ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରାୟ ପ୍ରତିଦିନ କୌଣସି ନା କୌଣସି ‘ଦିବସ’ ପାଳନ କରାଯାଏ । ଏଥିରେ ୫ବର୍ଷ ହେଲା ଯୋଡ଼ି ହୋଇଛି ‘ଆନ୍ତର୍ଜାତିକ ଯୋଗ ଦିବସ’ । ୪ ବର୍ଷ ତଳେ ଜାତିସଂଘରେ ବକ୍ତୃତା ଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଏକ ଦିବସର ପରିକଳ୍ପନା କରିବାପାଇଁ ଆହ୍ୱାନ ଦେଇଥିଲେ । ଏହାକୁ ବର୍ତ୍ତମାନ ବହୁ ଦେଶ ସ୍ୱୀକୃତି ଦେଇଛନ୍ତି । ଜାତିସଂଘର ଅନୁମୋଦନ କ୍ରମେ ଜୁନ୍ ୨୧ ତାରିଖକୁ ‘ଆନ୍ତର୍ଜାତିକ ଯୋଗ ଦିବସ’ ଭାବେ ମାନ୍ୟତା ଦିଆଗଲା । ଏନେଇ ପ୍ରସ୍ତୁତ ଏକ ଚିଠା ପ୍ରସ୍ତାବରେ ଆମେରିକା, କାନାଡା ଓ ଚୀନ ସମେତ ୫୦ଟି ଦେଶ ସ୍ୱାକ୍ଷର କଲେ । ପରେ ଅନ୍ୟ ଦେଶ ଏହାକୁ ସ୍ୱୀକାର କରିନେଲେ । ଯୋଗକୁ ପ୍ରାଚୀନ ଭାରତର ଶ୍ରେଷ୍ଠ ଅବଦାନ ବୋଲି ପୃଥିବୀବାସୀ ସ୍ୱୀକାର କରୁଛନ୍ତି । ଏବେ ଅନେକ ଦେଶରେ ଯୋଗଶାଳା ସବୁ ଖୋଲିଗଲାଣି । ସ୍ୱାମୀ ରାମଦେବଙ୍କ ପରି ଯୋଗଶିକ୍ଷକମାନେ ବିଭିନ୍ନ ଦେଶକୁ ଯାଇ ଯୋଗ କର୍ମଶାଳା କରି ଏହାକୁ ଗତ କିଛିବର୍ଷ ମଧ୍ୟରେ ବେଶ୍ ଲୋକପ୍ରିୟ ମଧ୍ୟ କରିସାରିଛନ୍ତି । ତେବେ ଦୁଃଖର କଥା ହେଉଛି ଯୋଗ ଭାରତର ମୁନିଋଷିଙ୍କ ଶ୍ରେଷ୍ଠ ଅବଦାନ ହୋଇଥିଲେ ହେଁ ଭାରତୀୟମାନେ ଏହାକୁ ଯେମିତି ଗୁରୁତ୍ୱ ଦେବା କଥା, ସେମିତି ଦେଇନାହାନ୍ତି । ପ୍ରକୃତ ଯୋଗବ୍ୟାୟାମ ଶିଖିବା ବଦଳରେ ଅନେକ ଲୋକ ଦେଖାଶିଖା ଯୋଗ କରୁଥିବାରୁ ତାହା ଠିକ୍ ନୁହେଁ ବୋଲି ଚେତାବନୀ ଦେଇଥିଲେ ବିଶ୍ୱବିଖ୍ୟାତ ଯୋଗଗୁରୁ ପଦ୍ମବିଭୂଷଣ ବିକେଏସ୍ ଆୟାଙ୍ଗାର । ଏପରିକି ସେ ବର୍ତ୍ତମାନର ପ୍ରମୁଖ ଯୋଗଗୁରୁଙ୍କ କେତେକ ଯୋଗଶୈଳୀକୁ ମଧ୍ୟ ଏକଦା ସମାଲୋଚନା କରିବାକୁ ପଛାଇ ନଥିଲେ । ତେବେ ଯାହାବି ହେଉ ଯୋଗ ଏବେ ବିଶ୍ୱବାସୀଙ୍କ ପାଇଁ ଗ୍ରହଣୀୟ ହୋଇଛି । ଯୋଗ କଲେ ସ୍ୱାସ୍ଥ୍ୟ ଭଲ ରହେ । ଯୋଗପଦ୍ଧତି ଭାରତୀୟଙ୍କ ଏକ ପ୍ରାଚୀନ ବିଧି, ଯାହା ସେମାନଙ୍କୁ ସୁସ୍ଥସବଳ ରଖିବାରେ ସାହାଯ୍ୟ କରିଥାଏ । ଗତ କିଛିବର୍ଷ ହେଲା ଭାରତର କେତେକ ଯୋଗସାଧକ, ବିଶେଷକରି ସ୍ୱାମୀ ରାମଦେବଙ୍କ ଯୋଗୁଁ ସାରା ପୃଥିବୀରେ ଯୋଗ ଲୋକପ୍ରିୟ ହୋଇଯାଇଛି । ରାମଦେବ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ବହୁ ଯୋଗ ଶିବିର ଆୟୋଜନ କରିଛନ୍ତି । ଯୋଗ ଏବେ ବିଶ୍ୱବ୍ୟାପୀ ହୋଇଛି । ଇଂଲଣ୍ଡରୁ ଆମେରିକା ଓ ଫ୍ରାନ୍ସରୁ ଜାପାନ ଯାଏଁ, ସବୁ ଜାଗାର ଲୋକେ ଯୋଗ କରୁଛନ୍ତି । ତେବେ ଏବେ ଏହି ଯୋଗ କରିବାପାଇଁ ଲୋକଙ୍କୁ ଟ୍ୟାକ୍ସ ବା କର ଦେବାକୁ ପଡ଼ିବ । ଅବିଶ୍ୱାସ ଲାଗୁଥିଲେ ହେଁ ସତ । ଆମେରିକାର ରାଜଧାନୀ ୱାଶିଂଟନ ଡିସିର ଲୋକଙ୍କ ଉପରେ ଏଭଳି କର ଲଗାଇବାପାଇଁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା । ସେଠାକାର ଲୋକେ ବ୍ୟାୟାମଶାଳା ବା ଯୋଗଶାଳା କଲେ ସେମାନଙ୍କୁ କର ଦେବାକୁ ପଡୁଛି । ଏହାକୁ ସେମାନେ ‘ଯୋଗ କର’ ବା ‘ୱେଲ୍ନେସ୍ ଟ୍ୟାକ୍ସ’ ବୋଲି କହୁଛନ୍ତି । ଏହି କରରୁ ପ୍ରଶାସନ ପ୍ରତିବର୍ଷ ୫୦ ଲକ୍ଷ ଡଲାର୍ ପାଉଛି । ସେଠାରେ ଲୋକେ କର ଦେଇ ଯୋଗ କରୁଛନ୍ତି । ଅଥଚ ଭାରତ ଭଳି ଦେଶରେ ମାଗଣାରେ ମଧ୍ୟ ଯୋଗାସନ ପାଇଁ ଯେତିକି ଆଗ୍ରହ ଦେଖିବା କଥା ଥାଏ ଦେଖାଯାଉ ନାହିଁ । କେବଳ ବର୍ଷକୁ ଥରେ ଗଣମାଧ୍ୟମ ସମ୍ମୁଖରେ ଯୋଗାଭ୍ୟାସ କରି ଆମେ ଏକ ପରମ୍ପରା ରକ୍ଷା କଲା ଭଳି ଲାଗୁଛି । ସେପଟେ ଆମ ଦେଶରେ ଅସଦୁଦ୍ଦିନ ଓୱେସୀଙ୍କ ଭଳି ଲୋକମାନେ ଯୋଗକୁ ବିରୋଧ କରିବାରେ ଲାଗିଛନ୍ତି । ପାକିସ୍ତାନରେ ଆଜି ପର୍ଯ୍ୟନ୍ତ ଯୋଗକୁ ସରକାର ଅନୁମତି ଦେଉ ନାହାନ୍ତି । ପାକିସ୍ତାନ କାହିଁକି ଯିବା ଆମ ଦେଶରେ ମଧ୍ୟ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । ଧର୍ମନିରପେକ୍ଷତା ନାମରେ ପ୍ରତିଦିନ ଗଣମାଧ୍ୟମରେ ବଡ଼ ବଡ଼ ଆଲୋଚନା ଦେଖିବାକୁ ମିଳେ । ଏହି ଆଲୋଚନା କ୍ରମେ ଗଣ୍ଡଗୋଳ ଆଡ଼କୁ ମୁହାଁଏ, ସାମାନ୍ୟ କଥାକୁ ନେଇ ଜିରାରୁ ସିରା କାଢ଼ିଲା ପରି ଅନେକ ଅଯୁକ୍ତିକର ତଥ୍ୟ ଶୁଣିବା ଲୋକଙ୍କୁ ବିରକ୍ତ କରେ; କିନ୍ତୁ କହିବା ଲୋକଙ୍କୁ ବିରକ୍ତ ଲାଗେ ନାହିଁ । ଉତ୍ତରମେରୁ ଦକ୍ଷିଣମେରୁ ପରି ଭାରତରେ ପ୍ରତ୍ୟେକ ସକାରାତ୍ମକ କାମରେ ମଧ୍ୟ ରୁଢ଼ିବାଦୀ ଗୋଷ୍ଠୀ ନିଜ ସଂକୀର୍ଣ୍ଣ ମାନସିକତାର ପରିଚୟ ଦେଇ ଆସିଛନ୍ତି । ଯୋଗକୁ ନେଇ ମଧ୍ୟ ସେମାନେ ମଝିରେ ମଝିରେ ବିବାଦ ସୃଷ୍ଟି କରିଥାନ୍ତି । ଯୋଗର ଅର୍ଥ ହେଉଛି ଯୋଡ଼ିବା, ସଂଯୋଗ କରିବା; ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକତାର ଯୋଗ, ଧୀ ଓ ଜ୍ଞାନର ଯୋଗ । ଏହାର ଊଦ୍ଧ୍ୱର୍ରେ ଯୋଗ କେବେ ଧର୍ମପ୍ରଚାର ବା ଜେହାଦ୍ କାମରେ ବ୍ୟବହୃତ ହୁଏ ନାହିଁ । ଭାରତୀୟ ସଂସ୍କୃତି ଯେମିତି ବିଶ୍ୱର ଅଧିକାଂଶ ସଂସ୍କୃତିକୁ ସମାହିତ କରିଛି ସେହିପରି ଯୋଗ, ଭାରତୀୟ ସାହିତ୍ୟ, ବିଜ୍ଞାନ, ନୃତତ୍ତ୍ୱ, ଖଗୋଳ ଶାସ୍ତ୍ର ଅତିମାର୍ଜିତ, ସଂସ୍କାରିତ ଓ ପରିପକ୍ୱ ହୋଇଆସିଛି । ମୁଖ୍ୟତଃ ଯୋଗଶାସ୍ତ୍ର ବିଷୟରେ ଅନୁଧ୍ୟାନ କରିବାକୁ ଗଲେ ଏହା ମାନବିକ ଭିନ୍ନତା, ଧର୍ମ ଓ ସଂକୀର୍ଣ୍ଣତାରୁ ଖୁବ୍ ଊଦ୍ଧ୍ୱର୍ରେ ଥିବା ପ୍ରମାଣିତ ହୋଇଯାଏ । ଭାରତୀୟ ବିଜ୍ଞାନ ଓ ସାହିତ୍ୟକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ ଯଥା ଧାର୍ମିକ ଓ ଧର୍ମନିରପେକ୍ଷ । ଏଥିରୁ ଯୋଗ ବିଜ୍ଞାନ ଓ ଜ୍ୟୋତିଷ ବିଜ୍ଞାନ ଧାର୍ମିକ ସଂକୀର୍ଣ୍ଣତାରୁ ଢେର ଉଦ୍ଧ୍ୱର୍ରେ, ଯାହା ସାର୍ବଜନୀନ ହିତର କଥା କହେ, ସମସ୍ତଙ୍କ ସୁଖଦ ଭବିଷ୍ୟତ ହିଁ କାମନା କରେ । ମୁସଲିମ୍ ଜଗତରେ ଯୋଗର ପୃଷ୍ଠପୋଷକ ଓ ପ୍ରଚାରକଙ୍କ ସଂଖ୍ୟା କମ୍ ନୁହେଁ । ବହୁ ବିଦ୍ୱାନ୍, ଗବେଷକ ଓ ସାଧକ ଯୋଗ ବିଷୟରେ ଗବେଷଣା କରି ଏହା ସମୁଦାୟକୁ ସଂଯୋଗ କରେ ବୋଲି କହିଛନ୍ତି । ମହମ୍ମଦ ଅବଦୁଲ ଫତେ ଫହିମ୍ ନାମକ ଜଣେ ଆରବୀୟ ବିଦ୍ୱାନ ନିଜ ପୁସ୍ତକ ‘ୟୋଗାୱା’ଲ୍-ତରଫୁସ୍’(ନିଃଶ୍ୱାସ ଓ ଯୋଗ)ରେ ଯୋଗର ପ୍ରଶଂସା କରିଛନ୍ତି । ସେ କହନ୍ତି "ଭାରତୀୟ ପବିତ୍ର ଭାଷାରେ ଯୋଗର ଅର୍ଥ ହେଉଛି ସଂଯୋଗୀକରଣ, ଶରୀର ଓ ଆତ୍ମାର ସଂଯୋଗୀକରଣ । ଯାହା ମଣିଷକୁ ଜ୍ଞାନ ଓ ଧୀଶକ୍ତି ଆହରଣରେ ସହାୟତା କରେ ଏବଂ ଚିନ୍ତାଶକ୍ତି ବିକଶିତ କରେ । ଯୋଗ ସାଧକକୁ ସାମ୍ପ୍ରଦାୟିକତା, ଧର୍ମାନ୍ଧତା, ସଂକୀର୍ଣ୍ଣ ମାନସିକତାରୁ ଊଦ୍ଧ୍ୱର୍କୁ ନେଇଯାଏ । ଏହା ଶାରୀରିକ ଓ ଅଧ୍ୟାତ୍ମିକ ଭାବେ ତୃପ୍ତି ପ୍ରଦାନ କରେ' । ଅନ୍ୟ ଜଣେ ବିଦ୍ୱାନ ଜମିଲ୍ ସୁଲେବା ମଧ୍ୟ ଏମିତି କିଛି କହନ୍ତି । ସୁଲେବା ତାଙ୍କ ପୁସ୍ତକ ‘ଅଲ୍-ମୁଜାମ୍-ଅଲ୍-ଫଲସାଫି’ରେ ଯୋଗକୁ ସଂଯୋଗୀକରଣର ସୂତ୍ର ବୋଲି ବର୍ଣ୍ଣନା କରିବା ସହ ଭାରତର ବିଦ୍ୱାନ ବ୍ୟକ୍ତିମାନେ ସାର୍ବଜନୀନ ଆଧ୍ୟାତ୍ମ ପ୍ରାପ୍ତି ନିମନ୍ତେ ଏହାର ଅଭ୍ୟାସ କରନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଜଣେ ପ୍ରାଚ୍ୟ ସମାଲୋଚକ ଡ.ଅହମଦ୍ ସଲାବି ଯୋଗ ଆଧ୍ୟାତ୍ମିକତାର ଏକ ସାର୍ବଜନୀନ ସାଧନା, ଏହା କୌଣସି ବିଚାରଧାରା ଓ ଦର୍ଶନକୁ ବିରୋଧ କରେନାହିଁ ବୋଲି କହିଛନ୍ତି । ଯୋଗ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବନ୍ଧନ କରିବାରେ ସକ୍ଷମ ବୋଲି ସେ ଉଲ୍ଲେଖ କରିଛନ୍ତି । ତେବେ ଇସ୍ଲାମକୁ ଏହା ଆକର୍ଷିତ କରିବା ଆଶଙ୍କା ଥିବାରୁ ମୁସଲମାନମାନଙ୍କୁ ସଚେତନ ହେବା ପାଇଁ ଚେତାବନୀ ଦେଇଛନ୍ତି । ତେବେ ତାଙ୍କ ଲେଖାରେ ଯୋଗ ପ୍ରତି ଯେଉଁ ସମ୍ମାନ ପରିଲକ୍ଷିତ ହୋଇଛି ତାହା ପ୍ରଣିଧାନ ଯୋଗ୍ୟ । ଇସଲାମ୍ ସମେତ ପ୍ରତ୍ୟେକ ବିଚାର ଓ ଧର୍ମରେ ଯୋଗକୁ ଏକ ନୂତନ ବିଷୟ ସଂସ୍କାର କରି ଗ୍ରହଣ କରାଯାଇପାରନ୍ତା । ବିଂଶ ଶତାବ୍ଦୀରେ ଯୋଗ ସଂସ୍କୃତି ଆମେରିକାରେ ବେଶ୍ ପ୍ରସିଦ୍ଧି ଲାଭକଲା । ଏହା ମୂଳ ହିନ୍ଦୁ ସଂସ୍କୃତି ହୋଇଥିବାରୁ ଖ୍ରୀଷ୍ଟୀୟ ମୌଳବାଦୀମାନେ ଏହାକୁ ବିରୋଧ କରି କୋର୍ଟକୁ ଗଲେ । ଜାତୀୟ ଆଇନ୍ ଓ ନୀତି କେନ୍ଦ୍ର (ଏନ୍ସିଏଲ୍ପି) ନାମରେ ଏକ ସଂଗଠନ ଅନ୍ତତଃ ସ୍କୁଲଗୁଡିକରେ ଯୋଗକୁ ବାସନ୍ଦ କରିବା ପାଇଁ ଅନୁରୋଧ କଲା । ତେବେ ସାନ୍ ଡିଆଗୋର ଏକ କୋର୍ଟ ମାମଲାର ବିଚାର କରି ଆଦେଶ ଦେଲେ ଯେ ‘ଯେହେତୁ ଯୋଗର ମୂଳ ହିନ୍ଦୁ ସଂସ୍କୃତିରେ ରହିଛି, ଏହା କିନ୍ତୁ ଯଥେଷ୍ଟ ସଂସ୍କାରିତ ହୋଇସାରିଛି । ଏହା ସ୍କୁଲରେ ଶିକ୍ଷଣଯୋଗ୍ୟ, ଏଥିରେ କୌଣସି ଆପତ୍ତି ହେବା ଉଚିତ ନୁହେଁ’ । କୋର୍ଟଙ୍କ ଏହି ଆଦେଶ ବେଶ୍ ଯଥାର୍ଥ ମନେହୁଏ । ଆମେରିକାରେ ଯୋଗକୁ ବେଶ୍ ଆତ୍ମୀୟତାର ସହ ଆପଣାଇ ନିଆଯାଇଛି । ନାମରେ କିନ୍ତୁ ପରିବର୍ତ୍ତନ କରାଯାଇଛି । ମୂଳ ପଦ୍ମାସନ ଏବେ ‘କ୍ରିସ-କ୍ରସ୍-ଏପୁଲ୍-ସସ୍’ ଓ ସୂର୍ଯ୍ୟ ନମସ୍କାର ‘ଓପନିଂ ସିକ୍ୱେନ୍ସ’ ନାମରେ ପ୍ରସିଦ୍ଧି ଲାଭ କରିଛି । ମୁସ୍ଲିମ୍ ବିଶ୍ୱରେ ମଧ୍ୟ ଯୋଗକୁ ଗ୍ରହଣ କରିବାକୁ ନେଇ ସଂଘର୍ଷ ଜାରି ରହିଛି । ଜଣେ ଆମେରିକୀୟ ମୁସଲମାନ ମହିଳା ଫରିଦା ହମଜା ଅନେକ ରୁଢ଼ିବାଦୀ ବାଧାବନ୍ଧନ ଡେଇଁ ଯୋଗ ଶିକ୍ଷା ଗ୍ରହଣ କରିବା ପରେ ଯୋଗ ଓ ଇସ୍ଲାମ ମଧ୍ୟରେ ଅନେକ ସମାନତା ଆବିଷ୍କାର କରିଛନ୍ତି । ଫରିଦାଙ୍କ ଭାଷାରେ ଯୋଗର ଯମ ନିୟମର ସ୍ଥିତି ମୁସ୍ଲିମ ପଞ୍ଚ ନିୟମରେ ରହିଛି । ଇସ୍ଲାମ ଯେମିତି ସଲାତ୍ ଅର୍ଥାତ୍ ନିୟମିତ ପ୍ରାର୍ଥନା, ଜକାତ୍ ଅର୍ଥାତ୍ ଦାନ ଧର୍ମ, ସମ୍ ଅର୍ଥାତ୍ ଆହାର ବିହାରରେ ନିୟନ୍ତ୍ରଣ ଆଦି । ଏତଦ୍ବ୍ୟତୀତ ଇବାଦତ୍(ପୂଜା, ଧ୍ୟାନ ଧାରଣା), ନେକି (ସାଧୁତା), କୁର୍ବାନୀ(ବଳିଦାନ) ଆଦିର ଶିକ୍ଷା ଦିଏ, ଯୋଗ ସେଥିରୁ କିଛି ଭିନ୍ନ କହେ ନାହିଁ । ପ୍ରାର୍ଥନା କଲା ସମୟରେ ମୁସଲମାନ୍ମାନେ ଅଜାଣତରେ କେତେକ ଯୋଗ ସାଧନ କରନ୍ତି ବୋଲି ସେ କହିଛନ୍ତି । ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଇସଲାମ୍ରେ ଯୋଗର ଗ୍ରହଣୀୟତାକୁ ମୋଗଲ ଯୁଗ ସହ ସଂଯୋଗ କରିଛନ୍ତି । ସମ୍ରାଟ ଶାହାଜାହାନ୍ଙ୍କ ଜ୍ୟେଷ୍ଠପୁତ୍ର ଦାରା ସିକୋହ ‘ଯୋଗ ବଶିଷ୍ଠ’ ଓ ‘ଭଗବତ୍ଗୀତା’ ପାର୍ସୀରେ ଭାଷାନ୍ତର କରିଥିବା କଥା ଉଲ୍ଲେଖ କରିଛନ୍ତି । ଏତଦ୍ବ୍ୟତୀତ ଶ୍ରୀଶ୍ରୀ କହନ୍ତି ‘ମହମ୍ମଦ କହିଛନ୍ତି, ଯେ ନିଜକୁ ଜାଣିଛି ସେ ହିଁ ଅଲ୍ଲାକୁ ପାଇପାରିବ, ଯୋଗ ସାଧନା ଦ୍ୱାରା ଜଣେ ଅନ୍ୟ କିଛି ନୁହେଁ ଆଧ୍ୟାତ୍ମିକ ଅନ୍ତିମ ଲକ୍ଷ୍ୟ ପ୍ରତି ଧାବମାନ ହେଉଛି, ଯାହାକୁ ଆତ୍ମଜ୍ଞାନ କୁହାଯାଏ’ । ଏଣୁ ଯୋଗ ଇସ୍ଲାମରେ ଗ୍ରହଣୀୟ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ଶ୍ରୀଶ୍ରୀଙ୍କ ଜଣେ ମୁସଲମାନ ଶିଷ୍ୟ ରଜାକ୍ ରେହମାନ ଏକ ଆଲେଖ୍ୟରେ ଲେଖନ୍ତି ଯୋଗ ଇସ୍ଲାମ୍ରେ କେବଳ ଅନୁମତିଯୋଗ୍ୟ ନୁହେଁ, ଆବଶ୍ୟକ; ତାହା ଯୋଗଶାସ୍ତ୍ରର ଦ୍ୱିତୀୟ ସୂତ୍ରରେ ପ୍ରମାଣିତ ହୋଇଛି । ‘ଯୋଗଃ ଚିତ୍ତ ବୃତ୍ତି ନିରୋଧଃ’ ଏହାର ଅର୍ଥ ଯୋଗ ଅନାବଶ୍ୟକ ଚିନ୍ତାଧାରାର ଗତିରୋଧ କରିବା ସହ ବାହ୍ୟକ୍ରିୟାରୁ ନିବୃତ୍ତ ରହି ପରମଶକ୍ତିମୟ ଆଲ୍ଲାଙ୍କଠାରେ ମନୋନିବେଶ କରିବାର ସୁଯୋଗ ଦିଏ । ଏଣୁ ଏହି ସ୍ଥିତିରେ ପହଞ୍ôଚବାର କ୍ରିୟା କଦାପି ଅଣଇସ୍ଲାମିକ୍ ହୋଇନପାରେ ବୋଲି ସେ କହିଛନ୍ତି । ଯୋଗ ଅଦ୍ୱୈତବାଦର ପ୍ରଚାର କରେ ଯାହାକି ଇସ୍ଲାମରେ ‘ତଉହିଦ୍’ କୁହାଯାଏ; ଏଣୁ ଏହା ମଧ୍ୟ ଏକ ସମ୍ପର୍କର ସୂତ୍ର ହୋଇପାରେ । ଯୋଗ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ଓ ଏହା ମସ୍ତିଷ୍କ ଓ ଶରୀରର ଏକତାର ପ୍ରତୀକ । ବିଚାର ଓ କାର୍ଯ୍ୟାନୁଷ୍ଠାନ, ସଂଯମ ଓ ପୂର୍ତ୍ତି, ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ସଦ୍ଭାବ ଓ ସୁସ୍ଥ ରହିବାକୁ ପ୍ରୋତ୍ସାହିତ କରେ । ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ଏହା ଆମକୁ ଆମ ଭିତରେ, ବିଶ୍ୱ ଓ ପ୍ରକୃତି ମଧ୍ୟରେ ଐଶ୍ୱରିକ ଚେତନାକୁ ଅନ୍ୱେଷଣ କରାଇଥାଏ । ଆମର ଜୀବନଶୈଳୀକୁ ପରିବର୍ତ୍ତନ ଓ ଚେତନା ସୃଷ୍ଟି କରିବା ସହ ପାଣିପାଗ ପରିବର୍ତନର ମୁକାବିଲାରେ ସହାୟତା କରିଥାଏ । ତେଣୁ ଆସନ୍ତୁ କେବଳ ‘ଆନ୍ତର୍ଜାତିକ ଯୋଗ ଦିବସ' ପାଳନ କରି ଔପଚାରିକତା ପୂରଣ କରିବା ପରିବର୍ତ୍ତେ ସବୁ ଦିନ ଯୋଗକୁ ଏକ ଅଭ୍ୟାସରେ ପରିଣତ କରିବା ।

Comments
Post a Comment