ବିବାହ ପାଇଁ ମିଳନ୍ତିନାହିଁ ଝିଅ


ଏମିତି ଅନେକ ଦେଶ ରହିଛି ଯେଉଁଠି ବିବାହ ପାଇଁ ପୁଅମାନଙ୍କୁ ଝିଅ ଖୋଜିବାରେ ବହୁ କଷ୍ଟ କରିବାକୁ ପଡ଼ିଥାଏ । ସେଠାରେ ଝିଅଙ୍କ ଅପେକ୍ଷା ପୁଅଙ୍କ ଜନ୍ମ ହାର ଢେର ଅଧିକ । ଏହି କାରଣରୁ ଝିଅ ଖୋଜିବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ । ଜାଣିବା ସେମିତି ଦେଶଗୁଡ଼ିକ ବିଷୟରେ । ଲିବ୍ୟା:ବହୁ ବର୍ଷ ହେବ ଲିବ୍ୟା ଗୃହଯୁଦ୍ଧରେ ଫସି ରହିଥିଲା । ଯୁଦ୍ଧ ଦ୍ୱାରା ମହିଳାମାନେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । ଏହି କାରଣରୁ ଆଜି ମଧ୍ୟ ଏଠାରେ ମହିଳାଙ୍କ ତୁଳନାରେ ପୁରୁଷ ସଂଖ୍ୟା ଅଧିକ । ଫିଲିପାଇନ୍ସ : ଏସିଆର ଫିଲିପାଇନ୍ସ ଏକ ସୁନ୍ଦର ଦେଶ । ଏଠାରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ । ଏହି ଦେଶରେ ମହିଳାଙ୍କ ରୋଜଗାର ପାଇଁ ସେତେଟା ସୁବିଧା ନାହିଁ । ତେଣୁ ଏଠାର ମହିଳାମାନେ ରୋଜଗାର ପାଇଁ ଅନ୍ୟ ଦେଶକୁ ଯାଇ ସେଠାରେ ରହିଯାଉଛନ୍ତି । ନରୱେ : ୟୁରୋପର ନରୱେରେ ମହିଳାଙ୍କ ସଂଖ୍ୟାଠାରୁ ପୁରୁଷଙ୍କ ସଂଖ୍ୟା ୧୨ ହଜାର ଅଧିକ । ତେଣୁ ଏଠାରେ ବିବାହ ପାଇଁ ଝିଅ ଖୋଜିବାରେ ପୁଅମାନଙ୍କୁ ପରିଶ୍ରମ କରିବାକୁ ପଡ଼ିଥାଏ । ଆଫଗାନିସ୍ତାନ : ଯୁଦ୍ଧ ଏହି ଦେଶରମେରୁଦଣ୍ଡକୁ ଭାଙ୍ଗିଦେଇଛି । ମାତ୍ର ଯୁଦ୍ଧ ପୂର୍ବରୁ ଆଫଗାନିସ୍ତାନ ଏକ ମହିଳା ପ୍ରମୁଖ ଦେଶ ଭାବେ ଜଣାଯାଉଥିଲା । ତାଲିବାନ ଏଠାରେ ରାଜୁତି କରିବା ପରଠାରୁ ମହିଳାମାନେ ଦେଶ ଛାଡ଼ି ଚାଲିଯାଉଛନ୍ତି । ଫଳରେ ଦେଶରେ ମହିଳାଙ୍କ ଅଭାବ ପରିଲକ୍ଷିତ ହେଉଛି । ଭାରତ : ଅଧିକ ଜନସଂଖ୍ୟା ପାଇଁ ଏହି ଦେଶ ବିଶ୍ୱରେ ପରିଚିତ । ଏଠାରେ ମଧ୍ୟ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ବୋଲି ଗଣନାରୁ ଜଣାପଡ଼ିଛି । କନ୍ୟା ଭ୍ରୂଣହତ୍ୟା ପରି ସାମାଜିକ ବ୍ୟାଧି ନିମନ୍ତେ କନ୍ୟାସନ୍ତାନଙ୍କ ଜନ୍ମ ପ୍ରଭାବିତ ହେଉଛି ।

Comments