ଡା. ମନମୋହନ ବୈଦ୍ୟ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦ୍ୱାରା ସଂଘର ତୁଳନା ମୁସଲିମ୍ ବ୍ରଦରହୁଡ ସହିତ କରିବା ଘଟଣା ସଂଘ ସହିତ ପରିଚିତ ଏବଂ ରାଷ୍ଟ୍ରୀୟ ବିଚାର ବହନ କରୁଥିବା ପ୍ରତ୍ୟେକ ବ୍ୟକ୍ତିକୁ ଆଶ୍ଚର୍ଯ୍ୟ କରିବା ସ୍ୱାଭାବିକ । ଭାରତର ବାମବାଦୀ, ମାଓବାଦୀ ଏବଂ ସଂଘକୁ ରାଜନୈତିକ ସ୍ୱାର୍ଥ ସକାଶେ ରାଷ୍ଟ୍ର ବିରୋଧୀ ଶକ୍ତି ଯେ ଏଥିରେ ଆନନ୍ଦିତ ତାହା ମଧ୍ୟ ଅସ୍ୱାଭାବିକ ନୁହେଁ । ଏହାର ଅର୍ଥ ନୁହେଁ ଯେ ରାହୁଲ ଗାନ୍ଧୀ ଜେହାଦୀ ମୁସଲିମ୍ ଆତଙ୍କବାଦୀଙ୍କ ବିଶ୍ୱବ୍ୟାପୀ ପ୍ରଭାବ ବିଷୟରେ କିଛି ଜାଣନ୍ତି ନାହିଁ । ଏକଥା ମଧ୍ୟ ନୁହେଁ ଯେ,ସମାଜ ହିତରେ କାର୍ଯ୍ୟରତ ସଂଘକୁ ମିଳୁଥିବା ସମର୍ଥନ ବିଷୟରେ ସେ ଜାଣନ୍ତି ନାହିଁ । ତାହା ହେଲେ ପ୍ରଶ୍ନ ଉଠେ ଏକଥା କାହିଁକି ସେ କହୁଛନ୍ତି ?
କାରଣଟି ହେଲା ତାଙ୍କର ରାଜନୈତିକ ପରାମର୍ଶଦାତାମାନେ ତାଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି ଯେ, ସଂଘକୁ ବିରୋଧ କଲେ ତାଙ୍କୁ ରାଜନୈତିକ ଲାଭ ମିଳି ପାରିବ । ସେଥିପାଇଁ ତାଙ୍କୁ ନାଟକୀୟ ଭାବରେ ଆରୋପ ଲଗାଇବା ପାଇଁ ଶିକ୍ଷା ଦିଆଯାଇଛି କାରଣ ଆରୋପ ପ୍ରମାଣିତ କରିବାର ଦାୟିତ୍ୱ ତାଙ୍କର ନୁହଁ । ଏଭଳି ଏକ ଆକ୍ଷେକ୍ଷ ପାଇଁ ଜଣେ ସ୍ୱୟଂସେବକ ତାଙ୍କୁ ନ୍ୟାୟାଳୟକୁ ଟାଣିଥିଲେ ଯେ ଲଗାଇ ଥିବା ଆରୋପ ପ୍ରମାଣିତ କରିବା ସ୍ଥଳେ ସେ ଅଦାଲତ ଯିବାରୁ ନିଜକୁ ଦୁରେଇ ରଖିଥିଲେ ।
ପ୍ରକୃତରେ ସଂଘ ଭାରତର ପରମ୍ପରାଗତ ଆଧ୍ୟାତ୍ମ ଆଧାରିତ ସର୍ବାଙ୍ଗୀନ ଏବଂ ଏକାତ୍ମ ଜୀବନଦୃଷ୍ଟି ଆଧାରରେ ସଂପୂର୍ଣ୍ଣ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବାର କାର୍ଯ୍ୟ କରି ଚାଲିଛି । ଏହି ସର୍ବସମାବେଶୀ ଜୀବନ ଦୃଷ୍ଟିର ତୁଳନା ଜେହାଦୀ ମୁସଲିମ୍ ବ୍ରଦରହୁଡ ସହିତ କରିବା ସମସ୍ତ ଭାରତୀୟଙ୍କ ସହ ଏହି ମହାନ ସଂସ୍କୃତିର ଘୋର ଅପମାନ । ପ୍ରକୃତରେ ଦେଖିବାକୁ ଗଲେ ଜେହାଦୀ ମୁସଲିମ ମାନସିକତା ସହିତ ଏହି ବ୍ରଦରହୁଡ ଶବ୍ଦ ଅଯୈ÷ାକ୍ତିକ ମନେ ହୁଏ । ସେମାନଙ୍କର ଏହି ତଥାକଥିତ ମୁସଲିମ ବ୍ରଦରହୁଡ କେବଳ ସଲାଫୀ ସୁନ୍ନୀ ମୁସଲମାନ ବ୍ୟତିତ ଅନ୍ୟ ମୁସଲମାନମାନଙ୍କୁ ବ୍ରଦରହୁଡ ମଧ୍ୟରେ ସ୍ୱୀକାର କରି ନଥାଏ । କେବଳ ଏତିକି ନୁହେଁ ସେମାନେ ଅନ୍ୟ ଗୋଷ୍ଠିକୁ ମୁସଲମାନ ବୋଲି ମାନନ୍ତି ନାହିଁ ।
ଏଥର ୧୧ ସେପ୍ଟେମ୍ବର ଦିନଟି ସ୍ୱାମୀ ବିବେକାନନ୍ଦଙ୍କ ପ୍ରସିଦ୍ଧ ଚିକାଗୋ ବ୍ୟାଖ୍ୟାନର ୧୨୫ ତମ ବର୍ଷ । ସିଏ ଭାରତର ସର୍ବସମାବେଶୀ ଏକାତ୍ମ ଏବଂ ସର୍ବାଙ୍ଗୀନ ଜୀବନ ଦୃଷ୍ଟି ଆଧାରିତ ବିଶ୍ୱ ବନ୍ଧୁତ୍ୱର ଯେଉଁ ବିଚାର ପ୍ରସ୍ତୁତ କରିଥିଲେ ତାହା କେବଳ ବୌଦ୍ଧିକ ପ୍ରତିପାଦନ ନଥିଲା । ସେ ପ୍ରକୃତରେ ହୃଦୟର ଗଭୀରତମ ଭାବ ନେଇ ଏହା କହିଥିଲେ । ଚିକାଗୋ ଠାରେ ସ୍ୱାମୀଜୀଙ୍କ ସମ୍ବୋଧନର ପ୍ରଥମ ବାକ୍ୟ ‘ମୋର ଆମେରିକୀୟ ଭାଇ ଓ ଭଉଣୀମାନେ’ ଆରମ୍ଭ ହେବା ମାତ୍ରକେ ସଭାଗୃହ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲା ଏବଂ ସମସ୍ତେ କେତେ ମିନିଟ୍ ଧରି ତାଳି ମାରି ଚାଲିଥିଲେ । ସମ୍ପୂର୍ଣ୍ଣ ସଭାଗୃହଟି ତାଳି ଧ୍ୱନୀରେ ଗୁଞ୍ଜରିତ ହୋଇ ଉଠିଥିଲା । ଭାଷଣରେ ସେ କହିଥିଲେ ମୁଁ ଏଭଳି ଏକ ଧର୍ମର ଅନୁଗାମୀ ହେବାର ଗର୍ବ ଅନୁଭବ କରେ ଯେଉଁ ଧର୍ମ ପୃଥିବୀକୁ ସହିଷ୍ଣୁତା ତଥା ସାର୍ବଭୌମତାର ଶିକ୍ଷା ପ୍ରଦାନ କରେ । ଆମେ ଅନ୍ୟ ସମସ୍ତ ଧର୍ମପ୍ରତି କେବଳ ସହିଷ୍ଣୁ ନୁହଁ ବରଂ ସମସ୍ତ ଧର୍ମକୁ ସତ୍ୟ ଭାବି ସ୍ୱୀକାର କରୁଛୁ । ଏଭଳି ଏକ ଦେଶର ନାଗରୀକ ହେବାର ମୁଁ ଗର୍ବ ଅନୁଭବ କରେ ଯେଉଁ ଦେଶ ପୃଥିବୀର ସମସ୍ତ ଧର୍ମ ଏବଂ ଦେଶ ମାନଙ୍କର ପୀଡିତ ତଥା ଶରଣାର୍ôଥଙ୍କୁ ଆଶ୍ରୟ ପ୍ରଦାନ କରିଛି । ଆପଣଙ୍କୁ ଏହା କହିଲା ବେଳେ ମୁଁ ଗର୍ବ ଅନୁଭବ କରେ ଯେ ଇହୁଦି ମାନଙ୍କୁ ଭାରତ ସେହି ସମୟରେ ଶରଣ ପ୍ରଦାନ କରିଥିଲା ଯେତେବେଳେ ତାଙ୍କର ପବିତ୍ର ମନ୍ଦିରକୁ ରୋମାନ୍ ଆକ୍ରମଣକାରୀମାନେ ଧୂଳିରେ ମିଶାଇ ଦେଇଥିଲେ । ମୁଁ ଏଭଳି ଏକ ଧର୍ମର ଅନୁଗାମୀ ଯେଉଁ ଧର୍ମ ଜରଥୁଷ୍ଟ୍ର ଜାତିର ଅବଶିଷ୍ଟ ଅଂଶ ବିଶେଷକୁ ଶରଣ ଦେବା ସହିତ ଲାଳନ ପାଳନ କରି ଆସୁଛି । ଆହୁରୀ ମଧ୍ୟ କହିଥିଲେ ଯେ, ସାଂପ୍ରଦାୟୀକତା , ହଠଧର୍ମିତା ଏବଂ ଧର୍ମାନ୍ଧତା ଏହି ପୃଥିବୀରେ ଅନେକ ବର୍ଷଧରି ରାଜୁତି କରି ଚାଲିଛି । ଏମାନେ ପୃଥିବୀକୁ ହିଂସାରେ ଭରି ଦେଇ ମାନବ ଜାତିକୁ ରକ୍ତସ୍ନାତ କରିଛନ୍ତି । ସଭ୍ୟତା ମାନଙ୍କୁ ଧ୍ୱଂସ ବିଧ୍ୱଂସ କରିଛନ୍ତି ଏବଂ ଅନେକ ଦେଶକୁ ଅନ୍ଧକାରର ଗର୍ତ ମଧ୍ୟକୁ ଠେଲି ଦେଇଛନ୍ତି । ଯଦି ଏହି ବିଭତ୍ସ ଦାନବତା ହୋଇ ନଥାନ୍ତା ତାହା ହେଲେ ମାନବ ସମାଜ ଆଜିର ଏ ଅବସ୍ଥା ଠାରୁ ଠେର ଉନ୍ନତ ହୋଇ ପାରିଥାନ୍ତା ।
ଡକ୍ଟର ଆମ୍ବେଦକରଙ୍କ ‘ଥଟ୍ ଅନ୍ ପାକିସ୍ଥାନ’ ପୁସ୍ତକରେ ସ୍ପଷ୍ଟ କରିଛନ୍ତି ଯେ, ‘ଇସଲାମ ଏକ ବନ୍ଦ ସମୁଦାୟ, ଏହା ମୁସଲମାନ ଏବଂ ଅଣ ମୁସଲମାନ ମାନଙ୍କ ମଧ୍ୟରେ ଭେଦପ୍ରଭେଦ କରିଥାଏ । ଇସଲାମ ବ୍ରଦରହୁଡ ସମଗ୍ର ମାନବଜାତିକୁ ସମାବେଶ କଲାଭଳି ବିଶ୍ୱ ବନ୍ଧୁତ୍ୱର ପରିଚାୟକ ନୁହେଁ । ଏହା କେବଳ ମୁସଲମାନମାନଙ୍କ ପାଇଁ ମୁସଲମାନ ବନ୍ଧୁତ୍ୱ ବାର୍ତ ଦିଏ । ଏଠାରେ ବନ୍ଧୁତ୍ୱର ଲାଭ କେବଳ ତାଙ୍କ ସଂପ୍ରଦାୟ ମଧ୍ୟରେ ସୀମିତ । ଏହି ସମୁଦାୟ ବ୍ୟତୀତ ଅନ୍ୟମାନଙ୍କ ପାଇଁ ତାହା ତୁ୍ଚ୍ଛ ଏବଂ ଶତ୍ରୁତା ଛଡା ଅନ୍ୟ କିଛି ନୁହେଁ । ମୁସଲିମ୍ ବ୍ରଦରହୁଡ ସର୍ବତ୍ର ସରିଆ ଶାସନ ଚାହେଁ । କିନ୍ତୁ ସଂଘ ହିନ୍ଦୁ ରାଷ୍ଟ୍ରର କଥା କୁହେ ଯାହା ସମସ୍ତଙ୍କୁ ସ୍ୱୀକର କରି ବିବେକାନନ୍ଦଙ୍କ ଦ୍ୱାରା ପ୍ରତିପାଦିତ ‘ବିଶ୍ୱ ବନ୍ଧୁତ୍ୱ’ ଅର୍ଥାତ ‘ୟୁନିଭର୍ସାଲ ବ୍ରଦରହୁଡ’ ର ବାର୍ତା ବହନ କରେ ।
ଥରେ ଭାବି ଦେଖି , ଜେହାଦୀ କଟ୍ଟରବାଦର ବାର୍ତା ବହନ କରୁଥିବା ମୁସଲିମ୍ ବ୍ରଦରହୁଡର ତୁଳନା ସ୍ୱାମୀ ବିବେକାନନ୍ଦଙ୍କ ‘ୟୁନିଭର୍ସାଲ ବ୍ରଦରହୁଡ’ ସହିତ କିପରି କରାଯାଇ ପାରେ । ଏଭଳି ମହାନ ବିଚାରର ଆଦର୍ଶ ଆପଣେଇ ଅଗ୍ରସର ତଥା ସଂପୂର୍ଣ୍ଣ ସମାଜକୁ ସଂଗଠିତ କରିବାର ଚିନ୍ତାଧାରା ରଖୁଥିବା ସଂଘ ବିଷୟରେ ରାହୁଳ ଗାନ୍ଧୀ ବାରମ୍ବାର ଏଭଳି ବୈମନସ୍ୱପୂର୍ଣ୍ଣ ବିଚାର କାହିଁକି ରଖୁଛନ୍ତି ?
ଜଣେ ବରିଷ୍ଠ ସ୍ତମ୍ଭ ଲେଖକ ଦୁଇ ବର୍ଷତଳେ କଂଗ୍ରେସ ବିଷୟରେ ବର୍ଣ୍ଣନା କରିଥିଲେ ଯେ, ଏହି ଦଳ ଧନ ଦ୍ୱାରା କ୍ଷମତା କିଣିଥାଏ ଏବଂ କ୍ଷମତାସୀନ ହେଲା ପରେ ପୁଣି କ୍ଷମତା କିଣିବା ପାଇଁ ିଧନ ଏକତ୍ର କରିଥାଏ । ଏହି ପାର୍ଟି ନିଜର ବୌଦ୍ଧିକ ଚିନ୍ତାଧାରା କମ୍ୟୁନିଷ୍ଟମାନଙ୍କୁ ସମର୍ପି ଦେଇଛି । ଯେବେ ଠାରୁ କଂଗ୍ରେସର ବୌଦ୍ଧିକ ଗତିବିଧି କମ୍ରେଡମାନେ ସମ୍ଭାଳିଛନ୍ତି ସେବେ ଠାରୁ ଏହି ଦଳ ଅଷହିଷ୍ଣୁତାର ପରିଚୟ ଦେଇ ରାଷ୍ଟ୍ରୀୟ ବିଚାରକୁ ଘୋର ବିରୋଧ କରି ଆସୁଛି । ସ୍ୱାଧୀନତା ପୂର୍ବର କଂଗ୍ରେସ ଥିଲା ଏକ ଖୋଲା ମଂଚ । ଯେଉଁଠି ହିନ୍ଦୁ ମହାସଭା, ବିପ୍ଲବୀ, ନରମପନ୍ଥୀ, ଚରମପନ୍ଥୀ ଆଦି ସମସ୍ତେ ଏକତ୍ରୀତ ହୋଇଥିଲେ । କାଳକ୍ରମେ ଏହା ରାଜନୈତିକ ଦଳର ସ୍ୱରୂପ ଧାରଣ କଲା ଏବଂ ଭିନ୍ନମତ ପୋଷଣ କରୁଥିବା ଲୋକଙ୍କୁ ଆଡେଇ ଚାଲିଲା । ସ୍ୱାଧୀନତା ପରେ ମଧ୍ୟ କିଛି ବିଚାରବନ୍ତ ବ୍ୟକ୍ତି କଂଗ୍ରେସରେ ଥିଲେ । ପଣ୍ଡିତ ନେହେରୁ ଥିଲେ ସଂଘର ଘୋର ବିରୋଧି କିନ୍ତୁ ସର୍ଦ୍ଧାର ପଟେଲଙ୍କ ଭଳି ନେତା ସଂଘକୁ କଂଗ୍ରେସରେ ସାମିଲ ହେବାର ଆମନ୍ତ୍ରଣ ଦେଇଥିଲେ । ୧୯୬୨ ମସିହାର ଚୀନ ଯୁଦ୍ଧ ସମୟରେ ସଂଘର ସ୍ୱୟଂସେବକମାନେ ନିଜ ଜୀବନକୁ ବାଜି ଲଗାଇ ସୈନ୍ୟ ବାହିନୀକୁ ଯେଉଁ ସହାୟତା ପ୍ରଦାନ କଲେ ଏଥିରେ ପ୍ରଭାବିତ ହୋଇ ପଣ୍ଡିତ ନେହେରୁ ୧୯୬୩ ମସିହାର ଗଣତନ୍ତ୍ର ଦିବସର ପ୍ୟାରେଡ୍ରେ ଭାଗ ନେବା ପାଇଁ ସଂଘ ସ୍ୱୟଂସେବକମାନଙ୍କୁ ଆମନ୍ତ୍ରଣ କରିଥିଲେ । ତତ୍କ୍ଷଣାତେ ସୂଚନା ମିଳିବା ସତ୍ୱେ ୩୦୦୦ ହଜାର ସ୍ୱୟଂସେବକ ଏହି ପ୍ୟାରେଡ୍ରେ ଭାଗ ନେଇଥିଲେ । ୧୯୬୫ ମସିହାର ଯୁଦ୍ଧ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲାବାହାଦୂର ଶାସ୍ତ୍ରୀଙ୍କ ଦ୍ୱାରା ଆହୂତ ବୈଠକରେ ସରସଂଘଚାଳକ ଶ୍ରୀଗୁରୁଜୀଙ୍କୁ ଆମନ୍ତ୍ରୀତ କରାଯାଇଥିଲା । ସେ କିପରି ଦିଲ୍ଲୀ ପହଁଚିବେ ସେ ବ୍ୟବସ୍ଥା ସରକାର କରିଥିଲେ । ଏହି ଜରୁରୀ ବୈଠକରେ ଜଣେ କମ୍ୟୁନିଷ୍ଟ ନେତା ସେତେବେଳେ ଶାସ୍ତ୍ରୀଜୀଙ୍କୁ ବାରମ୍ବାର ପଚାରିଥିଲେ ଯେ ଆପଣଙ୍କ ସେନାବାହିନୀ କଣ କରୁଥିଲା ? ଏ ବିଷୟରେ ଗୁରୁଜୀ ସେ ନେତାଙ୍କୁ କହିଥିଲେ ଆପଣ ତୁମ ସେନା ତୁମ ସେନା କାହିଁକି କହୁଛନ୍ତି ? ଆମ ସେନା କୁହଁନ୍ତୁ । ଆପଣ କଣ ଅନ୍ୟ ଦେଶର ଅଧିବାସୀ ?
ରାଜନୀତିକୁ ରାଜନୀତିର ସ୍ଥାନରେ ରଖିବାର ଏଭଳି ପରମ୍ପରା ଅଶୀଦଶକ ପର୍ଯ୍ୟନ୍ତ ଚାଲୁ ରହିଥିଲା କିନ୍ତୁ ତାପରେ କ୍ରମଶଃ ବାମପନ୍ଥୀ ବିଚାରର ପ୍ରଭାବ କଂଗ୍ରେସ ଉପରେ ଅଧିକ ଭାବରେ ବଢିବାକୁ ଲାଗିଲା । ଶତ୍ରୁତା ପୂର୍ଣ୍ଣ ଭାଷା, ଅସହିଷ୍ଣୁତା ସ୍ପଷ୍ଟଭାବେ ଗୋଚର ହେଲା । ଭାରତୀୟ ଜନତା ପାର୍ଟିକୁ ଛାଡି ଅଧିକାଂଶ ରାଜନୈତିକ ଦଳମାନଙ୍କ ବିଚାର ଧାରାରେ ବାମପନ୍ଥୀ ପ୍ରଭାବ ସ୍ପଷ୍ଟ ଦେଖାଦିଏ । ଏଇଥିପାଇଁ ସେମାନେ ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ସକାଶେ ରାଷ୍ଟ୍ରୀୟ ବିଚାରର ଯଥା ସମ୍ଭବ ବିରୋଧ କରିଥାନ୍ତି ଏବଂ ବାମପନ୍ଥୀ ବିଚାରରେ ପ୍ରେରିତ ହୋଇ ସମାଜକୁ ଖଣ୍ଡ ଖଣ୍ଡ କରିବା ଚେଷ୍ଟାକୁ ସମର୍ଥନ କରିଥାନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଦେଶର ପ୍ରମୁଖ ବିରୋଧି ଦଳ କଂଗ୍ରେସ ସ୍ଥିତି ଏଭଳି ବିଚିତ୍ର ହୋଇ ଯାଇଛି ଯେ, ଜଣା ପଡୁଛି ଯେଉଁ ବୌଦ୍ଧିକ ଗତିବିଧି ସେମାନେ କମ୍ୟୁନିଷ୍ଟକୁ ଆଉଟ୍ ସୋର୍ଷ କରିଦେଇଥିଲେ ତାସ୍ଥାନରେ କଂଗ୍ରସ ଶରୀର ମଧ୍ୟରେ ମାଓବାଦୀ ଆତ୍ମା ପ୍ରବେଶ ହୋଇ ସାରିଛି । ଏହା ଏଥିପାଇଁ ପ୍ରତୀତ ହୁଏ କରାଣ କଂଗ୍ରେସ ଅଧ୍ୟକ୍ଷଙ୍କ ଏଭଳି ଅପମାନଜନକ ବକ୍ତବ୍ୟ ସମର୍ଥନରେ ବାହାରୁଥିବା ଲେଖାର ସଂପର୍କ ମାଓବାଦ କିମ୍ବା ବାମପନ୍ଥୀ ବିଚାର ସହିତ ଜଡିତ ।
ଏହା କଣ ଆଶ୍ଚର୍ଯ୍ୟର କଥା ନୁହେଁ ଯେ, ମାଓବାଦ ପ୍ରେରୀତ ସମସ୍ତ ଆନ୍ଦୋଳନକୁ କଂଗ୍ରେସ ସମର୍ଥନ ଦେଇ ଆସୁଛି ଏବଂ ‘ଭାରତ ତେରେ ଟୁକଡେ ହୋଙ୍ଗେ ଇଂଶା ଅଲ୍ଲାହ’ ଅଥବା ଭାରତର ବର୍ବାଦ କରିବା ପାଇଁ ସଂଗ୍ରାମ ଜାରୀ ରଖିବାର ନାରା କିମ୍ବା ଭାରତୀୟ ସଂସଦ ଉପରେ ଆକ୍ରମଣକାରୀ ଆଫଜଲଗୁରୁ ସମର୍ଥନରେ ‘ଆଫଜଲ ହମ୍ ସର୍ମିନ୍ଦା ହୈ ତେରେ କାତିଲ ଜିନ୍ଦା ହୈ’ନାରା ଦେଉଥିବା ଲୋକମାନଙ୍କୁ କଂଗ୍ରେସର ନେତାମାନେ ଖୋଲା ସମର୍ଥନ କରିଥିଲେ ।
ସମାଜରେ ଜାତି ଓ ବିଦ୍ୱେଶ ଉତ୍ପନ କରିବା ସହ ସମ୍ବିଧାନକୁ ପଦଦଳିତ କରି ବଢୁଥିବା ହିଂସାର ସମର୍ଥନ, ସାର୍ବଜନୀକ ସମ୍ପତି ନଷ୍ଟ କରୁଥିବା ଲୋକକୁ ସମର୍ଥନ ଯେତେବେଳେ କଂଗ୍ରେସ କରୁଛି ସେତେ ବେଳେ ଜଣାପଡେ ଏହି ପାର୍ଟି ଶରୀର ଉପରେ ମାଓବାଦୀ ଆତ୍ମା କବଜା ଜମାଇ ସାରିଲାଣି ।
ସହରୀ ମାଓବାଦ ଆଜି ସମାଜରେ କିଭଳି ବ୍ୟାପ୍ତ ଏବଂ କେଉଁଭଳି ପ୍ରତିଷ୍ଠିତ ତାହା ଏହି ନିକଟରେ ଘଟି ଯାଇଥିବା କିଛି ଘଟଣା ବଳୀରୁ ଜନତାଙ୍କ ସାମନାକୁ ଆସି ଯାଇଛି । ଏହିଭଳି ଦେଶ ବିଭାଜନକାରୀ ଶକ୍ତିଙ୍କୁ କଂଗ୍ରେସର ସମର୍ଥନ ଦେଖି ଆଶ୍ଚର୍ଯ୍ୟ ଲାଗେ ନାହିଁ ବରଂ ଦୁଃଖ ହୋଇଥାଏ । ବୈଚାରୀକ ମତଭେଦ ଥିବା ସତ୍ୱେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ ଏପରି ଭାଷା ପୂର୍ବରୁ ପ୍ରୟୋଗ କରୁନଥିଲା, ଯେଭଳି ଭାଷା ତାହାର ଅଧ୍ୟକ୍ଷ ବର୍ତମାନ କରୁଛନ୍ତି । ଭାରତର ସର୍ବପୁରାତନ ତଥା ସ୍ୱତନ୍ତ୍ରତା ଆନ୍ଦୋଳନର ନେତୃତ୍ୱ ନେଇଥିବା ଏଭଳି ରାଷ୍ଟ୍ରୀୟ ଦଳ ଆଜି ଅରାଷ୍ଟ୍ରୀୟ ଶକ୍ତିଙ୍କ ସହିତ ଛିଡା ହୋଇଥିବାର ବିଷୟ ଚିନ୍ତାରେ ପକାଇଛି । ବୋଧ ହୁଏ ଦେଶର ଜନତା ମଧ୍ୟ ଏହି କଥା ବୁଝି ସାରିଲେଣି । ତେଣୁ କଂଗ୍ରେସ ନିଜର ଜନ ସମର୍ଥନ ହରାଇ ଚାଲିଛି । ୧୨୫ ବର୍ଷ ପୂର୍ବେ ସ୍ୱାମୀ ବିବେକାନନ୍ଦ ସାତ ସମୁଦ୍ର ପାର କରି ଭାରତର ଏହି ସନାତନ ସର୍ବ ସମାବେଶୀ ସଂସ୍କୃତିର ବିଜୟ ପତକା ଉଡାଇଥିଲେ ତାହା ଆଜି ଏହି ଦେଶର ଜଣେ ନେତା ସମୁଦ୍ର ପାରି ହୋଇ ବିଦେଶକୁ ଯାଇ ଭାରତୀୟ ସଂସ୍କୃତିର ତୁଳନା ଇସ୍ଲାମୀକ ବ୍ରଦରହୁଡ ସହିତ କରିବା ଭାରତର ମହାନ୍ ସଂସ୍କୃତିକୁ ଅପମାନିତ କରୁଛି । ଗଣତନ୍ତ୍ରରେ ବିଭିନ୍ନ ଦଳମାନଙ୍କ ମଧ୍ୟରେ ମତଭେଦ ଥାଇ ପାରେ, ହେଲେ ଦେଶହିତ ସମୟରେ ସମସ୍ତେ ନିଜର ରାଜନୈତିକ ପରିଚୟ ଠାରୁ ଉଦ୍ଧ୍ୱର୍କୁ ଯାଇ ଏକ ହେଲେ ଦେଶ ପ୍ରଗତି କରିବ ଏବଂ ବାହ୍ୟ ସଂକଟର ଦୃଢତା ପୂର୍ବକ ମୁକାବିଲା କରି ନିଜ ସମସ୍ୟାର ସମାଧାନ କରି ପାରିବ ।
ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା
୪, ବୁଦେ୍ଧଶ୍ୱରୀ କଲୋନୀ, ଭୁବନେଶ୍ୱର
ଯୋଗାଯୋଗ:୯୮୬୧୦୨୮୫୫୩

Comments
Post a Comment