ଗୀତ ଶୁଣିବାକୁ କାହାକୁ ବା ଭଲ ନ ଲାଗେ! ଅବଶ୍ୟ ସମସ୍ତଙ୍କ ଶୁଣିବା ଶୈଳୀ ଓ ଗୀତ ପସନ୍ଦ ଭିନ୍ନ ହୋଇଥାଏ । କେହି କେହି କମ୍ ସାଉଣ୍ଡ୍ ଦେଇ ଧୀର ଗୀତ ଶୁଣିଥାନ୍ତି ତ ପୁଣି କେହି ହେଡ୍ଫୋନ୍ ଲଗେଇ ଜୋର୍ ଭଲ୍ୟୁମ୍ ଦେଇ ଲାଉଡ୍ ମ୍ୟୁଜିକ୍ ଶୁଣିଥାନ୍ତି । ଗୀତ ଶୁଣିବା ଉଭୟ ମନ ଓ ଶରୀର ପାଇଁ ଭଲ ଏଥିରେ ସନ୍ଦେହ ନାହିଁ । ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ହେଡ୍ଫୋନ୍ ଦେଇ ଲାଉଡ୍ ମ୍ୟୁଜିକ୍ ଶୁଣିଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ । ଜୋର୍ ଭଲ୍ୟୁମ୍ରେ ଗୀତ ଶୁଣିଲେ ଶ୍ରବଣ ଶକ୍ତି ଅପେକ୍ଷାକୃତ ହ୍ରାସ ପାଇଥାଏ । ଜାଣିରଖନ୍ତୁ ଯେରେ ଜୋର୍ ସାଉଣ୍ଡ୍ରେ ଗୀତ ଶୁଣିବା ଏକ ପ୍ରକାରର ଶବ୍ଦ ପ୍ରଦୂଷଣ ମଧ୍ୟ । ଗବେଷଣାରୁ ଜାଣିବାକୁ ମିଳିଛି ପାଖାପାଖି ୧.୧ ବିଲିୟନ୍ ଲୋକ ସମ୍ପୂର୍ଣ୍ଣ ଭାବେ ଅଥବା ଆପେକ୍ଷିକ ଭାବେ ଏହି କାରଣରୁ ଶ୍ରବଣ ଶକ୍ତି ହରାଉଛନ୍ତି । ବିଶେଷ କରି ୧୨ରୁ ୨୫ ବର୍ଷ ବୟସ୍କଙ୍କ ଭିତରେ ଏହି ସମସ୍ୟା ଦେଖାଦେଉଛି । ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ଶ୍ରବଣ ଶକ୍ତି ଗୀତ ପାଇଁ ପ୍ରଭାବିତ ହେଉଛି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

Comments
Post a Comment