ଦାନର ମହତ୍ତ୍ୱ ସୁଦୂରର ପ୍ରସାରୀ

ଦାନ ଦିଏ ପୁଣ୍ୟ। ଜଣେ ଦାନକଲେ ଆତ୍ମସନ୍ତୋଷ ଲାଭ କରେ । ଆହୁରି ମଧ୍ୟ ଦାନ ଦ୍ୱାରା ପ୍ରାରବ୍ଧ ପାଇଁ ସଞ୍ôଚତ େହୋଇ ରହେ ମହାପୁଣ୍ୟ । ଯାହା ପର ଜନ୍ମରେ ସହାୟକ ହୁଏ ବୋଲି ବେଦ, ଉପନିଷଦରେ ବର୍ଣ୍ଣିତ ଅଛି । କୁହାଯାଏ ଜଣେ ଟେକାଟିଏ ଦାନ କରିଥିଲେ, ତା’ପାଇଁ ପାହାଡ଼ସମ ପୁଣ୍ୟ ରହିଥାଏ । ସେହିଭଳି ମହାକବି ମାଘ ଥିଲେ ଜଣେ ଦାନୀ ଓ ଦୟାବାନ ବ୍ୟକ୍ତିତ୍ୱ । ସେ ରାଜ ଦରବାରରେ ପଣ୍ଡିତଭାବେ ଚାକିରି କରିଥିଲେ । ସେ ଯାହା ଉପହାର, ଅର୍ଥ ବସ୍ତ୍ର ଓ ସ୍ୱର୍ଣ୍ଣ ଅଳଙ୍କାର ପାଉଥିଲେ ତାହା ଅସହାୟ ବ୍ୟକ୍ତିଙ୍କୁ ଦାନକରି ଆତ୍ମସନ୍ତୋଷ ଲାଭ କରୁଥିଲେ । ଥରେ ସମସ୍ତ ବସ୍ତୁ ଦାନକରି ଖାଲି ହାତରେ ଘରକୁ ଫେରିବା ପୂର୍ବରୁ ତାଙ୍କର ଏକାନ୍ତ ଅନୁଗତ ସେବକ ସିଦ୍ଧାର୍ଥ ସମସ୍ତ ବିଷୟ ମାଘଙ୍କ ପତ୍ନୀ ବିଦ୍ୟାଙ୍କୁ କହିଦେଲେ । ପଣ୍ଡିତ ଘରକୁ ଫେରିବା ପରେ ତାଙ୍କ ପତ୍ନୀ ବିଦ୍ୟା ବିରକ୍ତି ପ୍ରକାଶ କରିବା ସହ କହିଲେ, ମିଳୁଥିବା ସମସ୍ତ ଦ୍ରବ୍ୟ ଦାନ ସୂତ୍ରରେ ଦେଇଦେଲେ ଘର ଚଳିବ କିପରି? ପିଲାଏ ଖାଇବେ କ’ଣ? ଏପରି କି ବାପଘରୁ ଆଣିଥିବା ମୂଲ୍ୟବାନ ପଦାର୍ଥ, ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ଦାନରେ ଚାଲିଯାଇଛି । ଦଶଟି ଗାଈରୁ ନଅଟି ଗାଈ ଦାନ ଦେବାପରେ ଘରେ ମାତ୍ର ଗୋଟିଏ ଗାଈ ଅଛି । ଏସବୁ ଅଭିଯୋଗକୁ ସ୍ମିତହାସ୍ୟ ମାଧ୍ୟମରେ କବିମାଘ ହଜମ କରିଦେଲେ । ଏହିଭଳି ହେବାରୁ ବିଦ୍ୟା ଅଭିମାନରେ ଘରତ୍ୟାଗ କରି ପିତ୍ରାଳୟ ଚାଲିଯିବାକୁ କହିଲେ ଅନ୍ୟପକ୍ଷରେ ସେବକ ସିଦ୍ଧାର୍ଥ ଗୃହସ୍ଥ ଆଶ୍ରମରେ କୃତ୍ରିମ ଅଗ୍ନି ସଂଯୋଗ କରି ପତି-ପତ୍ନୀଙ୍କ ମଧ୍ୟରେ କଳି ଲଗାଉଥିବା ମହାକବି ଜାଣିପାରିଲେ । କିନ୍ତୁ ମାଘଙ୍କ ଉପସ୍ଥିତିରେ ସେବକ ସିଦ୍ଧାର୍ଥ ମହାକବିଙ୍କ ପ୍ରଶଂସାରେ ଶତମୁଖ େହୋଇଉଠିଲେ । ସେ କହିଲେ, ମା’ଏପରି ଜଣେ ଶ୍ରେଷ୍ଠ କବି ଯାହାର ଯଶ ସମଗ୍ର ଦେଶରେ ପରିବ୍ୟାପ୍ତ, ତାଙ୍କୁ ଛାଡ଼ି ଆପଣ ଯାଇପାରିବେ କିପରି? ଆପଣ ଗଲେ ଯାଆନ୍ତୁ ମୁଁ ମୋର ପ୍ରଭୁଙ୍କୁ ଛାଡ଼ି ଯାଇପାରିବିନାହିଁ । ଯେ ପର୍ଯ୍ୟନ୍ତ ସେ ମୋତେ ସେବାରୁ ନିବୃତ୍ତ କରି ନାହାନ୍ତି । ସିଦ୍ଧାର୍ଥଙ୍କର ଏଭଳି ସମ୍ବୋଧନ ଯଥେଷ୍ଟ ଥିଲା । ବିଦ୍ୟା ଅଭିମାନ ତ୍ୟାଗ କରି ଗୃହ କର୍ମରେ ମନୋନିବେଶ କଲେ ।

Comments