ଭାରତୀୟ ରାଜନୀତିରେ ପରିବାରବାଦ ନୂଆ ନୁହେଁ । ପଣ୍ଡିତ୍ ନେହେରୁଙ୍କ ସମୟରୁ ଏହାର ଭିତ୍ତି ପଡ଼ିଛି । ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀ ଏହାକୁ ଭାରତୀୟ ରାଜନୀତିରେ ଏକ ସୁଦୃଢ଼ ପରମ୍ପରା କରି ଯାଇଛନ୍ତି । ଗତ ୩୦ ବର୍ଷ ଭିତରେ ବିଶେଷକରି ନବେ ଦଶକରୁ ଭାରତୀୟ ରାଜନୀତିରେ ପରିବାରବାଦ ବା ବଂଶବାଦ ଯୋର୍ ଧରିଛି । ଅଧିକାଂଶ ଦଳ ଗୋଟିଏ ଗୋଟିଏ ପରିବାର ଦ୍ୱାରା ପରିଚାଳିତ ବା ସମ୍ପୃକ୍ତ ପରିବାରର ସମ୍ପତ୍ତି ପାଲଟି ଯାଇଛି । କଂଗ୍ରେସ ଯେଉଁ ଆଦର୍ଶ ବା ପରମ୍ପରା ସଅଷ୍ଟି କରିଛି ତାହାକୁ ଅଧିକାଂଶ ଆଞ୍ଚଳିକ ଦଳ ଅନୁକରଣ କରୁଛନ୍ତି । ସମାଜବାଦୀ ପାର୍ଟୀ କହିଲେ ମୁଲାୟମ ସିଂହ ଯାଦବଙ୍କ ପରିବାରକୁ ବୁଝାଉଛି, ରାଷ୍ଟ୍ରିୟ ଜନତା ଦଳ କହିଲେ ଲାଲୁଙ୍କ ପରିବାର, ଧର୍ମ ନିରପେକ୍ଷ ଜନତା ଦଳ କହିଲେ ଦେବଗୋ÷ଡ଼ାଙ୍କ ପରିବାର, ଏଲଜେପି କହିଲେ ରାମ ବିଳାଶ ପାଶ୍ୱାନଙ୍କ ପରିବାର, ନ୍ୟାସନାଲ କନଫରେନ୍ସ କହିଲେ ଫାରୁକ୍ ଅବଦୁଲ୍ଲାଙ୍କ ପରିବର, ପିଡିପି କହିଲେ ମୁଫତି ଅହମ୍ମଦଙ୍କ ପରିବାର, ତେଲୁଗୁ ଦେଶମ୍ ପାର୍ଟୀ କହିଲେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପରିବାର, ୱାଇଏସଆର କଂଗ୍ରେସ କହିଲେ ଜଗନ୍ ମୋହନ୍ ରେଡ୍ଡିଙ୍କ ପରିବାର, ଡିଏମ୍କେ କହିଲେ କରୁଣାନିଧିଙ୍କ ପରିବାରକୁ ବୁଝାଉଛି । ଏମିତି ତାଲିକା କଲେ ବେଶ୍ ଲମ୍ବା ହେବ । କେବଳ ବିଜେପି ବମପନ୍ଥୀ ଦଳମାନଙ୍କୁ ଛାଡ଼ି ଦେଲେ ବାକି ଅଧିକାଂଶ ଦଳ ବଂଶଗତ ରାଜନୀତି ଏବଂ ବ୍ୟକ୍ତିବାଦକୁ ବୁଝାଉଛି । କେତେକ ଯୁକ୍ତି କରୁଛନ୍ତି ଯେ, ଯଦି ଜଣେ ଓକିଲଙ୍କ ପୁଅ ଓକିଲ ହୋଇପାରୁଛି, ଜଣେ ଡାକ୍ତରଙ୍କ ପୁଅ ଡାକ୍ତର ହେଇପାରୁଛି, ତେବେ ଜଣେ ରାଜନେତାଙ୍କ ଦାୟାଦ୍ କାହିଁକି ରାଜନୀତି କରିପାରିବ ନାହିଁ? ଏହି ପ୍ରଶ୍ନର କୋ÷ଣସି ଯୁକ୍ତିଯୁକ୍ତତା ନାହିଁ । ଜଣେ ରାଜନେତାଙ୍କ ପୁଅ ବା ଝିଅ ଅଥବା ପରିବାର ଅନ୍ୟ କୋ÷ଣସି ସଦସ୍ୟ ରାଜନୀତି କରିପାରିବେ । ଏହା ତାଙ୍କର ସାମ୍ବିଧାନିକ ଅଧିକାର । ଏଥିରେ କିଛି ଭୂଲ୍ ନାହିଁ । କିନ୍ତୁ ତା ଅର୍ଥ ନୁହେଁ ଯେ, ଜଣେ ମୁଖ୍ୟମନ୍ତ୍ରୀ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଗଲେ ତାଙ୍କ ପତ୍ନୀ ରୋଷେଇ ଘରୁ ଆସି ମୁଖ୍ରମନ୍ତ୍ରୀ ପଦରେ ବସିବେ । ପରେ ତାଙ୍କ ପୁଅ ବା ଝିଅ ହେବ ଦଳର ସଭାପତି । ଜଣେ ଆଇଏଏସ ଅଫିସର ମୁଖ୍ୟ ଶାସନ ସଚିବ ହୋଇ ଅବସର ନେବା ବେଳକୁ ଯଦି ତାଙ୍କ ପୁଅ ବା ଝିଅ ଆଇଏଏସ ପାଇସାରିଥିବେ ତେବେ ସେ ତାଙ୍କ ବାପାଙ୍କ ସ୍ଥାନରେ ମୁଖ୍ୟ ଶାସନ ସଚିବ ହୋଇପାରିବେ ନାହିଁ । ଜଣେ ଜଜ୍ଙ୍କ ପୁଅ ଓକିଲାତି ପାଠ ସାରିବା ପରେ ତକ୍ରାଳ ଜଜ୍ ହୋଇପାରିବେ ନାହିଁ । ଏଥିପାଇଁ ତାଙ୍କୁ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ଏବଂ ତାଙ୍କୁ ନିଜର ଯୋଗ୍ୟତା ପ୍ରତିପାଦନ କରିବାକୁ ପଡ଼ିବ । ଜଣେ ରାଜନେତାଙ୍କ ପୁଅ ବା ଝିଅ ରାଜନୀତିରେ ପ୍ରବେଶ କରିବାରେ କିଛି ଅସୁବିଧା ନାହିଁ । ସେ ମଧ୍ୟ ନିର୍ବାଚନ ଲଢ଼ି ସାଂସଦ ବା ବିଧାୟକ ହୋଇପାରିବେ । କିନ୍ତୁ ନିଜ ବାପା କିମ୍ବା ମା’ଙ୍କ ସ୍ଥାନରେ ସେ ତକ୍ରାଳ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ହେବା ଅଗଣତାନ୍ତ୍ରିକ । ଦଳରେ ବହୁ ପୁରୁଖା ଏବଂ ଅଭିଜ୍ଞ ନେତା ଥିବା ବେଳେ ସେ ଦଳର ସଭାପତି ହେବା ହାସ୍ୟାସ୍ପଦ । ଭାରତୀୟ ରାଜନୀତିରେ ଏହା ହିଁ ଘଟୁଛି । ରବିବାର ଦିନ ବିଏସପି ସୁପ୍ରିମୋ ମାୟାବତୀ ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ ଦଳର ଉପ ସଭାପତି ଏବଂ ପୁତୁରା ଆକାଶଙ୍କୁ ଦଳର ଜାତୀୟ କୋ-ଅର୍ଡିନେଟର୍ ଭାବେ ମନୋନୀତ କରିଛନ୍ତି । ବିଏସପି ଏକ ବ୍ୟକ୍ତି କୈନ୍ଦ୍ରିକ ଦଳ । ମାୟାବତୀ ହେଲେ ଦଳର ସର୍ବେସର୍ବା । ତାଙ୍କ ବ୍ୟକ୍ତିଗତ ଇଚ୍ଛାରେ ଦଳ ପରିଚାଳିତ ହେଉଛି । ସେ ହିଁ ଦଳର ପ୍ରାର୍ଥୀ ଚୟନ କରନ୍ତି, ସେ ହିଁ ଦଳର ନୀତି ନିର୍ଦ୍ଧାରକ ଏବଂ ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବିରୋଧରେ ଦଳ ଭିତରେ ରହି କେହି ପାଟି ଫିଟାଇପାରିବେ ନହିଁ । ତେବେ ଏହା ମଧ୍ୟରେ ବିଏସପି ବ୍ୟକ୍ତି କୈନ୍ଦ୍ରିକ ଦଳରୁ ଏକ ପରିବାରିକ ଦଳରେ ପରିଣତ ହେବାକୁ ଯାଉଛି । ମାୟାବତୀ ନିଜ ଭାଇ ଓ ପୁତୁରାଙ୍କୁ ବିଏସପିର ପଦପଦବୀରେ ଥଇଥାନ କରି ତାଙ୍କ ଉତ୍ତରଧିକାରୀ ମନେନୀତ କରିଛନ୍ତି । ତେଣୁ ବଂଶବାଦ ରାଜନୀତିରେ ବିଶ୍ୱାସ କରୁଥିବା ଦଳ ତାଲିକାରେ ଏବେ ବିଏସପି ସାମିଲ୍ ହୋଇଯାଇଛି । ରବିବାର ଦିନ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର୍ ମଧ୍ୟ ଏଭଳି ଏକ ବିବୃତି ପ୍ରଦାନ କରିଛନ୍ତି ଯାହା କଂଗ୍ରେସର ମାନସିକତାକୁ ପ୍ରତିପାଦନ କରୁଛି । ସେ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ପରିବର୍ତ୍ତେ ଅନ୍ୟ କେହି କଂଗ୍ରେସ ସଭପତି ହେଲେ କିଛି ଅସୁବିଧା ନାହିଁ । କିନ୍ତୁ ଗାନ୍ଧି ପରିବାରକୁ ରାଜନୀତିରେ ସକ୍ରିୟ ରହିବାକୁ ପଡ଼ିବ । କାରଣ ଗାନ୍ଧି ପରିବାର ବିନା କଂଗ୍ରେସ ତିଷ୍ଠିବା ଅସମ୍ଭବ । ନେହେରୁ-ଗାନ୍ଧି ପରିବାର ନେତୃତ୍ୱ ବିନା କଂଗ୍ରେସ ତିଷ୍ଠିପାରିବ । କିନ୍ତୁ ସମ୍ପୃକ୍ତ ପରିବାର ରାଜନୀତିରେ ସକ୍ରିୟ ରହିବା ଉଚିତ । କାରଣ କଂଗ୍ରେସ କର୍ମୀଙ୍କ ପାଇଁ ସମ୍ପୃକ୍ତ ପରିବାର ହେଉଛି ଆକର୍ଷଣର କେନ୍ଦ୍ର । ଅନ୍ୟ କେହି ବି ସଭାପତି ହେଲେ ମଧ୍ୟ ଗାନ୍ଧି ପରିବାର ଦଳର ଅଘୋଷିତ ମୁଖ୍ୟ ହୋଇରହିବେ । ଏକ ସାକ୍ଷାତ୍କାର ଅବସରରେ ଶ୍ରୀ ଆୟାର୍ କହିଛନ୍ତି ଯେ, ରାହୁଲ ହେଉଛନ୍ତି ଦଳର ସ୍ୱାଭାବିକ ନେତା ଏବଂ ତାଙ୍କୁ ଛାଡ଼ି କଂଗ୍ରେସ ଦଳ ସମ୍ପର୍କରେ ଚିନ୍ତା କରିବା ଅସମ୍ଭବ । ଉଲ୍ଲେଖଯୋଗ୍ୟ ଯେ, ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ସଭାପତି ପଦରୁ ଇସ୍ତଫା ଦେବାକୁ ରାହୁଲ ପ୍ରସ୍ତାବ ରଖିଛନ୍ତି । କିନ୍ତୁ କଂଗ୍ରେସ କାର୍ଯ୍ୟକରୀ କମିଟି ତଥା ବିଭିନ୍ନ ରାଜ୍ୟ ପିସିସି ପକ୍ଷରୁ ରାହୁଲଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରାଯାଇଛି ଏବଂ ସେ ହିଁ କେବଳ ଦଳର ପୁନରୁଦ୍ଧାର କରିପାରିବେ ବୋଲି ମତ ପ୍ରକାଶ କରାଯାଇଛି । ବାସ୍ତବରେ ରହୁଲଙ୍କ ଇସ୍ତଫାରେ କିଛି ଲାଭ ହେବ ନାହିଁ । କାରଣ କଂଗ୍ରେସର ଯିଏ ବି ନୂଆ ସଭାପତି ହେବ ସେ ଗାନ୍ଧି ପରିବାର ଇଙ୍ଗିତରେ ପରିଚଳିତ ହେବ । ସଖୀ କଣ୍ଢେଇ ଭଳି ସେ ରିମୋଟ୍ କଣ୍ଟ୍ରୋଲ ଦ୍ୱାରା ପରିଚାଳିତ ହେବେ । ତେଣୁ କେବଳ ସଭାପତି ପରିବର୍ତ୍ତନ ଯଥେଷ୍ଟ ନୁହେଁ ଏଥିପାଇଁ ମାନସିକତାରେ ପରିବର୍ତ୍ତନ ଜରୁରୀ । ଭାରତୀୟ ଗଣତନ୍ତ୍ରର ସୁରକ୍ଷା ପାଇଁ ଏହା ଜରୁରୀ । ଏଥିପାଇଁ ଅନ୍ୟକୁ ଦୋଷ ଦେବାର ଯଥାର୍ଥତା ନାହିଁ । ସାଧାରଣ ଜନତାଙ୍କୁ ଏଥିପାଇଁ ସଚେତନ ହେବାକୁ ପଡ଼ିବ । ପରିବାରବାଦ, ବଂଶବାଦ ରାଜନୀତିର ବିଲୋପ କେବଳ ଜନତା ଜନାର୍ଦ୍ଦନ ହିଁ କରିପାରିବେ । ଏଥିପାଇଁ ଦେଶବ୍ୟାପି ଜନଆନ୍ଦୋଳନର ଆବଶ୍ୟକତା ରହିଛି । ସତୁରୀ ଦଶକରେ ଲୋକନାୟକ ଜୟପ୍ରକାଶ ନାରାୟଣ ଯେପରି ସମ୍ପୂର୍ଣ୍ଣ କ୍ରାନ୍ତି ମାଧ୍ୟମରେ ଦେରେ ଏକ ବିରାଟ ପରିବର୍ତ୍ତନର ଭିତ୍ତି ପକାଇଥିଲେ, ଏବେ ଠିକ୍ ସେହିପରି ଏକ ଜନ ଆନ୍ଦୋଳନ ଆବଶ୍ୟକ । ଏହାର ନେତୃତ୍ୱ ସାଧାରଣ ଜନତାଙ୍କ ହିଁ ନେବାକୁ ପଡ଼ିବ ।

Comments
Post a Comment