ଚିନ୍ତାର ଅନ୍ୟନାମ ଚୀନ


ସୌମେନ୍ଦ୍ର ଜେନା
ଗତ ଚାରିମାସ ମଧ୍ୟରେ ପୃଥିବୀରେ ଅନେକ ଶୃଙ୍ଖଳାରେ ପରିବର୍ତ୍ତନ ଆସିଛି । ମଣିଷ ମଣିଷଠାରୁ ଦୂରେଇ ରହିବାକୁ ବାଧ୍ୟ ହେଉଛି । ଏପରିକି ସଂପର୍କୀୟମାନଙ୍କ ମୃତ୍ୟୁରେ ମଧ୍ୟ କାନ୍ଧଦେବା ସମ୍ଭବ ହେଉନାହିଁ । ଗୋଟିଏ ଘରେ ଥିଲେ ମଧ୍ୟ ପିତାମାତା ଏବଂ ପିଲାଙ୍କ ମଧ୍ୟରେ ଦୂରତା ରଖିବାକୁ ପଡୁଛି । କର୍ମଜୀବୀ ମହିଳାମାନେ ଡାକ୍ତରଖାନାରେ ଚାକିରୀ କରୁଥିଲେ ଘରକୁ ଆସିବାକୁ ଚାହୁଁନାହାନ୍ତି । କାରଣ ସେମାନଙ୍କ ପରିବାରବର୍ଗ ସଂକ୍ରମିତ ହେବାର ଭୟ ରହିଛି । ଆଉ ଏପ୍ରକାର ଭୟ ବଢାଇ ଦେଇଛି ଚୀନା ଭୂତାଣୁ କରୋନା । ଏହି ଭୂତାଣୁ ଏବେ ବିଶ୍ୱବାସୀଙ୍କ ପାଇଁ ବଡ ଚିନ୍ତାର ବିଷୟ ପାଲିଟିଛି । ଏହାକୁ ନେଇ ଆମେରିକା, ଅଷ୍ଟ୍ରେଲିଆ, ଭାରତ, ଫ୍ରାନ୍ସ ପରି କିଛି ଦେଶ ଚୀନ ଉପରେ ଆଙ୍ଗୁଠି ଉଠାଇବାକୁ ସାହସ କରିଛନ୍ତି । ହେଲେ ଅନେକ ରାଷ୍ଟ୍ର କ୍ଷତିଗ୍ରସ୍ତ ହୋଇ ମଧ୍ୟ ଚୀନ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ ଜୁଟାଇ ପାରିନାହାନ୍ତି । କାରଣ ପୃଥିବୀରେ ଅନେକ ଛୋଟବଡ ରାଷ୍ଟ୍ରକୁ ଚୀନ ସରକାର ବିକାଶ ନାମରେ ଯେଉଁ ସୁଧଖୋର ଋଣ ପ୍ରଦାନ କରିଛନ୍ତି ସେମାନେ ତାକୁ ନେଇ ଚାପଗ୍ରସ୍ତ ଅବସ୍ଥାରେ ରହିଛନ୍ତି । ଏଥିପାଇଁ ସେମାନଙ୍କ ମନରେ ଯେ ଚିନ୍ତା ନାହିଁ ତା ନୁହେଁ । ଅଧିକନ୍ତୁ ସେମାନେ ଚୀନ ସରକାରଙ୍କ ଭୟକୁ ସାମନା କରିପାରୁନାହାନ୍ତି । ଆକର୍ଷଣୀୟ ସଡକ, ଅଟ୍ଟାଳିକାର ସୌନ୍ଦର୍ଯ୍ୟ ପ୍ରଦର୍ଶିତ କରି ପରବର୍ତ୍ତୀ ନିର୍ବାଚନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ନେତାମାନେ ନିଜ ଆସନର ଭବିଷ୍ୟତ ପାଇଁ ଚୀନ-ସଂକ୍ରାନ୍ତୀୟ ଆଶଙ୍କାକୁ ପ୍ରକାଶ କରିପାରୁନାହାନ୍ତି । ସେମିତି ଦେଖିବାକୁ ଗଲେ ଚୀନର ନିଜସ୍ୱ ଚିନ୍ତା ମଧ୍ୟ କିଛି କମ୍ ନୁହେଁ । ବୁହାନର ଭୂତାଣୁକୁ କେନ୍ଦ୍ର କରି ଆମେରିକା, ଇଉରୋପ ସମେତ ଅନେକ ଦେଶରେ ସମାଲୋଚନାକୁ ସାମନା କରିବାକୁ ହେଉଛି ଇତି ମଧ୍ୟରେ ଆମେରିକା ପ୍ରଶାସନ ଚୀନର ୩୩ଟି କମ୍ପାନୀକୁ ଆମେରିକାର ବାଣିଜ୍ୟ ଦୃଷ୍ଟିରୁ କଳା ତାଲିକାଭୃକ୍ତ କରିଛି । ଚୀନର କମ୍ପାନୀ ଆଲିବାବା ସମେତ ୬୦୦ କମ୍ପାନୀକୁ ଆମେରିକା ପୁଞ୍ଜି ବଜାରରୁ ବାହାର କରିବାପାଇଁ ପ୍ରୟାସ ଜାରି ରହିଛି । ଚୀନରେ ଥିବା ଆମେରିକାର ବଡ ବଡ କମ୍ପାନୀଗୁଡିକୁ ଚୀନରୁ ବାହାରି ଆସିବାଲାଗି କୁହାଯାଇଛି । ସାରା ବିଶ୍ୱବାସୀଙ୍କ ମନରେ ଚୀନା ବିରୋଧୀ ଆକ୍ରୋଶ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଆମେରିକା, ଭାରତ, ଅଷ୍ଟ୍ରଲିଆ, କାନାଡା, ଇଉରୋପର ଅନେକଗୁଡିଏ ରାଷ୍ଟ୍ରସହ ଚୀନର ବାଣିଜ୍ୟିକ ସଂପର୍କ ହ୍ରାସ ପାଇବାର ସମ୍ଭାବନା ଦେଖି ଚୀନ ସରକାର ଏବେ ବିବ୍ରତ । ତେଣେ ହଂକଂରେ ଚୀନା ସରକାରକୁ ବିରୋଧ, ତାଇୱାନର ସ୍ୱାଧୀନତା ନେଇ ଘୋଷଣାତିବ୍ଦତକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତାିବ୍ଦତକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବାପାଇଁ ଆମେରିକା ସଂସଦରେ ପ୍ରସ୍ତାବ ଆଗତ ହେବା ଭାରତ ସ୍ଥାନୀୟ ଉତ୍ପାଦନ ଉପରେ ଜୋରଦେଇ ଚୀନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଉଦ୍ୟମ କରିବା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଭାରତ ସମେତ ୬୨ଟି ଦେଶ କରୋନା ଭୂତାଣୁର ଉତ୍ସ ସଂପର୍କରେ ଅନୁସନ୍ଧାନ କରାଯିବା ଲାଗି ଦାବିକରିବା, ଇଉରୋପ ଇଉନିଅନ ମଧ୍ୟରେ ଚୀନ ବିରୋଧୀ ମତ ସୃଷ୍ଟି ହେବା ଆଦି ବିଷୟ ଚୀନର ଚିନ୍ତାକୁ ବଢାଇ ଦେଇଛି । ତେଣୁ ସମସ୍ତଙ୍କ ଦୃଷ୍ଟିକୁ ଏଡାଇବାକୁ ଚୀନ କର୍ତ୍ତୃପକ୍ଷ ଏବେ ଭାରତର ଲଦ୍ଦାଖ ଏବଂ ଅରୁଣାଚଳ ସୀମାରେ ଉତ୍ତେଜନା ସୃଷ୍ଟି କରିବା ସହ ନେପାଳ ସରକାର ମାଧ୍ୟମରେ ଭାରତ ବିରୋଧୀ ଓ ବିଷୋଦଗାର କରାଇଛନ୍ତି । ବିଶ୍ୱରେ ହଂକଂ ଡଲାର ଏବଂ ଆମେରିକାର ଡଲାରର ପ୍ରଭାବକୁ ହ୍ରାସ କରିବା ଚୀନର ଲକ୍ଷ୍ୟ ରହିଛି । ଚୀନର ସେଣ୍ଟ୍ରାଲ ବ୍ୟାଙ୍କର ସ୍ଥିତି ଭଲ ନାହିଁ ।ବ୍ୟାଙ୍କର ଝରକାଗୁଡିକ ଦେଇ କାଳେ କୌଣସି ବିଷୟ ବାହାରକୁ ଚାଲିଯିବ ସେଥିପାଇଁ ସେଗୁଡିକୁ ସବୁବେଳେ ବନ୍ଦ କରି ରଖାଯାଉଛି । ବ୍ୟାଙ୍କ ଅଫ୍ ଚାଇନା, ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ ଆଦି ଖରାପ ଋଣର ଭାରରେ ବୁଡି ରହିଛନ୍ତି । ଅପରପକ୍ଷେ ସରକାରରେ ଥିବା ଚୀନ କମ୍ୟୁନିଷ୍ଟ ପାର୍ଟି ନିଜର ଦୋଷକୁ ଲୁଚାଇବା ଲାଗି ବିଶ୍ୱସାରା ମାଫିଆଗିରିର ସହାୟତା ନେଉଛି । ଦଳୀୟ ଲୋକେ ସାଧାରଣ ଲୋକଙ୍କ ଅର୍ଥକୁ ଚଳୁ କରି ନିଜ ଲୋକଙ୍କୁ ପୋଷିବାରେ ଲାଗିପଡିଛନ୍ତି । ଗଣମାଧ୍ୟମ ଦ୍ୱାରା ଜନମତକୁ ନିୟନ୍ତ୍ରଣ କରି ରଖିବାକୁ ଚାହୁଁଥିବା ସିସିପି ଆଜିଯାଏ ହଂକଂ, ଉଇଘୂର, ତିବ୍ଦତରେ ପ୍ରତିବାଦକୁ ପ୍ରଶମିତ କରିପାରିନାହିଁ ।ର ପ୍ରତିବାଦକୁପ୍ରଶମିତ କରିପାରିନାହିଁ । ହେନଗୁଇଙ୍କପରି ଇଣ୍ଟରପୋଲ ଅଧିକାରୀ ଚୀନରୁଗାଏବ ହେବା ନିଉଜ୍ ଏଜେନ୍ସୀଏଚ୍‌ଏନ୍‌ଏର ମୁଖ୍ୟ ୱାଙ୍ଗ କ୍ୱିସାନ ହତ୍ୟାରଶିକାର ହେବା ସାମାଜିକ କର୍ମୀଙ୍କପରିବାରକୁ ଚୀନ ସରକାର ଅପହରଣକରିନେବା ଘଟଣାମାନ ସିସିପିର ପ୍ରକୃତଚେହେରାକୁ ଧରାପକାଇ ଦେଇଛି ।ଜୀନର ସରକାରୀ ଗଣମାଧ୍ୟମ ଏବଂସରକାର ସାରା ପୃଥିବୀରେ ନିଜ ଦେଶସପକ୍ଷରେ ଅନେକ ମିଛ ପ୍ରଚାରଚଳାଇଛନ୍ତି । ନିଜ ଦେଶରୁ ଭାରତରଆମଦାନୀ ହ୍ରାସର ଆଶଙ୍କା କରି ନିଜଦେଶରେ କାର୍ଯ୍ୟ କରିବାକୁ ଅନୁମତିଦେଉନଥିବା ଗୁଗୁଲ ମାଧ୍ୟମରେଭାରତରେ ଅଧିକ ସକ୍ରୀୟ ଭାବେବାଣିଜ୍ୟର ପ୍ରଚାର ଚଳାଇଛି । ୟୁଟ୍ୟୁବଏବଂ ଅନ୍ୟାନ୍ୟ ସାମାଜିକଗଣମାଧ୍ୟମଗୁଡିକର ସହାୟତାରେ ନିଜଦେଶର କଳ-କାରଖାନା ଓ ବାଣିଜ୍ୟନେଇ ଅନେକ ମିଛଖବର ପ୍ରକାଶ କରାଉଛନ୍ତି । ନିଜ ମୁହଁର କାଳିମାକୁ ଲୁଚାଇବା ପାଇଁ ଚୀନ ସରକାର ସମସ୍ତ ପ୍ରକାର ପ୍ରୟାସରେ ବ୍ୟସ୍ତ । କରୋନାକୁ ନେଇ ବିଶ୍ୱରେ ରୋଗୀଙ୍କ ପ୍ରତିଦିନ ସଂକ୍ରମଣ ଏବଂ ମୃତ୍ୟୁର ଖବର ପ୍ରକାଶ ପାଉଥିଲେ ମଧ୍ୟ ଚୀନର ମୃତ୍ୟୁହାର ଗୋଟିଏ ସ୍ଥାନରେ ଅଟକି ରହିଛି, ସମସ୍ତ ସୂଚନା ଚୀନା କର୍ତ୍ତୃପକ୍ଷ ପ୍ରକାଶ କରୁନାହାନ୍ତି । ଅଥଚ ହୁବେଇ କମ୍ପାନୀକୁ ଅଷ୍ଟ୍ରେଲିଆ ସରକାର ବିରୋଧ କରିବା ପରେ ଅଷ୍ଟ୍ରେଲିଆକୁ ରପ୍ତାନୀ ବନ୍ଦ କରିବା, ପାଠପଢିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ନ ପଠାଇବା, ଅଷ୍ଟ୍ରେଲିଆରୁ ଯଅ ଆମଦାନୀ ବନ୍ଦ କରିବାକୁ ଚୀନ ସରକାରଙ୍କ ପକ୍ଷରୁ ଧମକ ଦିଆଗଲା । ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଥିବା ଚୀନ ବିରୋଧୀ ଲୋକମତକୁ ହଟାଇବା ଲାଗି ଚୀନ ସରକାର ୟୁଟ୍ୟୁବ ସମେତ ଅନ୍ୟାନ୍ୟ ସଂସ୍ଥାକୁ କାମରେ ଲଗାଇଛନ୍ତି । ଦି ପିପୁଲସ୍ ଡେଲି, ବେଜିଂ ଡେଲି,ଗ୍ୱାଙ୍ଗମିଙ୍ଗ ଡେଲି, ଦି ଲିବରେସନ ଡେଲି, ଜିନ ହୁଆ ନିଉଜ୍‌, ଏଜେନ୍‌ସୀଜ୍ ଏବଂ ଚାଇନା ନିଉଜ୍ ସର୍ଭିସ ପରି ସମ୍ବାଦ ସରବରାହ ସଂସ୍ଥା ମାଧ୍ୟମରେ ଏହିପରି ସମ୍ବାଦ ସରବରାହ ସଂସ୍ଥା ମାଧ୍ୟମରେ ଏହି ଉଦ୍ଦେଶ୍ୟ ସାଧନ କରୁଛନ୍ତି । ଏହାଛଡା ୨୦୧୪ରୁ ବିଦେଶୀ ଗଣମାଧ୍ୟମଗୁଡିକୁ ନିଜ ସପକ୍ଷରେ ନେବାଲାଗି ଚୀନସରକାର ୬ ମିଲିଅନ ଡଲାର ଖର୍ଚ୍ଚ କରିଛନ୍ତି । ତଦନୁଯାୟୀ ଇଉରୋପ, ଆମେରିକା ଏବଂ ଏସିଆର ଅନେକଗୁଡିଏ ବଡ ଗଣମାଧ୍ୟମ ସଂସ୍ଥାକୁ ଚୀନ ସରକାରଙ୍କ ସପକ୍ଷରେ ଲେଖିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଏପରିକି ଆମେରିକାରୁ ଦିଲ୍ଲା ଯାଏ ଅନେକଗୁଡିଏ ଖବରକାଗଜରେ ଚୀନା ଅଧିକାରୀମାନଙ୍କ ଦ୍ୱାରା ଲିଖିତ ଲେଖାସବୁ ଅଫ-ଏଡ୍ ବା ପଇସା ଦ୍ୱାରା ପ୍ରକାଶିତ ଲେଖା ପ୍ରକାଶ ପାଉଛି । ଏହିସବୁ ଲେଖାରେ ଚୀନ ସରକାରଙ୍କ ମହାନତା, ବିଶ୍ୱଶାନ୍ତି ଏବଂ ବିଶ୍ୱବାଣିଜ୍ୟ ପାଇଁ ଆଭିମୁଖ୍ୟ ଚୀନା ଭାଇରସ ପାଇଁ କିପରି ଚୀନ ଦାୟୀ ନୁହେଁ ଇତ୍ୟାଦି ଲେଖା ସବୁ ପ୍ରକାଶ ପାଇଛି । ଶେଖର ଗୁପ୍ତାଙ୍କ ଦି ମିଣ୍ଟ, ପ୍ରଣୟରାୟଙ୍କ ଏନ୍‌.ଡି.ଟିଭି ବରଦରାଜନଙ୍କ ଦି ୱାୟାର ଆଦି ୱେବ ମିଡିଆ ଏବଂ ଟିଭିଚାନେଲରେ ଏ ସଂପର୍କରେ ଅନେକ ଖବର ଭାରତରେ ଚୀନ ସରକାରଙ୍କ ସପକ୍ଷରେ ପ୍ରକାଶ ପାଉଛି । ଚୀନା ସରକାରଙ୍କ ସପକ୍ଷରେ ବରାଦିଆ ଲେଖା ଗତ ଦୁଇମାସରେ ଭାରତର ୬ଟି ବଡ କାଗଜରେ ପ୍ରକାଶ ପାଇଛି । ବିଜ୍ଞାପନ ଲେଖା ମାଧ୍ୟମରେ ଦି ଇକୋନୋମିକ୍‌ସ ଟାଇମସ୍ (ଫେବୃଆରୀ୨୯), ଦି ହିନ୍ଦୁ (ମାର୍ଚ୍ଚ-୧୩), ଟାଇମ୍ସ ଅଫ ଇଣ୍ଡିଆ (ଏପ୍ରିଲ -୨), ଫ୍ରି ପ୍ରେସ ଜର୍ଣ୍ଣାଲ (ଏପ୍ରିଲ-୬), ହିନ୍ଦୁସ୍ଥାନ ଟାଇମ୍ସ (ମଇ-୧), ଇଣ୍ଡିଆନ ଏକ୍ସପ୍ରେସ (ମଇ ୮) ରେ ଏସବୁ ଲେଖା ପ୍ରକାଶ ପାଇଛି କମ୍ପ୍ୟୁଟର ତଥ୍ୟକୁ ହଟାଇ ଦେଇଛନ୍ତି । ଏସବୁ ଗୋଳମାଳ ସ୍ଥିତିରେ ବୁହାନ ଇନ୍‌ଷ୍ଟିଚ୍ୟୁଟର ଲୁଚିଥିବା ବାଦୁଡି ଗବେଷିକା ଫେରି ସତ କହିବା ପରେ ସେଠାରେ ଯେ ବାଦୁଡିକୁ ନେଇ ଗବେଷଣା ହେଉଥିଲା ତାକୁ ସ୍ୱୀକାର କରାଯାଇଛି, ଯାହା ଆମେରିକା ଏବଂ ଅନ୍ୟମାନେ ଅଭିଯୋଗ କରିଆସିଥିଲେ । ଚୀନରେ ଲୋକଙ୍କ ମୃତ୍ୟୁହାରକୁ ନେଇ ଯେଉଁ ତଥ୍ୟ ଲୁଚାଯାଇଛି ତାର ଅନେକଗୁଡିଏ ପ୍ରମାଣ ଏବେ ଲୋକଲୋଚନକୁ ଆସିଗଲାଣି । ଚୀନା ସରକାରଙ୍କ ପକ୍ଷରୁ କୁହାଯାଉଥିବା ତଥ୍ୟ ଯେ ଆଦୌ ଠିକ୍ ନୁହେଁ ତାହା ମଧ୍ୟ ପ୍ରକାଶ ପାଇଲାଣି । ହେଲେ ଏହି ପ୍ରଚାରକୁ ନେଇ ଚୀନର ପ୍ରଚାରକୁ ଟ୍ରମ୍ପ ବନ୍ଦ କରିବା ପାଇଁ ଆମେରିକାରେ କାର୍ଯ୍ୟରତ ଚୀନର ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ କଟକଣା ଜାରି କରି ସେମାନଙ୍କୁ ସାଧାରଣ ଲୋକଙ୍କ ପରି ଗଣାଯିବା ସହ ଚୀନର ଯୁବକ ଓ ଛାତ୍ରମାନଙ୍କୁ ଆମେରିକାରେ ଶିକ୍ଷା ଗ୍ରହଣ ଓ ନିଯୁକ୍ତିକୁ ସୀମିତ କରିବାକୁ ପଦକ୍ଷେପ ନେଇଛନ୍ତି ।  ସେମିତି ଲୋକଙ୍କ ମୃତ୍ୟୁ ଏବଂ ବାଣିଜ୍ୟିକ କ୍ଷତି ପାଇଁ ଆମେରିକା, ଜର୍ମାନୀ ଆଦି କ୍ଷତିପୂରଣ ପାଇବାକୁ ଚୀନ ନାମରେ ମକଦ୍ଦମା କରିଥିବା ସ୍ଥଳେ ବ୍ରିଟେନ ଆଗାମୀ ଦୁଇବର୍ଷ ମଧ୍ୟରେ ଚୀନ ସହ ବାଣିଜ୍ୟ ହ୍ରାସ କରିବା ଲାଗି ଘୋଷଣା କରିସାରିଛି । ସମଗ୍ର ଆଫ୍ରିକାରେ ବୁହାନଭୂତାଣୁକୁ ନେଇ ଚୀନା ବିରୋଧୀ ଅସନ୍ତୋଷ ବଢିବାରେ ଲାଗିଛି । ଦେଖିବାକୁ ଗଲେ ସାରା ବିଶ୍ୱରେ ଚୀନ ଏବେ ନିଜକୁ ସଂକୁଚିତ ହେବାପରି ସ୍ଥିତିକୁ ଆସିଯାଇଛି ।ଢାଞ୍ଚାଗତ ନିର୍ମାଣ, ମହାକାଶ ଗବେଷଣା, ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ, ଯାନବାହନ ନିର୍ମାଣ କ୍ଷେତ୍ରରେ ଭାରତ ସହ ଚୀନ ପ୍ରତିଦ୍ୱନ୍ଦ୍ୱୀ ହେଉଛି । ଭାରତର ଟ୍ରେନ ଓ ବସ ନିର୍ମାତାମାନେ ଶ୍ରୀଲଙ୍କା, ବଙ୍ଗଲାଦେଶ ଏବଂ ଆଫ୍ରିକାରେ ନିଜର ସ୍ଥିତିକୁ ମଜଭୁତ କରିବାରେ ଲାଗିପଡିଛନ୍ତି । ଫଳରେ ଚୀନ ସବୁ କ୍ଷେତ୍ରରେ ଆହ୍ୱାନକୁ ସମ୍ମୁଖୀନ ହେଉଛି । ଏସିଆରେ ଭାରତ ସହ ଆମେରିକାର ଘନିଷ୍ଠତା ଚୀନର ଚିନ୍ତାକୁ ଅଧିକ ବଢାଇବାରେ ଲାଗିଛି । ତେଣୁ ଚୀନ ସେଥିପାଇଁ ନିଜର ସବୁ ପଡୋଶୀ ରାଷ୍ଟ୍ରଗୁଡିକୁ ନିଜର ସାମରିକ ଶକ୍ତି ପ୍ରଦର୍ଶିତ କରି ଭୟଭୀତ କରିବାକୁ ପ୍ରୟାସ କରୁଛି ।  ତେବେ ଚୀନକୁ କେବଳ ଭାରତ ପରି ରାଷ୍ଟ୍ର ମୁହାଁମୁହିଁ ବିରୋଧ କରିବାକୁ ସମଗ୍ର ଏସିଆରେ ସାହସ କରୁଥିବାବେଳେ ସଂକ୍ରମଣ ପରବର୍ତ୍ତୀ ସମୟରେ ଅନେକ ବିଦେଶୀ ବଡ ବଡ କମ୍ପାନୀ ଏବେ ଭାରତକୁ ଚୀନରୁ ବାହାରିଆସି ବ୍ୟବସାୟ କରିବାକୁ ସ୍ଥିର କରିସାରିଲେଣି । ଜର୍ମାନୀର ଏକ ଜୋତା କମ୍ପାନୀ ଆଗ୍ରାକୁ ଚାଲିଆସିବାକୁ ବୁଝାମଣା କରିସାରିଛି ।ମାଲ ପରିବହନ ପାଇଁ ସ୍ୱତନ୍ତ୍ର ରେଲପଥ ନିର୍ମାଣ, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ କରିଡର ନିର୍ମାଣ ଡିସେମ୍ବର ୨୦୨୦ସୁଦ୍ଧା ଅନେକ ସ୍ଥାନରେ କାର୍ଯ୍ୟକ୍ଷମ ହେଲାପରି ସ୍ଥିତିକୁ ଆସିଗଲାଣି । ଏସବୁ କାର୍ଯ୍ୟ ଚୀନକୁ ସହଜ ହେଲା ପରି ମନେ ହେଉନାହିଁ । ବାଣିଜ୍ୟଠାରୁ ଶିକ୍ଷା, କୂଟନୀତିଠାରୁ ଗବେଷଣା ସବୁକ୍ଷେତ୍ରରେ ପୃଥିବୀରେ ଏବେ ଚୀନ ବିରୋଧୀ ଜନମତ ତୀବ୍ର ହେବାରେ ଲାଗିଛି । ନିଜକୁ ବଞ୍ଚାଇବାକୁ ଯାଇ ଚୀନ ଚାପସୃଷ୍ଟି କରିବା ପାଇଁ ଅନ୍ୟକୁ ଧମକ ଦେବାପରି ବ୍ୟବହାର କରୁଛି । ଆମେରିକାଠାରୁ ନିଜକୁ ବଡ ବୋଲି ପ୍ରଦର୍ଶିତ କରିବାକୁ ଯାଇ ଚୀନ ଏବେ ଚତୁର୍ଦ୍ଦିଗରୁ ବିରୋଧର ସମ୍ମୁଖୀନ ହେବାକୁ ଲାଗିଲାଣି ଯାହା ଚୀନର ଚିନ୍ତାକୁ ବଢାଇଛି । ହେଲେ ଅପରପକ୍ଷେ ଚୀନ ନିଜର ସାମ୍ରାଜ୍ୟବାଦୀ ମନୋଭାବ ପାଇଁ ବିଶ୍ୱପାଇଁ ଚିନ୍ତାର କାରଣ ହୋଇଛି । ଭାରତର ଲଦ୍ଦାଖ ଏବଂ ଅରୁଣାଚଳ ପ୍ରଦେଶର ସୀମାନ୍ତରେ ଚୀନର ଅନାବଶ୍ୟକ ଉତ୍ତେଜନା ସୃଷ୍ଟି ଏହାର ସ୍ପଷ୍ଟ ପ୍ରମାଣ । ତେଣୁ ଆଗାମୀ ଦିନମାନଙ୍କରେ ଚୀନକୁ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିବ ଏହା ନିସନ୍ଦେହରେ କୁହାଯାଇପାରେ । ଭାରତୀୟ ସମ୍ବାଦ ସେବା (ଭାସ୍‌) ଭୁବନେଶ୍ୱର-୭୫୧୦୦୩


Comments