁତ୍ର ପ୍ରତି ଓ ପୁତ୍ରର ମାତା ପ୍ରତି କର୍ତବ୍ୟ, ପିତା ପୁତ୍ର ପ୍ରତି ଓ ପୁତ୍ର ପିତା ପ୍ରତି କର୍ତବ୍ୟ, ଭାଇ ଭାଇ ପ୍ରତି କର୍ତବ୍ୟକୁ ସେ ତାଙ୍କର ଜୀବନରେ ପ୍ରତି ମୁହୂର୍ତରେ କାର୍ଯ୍ୟକାରୀ କରିଥିଲେ । ପିତୃଧର୍ମ ପାଳନ କରିବାକୁ ଯାଇ ଅଯୋଧ୍ୟାର ରାଜ ସିଂହାସନକୁ ଖାତିର ନକରି ଧର୍ମପତ୍ନୀ ମାତା ସୀତା ଏବଂ ଭାଇ ଲକ୍ଷ୍ମଣଙ୍କ ସହିତ ୧୪ ବର୍ଷ ବନବାସ ପାଇଁ ଚାଲି ଯାଇଥିଲେ । ବନବାସ କାଳରେ ଅଧର୍ମ ଅହଂକାରକୁ ନଷ୍ଟ କରିବାପାଇଁ ବାନର ମାନଙ୍କର ସେନା ର୍ନିମାଣ କରି ମହାପ୍ରତାପୀ ଲଙ୍କାପତି ରାବଣର ବଧକରି ତ୍ରିଲୋକରେ ଧର୍ମର ସ୍ଥାପନା କରିପାରିଥିଲେ । ଏଥିପାଇଁ ସମସ୍ତ ସାଧୁ ସନ୍ଥଙ୍କର ଆସ୍ଥାର ପ୍ରତୀକଭାବେ ଭଗବାନ ଶ୍ରୀରାମଚନ୍ଦ୍ର ଘରେ ଘରେ ପୂଜା ପାଇଲେ ଏବଂ ଯେବେ ରାମଚନ୍ଦ୍ର ଲଙ୍କା ବିଜୟ କରି ଅଯୋଧ୍ୟାକୁ ପ୍ରତ୍ୟାବର୍ତନ କଲେ ସମଗ୍ର ଅଯୋଧ୍ୟା ଦୀପର ଆଲୋକରେ ଉଦ୍ଭାଷିତ ହୋଇଉଠିଥିଲା । ଆଜି ବି ଆମେ ହିନ୍ଦୁ ପରମ୍ପରାରେ ସେହି ଦିନକୁ ଦୀପାବଳି ଭାବେ ପାଳନ କରୁଅଛୁ । ପରବର୍ତୀ ସମୟରେ ରାଜା ବିକ୍ରମାଦିତ୍ୟ ସରଜୁ ନଦୀ କୂଳରେ ବସିଥିବା ସମୟରେ ପ୍ରୟାଗ ରାଜ(କଳା ଘୁଡା)ର ନିର୍ଦ୍ଦେଶ କ୍ରମେ ରାମଙ୍କର ରାଜଧାନୀ ଅଯୋଧ୍ୟାରେ ବିଶାଳ ଭବ୍ୟ ରାମ ମନ୍ଦିର ର୍ନିମାଣ କରିଥିଲେ । ପ୍ରଭୁ ଶ୍ରୀରାମଚନ୍ଦ୍ର ଭାରତର ସମସ୍ତ ଜନମାନସର ପ୍ରତୀକ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଯେ ବିଦେଶୀ ଆକ୍ରମଣକାରୀ ମୋଗଲ ବାବରର ଭାରତ ଆକ୍ରମଣ ସମୟରେ ବହୁ ହିନ୍ଦୁ ମନ୍ଦିରକୁ ଭାଙ୍ଗିଦିଆଗଲା । ବାବରଙ୍କ ମନ୍ତ୍ରୀ ମୀରବାକି ଦ୍ୱାରା ୧୫୨୮-୨୯ ମସିହାରେ ବାବରଙ୍କ ଉଦ୍ଦେଶ୍ୟ ରେ ହଜାର ହଜାର ବର୍ଷର ଭଗବାନ ଶ୍ରୀରାମଙ୍କ ମନ୍ଦିରକୁ ଧ୍ୱଂସ କରି ବାବରଢାଂଚା ର୍ନିମାଣ କରିଦିଆଗଲା ଯାହା ବାବାରିନାମ ରେ ଉଲେଖ କରାଯାଇଛି । ଏହାକୁ ବାରମ୍ବାର ବିରୋଧ କରିବାକୁ ଯାଇ ହଜାର ହଜାର ସାଧୁସନ୍ଥ ନିଜର ପ୍ରାଣ ବଳି ଦେଇଛନ୍ତି, ବାରମ୍ବାର ଏହି ଘଟଣାକୁ ନେଇ ବିବାଦ ଛିଡ଼ା ହୋଇଛି । ଏହାର ପରବର୍ତୀ କାଳରେ ବିଭିନ୍ନ ସମୟରେ ବିଭିନ୍ନ ବିଦେଶୀ ଦାର୍ଶନିକ ଯଥା ୧୬୧୧ ମସିହାରେ ଉଇଲିଅମ ଫିଂଚ, ୧୬୧୪ ମସିହାରେ ଥୋମାସ ହରବଟ ଆଦି ସମସ୍ତଙ୍କ ଲେଖନୀରେ ସେଠାରେ ରାମ ମନ୍ଦିର ଥିବା କଥା ଦର୍ଶାଯାଇଛି । ୧୭୬୬ରେ ଜୋସେଫ ଷ୍ଟିଫେନଥଲାରଙ୍କ ଦ୍ୱାରା ଲିଖିତ ପୁସ୍ତକରେ ବାବରଙ୍କ ଦ୍ୱାରା ରାମ ମନ୍ଦିରକୁ ଧ୍ୱଂସ କରାଯାଇ ବବରୀ ଢାଂଚା ର୍ନିମାଣ କରାଯାଇଥିଲା ବୋଲି ଉଲ୍ଲେଖ କରାଯାଇଛି । ୧୯୪୦ ମସିହା ପର୍ଯ୍ୟନ୍ତ ବାବର ଢାଂଚାର ନାମ ମସଜିଦ-ଇ-ଜନ୍ମସ୍ଥାନ (ଗକ୍ଟଗ୍ଦକ୍ତଙ୍କର କ୍ଟଲ ଈସକ୍ସଗ୍ଧଷକ୍ଟ୍ରକ୍ଷବମର) ଭାବେ ନାମ କରଣ କରାଯାଇଥିଲା ଯାହାକି ସ୍ପଷ୍ଟ କରୁଥିଲା ଯେ ଜନ୍ମଭୂମି ଉପରେ ହିଁ ଢାଂଚା ର୍ନିମାଣ କରାଯାଇଥିଲା । ସମସ୍ତ ପ୍ରମାଣ ଥିବା ସତ୍ୱେ ମଧ୍ୟ ଇକ୍ସମଷରକ୍ଟକ୍ଷକ୍ଟଶସମବକ୍ଷ ଝଙ୍କକ୍ସଙ୍ଖରଚ୍ଚ କ୍ଟଲ ଓଦ୍ଭୟସବ (ଇଝଓ) ର ତଥ୍ୟ ପରେ ମଧ୍ୟ ଭାରତରେ ବସିଥିବା କିଛି ଜୟଚନ୍ଦ୍ର ଯେଉଁମାନଙ୍କର ଆଦର୍ଶ ମହାତ୍ମା ଗାନ୍ଧି ବୋଲି ଦର୍ଶାଇଥାନ୍ତି, ସେହି ଗାନ୍ଧି ଯିଏ ସର୍ବଦା ରାମରାଜ୍ୟ କଥା କହୁଥିଲା ଏବଂ ସର୍ବଦା ରଘୁପତି ରାଘବ ରାଜାରାମ ପତିତପାବନ ସୀତାରାମ ବୋଲି ପ୍ରାଥନା କରୁଥିଲେ, କିନ୍ତୁ ତାଙ୍କୁ ମାନୁଥିବା ଦଳ ଓ ତାଙ୍କର ଆନୁଗତ୍ୟମାନେ ରାମରାଜ୍ୟ ଓ ଭଗବାନ ରାମଙ୍କର ଅସ୍ତିତ୍ୱକୁ ନେଇ ପ୍ରମାଣ ମାଗୁଥିଲେ । ଭଗବାନ ରାମଚନ୍ଦ୍ର ଥିଲେ ବୋଲି ବିଶ୍ୱାସ କରୁନଥିଲେ । ଏହି ବିଡ଼ମ୍ବନା ହିଁ ଆମର ଆସ୍ଥାକୁ ସର୍ବଦା କୁଠାରଘାତ କରୁଥିଲା । ଡିସେମ୍ବର ୧୯୪୯ରେ ପ୍ରଭୁ ଶ୍ରୀରାମଲାଲାଙ୍କର ଆର୍ବିଭାବ ହେଲାପରେ ଲକ୍ଷ ଲକ୍ଷ ରାମଭକ୍ତ ହିନ୍ଦୁଙ୍କର ସମାଗମ ହେବାରୁ ସେଠାରେ ତାଲା ପକାଇଦିଆଗଲା । ୧୯୮୬ ମସିହାରେ ବିଶ୍ୱ ହିନ୍ଦୁ ପରିଷଦ ନେତୃତ୍ୱରେରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରେରଣାରେ ତାଲା ଖୋଲିବାକୁ ନେଇ ପ୍ରବଳ ଚାପ ସୃଷ୍ଟି ହେଲା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ତାଲାଖୋଲା ଯାଇଥିଲା । ସକଳ ଆଶା ବ୍ୟର୍ଥ ହେବା ଭଳି ଲାଗୁଥିବା ବେଳେ ଲାଲକୃଷ୍ଣ ଆଡ଼ଭାନୀଙ୍କର ସୋମନଥ ମନ୍ଦିର ଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା ହିନ୍ଦୁ ମାନଙ୍କ ମଧ୍ୟରେ ନୂତନ ଆଶା ସଂଚାର କରିଥିଲା ଏବଂ ବିଶ୍ୱ ହିନ୍ଦୁ ପରିଷଦର ନେତୃତ୍ୱରେ ଗାଁ ଗାଁ ରେ ରାମ ଶିଳା ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା । ୧୯୯୦ ମସିହାରେ କରସେବା କରିବା ପାଇଁ ସାରା ଦେଶରୁ ହଜାର ହଜାର କରସେବକ ଅଯୋଧ୍ୟା ଅଭିମୁଖେ ବାହାରିଥିଲେ ସେଥିରେ ଓଡ଼ିଶାରୁ ବହୁ କରସେବକ ଯାଇଥିଲେ । କରସେବା କରିବାକୁ ଯାଉଥିବା ବେଳେ ସରକାରଙ୍କ ଦ୍ୱାରା ରାମ କୋଠାରୀ ଓ ଶରତ କୋଠାରୀଙ୍କ ସମେତ ଅସଂଖ୍ୟ କରସେବକଙ୍କର ର୍ନିମମ ହତ୍ୟା ହୋଇଥିଲା । ଯଦି ନ୍ୟାୟାଳୟଙ୍କ ଆଦେଶରେ ରାମ ଜନ୍ମସ୍ଥାନରେ ଶିଳାନ୍ୟାସ ହୋଇ ପାରିଲା ତେବେ ସେହି ସ୍ଥାନ ୧୯୯୦ରେ ବିବାଦୀୟ ହେଲା କେମିତି ? ସରକାର କରସେବକ ମାନଙ୍କୁ ର୍ନିମମ ଭାବେ ହତ୍ୟା କଲେ କ\'ଣ ପାଇଁ ? ତାହା ଆଜି ବି ହିନ୍ଦୁମାନଙ୍କ ମନରେ ବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି । ପରିଶେଷରେ ବହୁ ବାଧାବିଘ୍ନ ଘାତ ପ୍ରତିଘାତ ସତ୍ୱେ ସମଗ୍ର ଦେଶରୁ ନଖାଇ ନପିଇ ଦିନରାତି ଚାଲି ଚାଲି ଯାଇ କାରସେବକମାନେ ୬ ଡିସେମ୍ବର ୧୯୯୨ରେ ଦାସତ୍ୱର ପ୍ରତୀକ ବାବରୀ ଢାଂଚାକୁ ହଟେଇ ଦେଇଥିଲେ ତତ୍ସହିତ ଭାରତୀୟତାର ପୁନରୁଥାନର ମାର୍ଗ ସୁସ୍ପଷ୍ଟ ହୋଇଥିଲା । ଏହି କରସେବା ସମୟରେ ଓଡ଼ିଶାରୁ ସେତେବେଳେ ଯାଇଥିବା କାର୍ଯ୍ୟକର୍ତା ମାନଙ୍କର ଅକଥନୀୟ ପରିଶ୍ରମ ଓ ଭଗବାନ ରାମଲାଲାଙ୍କର ମନ୍ଦିର ର୍ନିମାଣର ସ୍ୱପ୍ନ ଦେଖି ସର୍ବସ୍ୱ ପରିତ୍ୟାଗ କରି ଯାଇଥିବାର କଥା ବହୁବାର ଶୁଣିବାକୁ ମିଳିଛି , କିଏ ମାସ ମାସ ଧରି ଜେଲରେ ରହିଛନ୍ତି ତ ଆଉ କିଏ ନିଜର ପରିଚୟକୁ ପରିବର୍ତନ କରି ନିଜ ଜୀବନକୁ ମରଣ ମୁଖରୁ ବଂଚିତ କରିଛନ୍ତି, କେହି ମିଥ୍ୟା କେସରେ ଅଯଥା ଅର୍ଥ ଓ ସମୟ ବର୍ବାଦ କରି ଦୁଃଖରେ ଷଢ଼ିଛନ୍ତି ତ ଆଉ କିଏ ଏହି ରାଷ୍ଟ୍ରଯଜ୍ଞରେ ନିଜର ଆହୁତି ଦେଇ ଆଉ କେବେ ଗାଁ ଘରକୁ ଫେରି ନପାରିବାର ଦୁଃଖ ବହୁ ପରିବାର ବର୍ଗମାନଙ୍କ ଆଖିରେ ବହୁବାର ଲୁହ ଆଣିଦେଇଛି । ସତରେ କେତେ ସ୍ୱପ୍ନ ସେମାନଙ୍କର ! କିଏ ରାମମନ୍ଦିର ର୍ନିମାଣ କାର୍ଯ୍ୟ ଆରମ୍ଭ ହେଲେ ସେଠି ଯାଇ ଶ୍ରମଦାନ କରିବି ବୋଲି ଆଶା ରଖିଛନ୍ତି ତ ଆଉ କିଏ ସେଠି ଯାଇ ମାନସିକ ରଖିଥିବା କେଶକୁ ଲଣ୍ଡା ହୋଇ ମାନସିକ ପୂରଣ କରିବାର ଆଶା ରଖିଛନ୍ତି । ଆହୁରି କେତେ କେତେ ଅସୁମାରୀ ଆଶା ଦେଖିବାକୁ ମିଳେ ସେମାନଙ୍କର ଆଖିରେ । ୨୦୧୦ ରେ ଆଲ୍ଲାହାବାଦ ହାଇକୋର୍ଟ ବିବାଦିତ ଜମିକୁ ୩ ସମାନ ଭଗରେ ବିଭାଜିତ କରି ରାମ ଜନ୍ମଭୂମି ନ୍ୟାସ, ର୍ନିମୋହୀ ଆଖଡ଼ା ଓ ସୁନୀ ୱାକ୍ ଅଫ ବୋର୍ଡ଼କୁ ଦେବାପାଇଁ ନିଷ୍ପତି ନେଇଥିଲେ । ଶେଷରେ ବହୁ ପ୍ରତୀକ୍ଷାର ଅନ୍ତଘଟାଇ ବିଶ୍ୱର ସର୍ବାଧିକ ସମୟ ନ୍ୟାୟାଳୟରେ ଚାଲିଥିବା ମକଦ୍ଦମାର ଶୁଣାଣି କରି ୯ ନଭେମ୍ବର ୨୦୧୯ ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କର ଅଧ୍ୟକ୍ଷତାରେ ୫ ଜାଣିଆ ଖଣ୍ଡପୀଠ ଅଯୋଧ୍ୟାରେ ବିବାଦିତ ୨.୭୭ ଏକର ଜମିରେ ରାମ ମନ୍ଦିର ର୍ନିମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ସୁନି ୱାକ ଅଫ ବୋର୍ଡ଼କୁ ଅଲଗା ଜାଗାରେ ୫ ଏକର ଜମି ମସଜିଦ ର୍ନିମାଣ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଘୋଷଣା ଦ୍ୱାରା ୫୦୦ ବର୍ଷର କଳଙ୍କିତ ଇତିହାସ ସମାଧି ନେଇଥିଲା । ସମଗ୍ର ହିନ୍ଦୁ ସମାଜ ତଥା ୧୩୦ କୋଟି ଭାରତୀୟ ଏହି ର୍ନିଣ୍ଣୟ ଶୁଣି ଆନନ୍ଦିତ ହୋଇଥିଲେ । କାରଣ ରାମ ହେଉଛନ୍ତି ଭାରତର ସ୍ୱାଭିମାନର ପ୍ରତୀକ । ରାମଙ୍କୁ ଛାଡ଼ି ଭାରତର କଳ୍ପନା ଅସମ୍ଭବ । ଆନନ୍ଦର କଥା ସେହି ଭବ୍ୟ ରାମ ମନ୍ଦିରର ଶିଳାନ୍ୟାସ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ । ଭବ୍ୟ ମନ୍ଦିର ଦେଖିବା ପାଇଁ ବିଶ୍ୱର କୋଟି କୋଟି ହିନ୍ଦୁ ଚାହିଁ ବସିଛନ୍ତି । ବର୍ଷ ବର୍ଷର ସଙ୍ଘର୍ଷର ଅନ୍ତ ଘଟିଛି, ହିନ୍ଦୁଙ୍କର ସ୍ୱପ୍ନ ପୂରଣ ହୋଇଛି, ମନ୍ଦିର ବି ର୍ନିମାଣ ହୋଇଯିବ; କିନ୍ତୁ ଆଜିବି ଆମର ରାମରାଜ୍ୟର ସ୍ୱପ୍ନ ଆହୁରି ଦୂର ଅଛି, ବର୍ତମାନ ମଧ୍ୟ ଜାତି ଆଧାରରେ ଆମ ସମାଜ ବିଭାଜିତ, ମହିଳା ମାନଙ୍କର ସୁରକ୍ଷା ଆମ ଆଗରେ ବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି । ଯଦି ଆମେ ସମସ୍ତେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଜୀବନୀ ଉପରେ ଆଲୋକପାତ କରିବା ତେବେ ସେ ଶବରୀର ଅଇଁଠା ଖାଇଛନ୍ତି, ଧୀବର ର ମନର ବେଦନାକୁ ବୁଝିପାରିଛନ୍ତି,ମହିଳା ଜାତିକୁ ମାତୃଶକ୍ତି ଭାବେ ଆରାଧନା କରିଛନ୍ତି ଏବଂ ପରିଶେଷରେ ରାବଣର ବଧ ପରେ ସ୍ୱର୍ଣ୍ଣମୟୀ ଲଙ୍କାକୁ ଜୟ କରିସାରିବା ପରେ ଲକ୍ଷ୍ମଣ ଯେତେବେଳେ ସେଠି ରହିଯିବା ପାଇଁ ଆଗ୍ରହ କରୁଛନ୍ତି, ରାମ କହୁଛନ୍ତି ଅପି ସ୍ୱର୍ଣ୍ଣମୟୀ ଲଙ୍କା ନ ମେ ରୋଚତେ ଲକ୍ଷ୍ମଣ, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ । ଏହା କହି ସେ ଆମକୁ ନିଜ ଜନ୍ମଭୂମି ପ୍ରତି ଭଲପାଇବା ଏବଂ ପର ଧନ ଉପରେ ଦୃଷ୍ଟି ନ ପକାଇବା ଶିକ୍ଷା ଦେଇଛନ୍ତି । ତେଣୁ ଯଦି ଆମେ ସମସ୍ତେ ଆମ ଭିତରେ ଥିବା କ୍ରୋଧ, ଅହଂକାର, ହିଂସା, ବିଶ୍ୱାସଘାତକତାକୁ ଜୀବନ ଯଜ୍ଞରେ ଆହୁତି ଦେଇ ଭାରତରେ ସର୍ବତ୍ର ଶାନ୍ତି, ମୈତ୍ରୀ, ସଦ୍ଭାବନା, ଅହିଂସା, ସୁଖ, ସମୃଦ୍ଧିକୁ ପ୍ରଚାର କରି ବିକଶିତ ଭାରତ ଶ୍ରେଷ୍ଠ ଭାରତ ର୍ନିମାଣ କରିବା ତେବେ ପ୍ରକୃତ ଅର୍ଥରେ ରାମ ମନ୍ଦିର ର୍ନିମାଣର ତଥା ରାମ ରାଜ୍ୟ ର୍ନିମାଣର ସ୍ୱପ୍ନ ସାକାର ହେବ ।
ରାଜ୍ୟ ସମ୍ପାଦକ,
ଏବିଭିପି ଓଡିଶ।
Comments
Post a Comment