ସୌମେନ୍ଦ୍ର ଜେନା
ଚଳିତମାସ ତୃତୀୟ ସପ୍ତାହ ମଇ ୨୧ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ରୁଷିଆର ସୋଚି ସହରଠାରେ ସାକ୍ଷାତ ହେଇଛି । ନିର୍ବାଚନରେ ବିଜୟୀ ହେବାପରେ ମୋଦି ପୁତିନଙ୍କୁ ଶୁଭେଚ୍ଛା ଜଣାଇବା ଉତ୍ତାରେ ପୁତିନ ମୋଦିଙ୍କୁ ଅନୋ÷ପ·ରିକ ଭାବେ ନିମନ୍ତ୍ରଣ କରିଥିଲେ । ବାରାକ ଓବାମା, ସି.ଜିନପିଙ୍ଗ, ସିଞ୍ଜୋ ଆବେଙ୍କ ପରେ ମୋଦି ପୁତିନଙ୍କ ସହ ·ହାରେ ଚର୍ଚ୍ଚା କରିଛନ୍ତି । ଦୁଇନେତା ପରସ୍ପରକୁ ସୋଚିର ରିସୋର୍ଟରେ ଭେଟିବା ସହ ସାଂପ୍ରତିକ ବିଶ୍ୱ ପରିସ୍ଥିତି, ଦୁଇଦେଶ ସଂପର୍କ, ଆମେରିକାର କଟକଣା ପରବର୍ତ୍ତୀ ପରିସ୍ଥିତି, ପଡିରହିଥିବା ପ୍ରକଳ୍ପର ଅଗ୍ରଗତି, ଦୁଇଦେଶର ବାଣିଜ୍ୟ, ସାମରିକ ସଂପର୍କ ସମେତ ଅନେକ ବିଷୟରେ ଆଲୋଚନା କରିଛନ୍ତି । କୃଷ୍ଣସାଗରରେ ଦୁଇନେତା କ୍ରୁଜରେ ଯାତ୍ରା କରିବା ସହ କୋଚିର ସିନସିଅର ବିଦ୍ୟାଳୟଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭେଟିବା ଅବସରରେ ମୋଦି ସେମାନଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ତେବେ ମୋଦିଙ୍କ ଗସ୍ତ ପୂର୍ବରୁ ୩-୪ ଏପ୍ରିଲ ୨୦୧୮ରେ ମସ୍କୋ ସୁରକ୍ଷା ସମ୍ମିଳନୀରେ ଭାରତର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେଇ ବକ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ବିଦେଶ ସଚିବ ବିଜୟ ଗୋଖଲେ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ରହିଛନ୍ତି । ଆମେ ମନେ ରଖିବା ଉଚିତ୍ ଯେ ଚଳିତବର୍ଷ ୧୩ଏପ୍ରିଲକୁ ଭାରତ-ରୁଷିଆ କୂଟନୀତିକ ସଂପର୍କକୁ ୭୦ବର୍ଷ ହେଲା । ସ୍ୱାଧୀନତା ପୂର୍ବରୁ ଭାରତ ସହ ରୁଷିଆର ସଂପର୍କ ସ୍ଥାପିତ ହୋଇଥିଲା,ଯାହାକି ତକ୍ରାଳୀନ ବ୍ରିଟେନର ଶାସକଙ୍କୁ ଆଦୋ÷ ପସନ୍ଦ ହୋଇନଥିଲା । ୧୯୫୫ରେ ଦୁଇଦେଶ ମଧ୍ୟରେ ଶିଖର ବୈଠକ ହୋଇଥିଲା । ଜୁନ୍ ୧୯୫୫ରେ ନିକିତା କ୍ରୁଶ୍ଚେଭ ଏବଂ ପ୍ରଧାନମନ୍ତ୍ରୀ ନିକୋଲାଇ ବୁଲଗାନିନ୍ ନଭେମ୍ବର ମାସରେ ଭାରତ ଗସ୍ତରେ ଆସିଥିଲେ । ଦୁଇଦେଶ ମଧ୍ୟରେ ଦୃଢ ସଂପର୍କ ସ୍ଥାପିତ ହେବାପରେ ପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଦୁଇବର୍ଷ ପରେ ଜାତିସଂଘ ସୁରକ୍ଷା ପରିଷଦରେ ଜାମ୍ମୁ ଓ କାଶ୍ମୀରକୁ ନେଇ ଭାରତ ବିରୋଧୀ ପ୍ରସ୍ତାବକୁ ରୁଷିଆ ଫେବୃଆରୀ ୧୯୫୭ ଓ ଜୁନ୍ ୧୯୬୨ରେ ଭେଟୋ ପ୍ରୟୋଗକରି ନିରସ୍ତ୍ର କରିଥିଲା । ସେହିପରି ଡିସେମ୍ବର ୧୯୬୧ରେ ଗୋଆ ମାମଲାରେ ଭାରତ ବିରୋଧୀ ପ୍ରସ୍ତାବକୁ ମଧ୍ୟ ରୁଷିଆ ଭେଟୋ ଦ୍ୱାରା ବିରୋଧ କରିଥିଲା । ଆର୍ôଥକ କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ଫେବୃଆରୀ ୧୯୫୫ରେ ଭିଲାଇ ଷ୍ଟିଲ ପ୍ଲାଣ୍ଟ ପାଇଁ ଦ୍ୱିପାକ୍ଷିକ ବୁଝାମଣା ହେଲା । ପରେ ଭାରତ ହେଭି ଇଲେକଟ୍ରିକାଲସ ଲିମିଟେଡ (ଭେଲ), ଅଏଲ ଏଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ (ଓଏନ୍ଜିସି) ପାଇଁ ବୁଝାମଣା ହେଲା । ୧୯୫୮ରେ ୟୁନେସ୍କୋ ମାଧ୍ୟମରେ ରୁଷିଆର ଆର୍ôଥକ ସହାୟତା ଦ୍ୱାରା ମୁମ୍ବାଇ ଆଇଆଇଟି ସ୍ଥାପିତ ହେଲା । ୧୯୬୩ରେ ଭାରତରେ ପ୍ରଥମକରି ମିଗ୍-୨୧ ବିମାନର ଉତ୍ପାଦନ ଆରମ୍ଭ ହେଲା । କେବଳ ଏଥିପାଇଁ ଏରୋନଟିକସ୍ ଇଣ୍ଡିଆ ଲିମିଟେଡ୍ ଆରମ୍ଭ କରାଯାଇଥିଲା ଯାହାକି ୧୯୬୪ରେ ହିନ୍ଦୁସ୍ଥାନ ଏୟାରକ୍ରାଫଟ୍ ଲିମିଟେଡ୍ ସହ ମିଶି ହିନ୍ଦୁସ୍ଥାନ ଏରୋନଟିକସ ଲିମିଟେଡ (ହାଲ)ରେ ପରିଣତ ହେଲା । ଏହାପରେ ୧୯୭୧ରେ ଦୁଇଦେଶ ମଧ୍ୟରେ ଶାନ୍ତି, ସହଯୋଗ ଓ ବନ୍ଧୁତା ପାଇଁ ଚୁକ୍ତି ହୋଇଥିଲା । ଫଳସ୍ୱରୂପ ପୂର୍ବବଙ୍ଗରେ ଯୁଦ୍ଧକୁ ବନ୍ଦ କରିବାପାଇଁ ସେହିବର୍ଷ ଡିସେମ୍ବର ୪,୫ ଓ ୧୩ତାରିଖରେ ଜାତିସଂଘର ସୁରକ୍ଷା ପରିଷଦରେ ଭାରତ ବିରୋଧୀ ପ୍ରସ୍ତାବକୁ ରୁଷିଆ ଭେଟୋ ଦ୍ୱାରା ନିରସ୍ତ୍ର କରିଥିଲା । ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କରେ ସୋଭିଏତ ବିଭାଜନ, ଆର୍ôଥକ ଓ ରାଜନୀତିକ ଅସ୍ଥିରତା ଯୋଗୁ ଶିଥିଳତା ସୃଷ୍ଟି ହୋଇଥିଲେ ମଧ୍ୟ ପୁତିନ କ୍ଷମତାକୁ ଆସିବାପରେ ୨୦୦୦ରେ ଭାରତକୁ ଗସ୍ତକରି ସଂସଦରେ ଉଦ୍ବୋଧନ ଦେବାସହ ଦୁଇଦେଶର ପ୍ରାଚୀନ ସଭ୍ୟତା ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରଶଂସା କରିଥିଲେ । ସେହିବର୍ଷ ଦୁଇଦେଶ ମଧ୍ୟରେ ରଣନୀତିକ ସହଯୋଗନେଇ ଯେଉଁ ଆଲୋଚନା ଆରମ୍ଭ ହୋଇଥିଲା ତାହା ୨୦୧୦ରେ ଅଧିକ ସଶକ୍ତ ଓ ସ୍ପଷ୍ଟ ହୋଇଥିଲା । ଆଜି ରୁଷିଆ ୧.୨୮ ଟ୍ରିଲିଅନ ଡଲାର ଜିଡିପି ସହ ପୃଥିବୀର ୧୨ଶ ବୃହତ ଆର୍ôଥକ ଶକ୍ତି ହୋଇରହିଛି । ସେମିତି ଭାରତ ୨.୨୫ ଟ୍ରିଲିଅନ ଡଲାର ଜିଡିପି ସହ ୭ମ ଆର୍ôଥକଶକ୍ତି ଭାବେ ସ୍ଥାନ ପାଇଛି । ବିକାଶ ହାରରେ ସର୍ବାଧିକ ଜିଡିପି ଥିବା ଚୀନକୁ ଭାରତ ଅତିକ୍ରମ କରିସାରିଛି । ତେଣୁ ଭାରତ-ରୁଷିଆ ମଧ୍ୟରେ ଆର୍ôଥକ, ସାମରିକ, ସାଂସ୍କୃତିକ, ଶୈକ୍ଷିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସଂପର୍କ ଅଧିକ ସୁଦୃଢ ହେବା ଆବଶ୍ୟକ । ହେଲେ ତୃତୀୟ ପକ୍ଷଙ୍କ ପ୍ରବେଶ ପ୍ରତିବନ୍ଧକ ଯୋଗୁ ଆଜି ଏହି ସଂପର୍କ ବ୍ୟାହତ ହେଉଛି । ପାକ୍-ଚୀନା ଲବି ଯେପରି ରୁଷିଆର ପ୍ରଶାସନିକ କଳ ମଧ୍ୟରେ ଭାରତ ବିରୋଧୀ ପ୍ର·ର ଜାରି ରଖିଛନ୍ତି ସେଥିପାଇଁ ଭାରତକୁ ଅଧିକ ସତର୍କ ହୋଇ କାର୍ଯ୍ୟ କରିବାକୁ ହେବ । ଇରାନ ବିରୋଧରେ ଆମେରିକାର କଟକଣା, ସିରିଆର ପୁନଃନିର୍ମାଣ ଆଫଗାନିସ୍ଥାନରେ ବଢୁଥିବା ସନ୍ତ୍ରାସବାଦ ନେଇ ଦୁଇଦେଶ କାର୍ଯ୍ୟକରିବା ଆବଶ୍ୟକ । ରୁଷିଆ ବିରୋଧରେ ଆମେରିକା ଆର୍ôଥକ କଟକଣା ଜାରି କରିଥିବା ହେତୁ ଆଗାମୀ ଦିନରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଭାରତର ୬୦ଭାଗ ପ୍ରତିରକ୍ଷା ସାମଗ୍ରୀ ରୁଷିଆଠାରୁ କ୍ରୟ କରାଯାଉଥିବା ହେତୁ ଅର୍ଥ ପ୍ରଦାନରେ ସମସ୍ୟା ସୃଷ୍ଟି ହେବ । ମେକ ଇନ୍ ଇଣ୍ଡିଆରେ ସହଯୋଗ ଏବଂ ବ୍ରହ୍ମୋସ ପରି ମିଳିତ ପ୍ରକଳ୍ପର ଆଧୁନିକୀକରଣ, ଉତ୍ପାଦନ ଓ ବିଦେଶୀ ରାଷ୍ଟ୍ରଙ୍କୁ ଯୋଗାଣ କ୍ଷେତ୍ରରେ ଅସୁବିଧା ଉପୁଜିବ । ଆମେରିକା ଇରାନ, ଉତ୍ତର କୋରିଆ ସମେତ ରୁଷିଆ ବିରୁଦ୍ଧରେ କାଟସା ଆଇନ ୨୦୧୭ ଲାଗୁ କରିଛି । ଆମେରିକା ବିରୋଧୀ ରାଷ୍ଟ୍ରଗୁଡିକୁ ମୁକାବିଲା କରିବା ପାଇଁ ଏପ୍ରକାର ଆର୍ôଥକ କଟକଣା ଲାଗୁହେବା ପରେ ଅନ୍ୟ କୋ÷ଣସି ରାଷ୍ଟ୍ର ଯଦି ଏହି ଦେଶମାନଙ୍କ ସହ ବ୍ୟବସାୟିକ ସଂପର୍କ ରଖେ ତେବେ ସେ ଦେଶକୁ ମଧ୍ୟ ଆମେରିକା ନିଜର ଶତ୍ରୁଦେଶ ଭାବେ ଗଣନା କରିବାକୁ କୁହାଯାଇଛି । ଏହି ଆଇନର ୨୩୧ ଧାରା ଅନୁସାରେ ଆମେରିକା ରାଷ୍ଟ୍ରପତି ୧୨ରୁ ୫ଟି କଟକଣା ଲଗାଇପାରିବେ । ଏହାକୁ କାର୍ଯ୍ୟକାରୀ କରାଗଲେ ଭାରତ ୩୯,୦୦୦ କୋଟି ଟଙ୍କା ମୂଲ୍ୟରେ ୫ଟି ଏସ-୪୦୦ କ୍ଷେପଣାସ୍ତ୍ର ବିରୋଧୀ ବ୍ୟବସ୍ଥାକୁ ରୁଷିଆଠାରୁ ପାଇବାକୁ ଯେଉଁ ଆଲୋଚନା ଜାରିରଖିଛି ତାହା ପ୍ରଭାବିତ ହେବ । ରୁଷିଆଠାରୁ ଆକ୍ରମଣକାରୀ କୋମୋଭ ହେଲିକପଟର ଏବଂ ଫ୍ରିଗ୍ରେଟ ଆଦି ପାଇବା ପାଇଁ ଭାରତର ଲକ୍ଷ୍ୟ ରହିଛି । କଟକଣାପରେ ଦୁଇପକ୍ଷଙ୍କ ସହଯୋଗ କ୍ରମେ ·ଲୁଥିବା ଇଣ୍ଡୋ ରୁଷିଆନ୍ ଆଭିଏସନ ଲିଃ, ମଲଟିରୋଲ ଟ୍ରାନସପୋର୍ଟ ଏଆର୍କ୍ରାଫଟ ଲିଃ, ବ୍ରହ୍ମୋସ ଏରୋସ୍ପେସ ଆଦି ମିଳିତ ପ୍ରକଳ୍ପ କ୍ଷତିଗ୍ରସ୍ତ ହେବ । ଭାରତ ବିରୋଧରେ କଟକଣା ଲାଗୁ ନକରିବାକୁ ଜେମ୍ସ ମାଟିସ କହୁଥିଲେ ମଧ୍ୟ ଟ୍ରମ୍ପ କେତେଦୂର ତାଙ୍କ କଥା ରଖିବେ ତାହା କହିହେଉନାହିଁ । ଏହି କଟକଣା ଥରେ କାର୍ଯ୍ୟକାରୀ ହେଲେ ତାହା ଉଠିବାକୁ ୮ରୁ ୧୦ବର୍ଷ ସମୟ ଲାଗିଯାଇପାରେ । ଏହାଛଡା ଭାରତ ସହ ଆମେରିକାର ବାଣିଜ୍ୟିକ ଯୁଦ୍ଧ ଏକପ୍ରକାର ଆରମ୍ଭ ହୋଇଛି । ଟ୍ରମ୍ପ ସରକାର ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ଆଲୁମିନିୟମ ଓ ଷ୍ଟିଲ ଉପରେ ଅତ୍ୟଧିକ ପ୍ରବେଶ ଶୁଳ୍କ ଆଦାୟ କରିବାକୁ ୯ମାର୍ଚ୍ଚରେ ଜାରି ହୋଇଥିବା ଆଦେଶରେ ଉଲ୍ଲେଖ କରିଛନ୍ତି । ୯ ଜୁନରୁ ଏହା କାର୍ଯ୍ୟକାରୀ ହେବ । ଫଳରେ ଭାରତ ଆଲୁମିନିୟମରେ ୩୧ ମିଲିଅନ ଏବଂ ଷ୍ଟିଲରେ ୧୩୪ ମିଲିଅନ ଡଲାର ଆମେରିକାକୁ ଦେବାକୁ ହେବ । ବିଶ୍ୱବାଣିଜ୍ୟ ସଂଗଠନ ନିକଟରେ ଭାରତ ଏନେଇ ପ୍ରତିବାଦ କରିଛି । କେବଳ କାନାଡା ଓ ମେକସିକୋ ବ୍ୟତୀତ ଅନ୍ୟ ସମସ୍ତ ଦେଶରୁ ଆମେରିକାକୁ ଯାଉଥିବା ଷ୍ଟିଲ ଉପରେ ୨୫ପ୍ରତିଶତ ଶୁଳ୍କ ବୃଦ୍ଧି କରାଯାଇଛି । ପ୍ରତିବର୍ଷ ଭାରତରୁ ୧.୫ ବିଲିଅନ ଡଲାରର ଆଲୁମିନିୟମ ଓ ଷ୍ଟିଲ ଆମେରିକାକୁ ରପ୍ତାନୀ ହୋଇଥାଏ । ୨୦୧୬-୧୭ରେ ଭାରତରୁ ଆମେରିକାକୁ ୪୨.୨୧ ବିଲିଅନ ଡଲାର ବସ୍ତୁ ରପ୍ତାନୀ ହୋଇଥିଲାବେଳେ ଆମେରିକାରୁ ଭାରତ ୨୨.୩ ବିଲିଅନ ଡଲାରର ବସ୍ତୁ ଆମଦାନୀ କରିଥିଲା । ଆମେରିକା ସହ ରୁଷିଆର ସମସ୍ୟା ଶୀତଳ ଯୁଦ୍ଧଠାରୁ ·ଲୁରହିଛି । ରୁଷିଆର ରାଷ୍ଟ୍ରପତି ନିର୍ବାଚନରେ ପୁତିନ ଅଲ ରୁଷିଆନ ପିପୁଲସ ପାର୍ଟିର ପ୍ରାର୍ଥୀ ଭାବେ ନିକଟରେ ୭୬ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଛନ୍ତି । ୧୯୯୯ରୁ ଆଜିଯାଏ ସେ କ୍ଷମତାର ଶୀର୍ଷରେ ରହିଆସିଛନ୍ତି । ତାଙ୍କ ଶାସନ କାଳରେ ରୁଷିଆର ଅର୍ଥନୀତି ୨୦୧୩ ବେଳକୁ ଟ୍ରିଲିଅନରେ ପହଞ୍ôଚ ଥିଲା । ୨୦୧୪ରେ କ୍ରିମିଆ ଯୁଦ୍ଧପରେ ଆମେରିକା ରୁଷିଆ ବିରୁଦ୍ଧରେ କଟକଣା ଜାରିକଲା । ଜି-୮ ରାଷ୍ଟ୍ରଗୋଷ୍ଠୀରୁ ରୁଷିଆକୁ ବାହାର କରିଦିଆଗଲା । ସେମିତି ବ୍ରିଟେନରେ ରହୁଥିବା ଜଣେ ରୁଷୀୟ ଡବଲ ଏଜେଣ୍ଟ ସର୍ଗେଇ ସ୍କ୍ରିପାଲ ଏବଂ ତାଙ୍କ ଝିଅ ଉପରେ ବିଷାକ୍ତ ଗ୍ୟାସ ଆକ୍ରମଣ ହେବା ନେଇ ରୁଷିଆ ବିରୋଧରେ ଅଭିଯୋଗ ଉଠିଲା । ୯ ମାର୍ଚ୍ଚ ୨୦୧୮ରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଥେରେସା ମେ ରୁଷିଆ ବିରୁଦ୍ଧରେ ଆକ୍ରମଣ ଅଭିଯୋଗ ଆଣି ନିଜ ଦେଶରୁ ରୁଷିଆର କୂଟନୀତିଜ୍ଞମାନଙ୍କୁ ବାହାର କରିଦେଲେ । ଏହାପରେ ଆମେରିକା ୬୦ଜଣ ରୁଷିଆର କୂଟନୀତିଜ୍ଞଙ୍କୁ ବିଦାକରିଛି । ଇଉରୋପର ରାଷ୍ଟ୍ର, ଅଷ୍ଟ୍ରେଲିଆ, କାନାଡା ଆଦି ଦେଶରୁ ପ୍ରାୟ ୧୫୦ ଜଣ ରୁଷୀୟ କୂଟନୀତିଜ୍ଞକୁ ବିଦା କରି ଦିଆଯାଇଛି । ରୁଷିଆ ମଧ୍ୟ ଆମେରିକାର କୂଟନୀତିକ କାର୍ଯ୍ୟାଳୟ ବନ୍ଦ କରି ଦେଇଛି । ୧୯୮୮ରେ ରୋନାଲଡ୍ ରିଗାନ ଆମେରିକାର ରାଷ୍ଟ୍ରପତି ଥିଲାବେଳେ ୫୫ଜଣ ରୁଷିଆର କୂଟନୀତିଜ୍ଞଙ୍କୁ ଦେଶରୁ ବାହାର କରି ଦେଇଥିଲେ । ୨୦୧୬ରେ ଟ୍ରମ୍ପଙ୍କ ନିର୍ବାଚନରେ ରୁଷିଆ ପକ୍ଷରୁ ମିଛ ପ୍ର·ର କରାଯିବା, ଏବେ ଆଫଗାନିସ୍ଥାନରେ ରୁଷିଆ ତାଲିବାନକୁ ସମର୍ଥନ କରିବା, ଉତ୍ତର କୋରିଆ ସହ ରୁଷିଆ ବାଣିଜ୍ୟିକ ସଂପର୍କ ରଖିଥିବା, ସିରିଆରେ ଅସଦ ସରକାରକୁ ସମର୍ଥନ କରିବା ଅଭିଯୋଗ ଟ୍ରମ୍ପ ଉଠାଇଛନ୍ତି । ଏହାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଭାରତ ସମେତ ରୁଷିଆ ବର୍ତ୍ତମାନ ଭିନ୍ନ ଭିନ୍ନ ସମସ୍ୟା ଯୋଗୁ କଟକଣାର ସମ୍ମୁଖୀନ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ୨୦୦୦ରୁ ଆରମ୍ଭ ହୋଇଥିବା ବାର୍ଷିକ ଦ୍ୱିପାକ୍ଷିକ ଆଲୋଚନାକୁ ଜାରି ରଖିବା ଆବଶ୍ୟକ । ଗତବର୍ଷ ରୁଷିଆର ସେଣ୍ଟ ପିଟର୍ସବର୍ଗଠାରେ ୧୮ତମ ବୈଠକ ହୋଇଥିଲା । ଚଳିତ ବର୍ଷ ଏହି ବୈଠକ ଭାରତର ଅନୁଷ୍ଠିତ ହେବ । ଏଥିରେ ପୁତିନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭାରତର ରାଜ୍ୟ ଏବଂ ରୁଷିଆର ରାଜ୍ୟ ମଧ୍ୟରେ ସହଯୋଗ ବୃଦ୍ଧିପାଇଁ ୨୦୦୦ରେ ସ୍ଥିର ହୋଇଥିଲା । ଭାରତର ଗୁଜରାଟ ଏବଂ ରୁଷିଆର ଆଷ୍ଟ୍ରାଖାନ ପ୍ରଦେଶ ମଧ୍ୟରେ ଏ ନେଇ କାର୍ଯ୍ୟ ହୋଇଥିଲା । ରୁଷିଆର ପୂର୍ବରେ ଚୀନ, କୋରିଆ ଏବଂ ଜାପାନର ନିକଟବର୍ତ୍ତୀ ପ୍ରାକୃତିକ ସମ୍ପଦରେ ସମୃଦ୍ଧ୯ଟି ଅଞ୍ଚଳ ରହିଛି ଯେଉଁଠି ପ୍ରାୟ ୭୦ଲକ୍ଷ ଲୋକ ବସବାସ କରୁଛନ୍ତି । ଏହି ଅଞ୍ଚଳ ସହ ଔଷଧ, ଅଳଙ୍କାର, କୃଷିଜାତ ଦ୍ରବ୍ୟ, ପର୍ଯ୍ୟଟନ,କମ୍ପ୍ୟୁଟର କୈନ୍ଦ୍ରିକ ସେବା କ୍ଷେତ୍ରରେ ଭାରତ ଅଧିକ କାର୍ଯ୍ୟ କରିପାରିବ । ଏହାଛଡା ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଦୁଇପକ୍ଷ ଅଧିକ କାର୍ଯ୍ୟ କରିପାରିବେ । ଉଚ୍ଚତର ବୈଷୟିକ ଜ୍ଞାନ, ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଉତ୍ପାଦନ ବଢିଲେ ରୋଜଗାର ସୃଷ୍ଟି ହେବା ସହ ବାଣିଜ୍ୟରେ ବୃଦ୍ଧି ଘଟିବ । ଅତୀତରେ ଅନେକ ପ୍ରତିରକ୍ଷା ଉତ୍ପାଦନ ଦୁଇଦେଶ ମିଳିତ ରୂପେ କରିଛନ୍ତି । କେତେକ କ୍ଷେତ୍ରରେ ରୁଷିଆରେ ଉପଯୋଗ ହେବା ପୂର୍ବରୁ କେତେକ ଅସ୍ତ୍ରଶସ୍ତ୍ର ଭାରତର ସେନାବାହିନୀରେ କାର୍ଯ୍ୟକାରୀ ହୋଇଛି । ଏ କ୍ଷେତ୍ରରେ ଭାରତ-ରୁଷିଆ ଅନ୍ତଃସରକାରୀ ଆୟୋଗ ଓ ଭାରତ-ରୁଷିଆ ସାମରିକ ବୈଷୟିକ ଆୟୋଗ ସ୍ତରରେ ଅଧିକ ସକ୍ରୀୟତା ଆବଶ୍ୟକ । ଶକ୍ତିକ୍ଷେତ୍ରରେ ଉଭୟଦେଶ ଅଧିକ ସକ୍ରିୟତାର ସହ କାର୍ଯ୍ୟ କରିବା ଆବଶ୍ୟକ । ୨୦୦୦ରୁ ଏ ଦିଗରେ କାର୍ଯ୍ୟ ବଢିଛି । ରୁଷିଆର ଗାଜ୍ପ୍ରୋମ୍ ଚଳିତ ବର୍ଷରୁ ୨୦ବର୍ଷ ଯାଏ ୨.୫ ମିଲିଅନ ଟନ୍ ଏଲଏନଜି ଗ୍ୟାସ ଭାରତକୁ ରପ୍ତାନୀ କରିବ । ରୁଷିଆର ତୈଳ କ୍ଷେତ୍ରରେ ଭାରତର ଓଏନଜିସି ସାଖାଲିନ୍ -୧ରେ ୧୨ ବିଲିଅନ, ଭେଙ୍କର ତେଲଖଣିରେ ୧.୫ ବିଲିଅନ ନିବେଶ କରିଥିଲାବେଳେ ରୁଷିଆର ରୋଜନେଫଟ୍ ଗୁଜରାଟର ଇସାର ଅଏଲରେ ୧୩ ବିଲିଅନ ଡଲାର ନିବେଶ କରିଛି । ତାମିଲନାଡୁର କୁଡନକୁଲମ ଆଣବିକ ଶକ୍ତି ପ୍ରକଳ୍ପ କ୍ଷେତ୍ରରେ ଦୁଇଦେଶ କାର୍ଯ୍ୟ କରୁଛନ୍ତି । ୨୦ଟି ଆଣବିକ ଶକ୍ତି ପ୍ରକଳ୍ପ ଆରମ୍ଭ କରି ୟୁରୋସିଆ ଗ୍ରୀଡ ଆରମ୍ଭ କରିବାକୁ ଦୁଇଦେଶ ରାଜିହୋଇଛନ୍ତି । ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ସଂପର୍କ ଅଧିକ ବୃଦ୍ଧି କରିବାକୁ ଅନେକ ସୁଯୋଗ ରହିଛି । କାରଣ ଦୁଇଦେଶର ସଂପର୍କ ଅନେକ ଶହ ବର୍ଷର । ଭାସ୍କୋଡାଗାମା ଭାରତ ଆସିବା ଆଗରୁ ଆଫାନାସି ନିକିତିନ୍ ନାମକ ରୁଷୀୟ ବ୍ୟବସାୟୀ ଖ୍ରୀ୧୪୬୬ରୁ ୧୪୭୨ମଧ୍ୟରେ ଭାରତ ଗସ୍ତରେ ଆସି ନିଜର ଭ୍ରମଣ କାହାଣୀ ଲେଖିଥିଲେ । ରୁଷିଆର ଭାଷାବିତ୍ ଗେରାସିମ ଲେବେଡିଭଙ୍କ ଭାରତୀୟ ଭାଷା ଅଧ୍ୟୟନ ପୁସ୍ତକ ୧୮୦୧ରେ ପ୍ରକାଶ ପାଇଥିଲା । ୧୯ଶ ଶତାବ୍ଦୀରେ ରୁଷିଆର ପ୍ରସିଦ୍ଧ ଚିତ୍ରଶିଳ୍ପୀ ଭାସିଲି ଭେରେସଶ୍ଚାଗିନ ୧୮୭୪ରେ ଭାରତଗସ୍ତ କରି ଅନେକ ଛବି ଆଙ୍କିଥିଲେ ଯାହା ଏବେ ମସ୍କୋର ପ୍ରସିଦ୍ଧ ତ୍ରେତ୍ୟାକୋଭ ଗ୍ୟାଲେରୀରେ ସ୍ଥାନ ପାଇଛି । କାସ୍ପିଆନ ହ୍ରଦ କୂଳରେ ଥିବା ଅଷ୍ଟ୍ରାଖାନ ବନ୍ଦର ସହ ଭାରତର ବାଣିଜ୍ୟିକ ସଂପର୍କ ବିଷୟରେ ଖ୍ରୀ ୧୭୧୬ରେ ଉଲ୍ଲେଖ ରହିଛି । ଟଲଷ୍ଟୟଙ୍କ ସହ ମହାତ୍ମାଗାନ୍ଧିଙ୍କର ଏବଂ ରବୀନ୍ଦ୍ରନାଥ ଟାଗୋର, ରୁକ୍ମଣୀଦେବୀ ଅରୁଣ୍ଡଲେଙ୍କ ସଂପର୍କ ରୁଷିଆର କଳାକାରଙ୍କ ସହ ବହୁତ ଭଲ ଥିଲା । ଆଜି ପରିବର୍ତ୍ତିତ ପରିସ୍ଥିତିରେ ଉତ୍ତର- ଦକ୍ଷିଣ ପରିବହନ ମାର୍ଗ ମାଧ୍ୟମରେ ଦୁଇଦେଶ କାର୍ଯ୍ୟ କରୁଛନ୍ତି । ସାଂଘାଇ ସହଯୋଗ ସଂଗଠନ, ବ୍ରିକସ୍ ପରି ସଂଗଠନରେ ଦୁଇଦେଶ ପକ୍ଷ ରହିଛନ୍ତି । ଏସିଆ ଏବଂ ୟୁରେସିଆ କ୍ଷେତ୍ରରେ ଦୁଇଦେଶ ମିଳିତ ଭାବେ ବାଣିଜ୍ୟିକ ବିକାଶ କ୍ଷେତ୍ରରେ କାର୍ଯ୍ୟକରିବାପାଇଁ ଢେର ସୁଯୋଗ ରହିଛି । ଜାତିସଂଘର ନିୟମ ମଧ୍ୟରେ ରହି କିପରି ଦୁଇଦେଶ ପରସ୍ପରକୁ ସାହାଯ୍ୟ କରିବା ସହ ଦ୍ୱିପାକ୍ଷିକ ସଂପର୍କରେ ସ୍ଥିରତା, ସୁଦୃଢତା, ଆନ୍ତର୍ଜାତିକ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ଓ ସୁରକ୍ଷା ଆଣିପାରିବେ ସେଥିପାଇଁ ପ୍ରୟାସ କରିବା ଆବଶ୍ୟକ । ସନ୍ତ୍ରାସବାଦର ମୁକାବିଲା ପାଇଁ ଦୁଇଦେଶ ମଧ୍ୟ ମିଳିତ ଭାବେ କାର୍ଯ୍ୟକରିବାର ଯଥେଷ୍ଟ ସୁଯୋଗ ରହିଛି । ସୋଚିର ସୂଚନାରୁ ଯାହା ଜଣାଯାଉଛି ସମୟର କଷଟିରେ ଦୁଇଦେଶର ସଂପର୍କ ଯେମିତି ପରୀକ୍ଷିତ ହୋଇଛି ଏବେ ସେମିତି ଗତିଶୀଳହୋଇ ଆଗକୁ ବଢିବାର ସମ୍ଭାବନାମୟ ସମୟ ଦେଖାଦେଇଛି । ଭାସ୍, ଭୁବନେଶ୍ୱର-୭୫୧୦୦୩
Comments
Post a Comment