ସଂଯୁକ୍ତ ରାଷ୍ଟ୍ର ମହାସଭାର ଅନୁ ମୋଦନ କ୍ରମେ ୨୦୧୫ ମସିହାଠାରୁ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଇଆସୁଛି । ବିଶ୍ୱରେ ପ୍ରଦୂଷଣର ଭୟାବହତାକୁ ଦୃଷ୍ଟିରେ ରଖି ସଂଯୁକ୍ତ ରାଷ୍ଟ୍ର କ୍ଲାଇମେଟ୍ ଏକସନ୍ (ଉକ୍ଷସଜ୍ଞବଗ୍ଧର ଇମଗ୍ଧସକ୍ଟଦ୍ଭ) କୁ ଚଳିତ ବର୍ଷର ଯୋଗ ଦିବସର ବିଷୟବସ୍ତୁ ଭାବରେ ଗ୍ରହଣ କରିଛି । ପାଖାପାଖି ୧୮୦ ରୁ ଅଧିକ ଦେଶରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଯୋଗ ଏକ ଅମୂଲ୍ୟ ଭାରତୀୟ ଜ୍ଞାନ ଅଟେ ଯାହା କି ବ୍ୟକ୍ତିର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତିର ବିକାଶ କରିଥାଏ । ଯୋଗ ଶବ୍ଦକୁ ନେଇ ଅନେକ ପ୍ରକାର ବ୍ୟାଖ୍ୟା କରାଯାଇଛି । ଯଥା ଯୋଗ ଅର୍ଥ ଦୁଇଟି ଜିନିଷକୁ ଯୋଡିବା, ଆତ୍ମା ଓ ପରମାତ୍ମା ସହିତ ମିଳନ, ଶରୀର ଓ ମନର ମିଳନ ଇତ୍ୟାଦି । ଶ୍ରୀମଦ୍ଭଗବଦ ଗୀତାରେ ସମତ୍ୱଂ ଯୋଗ ଉତ୍ୟତେ ତଥା ଯୋଗଃ କର୍ମସୁ କୌଶଳମ୍ ଭାବରେ ବ୍ୟାଖ୍ୟା କରାଯାଇଛି । ଯୋଗ ଶବ୍ଦ ଯୁଜ ସମାଧୌ ବା ଯୁଜିର ଯୋଗେ ହିଁ ଯୋଗ ଦର୍ଶନର ପରିଭାଷା ଅଟେ । ଯୋଗ କହିଲେ ସମାଧିକୁ ହିଁ ବୁଝାଯାଇଥାଏ । ମହର୍ଷି ପତଞ୍ଜଳିଙ୍କ ଭାଷାରେ ଯୋଗ କହିଲେ ଚିତ୍ତର ବାହ୍ୟ ବୃତ୍ତିକୁ ନିରୋଧ ବା ଗତିରୋଧ କରିବା କୁ ହିଁ ବୁଝା ଯାଇଥାଏ । ଏହା ଛଡା ଯୋଗର ଅନ୍ୟ କୌଣସି ପରିଭାଷା ପତଞ୍ଜଳିଙ୍କ ଯୋଗ ଦର୍ଶନରେ ଉଲ୍ଲେଖ ନାହିଁ । ଅଧିକାଂଷ ଭାଷ୍ୟକାର ପତଞ୍ଜଳିଙ୍କ ପରିଭାଷାକୁ ଯଥାର୍ଥବୋଲି ବର୍ଣ୍ଣନା କରିବା ସହିତ ପ୍ରାମାଣିକ ଯୁକ୍ତି ଉପସ୍ଥାପନ କରିଛନ୍ତି । ଗୀତା ଆଦିରେ ସମତା ତଥା କର୍ମ କୁଶଳତା ସମ୍ଭନ୍ଧରେ ବର୍ଣ୍ଣନା କରାଯାଇଥିବାବେଳେ ପତଞ୍ଜଳି ଯୋଗ ସୂତ୍ରରେ ଯୋଗକୁ ବ୍ୟାଖ୍ୟା କରିବା ସହିତ ଚିତ୍ତର ପ୍ରକାର, ଯୋଗରେ ବିଘ୍ନ ସହିତ ସମାଧାନର ଉପାୟ ଆଦି ଉଲ୍ଲେଖ ରହିଛି । ଏହା ସହିତ ଈଶ୍ୱରଙ୍କ ସ୍ୱରୂପ ଏବଂ ଈଶ୍ୱର ପ୍ରାପ୍ତିର ଅତି ସରଳ ଉପାୟମାନ ମଧ୍ୟ ବର୍ଣ୍ଣନା କରାଯାଇଛି । ଏଠାରେ ବୁଦ୍ଧିକୁ ଚିତ୍ତ ବୋଲି କୁହାଯାଇଛି । ଆମେ ଜାଣିଛୁ ଯେ ବୁଦ୍ଧି ବା ମନକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଠକର ବ୍ୟାପାର । ମନ ବୃ ର ଲୋପ ହେଲେ ଯୋଗର ପ୍ରକୃତ ସତ୍ୟତାକୁ ଉପଲବ୍ôଧ କରିହେବ । ମଣିଷର ମନ ପଂଚ ତନ୍ମାତ୍ର ଯଥା - ଶବ୍ଦ, ରୂପ, ରସ, ଗନ୍ଧ, ସ୍ପର୍ଶ ଆଦି ବିଷୟ ସହିତ ସଂପର୍କ ସ୍ଥାପନ କରିଥାଏ । ମନର ଅସ୍ଥିରତାଯୋଗୁ ଏହି ପଂଚ ତନ୍ମାତ୍ର ଇନ୍ଦ୍ରିୟମାନଙ୍କ ସଂସ୍ମର୍ଶରେ ଆଶି ଭୋଗାଦି ପ୍ରତି ଆକୃଷ୍ଟ ହୋଇଥାଏ । କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ, ଏକାଗ୍ର ଓ ନିରୁଦ୍ଧ ଏପରି ମନର ୫ଟି ଅବସ୍ଥା ରହିଛି । ଏବଂ ସେଥିରେ ତିନୋଟି ଗୁଣ ରହିଥାଏ । ଯଥା ସତ୍ତ୍ୱ, ରଜସ୍ ଓ ତମସ୍ । କ୍ଷିପ୍ତାବସ୍ଥାରେ ରଜୋଗୁଣର ପ୍ରଭାବ ରହିଥିବା କାରଣରୁ ଏହି ଅବସ୍ଥାରେ ମନ ଗତିଶୀଳ ରହିଥାଏ । ଫଳରେ ଏହି ଅବସ୍ଥାରେ ଯୋଗ ସମ୍ଭବ ହୋଇନଥାଏ । ତମଗୁଣ ପ୍ରଭାବ କାରଣରୁ ମୁଢ଼ ଅବସ୍ଥା ମଧ୍ୟ ଯୋଗ ସମ୍ଭବ ହୋଇନଥାଏ । ଫଳରେ ମଣିଷ ଭୁଲ୍ ଠିକ୍ର ବିଚାର କରିପାରିନଥାଏ । ବିକ୍ଷିପ୍ତ ଅବସ୍ଥାରେ ରଜଗୁଣର ପ୍ରାଧାନ୍ୟ ଥିଲେ ମଧ୍ୟ ସାମାନ୍ୟ ସତ୍ତ୍ୱ ଗୁଣ ରହିଥାଏ । ଏହି ଅବସ୍ଥାରେ ବେଳେବେଳେ ଚିତ୍ତ ସ୍ଥିରତା ଆସିଥାଏ । ଏକାଗ୍ର ଅବସ୍ଥା ହେଉଛି ଚତୁର୍ଥ ଅବସ୍ଥା । ଏହି ଅବସ୍ଥାରେ ଏକମାତ୍ର ବୃତ୍ତି ରହିଥାଏ ସେଥିପାଇଁ ଏହାକୁ ଏକାଗ୍ର ଅବସ୍ଥା କୁହାଯାଇଥାଏ । ଏବଂ ଏହା ଯୋଗରେ ବାଧା ସୃଷ୍ଟି କରିଥାଏ । ଯାହାକୁ ସଂପ୍ରଜ୍ଞାତ ସମାଧି ବୋଲି କୁହାଯାଇଥାଏ । ବୃତ୍ତିମାନଙ୍କର ସଂପୂର୍ଣ୍ଣ ନିରୋଧ ନ ହେବା ପର୍ଯ୍ୟନ୍ତ ଯୋଗ ସମ୍ଭବ ହୋଇପାରି ନଥାଏ । ମନର ଅନ୍ତିମ ଅବସ୍ଥା ହେଉଛି ନିରୁଦ୍ଧାବସ୍ଥା । ଏହା ସତ୍ତ୍ୱ ପ୍ରଧାନ ହୋଇଥାଏ । ଏହି ଅବସ୍ଥାରେ ଚିତ୍ତର ସମସ୍ତ ବୃତ୍ତି ସମ୍ପୂର୍ଣ୍ଣ ଭାବରେ ନାଶ ହୋଇଯିବା ଫଳରେ ମଣିଷ ସମସ୍ତ ପ୍ରକାରର କାମନା, ବାସନା ବା ସଂସ୍କାରରୁ ମୁକ୍ତ ହୋଇଯାଇଥାଏ । ଯାହାଫଳରେ ଏହି ଅବସ୍ଥାରେ ଯୋଗ ସମ୍ଭବ ହୋଇପାରିଥାଏ । ଆଧୁନିକ ମଣିଷ ବିଭିନ୍ନ ପରିସ୍ଥିତି ଦେଇ ଗତିକରୁଛି । ପରିବେଶ ପରସ୍ଥିତି କାରଣରୁ ବୃତ୍ତିମାନଙ୍କର ବିଷୟର ରୂପାନ୍ତରଣ ହେଲେ ମଧ୍ୟ ବୃତ୍ତିର ମୂଳ ଚରିତ୍ରରେ କୌଣସି ପ୍ରକାର ପରିବର୍ତ୍ତନ ହେଉନାହିଁ । ଶ୍ରୀମଦ୍ଭଗବଦ୍ ଗୀତାରେ କୁହାଯାଇଛି - ଧ୍ୟାୟତୋ ବିଷୟାନ୍ପୁଂସଃ ସଙ୍ଗସ୍ତେଷୂପଜାୟତେ । ସଙ୍ଗାତ୍ ସଞ୍ଜାୟତେ କାମଃ କାମାତ୍ କ୍ରୋଧୋଽଭିଜାୟତେ ।ା କ୍ରୋଧାଦ୍ ଭବତି ସମ୍ମୋହଃ ସମ୍ମୋହାତ୍ ସ୍ମୃତିବିଭ୍ରମଃ । ସ୍ମୃତିଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ ପ୍ରଣଶ୍ୟତି ।ା ଗୀତା ୨.୬୨-୬୩ ବିଷୟ ଚିନ୍ତନ କରୁଥିବା ମନୁଷ୍ୟର ସେହି ବିଷୟ ପ୍ରତି ଆସକ୍ତି ଜାତ ହୁଏ । ଆସକ୍ତିରୁ କାମନା, କାମନାରେ ପ୍ରତିବନ୍ଧକ ସୃଷ୍ଟି ହେଲେ କ୍ରୋଧ ଓ କ୍ରାଧରୁ ସମ୍ମୋହ (ମୂଢ଼ଭାବ) ଜାତ ହୁଏ । ସମ୍ମୋହରୁ ସ୍ମୃତି ଭ୍ରଷ୍ଟ ହୁଏ । ସ୍ମୃତି ଭ୍ରଷ୍ଟ ହେଲେ ବୁଦ୍ଧିନାଶ ହୁଏ ଏବଂ ବୁଦ୍ଧିନାଶ ହେଲେ ମନୁଷ୍ୟର ପତନ ହୁଏ । ବିଷୟ ତଥା ଭୋଗ ପ୍ରତି ଆସକ୍ତି ହେଲେ, ତାକୁ ପ୍ରାପ୍ତ କରିବା ପାଇଁ କାମନା ଜାତ ହୁଏ । ଏହା ପରେ ମଣିଷ ଏକ ଚକ୍ରବ୍ୟୁହରେ ଭିତରେ ଛନ୍ଦି ହୋଇଯାଇଥାଏ । ଯଦି କାମନାନୁଯାୟୀ ବିଷୟର ପ୍ରାପ୍ତି ହୁଏ ତେବେ ମନରେ ଲୋଭ ଜାଗ୍ରତ ହୁଏ ଏବଂ ଯଦି ଇଚ୍ଛା ଅନୁଯାୟୀ ପ୍ରାପ୍ତି ନ ହେଲେ ବା କୌଣସି କାରଣବଶତଃ ସେଥିରେ ବାଧା ଉତ୍ପନ୍ନ ହେଲେ ମନରେ କ୍ରୋଧ ଜାଗ୍ରତ ହୁଏ । ଏବଂ ମଣିଷ ସେଥିରେ ଏପରି ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ତା ପକ୍ଷେ ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇପଡିଥାଏ । କାମନା ରଜୋଗୁଣୀ ବୃତତି, ସମ୍ମୋହ ତମୋଗୁଣୀ ବୃତ୍ତି ଏବଂ କ୍ରୋଧ ହେଉଛି ରଜୋଗୁଣ ଓ ତମୋଗୁଣର ମଧ୍ୟବର୍ତ୍ତି ବୃତ୍ତି । ଚଞ୍ଚଳ ମନ ଯଦି ମୃଦୁ, ମଧ୍ୟ ତଥା ଦୁର୍ବଳ ଅବସ୍ଥାରେ ଥିଲେ ତାକୁ ଆୟତ୍ତ କରିବାକୁ ସହଜ ହୋଇଥାଏ । ଯଦି ବିଷୟ ଗୁଡିକ ପ୍ରତି ମନର ଆବେଗ ତୀବ୍ର ତଥା ଦୃଢ଼ ହୋଇଯାଇଥାଏ ତେବେ ଆୟତ୍ତ କରିବାକୁ ଦୀର୍ଘ ସମୟ ଲାଗିଥାଏ । ଯାହାକୁ କି ଆଧୁନିକ ଯୁଗରେ ସ୍ଫୁର୍ତ୍ତିହୀନତା ବିଷାଦରୋଗ, ଚିନ୍ତା ରୋଗ ବୋଲି ମଧ୍ୟ କୁହାଯାଇଥାଏ । ଏଭଳି ଅସ୍ଥିର ଚିତ୍ତ ନିଜର ଉପରେ ସଂଯମତା ହରାଇ ବେଳେବେଳେ ଅମାନବୀୟ କାର୍ଯ୍ୟ ମଧ୍ୟ କରିଥାଏ । ଏହି ସବୁ ପରିସ୍ଥିତିରୁ ମଣିଷକୁ ମୁକ୍ତି ପାଇବା ପାଇଁ ପତଞ୍ଜଳି ଯୋଗ ଦର୍ଶନରେ ଦୁଇଟି ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି । ଅବିଦ୍ୟା କାରଣରୁ ମଣିଷ ଅବିବେକୀ, ଅହଂକାରୀ ହେବା ସହିତ ନଶ୍ୱର ସଂସାର ପ୍ରତି ଆକୃଷ୍ଟ ହୋଇଥାଏ । ପଣ୍ଡିତ ଶ୍ରୀରାମଶର୍ମା ଆଚାର୍ଯ୍ୟଙ୍କ ଭାଷାରେ ଏହି ଭୁଲ କାରଣରୁ ମରଣଧର୍ମୀ ଶରୀର ମୋହରେ ପଡି ଆତ୍ମତତ୍ତ୍ୱକୁ ବିସ୍ମୃତ କରିଦିଏ । ଏହି କଥା ମଧ୍ୟ ଧ୍ୟାନରେ ରହେ ନାହିଁ ଯେ ପଞ୍ଚ ତତ୍ତ୍ୱର ଦେହରେ ହାଡ, ମାଂସ, ମଳ, ମୂତ୍ର ହେ ପୃଥାନନ୍ଦନ! ଯେଉଁ ଭକ୍ତମାନେ ଯେପରି ମୋର ଶରଣାପନ୍ନ ହୁଅନ୍ତି, ମୁଁ ସେମାନଙ୍କୁ ସେହିପରି ଡ. ସଞ୍ଜୟ କୁମାର ପଣ୍ଡା ଆଶ୍ରୟ ଦିଏ; କାରଣ ସମସ୍ତ ମନୁଷ୍ୟ ସର୍ବଭାବରେ ମୋର ମାର୍ଗ ଅନୁସରଣ କରନ୍ତି । ଆଦି ଅପବିତ୍ର ତତ୍ତ୍ୱ ବ୍ୟତୀତ ଆଉ ଭଲ କଣ ଅଛି ? ଯଦ୍ୟପି ଆତ୍ମତତ୍ତ୍ୱ ହିଁ ପରମ ପବିତ୍ର ଅଟେ, ତଥାପି ଏହି ପରମ ପବିତ୍ର ତତ୍ତ୍ୱ ଠାରୁ ମୁହଁ ମୋଡି ଦେଇ ଅପବିତ୍ରତାକୁ ସବୁ କିଛି ମାନି ନିଆଯାଇଛି । ଭଗବାର ଶଙ୍କରାଚାର୍ଯ୍ୟ ନିଜର ବ୍ରହ୍ମସୂତ୍ର ଭାଷ୍ୟର ୨/୧/୧୪ ପ୍ରକରଣରେ କହିଛନ୍ତି ଯେ ସତ୍ ଓ ଅସତ୍ ସହିତ ବିଲକ୍ଷଣ ସଂସାର ପ୍ରପଂଚର ଭୀଗଭୂତ ନାମ ଓ ରୂପ, ଯାହା ଅବିଦ୍ୟା ରୂପେ କଳ୍ପିତ । ଅବିଦ୍ୟାକୁ ବର୍ଣ୍ଣନା କରିବାକୁଯାଇ ମହର୍ଷି ପତଞ୍ଜଳି କହିଛନ୍ତି ଅନିତ୍ୟାଶୁଚିଦୁଃଖାନାତ୍ମସୁ ନିତ୍ୟଶୁଚିସୁଖାତ୍ମଖ୍ୟାତିରବିଦ୍ୟା । ଅର୍ଥାତ୍ ଯାହା ଅନିତ୍ୟ ତାକୁ ନିତ୍ୟ ଜ୍ଞାନ ବୋଲି ମନେ କରି ତାକୁ ପାଇବାକୁ ବହୁ ସମୟ ଶକ୍ତିର ଅପଚୟ କରିବାକୁ ହିଁ ଅବିଦ୍ୟା ଅଟେ । ସେହିଭଳି ଅପବିତ୍ର ପଦାର୍ଥରେ ପବିତ୍ର, ଦୁଃଖ ଉତ୍ପାଦନକାରୀ ପଦାର୍ଥକୁ ସୁଖୀଭାଗ ଏବଂ ଯେଉଁଥିରୁ ଅଚେତନ ପଦାର୍ଥରେ ଚେତନ ସଦୃଶ ଭାବନା ହେଉଛି ଅବିଦ୍ୟା । ଅବିଦ୍ୟା କାରଣରୁ ମଣିଷ ଅସ୍ମିତା, ରାଗ, ଦ୍ୱେଷ, ଅଭିନିବେଶଃ ଅଦି କ୍ଲେଶରେ ମଣିଷ ଛନ୍ଦି ହୋଇଯାଇଥାଏ । ଈଶାବାସ୍ୟୋପନିଷଦ୍ରେ କୁହାଯାଇଛି - "ବିଦ୍ୟୟାମୃତମଶ୍ଳୁତେ' । ଅର୍ଥାତ୍ ବିଦ୍ୟାରୁ ଅମୃତତ୍ୱ ପ୍ରାପ୍ତ ହୋଇଥାଏ । ଆହୁରି ମଧ୍ୟ କୁହାଯାଇଛି - ଜ୍ଞାନଂ ମୋକ୍ଷେଭିଃ । (ଅମରକୋଷଃ) ଅର୍ଥାତ୍ ମୋକ୍ଷ ବିଷୟକୁ ଜ୍ଞାନ କୁହାଯାଏ । ଅଭ୍ୟାସବୈରାଗ୍ୟାଭ୍ୟାଂ ତନ୍ନିରୋଧଃ । (ପ.ଯୋ.ସୁ.୧/୧୨) । ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ଚିତ୍ତରୁ ଉତ୍ପନ୍ନ ହେଉଥିବା ବୃତ୍ତିକୁ ନିରୋଧ କରାଯାଇପାରିବ । ଏବଂ ଅବିଦ୍ୟାଦି କ୍ଲେଶଗୁଡିକୁ ନାଶ କରାଯାଇପାରିବ । ସାଧାରଣତଃ ଅବିଦ୍ୟାଦି ପଂଚ କ୍ଲେଶ ପ୍ରସୁପ୍ତ, ତନୁ, ବିଚ୍ଛିନ୍ନ ଓ ଉଦାର ଆଦି ଅବସ୍ଥାରେ ରହିଥାଏ । କ୍ରିୟାଯୋଗର ଅଭ୍ୟାସ ଫଳରେ ବୃତ୍ତିଗୁଡିକ ଦୁର୍ବଳ ହୋଇଯାଇଥାଏ । ତପଃ ସ୍ୱାଧ୍ୟାୟେଶ୍ୱରପ୍ରଣିଧାନାନି କ୍ରିୟାଯୋଗଃ । (ପ.ଯୋ.ସୂ. ୨/୧) ତପ ଏକ ପ୍ରକାର ସଂଯମ ଅଟେ । ଯାହାକି ଶୀତ-ଉଷ୍ଣ, ସୁଖ-ଦୁଃଖ, ଭୋକଶୋଷ, ମାନ-ଅପମାନ, ଜୟ-ପରାଜୟ, ଲାଭ-କ୍ଷତି ଆଦି ସବୁ ପରିସ୍ଥିତି ସହିତ ନିଜକୁ ସଂଯମ କରାଯାଇଥାଏ । ଉପରୋକ୍ତ ବିଷୟଗୁଡିକ ମାନସିକ ଏକପ୍ରକାରର ମନସିକ ଅବସ୍ଥା ଅଟେ ଯାହାକି ମନକୁ ସୁଖୀ-ଦୁଃଖୀ କରିଥାଏ । ନିଷ୍ଠାପୂର୍ବକ ଏହାର ଅଭ୍ୟାସ କରିବା ଦ୍ୱାରା ଶରୀର ଓ ମନରେ ଘଟୁଥିବା ଏହି ସବୁ ଘଟଣାକୁ ଏକ ଦ୍ରଷ୍ଟାଭାବରେ ଦେଖାଯାଇଥାଏ । ଯୋକ୍ଷ ଶାସ୍ତ୍ରାଦିର ଅଧ୍ୟୟନକୁ ସ୍ୱାଧ୍ୟାୟ କୁହାଯାଇଥାଏ । ଯାହାକି ଆତ୍ମୋନ୍ନତି, ଆତ୍ମନିରୀକ୍ଷଣରେ ସହାୟକ ହୋଇଥାଏ । ଶ୍ରଦ୍ଧାପୂର୍ବକ ଓମ୍କାର ଉଚ୍ଚାରଣକୁ ମଧ୍ୟ ସ୍ୱାଧ୍ୟାୟ କୁହାଯାଏ । ଏବଂ ପରିଶେଷରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କଠାରୁ ସମର୍ପଣ କରିବା ହେଉଛି ଈଶ୍ୱର ପ୍ରଣିଧାନ । କ୍ରିୟାଯୋଗ ଅଭ୍ୟାସ ଫଳରେ ବୃତ୍ତିଗୁଡିକ କ୍ଷୀଣ ତଥା ଦୁର୍ବଳ ହୋଇଯାଇଥାଏ । ଏହି ସବୁ ପ୍ରକାର ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଚିନ୍ତା, ଚେତନା ଆଦିରୁ ମୁକ୍ତି ପାଇଁ ଧ୍ୟାନ ହେଉଛି ଏକ ଶ୍ରେଷ୍ଠ ମାର୍ଗ । ଧ୍ୟାନ ହେୟାସ୍ତଦ୍ ବୃତ୍ତୟଃ । (ପ.ଯୋ.ସୂ.୨/୧୧) ସେହି ବୃତ୍ତିଗୁଡିକ ଧ୍ୟାନ ଦ୍ୱାରା ସମାପ୍ତ ହେବାର ଯୋଗ୍ୟ ଅଟନ୍ତି । ଉଭୟ ସ୍ଥୁଳ ଓ ସୂକ୍ଷ୍ମ ବୃତ୍ତିଗୁଡିକୁ ଦୁରକରିବାର ଶକ୍ତି ଧ୍ୟାନର ରହିଛି । ଯାହାଫଳରେ ବ୍ୟକ୍ତିର ମାନସିକ ଏକାଗ୍ରତା, ପବିତ୍ର ବିଚାର ଆଦିର ବିକଶିତ ହୋଇଥାଏ । ଧ୍ୟାନର ଏପରି ରଖିଥାଏ ଯାହାକି କୌଣସି ବି ବିକୃତିକୁ ମନର ଗଭୀରତାକୁ ପ୍ରବେଶ କରିବାକୁ ଦେଇନଥାଏ । ଯୋଗ ବିଭାଗ, କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

Comments
Post a Comment