-କୃଷ୍ଣଚନ୍ଦ୍ର ସୁଆଁସିଆ
ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ ହୁଏ ।ସଂସ୍କୃତର \'ଯୁଜ୍\' ଧାତୁରୁ ଯୋଗର ଉତ୍ପତି;ଯାହାର ଅର୍ଥ \'ଯୋଡ଼ିବା\' ।ଅର୍ଥାତ୍ ଶରୀର,ମନ ଏବଂ ଆତ୍ମାକୁ ଗୋଟିଏ ସୂତ୍ରରେ ଯୋଡ଼ିବା ।ସ୍ପଷ୍ଟ ଶବ୍ଦରେ କହିଲେ,ଯୋଗର ଅର୍ଥ ଶାରୀରିକ ବ୍ୟାୟାମ,ଯେଉଁ ପ୍ରକ୍ରିୟାରେ ମନୁଷ୍ୟ ସୁସ୍ଥ ରହିବା ପାଇଁ ନିଜ ଶରୀରକୁ ମୋଡ଼ିଥାନ୍ତି,ଟାଣିଥାନ୍ତି,ସମ୍ପ୍ରସାରିତ କରିଥାନ୍ତି ଓ ଶ୍ୱାସ ନେବାର ଜଟିଳ ତରିକା ଆପଣେଇଥାନ୍ତି । ଯୋଗ ଦ୍ୱାରା ଉଭୟ ଶରୀର ଓ ମନ ସୁସ୍ଥ ରହିଥାଏ ।ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେଶନ ଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ହୋଇଥିଲା ।ଜୁନ୍ ୨୧ ତାରିଖକୁ ଅନ୍ତଃରାଷ୍ଟ୍ରୀୟ ବା ବିଶ୍ୱ ଯୋଗ ଦିବସ ଭାବେ ବାଛିବା ପଛରେ ଉଭୟ ବୈଜ୍ଞାନିକ ଓ ପାରମ୍ପରିକ କାରଣ ରହିଛି ।ଜ୍ୟୋତିର୍ବିଦ୍ଙ୍କ ମତରେ,ସୂର୍ଯ୍ୟଙ୍କ ଗତି ଦୁଇ ପ୍ରକାର - ଉତ୍ତରାୟଣ ଏବଂ ଦକ୍ଷିଣାୟନ ।ଜୁନ୍ ୨୧ ତାରିଖରେ ସୂର୍ଯ୍ୟ ନିଜର ଗତି ପରିବର୍ତ୍ତନ କରନ୍ତି ।ଅର୍ଥାତ୍ ଏହି ଦିନ ସେ ଉତ୍ତରାୟଣରୁ ଦକ୍ଷିଣାୟନକୁ ଯାଆନ୍ତି ।ଫଳରେ ସୂର୍ଯ୍ୟଙ୍କ ତେଜ ଓ ତାପ କମ୍ ହୁଏ ଅର୍ଥାତ ଅଚାନକ ପାଗ ପରିବର୍ତ୍ତନ ହୁଏ । ଫଳରେ ପୃଥିବୀର ଗୋଟିଏ ଭାଗରେ ଅନେକ ପ୍ରକାର ରୋଗ ଜୀବାଣୁ ସକ୍ରିୟ ହୋଇଉଠନ୍ତି ଏବଂ ଲୋକମାନେ ନାନା ରୋଗରେ ପୀଡିତ ହେବାର ସମ୍ଭାବନା ବେଶ୍ ରହିଥାଏ ।ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଯୋଗ ଅଭ୍ୟାସ ନିହାତି ଜରୁରୀ ।ଏହି କାରଣରୁ ଜୁନ୍ ୨୧କୁ ଯୋଗ ଦିବସ ଭାବେ ଚୟନ କରାଯାଇ ଯୋଗାଭ୍ୟାସ ପାଇଁ ଲୋକଙ୍କୁ ପ୍ରେରିତ କରାଯାଇଥାଏ । ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା ।କିଛି ମୁସଲିମ ଦେଶକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ ।ଯୋଗ,ଏକ ଶାରୀରିକ,ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ ।ପ୍ରାୟ ୬୦୦୦ ବର୍ଷ ପୂର୍ବ? ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ ।ଯୋଗଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ନେବା ଓ ଏହାକୁ ୈନନ୍ଦିନ ଜୀବନରେ ଅଂଶିଭୂତ ପାଇଁ ଅନୁରୋଧ କରିବା ସହ ଭାରତ ଏହାର ବିଭିନ୍ନ ଦିଗରେ ଥିବା ଉପକାରିତାକୁ ଦର୍ଶାଇ ଜାତିସଂଘରେ ପ୍ରସ୍ତାବ ରଖିଥିଲା ।ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର ।ଏହା ମନ ଓ ଶରୀରକୁ ସଂଯୋଗ,ଚିନ୍ତା ଓ କ୍ରିୟା, ସଂଯମ ଓ ପୂର୍ଣ୍ଣତା,ମନୁଷ୍ୟ ଓ ପ୍ରକୃତି ସହ ସଂଗତି,ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ଏକ ସିଦ୍ଧ ସକରାତ୍ମକ ଉପଚାର ଭାବେ କାର୍ଯ୍ୟ କରିଥାଏ ।ଏହା କେବଳ ଏକ ବ୍ୟାୟାମ ପଦ୍ଧତି ନୁହେଁ,ବରଂ ନିଜ ଭିତରେ ଥିବା ଅସ୍ଥିରତା,ଅସଂଯମତାକୁ ଦୂରିଭୂତ କରି ଏକାଗ୍ରତା ଆବିଷ୍କାର କରିବାରେ ସହାୟକ ହୋଇଥାଏ ।ମନରେ ଚେତନା ଭାବକୁ ଉଦ୍ରେକ କରି ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ସହ ଖାପଖୁଆଇ ଚାଲିବାରେ ସହଯୋଗ କରେ ।ଐତିହାସିକଙ୍କ କହିବାନୁସାରେ,ସଭ୍ୟତା ଆରମ୍ଭ ହେବା ଦିନଠୁ ଯୋଗ କରାଯାଇ ଆସୁଛି ।ଯୋଗ ପାଞ୍ଚ ହଜାର ବର୍ଷ ବା ତା\'ଠାରୁ ଆହୁରି ଏକ ପୁରାତନ ପ୍ରକ୍ରିୟା ।ଏହା ମଧ୍ୟ କୁହାଯାଉଛି ଯେ,ଯୋଗର ପ୍ରଥମ ଗୁରୁ ହେଉଛନ୍ତି ଭଗବାନ ଶିବ ।ପ୍ରାଚୀନତମ ବୃହତ ଆରଣ୍ୟକ ଉପନିଷଦରେ ମଧ୍ୟ ଯୋଗ ସମ୍ପର୍କରେ ଉଲ୍ଲେଖ ରହିଛି ।ଭାଗବତ ଗୀତା ଓ ମହାଭାରତର ଶାନ୍ତିପର୍ବରେ ମଧ୍ୟ ଯୋଗ ସମ୍ପର୍କରେ ଉଲ୍ଲେଖ ଦେଖିବାକୁ ମିଳେ ।ଆଦିଗୁରୁ ଭଗବାନ ଶିବଙ୍କ ପରେ ସାଧୁ,ମୁନି,ଋଷିମାନଙ୍କଠାରୁ ଯୋଗ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ ।ଭଗବାନ ଶ୍ରୀକୃଷ୍ଣ,ମହାବୀର ଜୈନ ଓ ଗୌତମ ବୁଦ୍ଧ ମଧ୍ୟ ନିଜ ନିଜ ଶୈଳୀରେ ଯୋଗର ପ୍ରସାର କରିଛନ୍ତି ।ଏହାପରେ ଋଷି ପତଳି ଯୋଗକୁ ଏକ ନୂଆ ପରିଚୟ ଦେଇଥିଲେ ।ସେହି କାରଣରୁ ପତଳିଙ୍କୁ ଯୋଗର ଜନକ କୁହାଯାଏ । ଯୋଗ ବ୍ଯକ୍ତିର ଶରୀର,ମନ,ଭାବନା ଏବଂ ଶକ୍ତିର ସ୍ତରରେ କାର୍ଯ୍ୟ କରିଥାଏ ।ଏହାକୁ ବ୍ଯାପକ ଭାବେ ଚାରୋଟି ବର୍ଗରେ ବର୍ଗୀକରଣ କରାଯାଇଛି ।କର୍ମ ଯୋଗରେ ଆମେ ଶରୀରକୁ ବ୍ଯବହାର କରିଥାଉ,ଜ୍ଞାନ ଯୋଗରେ ଆମେ ମନର ପ୍ରୟୋଗ କରିଥାଉ,ଭକ୍ତି ଯୋଗରେ ଆମେ ଭାବନାର ପ୍ରୟୋଗ କରିଥାଉ ଏବଂ କ୍ରିୟା ଯୋଗରେ ଆମେ ଶକ୍ତିର ପ୍ରୟୋଗ କରିଥାଉ ।ଯୋଗ ଜୀବନର ସମସ୍ତ ଦିଗରେ ସନ୍ତୁଳନ ରକ୍ଷା କରି ଏକ ସୁସ୍ଥ ବାତାବରଣ ତିଆରି କରେ ।ତେଣୁ ରୋଗକୁ ପ୍ରତିହତ କରିବା,ସ୍ୱାସ୍ଥ୍ଯ ଓ ଜୀବନଶୈଳୀରେ ସକରାତ୍ମକ ପ୍ରଭାବ ପକାଇବା ସ୍ୱୀକାର କରାଯାଏ ।ଆୟୁଷ ମନ୍ତ୍ରାଳୟ ଦ୍ୱାରା ୨୧ ଜୁନ ୨୦୧୫ରେ ନୂଆଦିଲ୍ଲୀର ରାଜପଥରେ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ସଫଳତା ପୂର୍ବକ ଆୟୋଜନ କରାଯାଇଥିଲା ।ଏଥିରେ ୩୫,୯୮୫ ଜଣ ଭାଗ ନେଇ ବିଶ୍ୱ ରେକର୍ଡରେ ସ୍ଥାନ ପାଇଥିଲା ।ତତ୍ ସହିତ ୮୪ଟି ଦେଶର ନାଗରିକ ଏକକାଳୀନ ଭାବେ ଯୋଗ ଅଭ୍ଯାସ କରି ବିଶ୍ୱରେ ଏକ ନୂତନ ଭାବନା ଉଦ୍ରେକ କରିବାରେ ବିରଳ ।ଯୋଗର ପ୍ରଚାରପ୍ରସାର କରିବା ସହ ବିଶ୍ୱରେ ଏହାର ଆଦୃତ ଜାହିର କରିବା ହିଁ ବିଶ୍ୱ ପାଇଁ ଭାରତର ଶ୍ରେଷ୍ଠ ଉପହାର ବୋଲି ବିବେଚନା ହୋଇଥାଏ ।ସାମୂହିକ ବିକାଶ ଓ ଶୁଭକାଂକ୍ଷୀକୁ ନଜରରେ ରଖି ମାନବ ସମାଜର ଏକାଗ୍ରତା,ସଂଯମତାକୁ ଯୋଗ ସକରାତ୍ମକ ଦିଗରେ ପଥପ୍ରଦର୍ଶକ ଭାବେ କାର୍ଯ୍ୟ କରିବାରେ ଫଳପ୍ରଦ ହୋଇପାରିଛି ।ତେଣୁ ବିଶ୍ୱ ଦରବାରରେ ଭାରତର ପ୍ରସ୍ତାବ ପାରିତ ହେବା ପରଠାରୁ ଅଦ୍ଯାବଧି ବିଶ୍ୱରେ ଯୋଗର ପ୍ରଭାବ ବଢିବା ପରିଲକ୍ଷିତ ହେଉଛି ।ଯାହା ଭାରତର ଲକ୍ଷ୍ଯ ହାସଲ ପୂରଣ ହେବା ସହ ବିଶ୍ୱରେ ଗୁରୁତ୍ୱ ବଢିବାରେ ଲାଗିଛି ।
ଗୋଠଗାଁ,ଗାମ(ଓଡିଶା) ପିନ୍:୭୬୧୧୪୬
Comments
Post a Comment