ଡକର୍ଟ ତନ୍ରିାଥ ପଟ୍ଟନାୟକ
ସାରା ଜଗତରେ ଭାରତବର୍ଷ ଏକମାତ୍ର ରାଷ୍ଟ୍ର ଯେଉଁଠି ବହୁ ପ୍ରାଚୀନ କାଳରୁ ବିଭିନ୍ନ ବିଦ୍ୟା, ଶାସ୍ତ୍ର ଓ ଶିକ୍ଷାକୁ ସମ୍ମାନ ଦିଆଯାଇଛି । ପୁରାଣ ଯୁଗରେ ରାଜା ମହାରାଜାଙ୍କ ପୃଷ୍ଠପୋଷକତାରେ ଦେଶର ବିଭିନ୍ନ ସ୍ଥାନରେ ଗୁରୁକୁଳ ସବୁ ସ୍ଥାପନ କରାଯାଇଥିଲା । ସେସବୁ ଗୁରକୁଳରେ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଅଧ୍ୟୟନ କଲେ ଓ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରାଗଲା; ଫଳରେ ସେଗୁଡ଼ିକ ସ୍ୱତଃ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଗଲା । ସମୟ କ୍ରମେ ଭାରତବର୍ଷରେ ଶତାଧିକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଥିଲା । ଏଗୁଡ଼ିକର ଏଭଳି ସୁନାମ ଥିଲା ଯେ ବିଦେଶରୁ ହଜାର ହଜାର ବିଦ୍ୟାର୍ଥୀ ଆକୃଷ୍ଟ ହୋଇ ଅଧ୍ୟୟନ କରିବା ନିମନ୍ତେ ଭାରତବର୍ଷକୁ ଆସୁଥିଲେ । ସେହି ସମୟରେ ବିଶେଷ ପ୍ରତିଷ୍ଠାଲାଭ କରିଥିବା ବିଶ୍ୱବିଦ୍ୟାଳୟ ହେଉଛି- ତକ୍ଷଶିଳା, ନାଳନ୍ଦା, ବିକ୍ରମଶିଳା, ବଲ୍ଲଭି, ପୁଷ୍ପଗିରି, ଉଦନ୍ତିପୁରୀ, ସୋମପୁର, ରତ୍ନଗିରି ଓ ଦାଗଦଳ । ବାରମ୍ବାର ବିଦେଶୀମାନଙ୍କ ଆକ୍ରମଣ ଫଳରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଧ୍ୱଂସ
ହୋଇଗଲେ । ନାଳନ୍ଦା ଓ ବିକ୍ରମଶିଳା ବିଶ୍ୱବିଦ୍ୟାଳୟ ଦୁଇଟିକୁ ତୁର୍କି ସମ୍ରାଟ ବଖତ୍ଅିାର ଖôଲଜି ୧୧୯୩ ଖ୍ରୀ.ଅ. ରେ ଧଂ୍ୱସ କରି ଦେଇଥିଲା । କୋଠାବାଡ଼ି ଗୁଡ଼ିକୁ ନିଆଁ ଲଗାଇ ପୋଡ଼ି ଦିଆଗଲା । ନାଳନ୍ଦା ବିଶ୍ୱବିଦ୍ୟାଳୟରେ ପାଠାଗାର ପ୍ରାୟ ୩ ମାସ ଯାଏ ପ୍ରଜ୍ଜ୍ୱଳିତ ହେବାକୁ ଲାଗିଲା । କେବଳ ସେତିକି ନୁହେଁ, ଅଧ୍ୟାପନା କରୁଥିବା ଶହ ଶହ ଶିକ୍ଷକଙ୍କର ମୁଣ୍ଡ କାଟ କରାଗଲା । ଏଭଳି ଗୋଟି ଗୋଟି କରି ଭାରତୀୟ ଶିକ୍ଷା ସଂସ୍କୃତିର ପ୍ରାଣକେନ୍ଦ୍ର ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆକ୍ରମଣକାରୀ ବିଦେଶୀମାନେ ଧ୍ୱଂସ କରିଦେଇ ଭାରତୀୟ ମୌଳିକ ଶିକ୍ଷା ବ୍ୟବସ୍ଥାକୁ ବିଲୋପ କରିଦେବା ପାଇଁ ପ୍ରଚେଷ୍ଟା କରିଥିଲେ । ତାପରେ ଭାରତବର୍ଷକୁ ଆସିଲେ ଚତୁର ଇଂରେଜମାନେ । ସେମାନେ ଶିକ୍ଷା ସଂସ୍କୃତିକୁ ଭଲ ପାଉଥିଲେ ସୁଦ୍ଧା ଭାରତୀୟ ଶିକ୍ଷା ସଂସ୍କୃତିକୁ ଭଲ ପାଉନଥିଲେ । ସେମାନେ ନିଜେ ଭାରତୀୟ ଶାସ୍ତ୍ରମାନଙ୍କୁ ଅଧ୍ୟୟନ କରି ଜ୍ଞାନ ଅର୍ଜନ କରୁଥିଲେ, କିନ୍ତୁ
ଭାରତୀୟମାନଙ୍କୁ ସେ ସୁଯୋଗ ଦେଉ ନଥିଲେ । କେବଳ ସେମାନଙ୍କର ଶିକ୍ଷା ସଂସ୍କୃତିକୁ ଭାରତୀୟମାନଙ୍କ ଉପରେ ଥାପି ଦେଇ ଭାରତୀୟମାନଙ୍କୁ ସେମାନଙ୍କର କ୍ରୀତଦାସ କରି ରଖିବାକୁ ଚାହୁଁଥିଲେ । ଏବେ ଦେଶ ସ୍ୱାଧୀନ । ତଥାପି ଆମେ ଇଂରେଜମାନଙ୍କ ଦାସତ୍ୱ ଶିକୁଳିରୁ ମୁକ୍ତ ହୋଇ ପାରିନାହୁଁ । କାହିଁକି କେଜାଣି ଆମେ ଏବେ ବି ଭାବୁଛୁ, ସେମାନେ ଆମକୁ ଶିକ୍ଷାର ଆଲୋକ ପ୍ରଦାନ କରି ଆଲୋକିତ କରିଛନ୍ତି । ବହୁ ଉପକାର କରିଛନ୍ତି । ପ୍ରକୃତରେ ତା ନୁହେଁ, ବରଂ ଏପର୍ଯ୍ୟନ୍ତ କ୍ଷତି କରି ଚାଲିଛନ୍ତି । ସେମାନେ ଭାରତୀୟ ଶିକ୍ଷା ପ୍ରଣାଳିକୁ ବିଗାଡ଼ି ଦେଇ ଯାଇଛନ୍ତି । ଦେଶ ସ୍ୱାଧୀନ ହୋଇଗଲା । ୧୯୪୭ ମସିହା ଶେଷ ଆଡ଼କୁ ଐତିହାସିକ ପ୍ରଫେସର ଧର୍ମପାଳ ଏକଦା ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି କହିଲେ, ମୋର ଏବେ ଦେଶ ପାଇ ଁକ’ଣ କ•ର୍ବ୍ୟ ଅଛ ିକହୁନ୍ତ ୁା ମହାତ୍ମା ଗାନ୍ଧୀ କହିଥିଲେ- ମୁଁ ୧୯୩୧ରେ ଗୋଲଟେବୁଲ ବୈଠକରେ ଯୋଗଦେବା ନିମନ୍ତେ ଲଣ୍ଡନ ଯାଇଥିଲିସେହି ସମୟରେ କେତେଜଣ ଇଂରେଜ ଅଧିକାରୀ, ମୋତେ କହିଥିଲେ; ଯଦି ଇଂରେଜମାନେ ଭାରତ ଯାଇ ନଥାନ୍ତେ ତେବେ ଭାରତୀୟ ଶିକ୍ଷା ପ୍ରଣାଳୀରେ କଦାପି ସଂସ୍କାର ଆସି ନଥାନ୍ତା । ସେହିଭଳି ଆପଣମାନେ ଅଶିକ୍ଷାର ଅନ୍ଧକାର ମଧ୍ୟରେ ରହି ଯାଇଥାନ୍ତେ । ମୋତେ ଏକଥା ଉଚିତ ମନେ ହେଲାନାହିଁ । କିନ୍ତୁ ଏହାର ସତ୍ୟାସତ୍ୟ ବିଷୟରେ ମୋ ପାଖରେ ଜ୍ଞାନ, ତଥ୍ୟ କି ପ୍ରମାଣ ନଥିଲା । ଏଣୁ ମୋର ମତ ରଖିବା ନିମନ୍ତେ ଉପଯୁକ୍ତ ଯୁକ୍ତି କେଉଁଠୁ ପାଇଥାନ୍ତି ? ମୋର ଆପଣଙ୍କ ଉପରେ ଭରସା ଅଛି, ଅନୁରୋଧ କରୁଛି- ଆପଣ ଭାରତୀୟ ଶିକ୍ଷା ବିଷୟରେ ଯେତେ ସମ୍ଭବ ସେତିକି ତଥ୍ୟ ପ୍ରମାଣ ସଂଗ୍ରହ କରନ୍ତୁ । ଆଉ ସେହି ପ୍ରମାଣକୁଆଧାର କରି ଇଂରେଜମାନେ ଭାରତ ଆସିବା ପୂର୍ବରୁ ଭାରତୀୟ ଶିକ୍ଷା ପ୍ରଣାଳୀ କିପରି ଥିଲା ପରିପ୍ରକାଶ କରନ୍ତୁ । ଗାନ୍ଧିଜୀଙ୍କ ଅନୁରୋଧ ଅନୁସାରେ ପ୍ରଫେସର ଧର୍ମପାଳ ଲଣ୍ଡନ, ଫ୍ରାନ୍ସ ଏବଂ ଜର୍ମାନ ପ୍ରଭୃତି ଦେଶକୁ ଯାଇ ବର୍ଷ ବର୍ଷ ଧରି ଅଧ୍ୟୟନ ଓ ଅଧ୍ୟାପନ କଲେ । ଅନେକ ଦସ୍ତାବିଜ, ନଥିପତ୍ର ସଂଗ୍ରହ କଲେ । ସେ ସବୁର ବିଶ୍ଳେଷଣ କରି ଏହି ସିଦ୍ଧାନ୍ତରେ ପହ•ିଲେ ଯେ ଇଂରେଜମାନଙ୍କ ଆଗମନ ପୂର୍ବରୁ ଭାରତୀୟ ଶିକ୍ଷା ବ୍ୟବସ୍ଥା ବହୁତ ଭଲ ଥିଲା । ପ୍ରଫେସର ଧର୍ମପାଳ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ- ଭାରତୀୟ ଶକ୍ଷିା ବ୍ୟବସା୍ଥ ଉପରେ ଉଚ୍ଚ•ର ଗବେଷଣା ନିମନ୍ତେ ମ୍ୟାକ୍ଲେଙ୍କୁ ଇଂଲଣ୍ଡରୁ ଭାରତକୁ ପଠାଯାଇଥିଲା । ସେ ୧୭୮୦ ପୃଷ୍ଠାର ଏକ ରିପୋର୍ଟ ପ୍ରଦାନ କଲେ । ସେ ରିପୋର୍ଟକୁ ଇଂଲଣ୍ଡର ହାଉସ ଅଫ୍ କମନ୍ସରେ ଉପସ୍ଥାପନ କରାଗଲା । ୧୮୩୫ ଫେବୃଆରୀ- ୨ ତାରିଖ ଦିନ ମ୍ୟାକେଲ ବ୍ରିିଟିଶ ପାର୍ଲିଆମେ•ରେ ଭାରତୀୟ ଶିକ୍ଷା ପ୍ରଣାଳି ଉପରେ ଭାଷଣ ଦେଲେ । ସଂସଦରେ ତାଙ୍କୁ ଯେଉଁସବୁ ପ୍ରଶ୍ନ କରାଗଲା ତାର ଉ•ର ଦେଲେ । ସେ ସବ ୁପ୍େରଶା୍ନ•ରର ରେକର୍ଡ ଏବେ ବି ସାଇତା ହୋଇ ରହିଛି । ମ୍ୟାକେଲ କହିଲେ- ମୁଁ ସମଗ୍ର ଭାରତବର୍ଷକୁ ବୁଲିଛି ଓ ଦେଖିଛି । ବଡ଼ ବିଚିତ୍ର କଥା କେଉଁଠି ହେଲେ ଭିକାରିଟିଏ ଦେଖିବାକୁ ପାଇଲି ନାହିଁ । ସୁରଟ ସହରରେ ଯେତିକି ସମ୍ପ•ି ଲୋକମାନଙ୍କ ପାଖରେ ଅଛି, ୟୁରୋପର ସବୁ ସହରର ସମ୍ପ•ି ମିଶିଲେ ସମାନ ହେବନାହିଁ । ଭାରତରେ ଯେତେ ଧନ-ବୈଭବ ଓ ସମ୍ପ• ିଅଛ,ି ସେସବ ୁଭାରତବଷର୍ର ଉନତ୍ନ ଶିକ୍ଷା ବ୍ୟବସ୍ଥାରୁ ହିଁ ସମ୍ଭବ ହୋଇ ପାରିଛି । ଭାରତରେ ପ୍ରାୟ ଶତ ପତ୍ରଶିତ ସାକ୍ଷର ଅଛନ୍ତି । ଦକ୍ଷିଣ ଭାରତରେ ସାକ୍ଷର ସଂଖ୍ୟା ଅଧିକ । ଦକ୍ଷିଣ ଭାରତ ଅର୍ଥାତ୍ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ତାମିଲନାଡ଼ୁ ଓ କେରଳ । ପଶ୍ଚିମ ଭାରତର ସାକ୍ଷର ସଂଖ୍ୟା ୯୮% ଅଟନ୍ତି । ଉ•ର ଭାରତରେ ପ୍ରାୟ ୮୬%, ମଧ୍ୟଭାରତରେ ସାକ୍ଷର ସଂଖ୍ୟା ୮୭% ଅଟନ୍ତି । ମୁଁ ଦୃଢତାର ସହ କରିପାରେ ଯେ ସଂପୂର୍ଣ୍ଣ ଭାରତ ପ୍ରାୟତଃ ସାକ୍ଷର ଅଟନ୍ତି ଭାରତରେ ସାତଲକ୍ଷ ୩୨ ହଜାର ରାଜସ୍ୱ ଗ୍ରାମ ଅଛି । ଏମିତି କୌଣସି ଗ୍ରାମ ନାହିଁ ଯେଉଁଠାରେ ବିଦ୍ୟାଳୟ ନାହିଁ । ଏଠାରେ ସ୍କୁଲ ଗୁଡ଼ିକୁ ଗୁରୁକୁଳ ବୋଲି କୁହାଯାଏ । ସମସ୍ତ ବର୍ଗର ଲୋକଙ୍କୁ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା ଅଛି । ଗୁରକୁଳ ମାନଙ୍କରେ ୧୮ଗୋଟି ବିଦ୍ୟା ଶିକ୍ଷା ଦିଆଯାଏ; ଯାହାକୁ ଅଷ୍ଟାଦଶ ବିଦ୍ୟା ବୋଲି କହାଯାଏ । ସେଗୁଡ଼ିକ ହେଲାଗଣିତ, ଖଗୋଳଶାସ୍ତ୍ର, ଚିକିତ୍ସାଶାସ୍ତ୍ର, ଧାତୁବିଜ୍ଞାନ, କାରିଗରି (ଇଞ୍ଜିନିୟରିଂ) ରସାୟନ ଶାସ୍ତ୍ର, ସଙ୍ଗୀତ ନୃତ୍ୟ, ସାହିତ୍ୟ, ଭାଷାବିଜ୍ଞାନ, ବିଜ୍ଞାନ ସମ୍ବନ୍ଧୀୟ ଶାସ୍ତ୍ର, ଜ୍ୟୋତଷି, ମ•ୂ ର୍ିନର୍ମିାଣ ଓ ବାସ୍ତଶୁାସ୍ତ୍ର ଇତ୍ୟାଦି ଇତ୍ୟାଦି । ଗୋଟିଏ ବିଷୟରେ ବିଦ୍ୟାର୍ଥୀସ୍ୱୟଂସଂପୂର୍ଣ୍ଣ ହେବା ପରେ ଅନ୍ୟ ବିଷୟରେ ଅଧ୍ୟୟନ କରିବାର ସୁବିଧା ଅଛି । ଗୋଟିଏ ଗୋଟିଏ ଗୁରୁକୁଳରେ ୨୦୦ରୁ ୨୦,୦୦୦ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ପଢନ୍ତି; ଯେଉଁଥିରେ ମୋନିଟୋରିୟମ୍ ଶିକ୍ଷା ପ୍ରଣାଳି ଗ୍ରହଣ କରାଯାଇଥାଏ । ଗୁରୁକୁଳମାନଙ୍କରେ ବିଦ୍ୟା ଓ ଶିକ୍ଷା ଉଭୟେ ପ୍ରଦାନ କରାଯାଏ । ନୈତିକତା, ଆଧ୍ୟାତ୍ମିକତା ଓ ନ୍ୟାୟ ଆଦି ଶିକ୍ଷାଦାନକୁ ବିଦ୍ୟା କୁହାଯାଏ । ଗଣିତ, ରସାୟନ ବିଦ୍ୟା, ବିଜ୍ଞାନ ଆଦିକୁ ଶିକ୍ଷା କୁହାଯାଏ । ୧୮୩୫ ମସିହାରେ, ଭାରତବର୍ଷରେ ଉଚ୍ଚଶିକ୍ଷା ନିମନ୍ତେ ୧୫୮୦୦ ବିଦ୍ୟାଳୟ ଥିଲା । ସେଗୁଡ଼ିକ ମହାବିଦ୍ୟାଳୟ ସ୍ତରୀୟ ।
ତତ୍କାଳୀନ ବ୍ରିଟେନର ଶିକ୍ଷାମନ୍ତ୍ରୀ କହଥିେôଲ, ଭାରତରେ ବ•ର୍ମାନ ଶତପତ୍ରଶିତ ସାକ୍ଷର ଅଛନ୍ତି, ମାତ୍ର ବ୍ରିଟେନ (ଆୟାରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ନ୍ୟୁସାଉଥ୍ୱେଲସକୁ ମିଶାଇ) ଶତକଡ଼ା ୧୭ରୁ କମ୍ ସାକ୍ଷର ଅଛନ୍ତି । ଭାରତରେ ଯେତେବେଳେ ସାତଲକ୍ଷ ୩୨ ହଜାରରୁ ଅଧିକ ସ୍କୁଲ ଥିଲା, ବ୍ରିଟେନରେ ମାତ ୭୪୦ ସ୍କୁଲ ଥିଲା । ଚିକିତ୍ସା ପଦ୍ଧତି ବିଷୟରେ ମ୍ୟାକେଲ ଆଉ ମଧ୍ୟ କହିଥିଲେ- କାଙ୍ଗଡ଼ା ବିଶ୍ୱବିଦ୍ୟାଳୟ (ହିମାଚଳପ୍ରଦେଶ) ସର୍ଜରୀ (ଶଲ୍ୟ) ଚିକିତ୍ସା ନିମନ୍ତେ ପ୍ରସିଦ୍ଧ ଥିଲା । ଏଠାରେ ରାଇନୋପ୍ଲାଷ୍ଟ ଚିକିତ୍ସା ମଧ୍ୟ ହେଉଥିଲା । ମୁଁ ନିଜେ ଦେଖିଛି । ଜଙ୍ଘରୁ ଚମଡ଼ା ବାହାର କରିଯାଇ ନାକରେ ଲଗାଯାଇ ନାକ ସଜଡ଼ା ଯାଇଥିଲା । ଏହି ଅପରେସନ୍ ୨୧ ଦିନରେ ପୂରାପୂରି ଠିକ୍ ହୋଇଯାଉଥିଲା । ଏମିତି ଭାବେ ଗ୍ରହଣ ଖଣ୍ଡିଆ ନାକଟି ମିଶିଯାଉଥିଲା । ସତେ ଯେମିତି ଅପରେସନ୍ କରାଯାଇ ନାହିଁ । ଏହି ପ୍ଲାଷ୍ଟିକ୍ ସର୍ଜରୀକୁ ‘କାୟ-ଶୃଙ୍ଗାର’ ବୋଲି କୁହାଯାଏ । ଆଉ ଏଠାରେ (ଇଂଲଣ୍ଡ)ରେ ଯେତେବେଳେ ମୋତେ ଜ୍ୱର ହେଲାଡାକ୍ତରଙ୍କ ପାଖକୁ ଗଳି ସେ ହିପ୍ପୋକ୍ରେଟିସ ମେଡ଼ିସିନ୍ ସିଷ୍ଟମ ଅନୁସାରେ ମୋ ହାତର ଶିର କାଟି ଦେଲେ, ସେଥିରୁ ରକ୍ତ ଝରିବାକୁ ଲାଗିଲା । ଡାକ୍ତର କହିଲେ- ଯେ ପର୍ଯ୍ୟନ୍ତ ତୁମ ହାତରୁ ଦୂଷିତ ରକ୍ତ ବାହାରି ନ ଯାଇଛି, ତୁମେ ଠିକ୍ ହେବ ନାହିଁ, କିନ୍ତୁ ଭାରତରେ କିଛି ଚେରମୂଳିରୁ ପ୍ରସ୍ତୁତ ଚୂର୍ଣ୍ଣ ଖୁଆଇ ଦିଆଗଲେ ଜର ଠିକ୍ ହୋଇ ଯାଉଛି । ମେଟଲର୍ଜି ଶିକ୍ଷା ଗୁରୁକୁଳ ମାନଙ୍କରେ ଦିଆଯାଉଥିଲା । କଳଙ୍କ ବିହୀନ ଲୁହା ମଧ୍ୟ ଭାରତରେ ପ୍ରସ୍ତୁତ ହେଉଅଛି । କଳଙ୍କହୀନ ଲୌହସ୍ତମ୍ଭମାନ ଠିଆ ହୋଇଛି । ଉଇଲିୟମ ଏଡମନଙ୍କ ଦସ୍ତାବିଜ ଅନୁସାରେ ଆନ୍ଧ୍ର ପ୍ରଦେଶର କାବେରୀ ନଦୀ ପାଖରେ ବିଶାଖାପାଟଣା ଠାରୁ କିଛି ଦୂରରେ ଏକ ଗୁରୁକୁଳ ଥିଲା, ଯେଉଁଠାରେ ସିଭିଲ ଇଞ୍ଜିନିୟରିଂ ପାଠ ପଢା ଯାଉଥିଲା । ସେହି ଗୁରୁକୁଳର ଆଚାର୍ଯ୍ୟ ଓ ବିଦ୍ୟାର୍ଥୀମାନେ ଏକତ୍ର ହୋଇ ୧୨୩୮ ମସିହାରେ ସଂସାରର ପ୍ରଥମ ନଦୀବନ୍ଧ ବାନ୍ଧିଥିଲେ । ୧୮୩୫ ମସିହା ବେଳକୁ ଭାରତବର୍ଷର ବିଭିନ୍ନ ସ୍ଥାନରେ ଏକ ଏକର ଜମିରେ ୫୭ କୁଇ•ାଲ ଧାନ ଅମଦାନୀ ହେଉଥିଲା । ଏବେ କୌଣସି ବିଶ୍ୱବିଦ୍ୟାଳୟ
ଏକ ଏକର ଜମେିର ୩୦ କଇୁ•ାଲର ୁଅଧତ୍କ ଧାନ ଫଳାଇ ପାରୁ ନାହାନ୍ତି । ସେଭଳି ଟେକ୍ନିକ୍ ବିକଶିତ ହୋଇପାରି ନାହିଁ । ମ୍ୟାକେଲ କହିଛନ୍ତି- ଭାରତକୁ ଯଦି ଗୋଲାମ ବନାଇବାକୁ ପଡ଼ିବ ତେବେ ସେମାନଙ୍କର ବଳିଷ୍ଠ ଶିକ୍ଷା ପ୍ରଣାଳୀକୁ ଆମେ ଭାଙ୍ଗିବାକୁ ପଡ଼ିବ । ଯେ ପର୍ଯ୍ୟନ୍ତ ଏ ଶିକ୍ଷା ପ୍ରଣାଳିର ଅବସାନ ନ ହୋଇଛି, ସେ ପର୍ଯ୍ୟନ୍ତ ଭାରତ ଇଂଲଣ୍ଡ ନିକଟରେ ଗୋଲାମ ହୋଇ ପାରିବ ନାହିଁ । ବ୍ରିଟିଶ ସରକାର ଅଧିନିୟମ ବଳରେ ଭାରତୀୟ ଶକ୍ଷିା ପ୍ରଣାଳୀକୁ ତଥା ସଂସ୍କୃତ ଶକ୍ଷିା, ସ୍ଥାନୀୟ ଭାଷା ଦ୍ୱାରା ଶିକ୍ଷା ଦିଆ ଯାଉଥିବା ବ୍ୟବସ୍ଥାକୁ ବେଆଇନ ଘୋଷଣା କଲେ । ବିଭିନ୍ନ ଆଳ ଦେଖାଇ ଗୁୁରୁକୁଳ ଗୁଡ଼ିକୁ ବନ୍ଦ କରାଇ ଦେଲେ । ଇଂରାଜୀ ଶିକ୍ଷା ପ୍ରଣାଳି ପ୍ରଚଳିତ କରାଗଲା । ଭାରତୀୟ ଶିକ୍ଷା ପ୍ରଣାଳୀ ଇଂରାଜୀ ଶିକ୍ଷା ପଦ୍ଧତି ଠାରୁ ଅତ୍ୟଧିକ ସମୃଦ୍ଧ ଥିଲା । ଶତକଡ଼ା ୧୭ ଜଣ ସାକ୍ଷର ଥିବା ଇଂରେଜମାନେ ଶତ ପ୍ରତିଶତ ସାକ୍ଷରଥିବା ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗିଦେଇ ଚାଲିଗଲେ । ଇଂରେଜମାନଙ୍କ ଶିକ୍ଷା ପ୍ରଣାଳୀ ଦ୍ୱାରା ପ୍ରଭାବିତ ହୋଇ ବିକଶିତ ଭାରତବର୍ଷ ବିକାଶଶୀଳ ଦେଶମାନଙ୍କ ଶ୍ରେଣୀରେ ଆସି ଠିଆ ହେଲେ ଆଜି ବି ଆମ୍ଭେମାନେ ସେମାନଙ୍କର ଅନ୍ଧନୁକରଣ କରୁଛୁ; ଯାହାକି ଆମମାନଙ୍କ ପକ୍ଷେ ଦୁର୍ଭାଗ୍ୟପୂର୍ଣ୍ଣ କଥା । ଯେତେବେଳେ ଭାରତୀୟ ଭାଷା ମାଧ୍ୟମରେ ଶିକ୍ଷା ଦିଆଯାଉଥିଲା, ଦେଶ ସର୍ବାଧିକ ବିକଶିତ ଥିଲା । ଏବେ ସମୟ ଆସିଛି ଆମେ ପ୍ରାଚୀନ ଭାରତୀୟ ଶିକ୍ଷାକୁ ପୁନଃ ଅଗ୍ରାଧିକାର ଦେଇ ପାରିଲେ, ଦେଶର ମଙ୍ଗଳ ହେବ । ସେହି ଶିକ୍ଷା ପଦ୍ଧତିକୁ କ୍ରିୟାନ୍ୱିତ କରିବାର ଆବଶ୍ୟକତା ପଡ଼ୁଛି ।
ସମ୍ପାଦକ, ପୁରାଣ ପତ୍ରିକା ନିଆଳି, କଟକ-୭୫୪୦୦୪ ଫୋନ୍-୯୯୩୭୮୪୦୩୮୭
Comments
Post a Comment