- Get link
- X
- Other Apps
ଆର୍ନ୍ତଜାତୀୟ ଯୋଗ ଦିବସ ଜୁନ୍-୨୧
ଯୋଗ କେବଳ ଆସନ ବା ପ୍ରାଣାୟମରେ ସୀମିତ ନୁହେଁ । ଯୋଗର ପ୍ରକୃତ ଅର୍ଥହେଲା ଯୋଡିବା । ଆତ୍ମା ସହିତ ପରମାତ୍ମାର ମିଳନ କୁ ହିଁ ପ୍ରକୃତ ଅର୍ଥରେ ଯୋଗ କୁହାଯାଏ । ଯୋଗଶାସ୍ତ୍ରର ପ୍ରଣେତା ପତଞ୍ଜଳୀ ଅଷ୍ଟାଙ୍ଗ ଯୋଗ ବିଷୟରେ କହିଛନ୍ତି । ସେ ଯୋଗକୁ ୪ଟି ଅଧ୍ୟାୟରେ ସୁତ୍ରବଦ୍ଧ କରିଯାଇଛନ୍ତି । ସମାଧିପଦ, ସାଧନା ପଦ, ବିଭୁତି ପଦ, ଓ କୈବଲ୍ୟ ପାଦ । ଅଷ୍ଟାଙ୍ଗ ଯୋଗରେ ଆଠଟି ସମ୍ଭାଗ ରହିଛି । ଯଥା- ଯମ, ନିୟମ, ପ୍ରାଣାୟମ, ଆସନ, ପ୍ରତ୍ୟାହାର, ଧ୍ୟାନ, ଧାରଣା ଓ ସମାଧି । ଅର୍ଥାତ ଯୋଗ କହିଲେ କେବଳ କେତୋଟି ଆସନ ଭିତରେ ସୀମିତ ନୁହେଁ । ଅହିଂସା, ସତ୍ୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ ଠାରୁ ଆରମ୍ଭ କରି ଶୌଚ , ସନ୍ତୋଷ, ତପ, ସ୍ୱଧ୍ୟାୟ ଆଦି ଅନେକ କଥାକୁ ଯୋଗ ଏକ ସାମଗ୍ରୀକ ସନ୍ତୁଳନ ଜୀବନଶୈଳୀର ସଂଭାଗ ଅଟେ । ସବୁର ସମନ୍ୱିତ ସଂଯୋଗୀ କରଣ ହେଲା ଯୋଗ, ଯାହାକୁ କେବଳ ବିଶେଷ ପ୍ରଦର୍ଶନ କରି ନୁହେଁ ବରଂ ଆତ୍ମସ୍ଥ କରି ଉପଲବ୍ôଧ ପାଇହେବ । ବିଶ୍ୱବାସୀଙ୍କୁ ଏକତା ସୁତ୍ରରେ ବାନ୍ଧିଛି ଏହି ଯୋଗ । ସେଦିନ ଥିଲା, ୨୦୧୫ ଜୁନ୍ ୨୧ ତାରିଖ । ଯେଉଁଦିନ ସାରା ବିଶ୍ୱବାସୀ ଏକତାର ସୁତ୍ରରେ ବାନ୍ଧି ହୋଇଗଲେ । ସେହିଦିନ ଭାରତର ସୀମା ପାର କରି ଯୋଗ ହେଲା ଆର୍ନ୍ତଜାତୀୟ ତତ୍ୱ । ଜାତିସଙ୍ଘ ଏଇ ଦିନକୁ ଆର୍ନ୍ତଜାତୀୟ ଯୋଗ ଦିବସ ରୂପେ ମାନ୍ୟତା ଦେଲା । ଏହାର ବେଶି ଶ୍ରେୟ ଗଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । କାରଣ ନରେନ୍ଦ୍ର ମୋଦି ୨୦୧୪, ନଭେମ୍ବର ୨୭ ରେ ମିଳିତ ଜାତିସଙ୍ଘର ଅଧିବେସନ କାଳରେ ନିଜର ବତ୍କୃତା ରେ ମଣିଷ ଜୀବନରେ
ଯୋଗର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ୨୦୧୫ ମସିହା ଜୁନ୍ ୨୧ ତାରିଖରେ ସାରା ବିଶ୍ୱବାସୀ ପ୍ରଥମ ଯୋଗ ଦିବସ ପାଳନ କଲେ । ଏହିଦିନ ଭାରତ ଦୁଇଟି ବିଶ୍ୱ ରେକର୍ଡ ପାଇଥିଲା । ରାଜପଥଠାରେ ଘଟିଥିବା ସମାରୋହରେ ୮୪ଟି ଦେଶର ପ୍ରାୟ ୩୫, ୯୮୫ଜଣ ବ୍ୟକ୍ତି ଭାଗ ନେଇ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଥିଲେ । ସେଇଦିନ ବିଶ୍ୱର ପ୍ରାୟ ୧୯୨ଟି ଦେଶ ରେ ପାଳିତ ହୋଇଥିଲା ଆର୍ନ୍ତଜାତୀୟ ଯୋଗ ଦିବସ । ବିଶ୍ୱର ଅନେକ ମୁସଲମାନ ବହୁଳ ରାଷ୍ଟ୍ର ମଧ୍ୟ ଜୁନ୍ ୨୧ ତାରିଖକୁ ଆର୍ନ୍ତଜାତୀୟ ଯୋଗ ଦିବସ ଭାବେ ସ୍ୱୀକୃତି ଦେଇଛନ୍ତି । ଯାହାକି ଆମ ଦେଶ ପାଇଁ ନିଶ୍ଚିତ ଭାବରେ ଏକ ଗର୍ବ ଓ ଗୌରବର ବିଷୟ । ଜାତିସଙ୍ଘରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, - ଯୋଗ ଭାରତୀୟ ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର । ଏହା ମସ୍ତିଷ୍କ ଓ ଶରୀରର ଏକତାର ପ୍ରତୀକ । ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସନ୍ତୁଳନ ; ବିଚାର ସଂଯମ, ଏବଂ ସ୍ଫୂର୍ତ୍ତି ପ୍ରଦାନ କରୁଥିବା ତଥା ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପ୍ରଦାନ କରୁଥିବା ଅଭ୍ୟାସ ହେଉଛି ଯୋଗ । ଯୋଗ ଭଳି ଏକ ପ୍ରାଚୀନ ତଥା ପାରମ୍ପରିକ ପଦ୍ଧତିକୁ ଆର୍ନ୍ତଜାତୀୟ ମାନ୍ୟତା ମିଳିବା ନିଶ୍ଚିତ ଭାବେ ଆମଦେଶ ପାଇଁ ଏକ ବଡ ସଫଳତା । ପୂର୍ବରୁ ସାହିତ୍ୟ ସଙ୍ଗୀତ , ବିଜ୍ଞାନ ଓ ଗଣିତ କ୍ଷେତ୍ରରେ ଭାରତର ଅବଦାନ ରହିଛି । ଏବେ ସେହି ତାଲିକାରେ ଯୋଡି ହୋଇଗଲା ଯୋଗ
- Get link
- X
- Other Apps