ସୋ÷ମେନ୍ଦ୍ର ଜେନା
ସାଂଘାଇ ସହଯୋଗ ସଂଗଠନର ବୈ÷ଠକରେ ଯୋଗଦେବାଲାଗି ଚଳିତ ମାସ ୧୩-୧୪ ଦୁଇଦିନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜସ୍ଥାନର ରାଜଧାନୀ ବିଶ୍କେକ୍ ଯାତ୍ରା କରିଥିଲେ । ତାଙ୍କର ଏହି ଯାତ୍ରା ଦ୍ୱିତୀୟ ପାଳିର ସରକାର ଗଠନ ପରେ ପ୍ରଥମ ବିଶ୍ୱସ୍ତରୀୟ ବୈଠକ ଉଦ୍ଦେଶ୍ୟରେ ରହିଥିଲା । କାରଣ ପୂର୍ବରୁ ଶ୍ରୀଲଙ୍କା ଓ ମାଳଦ୍ୱୀପକୁ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ରହିଥିଲା । ବିଶ୍କେକରେ ଯୋଗ ଦେବାଲାଗି ପାକିସ୍ଥାନ ସରକାର ମୋଦିଙ୍କ ପାଇଁ ଆକାଶପଥ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଥିଲେ ମଧ୍ୟ ସେ ଓମାନ ଆକାଶପଥ ବ୍ୟବହାର କରି ବିଶ୍କେକଠାରେ ପହଞ୍ôଚଥିଲେ । ସେଠାରେ ତାଙ୍କୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରାଯାଇଥିଲା । କିର୍ଗିଜର ବିଦେଶମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ । ମଧ୍ୟଏସିଆର ସ୍ଥଳଭାଗ ଘେରା ଏହି ଦେଶଟିର ଜନ୍ମ ୩୧ଅଗଷ୍ଟ ୧୯୯୧ରେ ହୋଇଥିଲା । ସୋଭିଏତ ଋଷଠାରୁ ଯେଉଁସବୁ ଦେଶ ଅଲଗା ହୋଇ ସ୍ୱାଧୀନତା ଲାଭ କରିଥିଲେ ତନ୍ମଧ୍ୟରେ କିର୍ଗିଜସ୍ଥାନ ଅନ୍ୟତମ । ସଂସଦୀୟ ଗଣତନ୍ତ୍ରକୁ ଆଧାର କରି ଏଦେଶର ସରକାର ·ଲୁଛି । ଦେଶରେ ନିରକ୍ଷର ନାହାନ୍ତି ବୋଲି କହିଲେ ଠିକ୍ ହେବ । କାରଣ ୯୯.୫୨ ପ୍ରତିଶତ ଲୋକେ ସ୍ୱାକ୍ଷର । କିର୍ଗିଜ ଉଜ୍ବେକ ଓ ରୁଷୀୟଭାଷା ଏଠାରେ ପ୍ରଚଳିତ । ୮୮ପ୍ରତିଶତ ଲୋକ ମୁସଲିମ, ୧୧.୪ ପ୍ରତିଶତ ଜନତା ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ, ଦେଶର ରାଷ୍ଟ୍ରପତି ଆଲମାଜ୍ବେକ୍ ଆଟମବାୟେଭା ଜଣେ ସଫଳ ରାଜନେତା । ତାଙ୍କ ସୁଦୃଢ ଶାସନ ଓ ଶକ୍ତିଶାଳୀ ନେତୃତ୍ୱ ଆଜି କିର୍ଗିଜସ୍ଥାନର ସଂପର୍କକୁ ଅନ୍ୟଦେଶଗୁଡିକ ସହ ଯୋଡି ରଖିବାରେ ସହାୟକ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ବିଶ୍କେକରେ ଅନୁଷ୍ଠିତ ଯେଉଁ ସାଂଘାଇ ସହଯୋଗ ସଂଗଠନ(ଏସ୍ସିଓ) ବୈଠକରେ ଯୋଗ ଦେବାପାଇଁ ଯାଇଥିଲେ ସେହି ସଂଗଠନ ୧୫ଜୁନ୍ ୨୦୦୧ରେ ଗଠନ କରାଯାଇଥିଲା । ପ୍ରଥମେ ପାଞ୍ଚଗୋଟି ରାଷ୍ଟ୍ର ଚୀନ, ରୁଷିଆ, କାଜାଖସ୍ଥାନ, କିର୍ଗିଜସ୍ଥାନ ଓ ତାଜିକସ୍ଥାନ ଏହାର ସଦସ୍ୟଥିଲେ । ପରବର୍ତ୍ତୀ କାଳରେ ଉଜବେକିସ୍ଥାନ ଏଥିରେ ସାମିଲ ହେଲା । ବିଶେଷ କରି ଚୀନ ଓ ରୁଷିଆର ପଡୋଶୀ ରାଷ୍ଟ୍ରଗୁଡିକ ସହ ସୀମାବିବାଦ ହ୍ରାସ, ସୀମାନ୍ତରେ ସେନାଙ୍କ ସଂଖ୍ୟା ହ୍ରାସ ସହ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱାସବୃଦ୍ଧି ଲକ୍ଷ୍ୟ ନେଇ ୧୯୯୬ ଏବଂ ୧୯୯୭ରେ ଚୁକ୍ତି ସ୍ୱାକ୍ଷର ହେବାପରେ ପ୍ରତିବର୍ଷ ରାଷ୍ଟ୍ରମୁଖ୍ୟମାନଙ୍କର ବୈଠକରେ ଯେଉଁ ଆଲୋଚନା ହେଉଥିଲା ସେଥିରେ ରାଜନୀତିକ, ଆର୍ôଥକ, ସୁରକ୍ଷା ଏବଂ ସୀମାନ୍ତର ସ୍ଥିତି ବିଷୟ ସ୍ଥାନ ପାଉଥିଲା । ଫଳତଃ ଏକ ସ୍ଥାୟୀ ସଂଗଠନ ଗଠନ ପାଇଁ ସଦସ୍ୟ ରାଷ୍ଟ୍ରଗୁଡିକ ଚିନ୍ତା କରିଥିଲେ । ୨୦୦୧ରେ ଉଜ୍ବେକିସ୍ଥାନ ଏଥିରେ ଯୋଗ ଦେଲା ପରେ ଭାରତ ଓ ପାକିସ୍ଥାନକୁ ୨୦୧୭ରେ ସ୍ଥାୟୀ ସଦସ୍ୟ ରୂପେ ଗ୍ରହଣ କରାଯାଇଥିଲା । ଏହାର ସଦସ୍ୟ ରାଷ୍ଟ୍ରଙ୍କ ସଂଖ୍ୟା ଏବେ ୮ରେ ପହଞ୍ôଚଛି । ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବେ ୪ଟି ରାଷ୍ଟ୍ର ଆଫଗାନିସ୍ଥାନ, ବେଲାରୁଷ, ଇରାନ ଓ ମଙ୍ଗୋଲିଆ ଆଦି ଯୋଗ ଦେଉଛନ୍ତି । ସଂଗଠନର ଆଲୋଚନାରେ ସହଯୋଗୀ ଭାବେ ଆଜରବୈଜାନ, ଆର୍ମେନିଆ, କାମ୍ବୋଡିଆ, ନେପାଳ,ତୁର୍କୀ ଓ ଶ୍ରୀଲଙ୍କା ଆଦି ରାଷ୍ଟ୍ର ରହିଛନ୍ତି । ସଂଗଠନର ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ପାରସ୍ପରିକ ବିଶ୍ୱାସ, ବାଣିଜ୍ୟରେ ସହଯୋଗ, ସଂସ୍କୃତି, ଶକ୍ତି, ପରିବହନ, ଗବେଷଣା, ପର୍ଯ୍ୟଟନ, ଟେକ୍ନୋଲାଜି କ୍ଷେତ୍ରରେ ଅଧିକ, ସହଯୋଗ ବଢାଇବା ଲକ୍ଷ୍ୟ ରହିଛି । ଏହାର ଦୁଇଟି ଶାଖା ସଂଗଠନ ରହିଛି । ଗୋଟିଏ ସଦସ୍ୟ ରାଷ୍ଟ୍ରଗୁଡିକର ଶାସନମୁଖ୍ୟଙ୍କ ପରିଷଦ, ଅନ୍ୟଟି ରାଷ୍ଟ୍ରମୁଖ୍ୟଙ୍କ ପରିଷଦ । ବର୍ଷରେ ଥରେ ଏହି ଶାଖା ସଂଗଠନର ବୈଠକ ହୋଇଥାଏ । ସଦସ୍ୟ ରାଷ୍ଟ୍ରଗୁଡିକର ବୈଦେଶିକ ମନ୍ତ୍ରୀ / ରାଷ୍ଟ୍ରୀୟ ସଂଯୋଜକମାନଙ୍କର ବୈଠକ ମଧ୍ୟ ହୋଇଥାଏ । ସଂଗଠନର ଦୁଇଟି ସ୍ଥାୟୀ ସମତି ରହିଛି । ଗୋଟିଏ ସଚିବାଳୟ ଏବଂ ଅନ୍ୟଟି ହେଲା ଆଞ୍ଚଳିକ ସନ୍ତ୍ରାସବାଦୀ ବିରୋଧୀ ଢାଞ୍ଚା ବା ରାଟସ୍ (ରେଜିଓନାଲ ଆଣ୍ଟି ଟେରରିଷ୍ଟ ଷ୍ଟ୍ରକଚର) । ସଂଗଠନର ସଚିବାଳୟ ଚୀନର ବେଜିଂଠାରେ ଥିଲାବେଳେ ରାଟସର କାର୍ଯ୍ୟାଳୟ କିର୍ଜିଗସ୍ଥାନର ବିଶ୍କେକ୍ ଏବଂ ଉଜ୍ବେକିସ୍ଥାନରେ ରହିଛି । ସଂଗଠନର କାର୍ଯ୍ୟାଳୟ ଭାଷା ହେଉଛି ଚୀନା ଓ ରୁଷୀୟ । ଏଥିରେ ସଦସ୍ୟତା ନେବାକୁ ହେଲେ ପ୍ରଥମେ କୋ÷ଣସି ରାଷ୍ଟ୍ର ସଂଗଠନର ରାଷ୍ଟ୍ରମୁଖ୍ୟ ପରିଷଦକୁ ଆବେଦନ କରିବେ । ପରେ ଏହି ଆବେଦନ ସଂଗଠନର ବୈଦେଶିକମନ୍ତ୍ରୀ ପରିଷଦକୁ ଯାଇଥାଏ । ବୈଦେଶିକ ମନ୍ତ୍ରୀ ପରିଷଦର ସ୍ୱୀକୃତି ପରେ ରାଷ୍ଟ୍ରୀୟ ସଂଯୋଜକ ପରିଷଦକୁ ତାହା ଯାଇଥାଏ ଏବଂ ସଚିବାଳୟକୁ ମଧ୍ୟ ଯାଇଥାଏ । ରାଷ୍ଟ୍ରୀୟ ସଂଯୋଜକ ପରିଷଦ ଏହାକୁ ନେଇ ଏକ ନୋଟ୍ ପ୍ରସ୍ତୁତ କରି ବିଦେଶମନ୍ତ୍ରୀ ପରିଷଦକୁ ପଠାଇଥାଆନ୍ତି । ସଂଗଠନର ବିଦେଶ ମନ୍ତ୍ରୀ ପରିଷଦର ନିଷ୍ପତ୍ତି ଉପରେ ହିଁ ନୂତନ ରାଷ୍ଟ୍ରଙ୍କ ସଦସ୍ୟତା ନିର୍ଭର କରିଥାଏ । ୨୦୦୫ରୁ ପାକିସ୍ଥାନ ଓ ଭାରତ ସହ ଇରାନ ପର୍ଯ୍ୟବେକ୍ଷକ ରାଷ୍ଟ୍ରଭାବେ ରହିଥିଲା । ୨୦୦୮ରେ ଇରାନ୍ ପୂର୍ଣ୍ଣ ସଦସ୍ୟତା ନେବାଲାଗି ଆବେଦନ କରିଥିଲା । କିନ୍ତୁ ସେତେବେଳେ ଇରାନ ବିରୋଧରେ ଆଣବିକ ପ୍ରସଙ୍ଗକୁ ନେଇ ଜାତିସଂଘର କଟକଣା ଏବଂ ପରେ ଆମେରିକାର ଆର୍ôଥକ କଟକଣା ଯୋଗୁ ଏପର୍ଯ୍ୟନ୍ତ ଏହି ରାଷ୍ଟ୍ରକୁ ସଦସ୍ୟତା ମିଳିପାରିନାହିଁ । ୨୦୦୫ରେ ପୁଣିଥରେ ଆବେଦନ କରିଥିଲେ ହେଁ ସେ ନେଇ ନିଷ୍ପତ୍ତି ଏଯାଏଁ ଗ୍ରହଣ କରାଯ୍ାଇପାରିନାହିଁ । ସେମିତି ଆଫଗାନିସ୍ଥାନ ୨୦୧୨ରୁ ପର୍ଯ୍ୟବେକ୍ଷକ ସଦସ୍ୟ ମାନ୍ୟତା ଲାଭକରି ୨୦୧୫ରେ ପୂର୍ଣ୍ଣ ସଦସ୍ୟତା ପାଇଁ ଆବେଦନ କରିଛି । କେନ୍ଦ୍ର ଏସିଆର ରାଷ୍ଟ୍ରଗୁଡିକ ମଧ୍ୟରୁ କେବଳ ତାଜିକିସ୍ଥାନ ଇରାନର ସଦସ୍ୟତାକୁ ନେଇ ବିରୋଧ କରୁଛି । ପ୍ରଥମେ ଚୀନ ବିରୋଧ କରୁଥିଲେ ମଧ୍ୟ ପରେ ରୁଷିଆର ସମର୍ଥନ ଇରାନ ସପକ୍ଷରେ ରହିବା ଯୋଗୁ ଏବେ ବିରୋଧ କରୁନାହିଁ । ତାଜିକିସ୍ଥାନରେ ନିଷିଦ୍ଧ ଇସଲାମିକ ରିଭାଇଭାଲ ପାର୍ଟିର ନେତା ମୁହିଦ୍ଦୀନ କାବିରିକୁ ଇରାନ୍ କର୍ତ୍ତୃପକ୍ଷ ଡିସେମ୍ବର ୨୦୧୫ରେ ତେହେରାନଠାରେ ଅନୁଷ୍ଠିତ ସମ୍ମିଳନୀକୁ ନିମନ୍ତ୍ରଣ କରିବା ପରେ ଦୁଇଦେଶ ମଧ୍ୟରେ ସଂପର୍କ ତିକ୍ତ ରହିଆସିଛି । ୨୦୧୭ରେ ସଂଗଠନର ଆଲୋଚନା ପୂର୍ବରୁ ଇରାନର ଯୋଗଦାନକୁ ତାଜିକିସ୍ଥାନ ବିରୋଧ କରିଥିଲା । ପୃଥିବୀର ପରିସ୍ଥିତି ବ୍ୟାପକ ବଦଳିବା ଯୋଗୁ ଏବେ କିଏ କାହା ସହ ରହିବ ତାହା ଜାଣିବା କଷ୍ଟକର । ତେଣୁ ବିଦେଶନୀତି ସ୍ଥାୟୀ ନହୋଇ ଆବଶ୍ୟକତାନୁସାରେ ବଦଳିବାରେ ଲାଗିଛି । ସବୁଦେଶ ନିଜ ନିଜର ଗୁରୁତ୍ୱ ଦୃଷ୍ଟିରୁ ବିଦେଶନୀତିକୁ ବଦଳାଇବା ପାଇଁ ବାଧ୍ୟ ହେଉଛନ୍ତି । ଯେମିତି ମସୁଦ ଅଜହର ଭାରତର ଶତ୍ରୁ ହୋଇଥିଲା ବେଳେ ପାକ୍ ଓ ଚୀନ ପାଇଁ ବିଶ୍ୱସ୍ତ ସହଯୋଗୀ ରହିଆସିଛି । ମସୁଦର ଲୋକେ ବଲୋଚ ଆନ୍ଦୋଳନକାରୀଙ୍କୁ ଦମନ କରିବା ଏବଂ କାଶ୍ମୀରକୁ ଅସ୍ଥିର କରିବା ପାଇଁ ଏହି ଦୁଇଦେଶକୁ ସାହାଯ୍ୟ କରିଆସୁଛନ୍ତି । ତେଣୁ ଭାରତର ସନ୍ତ୍ରାସବାଦ ବିରୋଧୀ ନୀତିକୁ ବିଶ୍ୱର ଅନେକ ମଞ୍ଚରେ ଚୀନ ଓ ପାକିସ୍ଥାନ ହଜମ କରିପାରୁ ନାହାନ୍ତି । ସେହି ଲକ୍ଷ୍ୟରେ ଚଳିତ ବର୍ଷର ଆଲୋଚନା ପୂର୍ବରୁ ସନ୍ତ୍ରାସବାଦକୁ ପ୍ରସଙ୍ଗ ନକରିବା ପାଇଁ ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତକୁ ଲକ୍ଷ୍ୟକରି ସଂଯମ ଆଚରଣ ପାଇଁ ଆଗୁଆ ଘୋଷଣା କରାଯାଇଥିଲା । ତାହା ବିଶ୍କେକରେ ଆଦୋ÷ ସଫଳ ହୋଇନଥିଲା । ଅଧିକନ୍ତୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ ଶ୍ରୀଲଙ୍କାରେ ସନ୍ତ୍ରାସବାଦୀଙ୍କ ଆକ୍ରମଣର ବିଭତ୍ସତାକୁ ନେଇ ଯେପରି ଆଲୋଚନା କଲେ ତାହା ପରୋକ୍ଷରେ ଉପସ୍ଥିତ ସଦସ୍ୟରାଷ୍ଟ୍ର ପାକ୍ ଓ ଚୀନପ୍ରତି ଉଦ୍ଦିଷ୍ଟ ରହିଥିଲା । ମୋଦିଙ୍କ ବକ୍ତବ୍ୟର ଇଙ୍ଗିତ ହିଁ ସେଥିପାଇଁ ଯଥେଷ୍ଟଥିଲା । ପାକ୍ ବିଦେଶ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ ସତ୍ତେ୍ୱ ଶ୍ରୀମୋଦି ଦ୍ୱିପାକ୍ଷିକ ଆଲୋଚନା ପାଇଁ କୋ÷ଣସି ପ୍ରକାର ଆଗ୍ରହ ପ୍ରକାଶ ନକରି ବରଂ ଚୀନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କାଳରେ ସନ୍ତ୍ରାସବାଦୀ କାର୍ଯ୍ୟ ବନ୍ଦ କରିବା ନେଇ ପାକ୍ କର୍ତ୍ତୃପକ୍ଷ ବିଶ୍ୱାସ ଯୋଗ୍ୟ ପଦକ୍ଷେପ ଗ୍ରହଣ ନକଲେ କଥାବାର୍ତ୍ତା କରାଯିବା ସମ୍ଭବପର ନୁହେଁ ବୋଲି ସ୍ପଷ୍ଟ ଜଣାଇଦେଇଥିଲେ । ସେହିପରି ରୁଷିଆର ରାଷ୍ଟ୍ରପତି ପୁତିନଙ୍କ ସହ ଆଲୋଚନା କାଳରେ ଉତ୍ତର ପ୍ରଦେଶର ଆମେଠିରେ କାଲାସିନୋଭ ଶ୍ରେଣୀର ରାଇଫଲ ନିର୍ମାଣ ପାଇଁ କାରଖାନା ସ୍ଥାପନରେ ରୁଷିଆର ସହାୟତା ଯୋଗୁ କୃତଜ୍ଞତା ପ୍ରକାଶ କରିଥିଲେ । ରୁଷିଆର ସମ୍ମାନ ତାଙ୍କୁ ମିଳିଥିବା ନେଇ ସେ ଦେଶବାସୀଙ୍କ ପକ୍ଷରୁ ରୁଷିଆର ନେତୃବୃନ୍ଦଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ । ଦୁଇଦେଶ ମଧ୍ୟରେ ସାତ ଦଶନ୍ଧିର ସହଯୋଗ ଆଗାମୀ ଦିନରେ ଅଧିକ ମଜଭୁତ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଗସ୍ତ କାଳରେ ଆଫଗାନିସ୍ଥାନ ରାଷ୍ଟ୍ରପତି ଅସରଫ ଘନି ମୋଦିଙ୍କୁ ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଆଫଗାନ ରାଷ୍ଟ୍ରପତିଙ୍କୁ ଭାରତ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଫଗାନିସ୍ଥାନ ପୁନର୍ଗଠନରେ ଭାରତ ସବୁଠୁ ଅଧିକ ଆର୍ôଥକ ସହଯୋଗ କରିଆସିଛି । ପ୍ରାୟ ୫୫୦ ପ୍ରକଳ୍ପ ମଧ୍ୟରୁ ୩୩୦ ପ୍ରକଳ୍ପ ଶେଷ ହୋଇଥିଲାବେଳେ ଅନ୍ୟଗୁଡିକ ଅନ୍ତିମ ପର୍ଯ୍ୟାୟରେ ରହିଛି । କେବଳ ପ୍ରକଳ୍ପ କ୍ଷେତ୍ରରେ ଭାରତ ୨ ବିଲିଅନ ଡଲାର ଖର୍ଚ୍ଚ ପୂର୍ବକାଳରେ ମୁମୁକ୍ଷୁମାନେ ମଧ୍ୟ ଏପରି ଜାଣି କର୍ମ କରି ଯାଇଛନ୍ତି; ଏଣୁ ତୁମେ ମଧ୍ୟ ପୂର୍ବଜଙ୍କ ଦ୍ୱାରା ସୋ÷ମେନ୍ଦ୍ର ଜେନା ବହୁପୂର୍ବରୁ କରାଯାଇଥିବା କର୍ମଗୁଡିକୁ (ସେମାନଙ୍କ ପରି) କର । କରିସାରିଲାଣି । ଦୁଇନେତାଙ୍କ ମଧ୍ୟରେ ଅତି ସୋ÷ହାର୍ଦ୍ଧ୍ୟପୂର୍ଣ୍ଣ ଆଲୋଚନା ହୋଇଥିଲା । ଇରାନର ·ବହର ବନ୍ଦର ମାଧ୍ୟମରେ ଆଫଗାନିସ୍ଥାନର ଶୁଖିଲା ଫଳ ଏବେ ଭାରତକୁ ରପ୍ତାନୀ ହେଉଛି । ଏହା ଛଡା ଅନ୍ୟାନ୍ୟ ଖାଦ୍ୟଶସ୍ୟ ଓ ଫଳସବୁ ଭାରତର ବଜାରରେ ପ୍ରବେଶ କଲାଣି । ଯୁଦ୍ଧବିଧ୍ୱସ୍ତ ଆଫଗାନିସ୍ଥାନର ବିକାଶରେ ଭାରତ ସବୁଠୁ ବଡ ନିକଟତର ଦେଶ ନୁହେଁ ସବୁଠୁ ଅଧିକ ସହାୟତା ପ୍ରଦାନକାରୀ ଦେଶ ହୋଇଛି ଆଗାମୀ ଦିନରେ ଦେଶର କ୍ଷମତା ପରିବର୍ତ୍ତନ ନେଇ ଅସ୍ଥିରତା ରହିଥିବା ନେଇ ସଂଶୟ ସୃଷ୍ଟି ହୋଇଛି । ଗୋଟିଏ ପଟେ ଆମେରିକା ସେଠାରୁ ଆସିବାକୁ ବାଟ ଖୋଜୁଥିଲାବେଳେ ଅନ୍ୟପଟେ ତାଲିବାନ ସହ କ୍ଷମତା ଅଂଶିଦାରୀ ନେଇ ଆଲୋଚନା କରୁଛି । ଏହାର ସୁଯୋଗରେ କେତେକ ପ୍ରଦେଶରେ ଆଇଏସ୍ ଗୋଷ୍ଠୀ ଆରବଦେଶରୁ ·ଲିଆସି ସେଠାରେ ଅନୁପ୍ରବେଶ କରିବା ପରେ ଆଗାମୀ ଦିନ ପାଇଁ ସମସ୍ୟା ସୃଷ୍ଟି କରିବାର ସଂକେତ ମିଳିଲାଣି । କାବୁଲ ନଦୀ ଉପରେ ଏକ ଜଳଭଣ୍ଡାର ନିର୍ମାଣ, ଜଳସେଚନ ବ୍ୟବସ୍ଥା ସହ ଆଧୁନିକ କୃଷି ମାଧ୍ୟମରେ ଆଫଗାନିସ୍ଥାନରେ ଅଧିକ ରୋଜଗାର ସୃଷ୍ଟିର ସମ୍ଭାବନା ନେଇ ଭାରତ ଦୃଢ ଆଶା ରଖିଛି । ପ୍ରତିରକ୍ଷା ସାମଗ୍ରୀ ପ୍ରଦାନ, ପ୍ରଶିକ୍ଷଣ ଆଦି ଅନେକ କ୍ଷେତ୍ରରେ ଭାରତର ସହାୟତା ଆଫଗାନିସ୍ଥାନରେ ଅଧିକ ରହିଛି । ଆଫଗାନ- ପାକ ସୀମାରେ ଆକ୍ରମଣ ନେଇ ଆଫଗାନ ରାଷ୍ଟ୍ରପତି ଚିନ୍ତିତ ଥିଲାବେଳେ ମୋଦିଙ୍କ ନୂତନ ସରକାରଠାରୁ ଅଧିକ ସହଯୋଗ ନେଇ ଆଶା ରଖିଛନ୍ତି । ମୋଦି ମଧ୍ୟ ଆଫଗାନ ରାଷ୍ଟ୍ରପତିଙ୍କୁ ସହାୟତା କମ୍ ହେବନାହିଁ କହି ଆଶ୍ୱସ୍ତ କରିଛନ୍ତି । ଦେଶରେ ଶାନ୍ତି ସ୍ଥାପନା କ୍ଷେତ୍ରରେ ଭାରତ ସବୁବେଳେ ଏକ ଉପଯୁକ୍ତ ସରକାରକୁ ସମର୍ଥନ କରିବ ବୋଲି ଶ୍ରୀ ମୋଦି ଘନିଙ୍କୁ କହିଥିବା ଜଣାପଡିଛି । ନିର୍ବାଚିତ ସରକାରକୁ ଭାରତର ସମର୍ଥନ ରହିବ ବୋଲି ସେ ବିଶ୍ୱାସ ଦେଇଛନ୍ତି । ଚଳିତବର୍ଷ ୨୮ ସେପ୍ଟେମ୍ବରରେ ଦେଶରେ ରାଷ୍ଟ୍ରପତି, ସଂସଦ ଓ ବିଧାନସଭାର ନିର୍ବାଚନ ଏକସଙ୍ଗେ ଅନୁଷ୍ଠିତ ହେବ । ଚଳିତବର୍ଷ ଏପ୍ରିଲ ୨୦ରେ ନିର୍ବାଚନ ହେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଏକ ନିରପେକ୍ଷ ନିର୍ବାଚନ କମିଶନ ନିଯୁକ୍ତି ନେଇ ବିଳମ୍ବ ହୋଇଛି । ଗତ ଅକ୍ଟୋବରରେ ନିର୍ବାଚନ ସମୟରେ ତାଲିବାନ ପକ୍ଷରୁ ଅନେକ ସ୍ଥାନରେ ଆକ୍ରମଣ ହୋଇଥିଲା । ତେବେ ନିର୍ବାଚନ କରାଇବା କ୍ଷେତ୍ରରେ ଭାରତ ସବୁପ୍ରକାର ସହଯୋଗ କରିବ ବୋଲି ଶ୍ରୀ ମୋଦି ଆଶ୍ୱାସନା ଦେଇଥିଲେ । ପାକ୍ର ଭୂମିକା ନେଇ ଦୁଇ ନେତା ଆଲୋଚନା କରିଥିଲେ । ଏହି ଗସ୍ତକାଳରେ କିର୍ଗିଜସ୍ଥାନ ସହ ଭାରତ, ଦ୍ୱିପାକ୍ଷିକ ସଂପର୍କ, ବାଣିଜ୍ୟ ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ ପାଞ୍ଚବର୍ଷିଆର ଯୋଜନା ପ୍ରସ୍ତୁତ କରିଥିବା ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଥିଲେ । ଭାରତକିର୍ଗିଜ ବାଣିଜ୍ୟ ଫୋରମରେ ଉଦ୍ବୋଧନ ଦେଇ ମୋଦି କହିଥିଲେ ଯେ ଦୋହରା ଟିକସକୁ ହଟାଇବା ସହ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ନୀତିକୁ ଗ୍ରହଣ କରିବା ଦ୍ୱାରା ଦୁଇଦେଶ ମଧ୍ୟରେ ସହଯୋଗ ବୃଦ୍ଧିପାଇବ । ଏହି ଫୋରମକୁ କିର୍ଗିଜ ରାଷ୍ଟ୍ରପତି ସୋରୋନ ବେଜିନ୍ବେକୋଭ ଓ ମୋଦି ଦୁହେଁ ମିଶି ଉଦ୍ଘାଟନ କରିଥିଲେ । ଏକ ମିଳିତ ପ୍ରେସ ବିଜ୍ଞପ୍ତିରେ ଦୁଇଦେଶ ସନ୍ତ୍ରାସବାଦ ବିରୋଧରେ ଲଢିବାକୁ ଘୋଷଣା କରିଥିଲେ । ଇରାନ ରାଷ୍ଟ୍ରପତି ହସନ ରୁହାନିଙ୍କ ସହ ଏହି ବୈଠକ କାଳରେ ମୋଦିଙ୍କ ସାକ୍ଷାତ ଆଲୋଚନା ହେବାକୁ ଥିଲେ ମଧ୍ୟ ସମୟାଭାବ ଯୋଗୁ ତାହା ସମ୍ଭବ ହୋଇପାରିନଥିଲା । ଆଲା-ଠୁ ପର୍ବତମାଳାର ପାଦଦେଶରେ ଥିବା ଆଲା -ଆର୍କା ରେସିଡେନ୍ସଠାରେ ଏହି ଆଲୋଚନା ହୋଇଥିଲା । ବିଶ୍କେକ୍ ଘୋଷଣାନାମାରେ ସନ୍ତ୍ରାସବାଦର ବିରୋଧ ନିଶାଦ୍ରବ୍ୟର ବିରୋଧ, ଡିଜିଟାଲକରଣର ବିକାଶ ପାଇଁ ନୀତି, ଗଣମାଧ୍ୟମ କ୍ଷେତ୍ରରେ ସହଯୋଗ ପାଇଁ ସଦସ୍ୟ ରାଷ୍ଟ୍ରଗୁଡିକ ଏକମତ ହୋଇଥିଲେ । ଏଲ/୨୫୭ (ତଳମହଲା) ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ଭୁବନେଶ୍ୱର-୭୫୧୦୦୩
Comments
Post a Comment