କିଟିକିଟି ଅନ୍ଧାର ରାତି । ରାତି ଅନ୍ଧାରରେ ଚଳପ୍ରଚଳ ହେବାରେ ଅଭ୍ୟସ୍ତ ହୋଇଯାଇଥିବା ଚୋରଟି ନିର୍ବିଘ୍ନରେ କୁଟୀର ମଧ୍ୟରେ ପ୍ରବେଶ କଲା । କୁଟୀର ଭିତରେ ବାସ କରୁଥିଲେ ଜଣେ ମାତ୍ର ବ୍ୟକ୍ତି- ସେ ଥିଲେ ଜଣେ ସାଧୁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ ସାଧୁ କବାଟରେ ଆଦୌ ତାଲା ପକାଉନଥିଲେ । କିମ୍ବା ଭିତର ପଟୁ ମଧ୍ୟ ଦ୍ୱାରରେ କିଳିଣି ଦେଉ ନଥିଲେ । ଚୋରଟି ଏହା ଭଲ ଭାବରେ ଜାଣିଥିଲା । ଘର ଭିତରେ ମିଞ୍ଜିମିଞ୍ଜି ଜଳୁଥିବା ଦୀପାଲୋକରେ ଦେଖିବାକୁ ପାଇଲା ଖାଲି ଗଦାଗଦା ଲେଖାପଢ଼ା ସାମଗ୍ରୀ । ଗଦା ହୋଇଥିବା ସାମଗ୍ରୀର କିଛି ଦୂରରେ ଏକ ମେଜ ଉପରେ ଜଳୁଥିଲା ଦୀପଟିଏ । ସାଧୁ ନିଶ୍ଚିନ୍ତରେ ଶୋଇଯାଇଥା'ନ୍ତି । ସାଧୁଙ୍କ ଶୋଇବା ନିକଟରେ ମଧ୍ୟ ଲିଖନ ସାମଗ୍ରୀ ଥାଏ । ହସ୍ତଲିଖିତ ପୋଥିସବୁ ସେଇଠି ଥୁଆ ହୋଇଥାଏ । ରୋଷେଇ ଘରେ ସାମାନ୍ୟ କିଛି ସାମଗ୍ରୀକୁ ବାଦ୍ ଦେଲେ ସମଗ୍ର ଘରଟିରେ ଆଉ କୌଣସି ହେଲେ ଜିନିଷ ଦେଖିବାକୁ ପାଇ ନଥିଲା । ଚୋର ଯାହାକୁ ସେ ଚୋରିକରିନେବ । ତେବେ ଗୋଟିଏ ରାତିର ଏଇ ଉପାର୍ଜନ ଯଥେଷ୍ଟ-ଏହା ଭାବି ଚୋର ରୋଷେଇ ଘରର ସାମଗ୍ରୀ ଏକତ୍ର କରି ମୁଖ୍ୟଦ୍ୱାର ନିକଟକୁ ଆସିଲା । କିନ୍ତୁ ଏ କ'ଣ? ଦ୍ୱାରଦେଶରେ କେହି ଜଣେ ଧନୁତୀର ଧରି ଦଣ୍ଡାୟମାନ ଥିବା ଦୀପର ଝାପ୍ସା ଆଲୋକରେ ଦେଖି ଚୋର ଛାନିଆ ହୋଇଗଲା । ଏଭଳି ଏକ ଅବିଶ୍ୱସନୀୟ ଦୃଶ୍ୟ ଦେଖି ଭୟରେ ଥରିବାକୁ ଲାଗିଲା । ପେଷା ଚୋରି କରିବା, ପୂର୍ବରୁ ଅନେକ ଛୋଟବଡ଼ ଚୋରି କରିଛି; କିନ୍ତୁ ଆଜିର ଏ ଘଟଣା ତା ପାଇଁ ନୂଆ ଅନୁଭୂତି ଥିଲା । ଚୋର ଆଗକୁ ନଯାଇ ଏଣେତେଣେ ଅନାଇଲା । ଦେଖିଲା ଆଉ ଏକ ଦ୍ୱାର ଅଛି ଯେଉଁବାଟେ ସେ ଅକ୍ଳେଶରେ ବାହାରକୁ ଯାଇପାରିବ । ଶୀଘ୍ର ପଳାଇ ଯିବା ନିମିତ୍ତ ସେ ଦ୍ୱିତୀୟ ଦ୍ୱାର ନିକଟକୁ ଗଲା । ହେଲେ ସେଠାରେ ମଧ୍ୟ ସେ ଧନୁତୀରଧାରୀ ସେହି ରକ୍ଷକଙ୍କୁ ଠିଆ ହୋଇଥିବା ଦେଖିବାକୁ ପାଇଲା । ଏଥର ଅତିଶୟ ଭୟଭୀତ ହୋଇ ଚୋରଟି ଗୋଟାପଣେ ଥରିବାକୁ ଲାଗିଲା । ଏବେ ସେଠାରୁ ପଳାଇଯିବାର ସବୁଦ୍ୱାର ରୁଦ୍ଧ, ଅଗତ୍ୟା ଚୋର ସେଠାରୁ ଚାଲିଆସି ସାଧୁ ଶୋଇଥିବା ସ୍ଥାନରେ ସେହିଭଳି ଠିଆହୋଇ ରହିଲା ସେ ଉଠିବା ପର୍ଯ୍ୟନ୍ତ । ରାତିପାହିଲା, ସାଧୁଙ୍କର ନିଦ୍ରାଭଙ୍ଗ ହେଲା । ଚୋର ସାଧୁଙ୍କର ପାଦଧରି ଲୋଟିପଡ଼ି ତାଙ୍କୁ ସମସ୍ତ ବୃତ୍ତାନ୍ତ କହିଲା । ସାଧୁ ଏହା ଶୁଣି କହିଲେ- ଦେଖ ଭାଇ! ତୁମେ ତ ଅନେକ ଭାଗ୍ୟଶାଳୀ । ତୁମେ ଯାହାଙ୍କ ଦର୍ଶନ କଲ ସେ ଆଉ କେହି ନୁହନ୍ତି, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର । ଏବେଠାରୁ ତୁମେ ପ୍ରଭୁ ଶ୍ରୀରାମଙ୍କ ଶରଣ ନିଅ, କୁମାର୍ଗ ଛାଡ଼ିଦିଅ । ସାଧୁଙ୍କ ପରାମର୍ଶରେ ଚୋରଟି ପ୍ରଭୁ ଶ୍ରୀରାମଙ୍କ ଆଶ୍ରିତ ହୋଇ ଚୋର୍ଯ୍ୟବୃତ୍ତି ଛାଡ଼ିଦେଲା । ଏହି ସାଧୁଜଣଙ୍କ ଥିଲେ ଶ୍ରୀରାମ ଭକ୍ତ ଗୋସ୍ୱାମୀ ତୁଳସୀ ଦାସ ।

Comments
Post a Comment