ମନର ଆବିଳତା ଓ ସମସ୍ୟା ହିଁ କ୍ରୋଧର ସାଧାରଣ କାରଣ । ଦୈନନ୍ଦିନ ଜୀବନରେ ମନୁଷ୍ୟ ଅତି ମାତ୍ରାରେ ଶାରୀରିକ ପରିଶ୍ରମ ବା ବିଭିନ୍ନ ପ୍ରକାର ମାନସିକ ଅବସାଦ ମଧ୍ୟଦେଇ ଗତି କରୁଥିବାରୁ ସେହି ବ୍ୟସ୍ତତା ରାଗ ହୋଇ ବାହାରିପଡେ । କ୍ରୋଧ ମସ୍ତିକକୁ ଚିନ୍ତା କରିବାର ସମୟ ଦିଏ ନାହିଁ । ଏହା ଅବିଳମ୍ବେ ସମ୍ପୂର୍ଣ୍ଣ ମନକୁ ଅକ୍ତିଆର କରିନିଏ । ଅହଙ୍କାର, ଈର୍ଷା, ଅସ୍ଥିରତା ଏବଂ କୁଣ୍ଠା ଆଦି ମନୋଭାବ ରାଗର ସହଚର । ଅତି ମାତ୍ରାରେ ସଦାସର୍ବଦା ରାଗିଲେ, ମନ, ଓ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ । ଅତ୍ୟଧିକ ରାଗିଲେ ସ୍ମରଣଶକ୍ତି ହାନି ହୋଇଥାଏ । ଧର୍ମଶାସ୍ତ୍ର ଅନୁଯାୟୀ କ୍ରୋଧ ହିଁ ସକଳ ବିନାଶର କାରଣ । ରାଗକୁ ନିୟନ୍ତ୍ରଣ କରିବାର କେତୋଟି ଉପାୟ: ♦ ରାଗ ଲାଗିଲେ ସଙ୍ଗେ ସଙ୍ଗେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ ଏବଂ ଥଣ୍ଡା ପାଣି ପିଅନ୍ତୁ । ରାଗ ଶାନ୍ତ ହୋଇଯିବ । ♦ ରାଗିଥିଲେ ଯୁକ୍ତିତର୍କକୁ ନ ବଢେଇ, ଯଥାଶୀଘ୍ର ସେହି ସ୍ଥାନ ପରିତ୍ୟାଗ କରି ଅନ୍ୟ କୌଣସି ମନୋରମ ସ୍ଥାନ କିମ୍ବା ପ୍ରିୟଜନକୁ ପାଖକୁ ବୁଲିଯାଆନ୍ତୁ । ♦ କାହାକୁ ବ୍ୟଙ୍ଗପୂର୍ଣ୍ଣ ଭାଷାରେ କଥାବାର୍ତ୍ତା କରନ୍ତୁ ନାହିଁ । ଭାଷାର ସୃଷ୍ଟି ମନର ଭାବ ପରିପ୍ରକାଶ କରିବା ନିମନ୍ତେ । ଭାଷା ଖରାପ ହେଲେ ତର୍କବିତର୍କ/ ମତାନ୍ତର ହୋଇ ମିତ୍ର ମଧ୍ୟ ଶତ୍ରୁ ପାଲଟି ଯାଆନ୍ତି । ♦ ରାଗରେ ଜର୍ଜରିତ ହୋଇ ମୁଖ୍ୟ ପ୍ରସଙ୍ଗଠାରୁ ଦୂରେଇଯାଇ ପୂର୍ବ ପ୍ରତିକୂଳ କଥାଗୁଡିକୁ କହିବା ଅନୁଚିତ । ଏହାଦ୍ୱାରା ପରିସ୍ଥିତି ଆହୁରି ଗମ୍ଭୀର ହୋଇଯାଏ । ବଦ୍ରାଗୀ ବ୍ୟକ୍ତିମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରି ବାର୍ତ୍ତାଳାପ କରନ୍ତୁ । ଭାଷାର କୁବ୍ୟବହାର ଓ ଅଶ୍ଳୀଳ ଗାଳିଗୁଲଜ ଅପପ୍ରୟୋଗ ଠାରୁ ଦୂରେଇ ରୁହନ୍ତୁ । ♦ ନିଜର ସୃଜନଶୀଳ ଚିନ୍ତାଧାରା ଏବଂ ସ୍ୱଭାବ ସହିତ ଖାପ ଖାଉନଥିବା ବ୍ୟକ୍ତିମାନଙ୍କ ସହିତ ଅଧିକା, ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ । ♦ ଯଦି କୌଣସି ଗୁରୁଜନ, ଉଚ୍ଚପଦସ୍ଥ କର୍ମକର୍ତ୍ତା, ସାଙ୍ଗସାଥୀ, ବାହାର ଲୋକ ଗାଳିଗୁଲଜ ବା ସମାଲୋଚନା କରୁଥାନ୍ତି, ତେବେ ସଙ୍ଗେ ସଙ୍ଗେ ପ୍ରତିକ୍ରିୟାଶୀଳ ନ ହୋଇ, ପରେ ରୋଗର କାରଣ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ ଓ ସମାଧାନର ସୂତ୍ର ବାହାର କରନ୍ତୁ । ♦ ଚୁଗୁଲିଆ ଓ ଖଳ ପ୍ରକୃତିର ବ୍ୟକ୍ତିମାନଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ♦ ଯେତେ ରାଗ ଆସିଲେ ବି ମାନସିକ ସନ୍ତୁଳନ ହରାନ୍ତୁ ନାହିଁ । “ସାତ୍ତ୍ୱିକ ଆହାର ସେବନ, ପ୍ରସନ୍ନ ଓ ଶାନ୍ତ ଚିନ୍ତାଧାରା ମାଧ୍ୟମରେ କ୍ରୋଧକୁ ପ୍ରଶମିତ କରାଯାଇପାରେ । କ୍ରୋଧ ସଂଯମତା ପାଇଁ ଦୁର୍ଗା, ଗାୟତ୍ରୀ ଉପାସନା ପ୍ରତିଦିନ କରିବା ଉଚିତ ।” ♦ କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ଓଁମ୍ ଧ୍ୱନି କରିପାର
Comments
Post a Comment