ଇସ୍ରୋ ଦ୍ୱାରା କରାଯାଇଥିବା ଚନ୍ଦ୍ରମିଶନ

 ଭାରତ ନିଜସ୍ୱ ଉଦ୍ୟମରେ ଚନ୍ଦ୍ରରେ ପହଞ୍ôଚବା ପାଇଁ ଉଦ୍ୟମ ଆରମ୍ଭ କରିଛି । ପ୍ରଥମେ ଚନ୍ଦ୍ରାୟନ-୧ ଓ ଏବେ ଚନ୍ଦ୍ରାୟନ-୨ । ଚନ୍ଦ୍ରାୟନ-୧ ଯଦିଓ ସମ୍ପୂର୍ଣ୍ଣ ସଫଳ ହୋଇନଥିଲା ତଥାପି ଚନ୍ଦ୍ରପୃଷ୍ଠରେ ଭିନ୍ନ ସ୍ୱରୁପରେ ଜଳ ଥିବାର ପ୍ରମାଣ ଦେଇଥିଲା ।   ୨୦୦୭ରେ ଭାରତ ଚନ୍ଦ୍ରାୟନ-୨ ପାଇଁ ସ୍ୱପ୍ନ ଦେଖେ । ଏହି ଅଭିଯାନ ନିମନ୍ତେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ସଫ୍ଟ ଲ୍ୟାଣ୍ଡିଂ ବା ସୁକ୍ଷ୍ମ ଅବତରଣ । ଏ କ୍ଷେତ୍ରରେ ଋଷିଆ ଆମ ପାଇଁ ଲ୍ୟାଣ୍ଡର ପ୍ରସ୍ତୁତି କରିବାକୁ ପ୍ରତିଶ୍ରୁତି ଦେଇ ପାଦ ପଛକୁ କାଢିଦେଇଥିଲା । ଅନ୍ୟଥା ଭାରତ ୨୦୧୩ରେ ଏ ଅଭିଯାନ କରିପାରିଥାନ୍ତା । କିନ୍ତୁ ଏହାକୁ ମଧ୍ୟ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଭାରତୀୟ ବୈଜ୍ଞାନିକ ମାନେ ନିଜସ୍ୱ ଲ୍ୟାଣ୍ଡର ପ୍ରସ୍ତୁତ କଲେ । ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ଏଭଳି ଏକ କ୍ଷେତ୍ରକୁ ଚୟନ କଲେ ଯେଉଁଠାରେ ଆଜି ପର୍ଯ୍ୟନ୍ତ କେହି ବି ଅବତରଣ କରିନଥିଲେ । ଏହା ଏକ କଠିନ କାର୍ଯ୍ୟଥିଲା ।  ତେଣୁ ସମସ୍ତ ପ୍ରସ୍ତୁତିପରେ ଗତ ଜୁଲାଇ ୨୨ ତାରିଖରେ ଆରମ୍ଭ ହୋଇଥିଲା ଚନ୍ଦ୍ରାୟନ-୨ ଅଭିଯାନ । ଏହି ଅଭିଯାନ ଚନ୍ଦ୍ରପୃଷ୍ଠ ଠାରୁ ମାତ୍ର ୨.୧ କିଲୋମିଟର ଦୂରତାରେ ଥିବାବେଳେ ସଫଳତା ପାଉ ପାଉ ଅଟକି ଯାଇଥିଲା । ସୂକ୍ଷ୍ମ ଅବତରଣ ଅନ୍ତିମ ପର୍ଯ୍ୟୟରେ ଇସ୍ରୋର ଲ୍ୟାଣ୍ଡର ଉପରେ କୌଣସି ନିୟନ୍ତ୍ରଣ ନଥିଲା । ଏହା ସ୍ୱୟଂ କ୍ରିୟ ପ୍ରକ୍ରିୟାରେ ଅବତରଣ କରିବାର ବ୍ୟବସ୍ଥା ହୋଇଥିଲା । ଧାର୍ଯ୍ୟ ଗ୍ରାଫ ବଦଳିଯାଏ ଏବଂ ଏହାସହିତ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ଏହାଆମ ବୈଜ୍ଞାନିକମାନଙ୍କୁ ନିରାଶ କରେ । ପୂର୍ବରୁ ମଧ୍ୟ କୁହାଯାଇଥିଲା ଯେ, ସୂକ୍ଷ୍ମ ଅବତରଣର ଅନ୍ତିମ ୧୫ମିନିଟ ଆଶଙ୍କାର ସମୟ । ଅର୍ଥାତ ଏହି ସମୟରେ କିଛି ବି ହୋଇପାରେ । ଯାହା ଆଶଙ୍କା କରାଯାଉଥିଲା ହୁଏତ ତାହାଠାରୁ ଅଧିକ କିଛି ଖରାପ ହୋଇନାହିଁ ।  କିନ୍ତୁ କେଉଁ କାରଣରୁଏହା ବିଫଳ ହେଲା ବୈଜ୍ଞାନିକମାନେ ଏହାର କାରଣ ଅନୁସନ୍ଧାନ କରୁଛନ୍ତି ।  ଚନ୍ଦ୍ରର ଚତୁଃପାଶ୍ୱର୍ରେ ପରିକ୍ରମଣ କରୁଥିବା ଅର୍ବିଟର ମଧ୍ୟ ଏହାର ଯେଉଁ ଅନ୍ତିମ ଛବି ଇସ୍ରୋକୁ ପଠାଇଛି ସେଥିରେ ବି ଲ୍ୟାଣ୍ଡର ଅବତରଣ କରିବା ପୂର୍ବରଦୃଶ୍ୟ ଦେଖିବାକୁ ମିଳୁଛି । ଏଥିରେ ବି ଏହା ନଷ୍ଟ ହୋଇଥିବାର ଜଣାପଡୁନାହିଁ । ଏ ମିଶନ ଦ୍ୱାରା ଆମର ସବୁଠାରୁ ଶକ୍ତିଶାଳୀ ରକେଟ ଜିଏସଏଲଭି ମାର୍କ-୩ର ଦକ୍ଷତା, ଅର୍ବିଟରର ସଫଳତା ପ୍ରମାଣିତ ହୋଇସାରିଛି ।
ଚନ୍ଦ୍ରାୟାନ -୧ : ୨୦୦୩ ମସିହା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଭାଷଣରେ ପ୍ରଥମେ ଚନ୍ଦ୍ର ମିଶନ ସମ୍ବନ୍ଧରେ ଘୋଷଣା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀ  । ଏହି ଘୋଷଣା ପରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଦୀର୍ଘ ପାଂଚ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଅର୍ଥାତ୍ ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ  ଚନ୍ଦ୍ରାୟାନ-୧ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ପିଏସ୍ଏଲଭି ଏକସେଲ ରକେଟ ସାହାଯ୍ୟରେ ଚନ୍ଦ୍ରାଭିମୁଖେ ଉତ୍କ୍ଷେପଣ କରାଯାଇଥିଲା  । ଏହି ଚନ୍ଦ୍ରାୟାନ -୧ରେ ଥିଲା ଏକ ଲୁହାର ଅରର୍ବିଟର ଓ ଇମ୍ଫାକ୍ଟର ଯାହାର ଜୀବନକାଳ ଥିଲା ୨ ବର୍ଷ କିନ୍ତୁ ମାତ୍ର ୧୦ ମାସ ପରେ ଅର୍ଥାତ୍ ଅଗଷ୍ଟ ୨୦୦୯ରେ ଇସ୍ରୋ ଶଦ୍ଧ ଚନ୍ଦ୍ରାୟାନ- ୨ର ସମ୍ପର୍କ ବିଛିର୍ଣ୍ଣ ହୋଇଥିଲା କିନ୍ତୁ ସମ୍ପର୍କ ବିଛିନ୍ନ ହେବା ପୂର୍ବରୁ ଚନ୍ଦ୍ରାୟାନ -୧ ଚନ୍ଦ୍ର ସମ୍ବନ୍ଧରେ ଅନେକ ଜରୁରୀ ତଥ୍ୟ ଦେଇଥିଲା ଯାହା ମଧ୍ୟରୁ ଚନ୍ଦ୍ରରେ ଜଳର ସନ୍ଧାନ ଅନ୍ୟତମ  । ଚନ୍ଦ୍ରାୟାନ-୧ ତଥ୍ୟ ଫଳରେ ହିଁ ୧୮ ନଭେମ୍ବର ୨୦୦୮ରେ ସାରା ବିଶ୍ୱକୁ ପ୍ରଥମେ ଚନ୍ଦ୍ରପୃଷ୍ଠରେ ଜଳର (ବରଫ ଅବସ୍ଥାରେ) ଉପସ୍ଥିତି ସମ୍ବନ୍ଧରେ ସୂଚନା ମିଳିଥିଲା  । ତେବେ ଏହି ଚନ୍ଦ୍ରାୟାନ-୧ଟି ୩୮୬ କୋଟି ଟଙ୍କ ବ୍ୟୟ ବରାଦରେ ନିର୍ମିତ ହୋଇଥିଲା 
ଚନ୍ଦ୍ରାୟାନ -୨ : ୨୨ ଜୁଲାଇ ୨୦୧୯ ରେ ଭାରତୀୟ ଅନ୍ତରୀକ୍ଷ ଗବେଷଣଶ ସଂସ୍ଥା  ପୁଣିଥରେ ଚନ୍ଦ୍ର ଅଭିମୁଖେ କରିଥିଲା ତାର ଦ୍ୱିତୀୟ ପ୍ରୟାସ ଏବଂ ମିଶନର ନାମ ଦିଆଯାଇôଥଲା ଚନ୍ଦ୍ରାୟାନ -୨ ଏହି ଚନ୍ଦ୍ରାୟାନ - ୨ଟି ୯୭୮ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମିତ ହୋଇଥିଲା ତେବେ ଚନ୍ଦ୍ରାୟାନ -୨କୁ ମଧ୍ୟ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଜିଏସଏଲଭି  ରକେଟ ସାହାଯ୍ୟରେ ଚନ୍ଦ୍ରର ଦକ୍ଷିଣମେରୁ ଅଭିମୁଖେ କ୍ଷେପଣ କରାଯାଇଥିଲା  ।  ଚନ୍ଦ୍ରାୟାନ-୨ର ଗଠନ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ ଲୁନାର ଅରର୍ବିଟର, ବିକ୍ରମ ଲାଣ୍ଡର ଓ ପ୍ରଜ୍ଞାନ ରୋବର ଲୁନାର । ଅରର୍ବିଟର: ଏହାର କାର୍ଯ୍ୟ ଚନ୍ଦ୍ରର ଦକ୍ଷିଣମେରୁର ନିକଟତମ କକ୍ଷରେ ପରିଭ୍ରମଣ କରି ଏଥିରେ ଖଞ୍ଜାଯାଇଥିବା ଅତ୍ୟାଧୁନିକ କ୍ୟାମେରା ଦ୍ୱାରା ଚନ୍ଦ୍ରପୃଷ୍ଠର ବିଭିନ୍ନ କୋଣ ଅନୁକୋଣର ସ୍ଥିର ଚିତ୍ର ସଂଗ୍ରହ କରି ଇସ୍ରୋକୁ ଯୋଗାଇବା ଏବଂ ବିକ୍ରମ ଲାଣ୍ଡର ସହ ସର୍ମ୍ପକ ସ୍ଥାପନ କରିବାରେ ସାହାଯ୍ୟ କରିବା ଲୁନାର ଅରର୍ବିଟରର କାର୍ଯ୍ୟକାଳ ଏକ ବର୍ଷ ଧାର୍ଯ୍ୟ କରାଯାଇଛି କିନ୍ତୁ ଆବଶ୍ୟକ ସ୍ଥଳେ ଏହାମଧ୍ୟ ୭.୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ସମର୍ଥ୍ୟ  ।
ବିକ୍ରମ ଲାଣ୍ଡର : ଏକ ଅବତରଣ ଯାନ ଯାତ୍ରାର ନାମ ଭାରତୀୟ ଅନ୍ତରୀକ୍ଷ ଗବେଷଣାର ପିତା କୁହାଯାଉଥିବା ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ନାମରେ ନାମିତ କରାଯାଇଅଛି  । ଏହି ଲାଣ୍ଡର ଦ୍ୱାରା ପ୍ରଜ୍ଞାନ ରୋବରକୁ ଚନ୍ଦ୍ରପୃଷ୍ଠରେ ଅତି ସହଜରେ ଅବତରଣ (ସଫ୍ଟ ଲାଣ୍ଡିଙ୍ଗ) କରାଯିବାର ଯୋଜନା ରଖା ଯାଇଥିଲା ବିକ୍ରମ ଲାଣ୍ଡରରେ ଖଞ୍ଜାଯାଇଥିବା ସୋଲାର ପ୍ୟାନେଲ ମାଧ୍ୟମରେ ଏହା ସୂର୍ଯ୍ୟଙ୍କ ଆଲୋକକୁ ବିଦ୍ୟୁତ ଶକ୍ତିରେ ପରିବର୍ତ୍ତନ କରି  ଇନ୍ଧନରେ ମଧ୍ୟ କାର୍ଯ୍ୟ କରିବାକୁ ସମର୍ଥ ବିକ୍ରମ ଲାଣ୍ଡର ର କାର୍ଯ୍ୟକାଳ ୧୪ ଦିନ ଧାର୍ଯ୍ୟ କରାଯାଇଛି  ।
ପ୍ରଜ୍ଞାନ ରୋବର : ଏକ ସୌରଶକ୍ତି ଚାଳିତ ୨୭ କେଜି ଓଜନ ଏବଂ ୬ଟି ଚକା ବିଶିଷ୍ଟ ଭ୍ରମଣକାରୀ ଯନ୍ତ୍ର ଯାହା ଚନ୍ଦ୍ରପୃଷ୍ଠରେ ୧ ସେ.ମି ସେକେଣ୍ଡ ବେଗରେ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ଭ୍ରମଣ କରି ବିଭିନ୍ନ ରାସାୟନିକ ବିଶ୍ଲେଷଣ କରାଯିବା ପାଇଁ ସମର୍ଥ ପ୍ରଜ୍ଞାନ ରୋବର ରାସାୟନିକ ବିଶ୍ଲେଷଣ ଦ୍ୱାରା ସଂଗୃହିତ ସମସ୍ତ ତଥ୍ୟ ଏହା ବିକ୍ରମ ଲାଣ୍ଡରକୁ ପଠାଇବା ଯାହା ବିକ୍ରମ ଲ୍ୟାଣ୍ଡର ଲୁନାର ଅରବିଟର ସହାୟାତରେ ଇସ୍ରୋକୁ ଯୋଗାଇଦେବ ପ୍ରଜ୍ଞାନ ରୋବର ରେ ଅତ୍ୟାଧୁନିକ କ୍ୟାମେରା ଶହ ଅନେକ ବୈଜ୍ଞାନିକ ଉପକରଣ ଖଞ୍ଜା ଯାଇଅଛି ଓ ଏହାର କାର୍ଯକାଳ ମଧ୍ୟ ୧୪ ଦିନ ଧାର୍ଯ୍ୟ କରାଯାଇଛି  । ତେବେ ବର୍ତମାନ ପରିସ୍ଥିତିରେ ଲୁନାର ଅରର୍ବିଟର ତାର ନିର୍ଦ୍ଧାରିତ କାର୍ଯ୍ୟ ସଫଳତାର ସହ କରୁଛି  । ଏହା ଚନ୍ଦ୍ରର ପରିକ୍ରମା କରିବା ସହ ଚନ୍ଦ୍ରର ବିଭିନ୍ନ ଭାଗର ସ୍ଥିର ଚିତ୍ର ତଥା ଅନ୍ୟାନ୍ୟ ତଥ୍ୟ ଇସ୍ରୋକୁ ପଠାଉଛି । 

Comments