ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଗତ ସରକାର ଅମଳରେ ଶୀର୍ଷ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମ୍ବିଧାନର ବ୍ୟବସ୍ଥା ମଧ୍ୟରେ ତିନତଲାକ ବିଲ ଷୋଡଶ ଲୋକସଭାରେ ଦୁଇଥର ଆଗତ ହୋଇଥିଲା । ଏହା ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ସାଂସଦମାନଙ୍କ ତୁଷ୍ଟିକରଣ ରାଜନୀତି ଯୋଗୁ ଏହି ବିଲ ଅଟକି ରହୁଥିଲା । ବିରୋଧୀମାନେ ଏଥିରେ ସଂଶୋଧନ ପାଇଁ ଅଡି ବସୁଥିଲେ । ଷୋଡଶ ଲୋକସଭାରେ ରାଜ୍ୟସଭାରେ ଏହି ବିଲଟି ଦୁଇଥର ଅଟକିରହିଥିଲା । ଶେଷରେ ଷୋଡଶ ଲୋକସଭାର କାର୍ଯ୍ୟ ଅବଧି ପୂରିଯାଇଥିଲା । ପୂର୍ବରୁ ଏହି ବିଲ ରାଜ୍ୟ ସଭାରେ ୨ଥର ଅଟକିଥିଲେ ମଧ୍ୟ ଏଥର ଅଟକିବ ନାହିଁ । କାରଣ ରାଜ୍ୟ ସଭାର ମୋଟ ୨୫୦ ଆନ ମଧ୍ୟରୁ ଏନଡିଏ ନିକଟରେ ୧୦୬ଟି ଆସନ ରହିଛି । ଟିଡିପିର ୪ଜଣ ସାଂସଦ ବିଜେପିରେ ଯୋଗଦେବା ପରେ ଏନଡିଏର ଆସନ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି । ଏହା ଛଡା ପ୍ରାୟ ୭ଟି ଆସନ ଏବେ ଖାଲଇ ପଡିଛି । ବିଜେଡି ଓ ୱାଇଏସଆର କଂଗ୍ରେସ ମଧ୍ୟ ଏନଡିଏକୁ ସମର୍ଥନ କରିବା ନେଇ ଆଶା ରହିଛି ।

Comments
Post a Comment