ଈଶ୍ୱରଙ୍କ ଅନୁଗ୍ରହ
ମନୁଷ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ଆଗକୁ ପାଦ ବଢ଼ାଇବା ଉଚିତ । ଗତିହୀନ ଜୀବନ ତା' ପାଇଁ ସୁନ୍ଦର ନୁହେଁ । ଛାତ୍ରଟିଏ ଯଦି ସ୍କୁଲର ଗୋଟିଏ ଶ୍ରେଣୀରେ ବାରମ୍ବାର ରହିଯାଏ, କେତେ ଦିନ ଆମେ ସହ୍ୟ କରିବା? ସେ ପ୍ରତିବର୍ଷ ଉଚ୍ଚତର ଶ୍ରେଣୀକୁ ଯିବା ଆବଶ୍ୟକ । ଆଧ୍ୟାତ୍ମିକ ସାଧକ ସେହିପରି ସାଧନାର ଗୋଟିଏ ସ୍ତରରେ ସ୍ଥିର ହୋଇ ରହିବା ଉଚିତ ନୁହେଁ । ମନୁଷ୍ୟ ପ୍ରଥମେ ପ୍ରତିମୂର୍ତ୍ତି ବା ମୂର୍ତ୍ତି ପୂଜା କରେ । ଷୋଡ଼ଶ ଉପଚାର ମାଧ୍ୟମରେ ସେ ଅର୍ଚ୍ଚନା କରିଥାଏ ଯଥା ଧ୍ୟାନ, ଆବାହନ, ଆସନ, ପାଦ୍ୟ, ଅର୍ଘ୍ୟ, ସ୍ନାନ, ବସ୍ତ୍ର, ଯଜେ୍ଞାପବୀତ, ଚନ୍ଦନ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ତାମ୍ବୁଳ, ନୀରାଜନା ପ୍ରଦକ୍ଷିଣ, ନମସ୍କାର । ଉତ୍ତମ ଚରିତ୍ର, ଉତ୍ତମ ବ୍ୟବହାର, ନୈତିକ ମହତ୍ୱପୂର୍ଣ୍ଣ ଜୀବନଯାପନ ସାଧକର ଯୋଗ୍ୟତା ହେବା ଉଚିତ । ଷୋଡ଼ଶ ଉପଚାର ଅର୍ଚ୍ଚନା ଏକ ଉତ୍ତମ ବିଧି । କିନ୍ତୁ ସାଧକ ଏହି ସ୍ତରରୁ ଆତ୍ମଉପଲବ୍ଧି ଆଡ଼କୁ ଅଗ୍ରସର ହେବା ଉଚିତ । ଈଶ୍ୱରଙ୍କୁ ସମର୍ପିତ ପୁଷ୍ପରାଜି ଖୁବ୍ ଶୀଘ୍ର ମଳିନ ହୋଇପାରେ । ପୁଷ୍ପାଞ୍ଜଳିର ସୁଫଳ ମଧ୍ୟ କ୍ଷଣସ୍ଥାୟୀ ହୋଇପାରେ । ତେଣୁ ମଣିଷ ଯେଉଁ ପୁଷ୍ପକୁ ନିଜ ଦକ୍ଷତା ଓ ନିଷ୍ଠା ମାଧ୍ୟମରେ ନିଜର ଜୀବନ ବୃକ୍ଷରେ ପ୍ରସ୍ଫୁଟିତ କରାଇଥାଏ ଈଶ୍ୱର ସବୁବେଳେ ସେହି ପୁଷ୍ପକୁ ଅଧିକ ଭଲ ପାଆନ୍ତି । ସେହି ନୈତିକ ପୁଷ୍ପରାଜି ତାହାରି ନିଜ ହୃଦୟ ବଗିଚାରେ ହିଁ ପ୍ରସ୍ଫୁଟିତ ହୋଇଥାଏ । ଏହିଗୁଡ଼ିକ ମଧ୍ୟରେ ଅହିଂସା ପ୍ରଥମ ପୁଷ୍ପ । କେବଳ ଜୀବନ୍ତ ପ୍ରାଣୀକୁ ଆଘାତ ନ କରିବାକୁ ଅହିଂସା କୁହାଯାଇ ନପାରେ । ଏହା ପ୍ରକୃତରେ ଏକ ଉଚ୍ଚତର ମୌଳିକ ମୂଲ୍ୟବୋଧ । କେବଳ କାର୍ଯ୍ୟରେ ହିଂସା ଆଚରଣ ନ କରିବା ଯଥେଷ୍ଟ ନୁହେଁ, ଚିନ୍ତା ବା ବାକ୍ୟରେ ମଧ୍ୟ ଆମେ ପ୍ରାଣୀଙ୍କୁ କଷ୍ଟ ଦେବା ଉଚିତ ନୁହେଁ । ଜଣେ ଅନ୍ୟକୁ କଷ୍ଟଦେବା ବା ଅପମାନିତ କରିବା ପାଇଁ ଚିନ୍ତା କରିବା ଉଚିତ ନୁହେଁ । ଇନ୍ଦ୍ରିୟ ନିଗ୍ରହ ଜୀବନ ବଗିଚାର ଦ୍ୱିତୀୟ ପୁଷ୍ପ । ଜଣେ ଇନ୍ଦ୍ରିୟାସକ୍ତ ହେବା ଉଚିତ ନୁହେଁ । ତୃତୀୟ ପୁଷ୍ପଟି ଦୟା । ସର୍ବଭୂତେ ଦୟା (ପ୍ରତ୍ୟେକ ଜୀବ ଓ ପଦାର୍ଥ ପ୍ରତି ଦୟା) କାରଣ ପ୍ରତ୍ୟେକ ପ୍ରାଣୀ ଓ ପଦାର୍ଥ ମଧ୍ୟରେ ଈଶ୍ୱର ବିଦ୍ୟମାନ । କୁହାଯାଇଛି ଯେ ସର୍ବଦେବ ନମସ୍କାରଂ କେଶବମ୍ ପ୍ରତିଗଚ୍ଛତି । ଯେଉଁ ପ୍ରଭୁଙ୍କୁ ପ୍ରଣାମ କଲେ ମଧ୍ୟ ତାହା ପରମାତ୍ମାଙ୍କଠାରେ ପହଞ୍ôଚଯାଏ । ସେହି ସତ୍ୟରେ ଏହା ମଧ୍ୟ କୁହାଯାଇପାରେ ଯେ "ସର୍ବଜୀବ ତିରସ୍କାରମ୍ କେଶବମ୍ ପ୍ରତିଗଚ୍ଛତି' ଯେଉଁ ପ୍ରାଣୀକୁ କଷ୍ଟ ଦେଲେ ମଧ୍ୟ ତାହା ପରମାତ୍ମାଙ୍କୁ କଷ୍ଟଦେଲାଭଳି ହୁଏ । କ୍ଷମା, ଧୈର୍ଯ୍ୟ, ସାହସ, ଶାନ୍ତ ଚତୁର୍ଥ ପୁଷ୍ପ । ଧର୍ମ ପୁସ୍ତକରେ କ୍ଷମାକୁ ସତ୍ୟ, ଧର୍ମ, ଜ୍ଞାନ, ଅହିଂସା ତ୍ୟାଗ ଓ ଆନନ୍ଦରୁ ଅଭିନ୍ନ ବୋଲି କୁହାଯାଇଛି । କ୍ଷମା ବ୍ୟତୀତ ମନୁଷ୍ୟ ଗୋଟିଏ ମୁହୂର୍ତ୍ତ ମଧ୍ୟ ଆନନ୍ଦ ପାଇପାରିବ ନାହିଁ । ଏହା ଐଶ୍ୱରିକ ଗୁଣ ବୃଦ୍ଧି କରେ । ଏହା ମନୁଷ୍ୟର ଦିବ୍ୟତ୍ୱ ପରିପ୍ରକାଶ କରେ । ଏହା ମଣିଷର ପ୍ରକୃତିଗତ ହୋଇଯିବା ଉଚିତ । ନିର୍ବିକାର ଭାବ ଶାନ୍ତିର ମୌଳିକଗୁଣ । ସମୁଦ୍ର ସମସ୍ତ ପଦାର୍ଥକୁ ଏକତ୍ର କରି ଧରିରଖିବାକୁ ଇଛା କରୁଥିବାରୁ ନିମ୍ନରେ ରହିଛି ମେଘ ସମସ୍ତ ତ୍ୟାଗ କରି ମୁକ୍ତ ହେବାକୁ ଚାହୁଁ ଥିବାରୁ ଆକାଶରେ ରହିଛି । ଶାନ୍ତି ମଣିଷକୁ ସ୍ଥିର ମନ ଓ ସ୍ଥିର ଦୃଷ୍ଟି ପ୍ରଦାନ କରେ । ଶାନ୍ତି ପ୍ରାର୍ଥନା ତିନିଥର ଉଚ୍ଚାରଣ କରାଯାଏ-ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ତରର ଶାନ୍ତି ପାଇଁ ଏହି ମନ୍ତ୍ରକୁ ତିନିଥର ଉଚ୍ଚାରଣ କରାଯାଏ । ମନୁଷ୍ୟ ରାଗିବା ଅଥବା ଭୟରେ ମୁଣ୍ଡ ନୁଆଁଇବା ଉଚିତ ନୁହେଁ । ଉପନିଷଦରେ ଜନକ ମହର୍ଷିଙ୍କ ଜୀବନରେ ଆଧ୍ୟାତ୍ମ କି ଶାନ୍ତିର ଉଦାହରଣ ଦିଆଯାଇଛି । ତାଙ୍କୁ ବିଦେହ କୁହାଯାଉଥିଲା । ଏହାର ଅର୍ଥ ନୁହେଁ ଯେ ତାଙ୍କର ଦେହ ନଥିଲା । ପ୍ରକୃତରେ ସେ ଶରୀର ଓ ଏହାର ଆବଶ୍ୟକତାକୁ ଭୁଲିଯାଇ ଜୀବନଯାପନ କରୁଥିଲେ । ସେ କେବଳ ଆତ୍ମା ଚେତନ ସ୍ତରରେ ଦେଖୁଥିଲେ, ଶୁଣୁଥିଲେ ଓ କଥାବାର୍ତ୍ତା କରୁଥିଲେ । ଷଷ୍ଠ ପୁଷ୍ପଟି ହେଉଛି ତପ । ତପ ଅର୍ଥ ନୁହେଁ ସ୍ତ୍ରୀ, ସନ୍ତାନ ପ୍ରଭୃତିଙ୍କୁ ତ୍ୟାଗ କରି ଅରଣ୍ୟର ନିର୍ଜନତା ମଧ୍ୟକୁ ପଳାୟନ କରିବା । ପ୍ରକୃତ ତପ ହେଉଛି ଚିନ୍ତା, ଭାଷା ଓ କାର୍ଯ୍ୟ ମଧ୍ୟରେ ସମନ୍ୱୟ ରକ୍ଷାକରିବା । ଦୁଷ୍ଟ ପ୍ରକୃତିର ଲୋକ ଏହା କେବେ ଆଚରଣ କରିପାରିବେ ନାହିଁ । କାରଣ ନିଜ ସହିତ ମଧ୍ୟ ସେ ମିଥ୍ୟାଚାର କରେ । ମନୁଷ୍ୟ ଯେତେବେଳେ ଏହି ତପର ଅଧିକାରୀ ହେବ ତା'ର ପ୍ରତ୍ୟେକ ବାକ୍ୟ ଏତେ ଶକ୍ତିଶାଳୀ ହେବ ଯେ ସେ ଯାହା ଉଚ୍ଚାରଣ କରିବ ତାହା ମନ୍ତ୍ରରେ ପରିଣତ ହୋଇଯିବ ।

Comments
Post a Comment