ସଙ୍ଗୀତା ପଣ୍ଡା
ଭାରତବର୍ଷ ଅନେକ ଧର୍ମ, ଅନେକ ସମ୍ପ୍ରଦାୟ ଓ ଅନେକ ଜାତି ର ଭାରତୀୟ ଙ୍କୁ ନେଇ ସମୃଦ୍ଧ. ଭାରତ ରେ ବାସ କରୁଥିବା ଅନେକ ଙ୍କ ମଧ୍ୟ ରୁ ଅନ୍ୟତମ ହେଉଛନ୍ତି ଆମର ଜନଜାତି ଭାଇ ଓ ଭଉଣୀ ମାନେ. ସେମାନଙ୍କ ସରଳ ତଥା ନିରାଡମ୍ବର ଜୀବନ ଶୈଳୀ, ମାଧୁର୍ଯ୍ୟ ପୂର୍ଣ୍ଣ ବ୍ୟବହାର ଓ ନିଜକୁ କଷ୍ଟ ଦେଇ ଅନ୍ୟକୁ ସୁସ୍ଥ ଓ ସୁରକ୍ଷିତ ରଖିବାର କଳା ଭାରତୀୟ ସଂସ୍କୃତି କୁ ଅନେକାଂଶ ରେ ରୁଦ୍ଧିମନ୍ତ କରିଛି. ଅଧିକାଂଶ ଭାବେ ବନ ରେ ବାସ କରୁଥିବା ଏହି ସମାଜ ବନଭୂମି, ଖଣିଜ ଭଳି ପ୍ରାକୃତିକ ସମ୍ପଦ କୁ ସୁରକ୍ଷା ଦେବାକୁ ଯାଇ ଅନେକ କଷ୍ଟ ସହି ଛନ୍ତି ଏବଂ ଦେଶର ଉନ୍ନତି ତଥା ପ୍ରଗତି ପାଇଁ ଏସବୁ ସମ୍ପଦ ର ବ୍ୟବହାର ନିମିତ ବିସ୍ଥାପିତ ମଧ୍ୟ ହୋଇଛନ୍ତି. ଅଖଣ୍ଡ ଭାରତ ଯାହାକି ପୂର୍ବ ଇରାନ ରୁ ବର୍ମା ଓ ଥାଇଲାଣ୍ଡ ଯାଏଁ ବିସ୍ତୃତ ଥିଲା ସେହି ସୀମାବର୍ତୀ ଅଂଚଳ ରେ ରହି ଏହି ଜନଜାତି ସମାଜ ଭାରତ କୁ ଅନେକ ବାହ୍ୟ ଶତ୍ରୁ ଆକ୍ରମଣ ରୁ ରକ୍ଷା କରିଛନ୍ତି.ା ଆଧୁନିକ ଭାରତ ରେ ୨୧ଭାଗ ବନଭୂମି ରେ ପ୍ରାୟ ୬୦% ଜନଜାତି ବାସ କରନ୍ତି ଯାହାକି ସମଗ୍ର ଭାରତ ର ଜନସଂଖ୍ୟା ର ୮%.ଏହି ଜନଜାତି ସମାଜ ଏକ ଅନନ୍ୟ ପରିଚୟ. ମାତ୍ର ଚିନ୍ତା ର ବିଷୟ ଗତ କିଛି ବର୍ଷ ଧରି ପାଳିତ ହେଉଥିବା ଅଗଷ୍ଟ ୯ ମୂଳ ନିବାସୀ ଦିବସ ଆମ ଜନଜାତି ସମାଜ କୁ ରାଷ୍ଟ୍ରୀୟତା ଠାରୁ ଦୁରକୁ ନେବାର ଏକ ବୈଶ୍ୱିକ ଷଡଯନ୍ତ୍ର ନୁହେଁ ତ ! ମୂଳନିବାସୀ ଏହି ଶବ୍ଦ ର ଅବଧାରଣା ସର୍ବ ପ୍ରଥମେ ଅନ୍ତରାଷ୍ଟ୍ରୀୟ ଶ୍ରମିକ ସଂଗଠନ (ଓଖଙ) ରୁ ସୃଷ୍ଟି ହୋଇଥିଲା ଯାହାର କାର୍ଯ୍ୟ ମୁଖ୍ୟତଃ ଶ୍ରମିକ ଅଧିକାର କୁ ସୁରକ୍ଷା ଦେବା ଥିଲା । ୧୯୧୯ମସିହା ରେ ପ୍ରଥମ ବିଶ୍ୱଯୁଦ୍ଧ ରେ ବିଜୟୀ ଦେଶ ମାନଙ୍କୁ ନେଇ ଓଖଙ ର ସୃଷ୍ଟି ହୋଇଥିଲା । ୧୯୮୯ ରେ ଓଖଙ ର କନଭେନସନ ରେ ଜସଶଷଗ୍ଧଗ୍ଦ କ୍ଟଲ ଓଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ କ୍ଟ୍ରରକ୍ଟକ୍ଟ୍ରକ୍ଷର ପ୍ରସ୍ତାବ ୧୬୯ ଗୃହୀତ ହେଲା, ଯେଉଁଥିରେ ସଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ ଶବ୍ଦ ର ସଂଜ୍ଞା ବର୍ଣିତ ନଥିଲା. କେବଳ ଏହି କାରଣ ଯୋଗୁଁ ୧୮୯ ଦେଶରୁ କେବଳ ୨୨ଦେଶ ଏହାକୁ ଗ୍ରହଣ କରିଥିଲେ । ଯେଉଁ ଦେଶ ମାନେ ସନ୍ଧି ରେ ସ୍ୱାକ୍ଷର କଲେ ସେଗୁଡିକ ରେ ଆଜିବି ଔପନିବେସିକ କଲୋନୀ ଅଛି ଓ ସେଠାକାର ମୂଳ ନିବାସୀ ସମାଜ ର ମୁଖ୍ୟଶ୍ରୋତ ରୁ ବଂଚିତ ଅଛନ୍ତି । ଓଖଙ ମୂଳନିବାସୀ ମାନଙ୍କ ର ଯେଉଁ ଅଧିକାର ବିଷୟ ରେ ବର୍ଣ୍ଣନା କରିଥିଲା ତାଠାରୁ ବହୁ ଅଧିକାର ଭାରତ ରେ ଭାରତୀୟ ମାନଙ୍କୁ ପ୍ରଦାନ କରାଯାଇଛି । ଭାରତିୟ ସମ୍ବିଧାନ ରେ ମୂଳନିବାସୀ ଏପରି କିଛି ଶବ୍ଦ ନାହିଁ ଓ ଏଠାରେ ସମସ୍ତେ ସମାନ । ଏଥିଯୋଗୁଁ ଭାରତ ମଧ୍ୟ ଓଖଙ ର ଚୁକ୍ତି ରେ ସ୍ୱାକ୍ଷର କଲା ନାହିଁ. ସନ୍ଧି ର ବିଫଳତା ଯୋଗୁ ଓଖଙ ଦ୍ୱାରା ଏକ ଡକ୍ଟକ୍ସଳସଦ୍ଭଶ ଏକ୍ସକ୍ଟଙ୍କକ୍ଟ୍ର ଲକ୍ଟକ୍ସ ଓଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ ଚରକ୍ଟକ୍ଟ୍ରକ୍ଷର ଗଠିତ ହେଲା ଯାହାର ପ୍ରଥମ ବୈଠକ ୯ ଅଗଷ୍ଟ ୧୯୮୯ ରେ ଅନୁଷ୍ଠିତ ହେଲା. ଏଣୁ ଏହି ଦିନଟିକୁ ବିଶ୍ୱ ଜାତିସଙ୍ଘ ଦ୍ୱାରା ବିଶ୍ୱ ମୂଳନିବାସୀ ଦିବସନ୍ତ ରୂପେ ଘୋଷଣା କରାଗଲା । ମାତ୍ର ଆଶ୍ଚର୍ଯ୍ୟର ବିଷୟ ଏହି ଦିନଟି ବିଶ୍ୱ ର ମୂଳ ନିବାସୀ ମାନଙ୍କ ସହ କୌଣସି ସମ୍ପର୍କ ନାହିଁ । ଏହି ୯ଅଗଷ୍ଟ ର ଭିନ୍ନ ଏକ ଇତିହାସ ରହିଛି । ୧୪୯୨ ମସିହା କ୍ୟାଥୋଲିକ ମିଶନ ର ଆର୍ଥିକ ସହାୟତା କ୍ରମେ କ୍ରିଷ୍ଟୋଫର କଲମ୍ବସ ଭାରତ ରେ ବାଣିଜ୍ୟ କାରବାର ପାଇଁ ଜଳମାର୍ଗ ଅନୁସନ୍ଧାନ ରେ ବାହାରିଲେ । ଭୁଲ ବସତ ସେ ଭାରତ ନ ଆସି ଆମେରିକା ର ପୂର୍ବ ଉପକୂଳ ରେ ପହଂଚି ଗଲେ । ସେ ସମୟରେ ସେଠାର ମୁଖ୍ୟତଃ ୫ ପ୍ରକାରର ମୂଳ ନିବାସୀ ବାସ କରୁଥିଲେ । ଚିରକି, ଚିକାସୋ, ଚକତବ, ମାସ୍କଗି ଓ ସେମିନୋଲ । ଭୁଲ ବଶତଃ ସେ ସେ ସ୍ଥାନ କୁ ଇଣ୍ଡିଆ ଓ ସେଠାକାର ଲୋକଙ୍କୁ ଇଣ୍ଡିଆନ ଭାବିଲେ । ସମୁଦାୟ ୪ ଟି ସମୁଦ୍ର ଯାତ୍ରା ରେ ସ୍ପେନ, ପର୍ତୁଗଲ ଓ ଇଂରେଜ ମାନେ ଆମେରିକା ରେ ନିଜର ସାମ୍ରାଜ୍ୟ ବିସ୍ତାର ର ରୂପରେଖ ପ୍ରସ୍ତୁତ କରିନେଲେ । ଏକ ବିଶାଳ ଦେଶ ହୋଇଥିବା ଯୋଗୁଁ ସେମାନଙ୍କୁ ସେଠାକାର ବହୁ ମୂଳନିବାସୀ ଙ୍କ ସହ ଯୁଦ୍ଧ କରିବାକୁ ପଡିଲା । ଏହି କ୍ରମେରେ ପ୍ରଥମ ଦ୍ୱିପାକ୍ଷୀକ ଯୁଦ୍ଧ ଆଧୁନିକ ଭାର୍ଜିନିଆ ର ପାଓହଟାନ ଙ୍କ ସହ ଇଂରେଜ ମାନଙ୍କ ର ହେଲା । ସେହି ଦିନ ଟି ଥିଲା ଅଗଷ୍ଟ ୯ । ସେହି ଯୁଦ୍ଧ ରେ ପାଓହଟାନ ସମ୍ପ୍ରଦାୟ ସମ୍ପୂର୍ଣ୍ଣ ଲୋପ ପାଇଲା । ପାଖାପାଖି ୨୫୦ ସମ୍ପ୍ରଦାୟର ମୂଳ ନିବାସୀଙ୍କ ସହ ଯୁଦ୍ଧ ପରେ ବିଶେଷ ସଫଳତା ନ ମିଳିବାରୁ ତତ୍କାଳୀନ ବ୍ରିଟିଶ ସେନାମୁଖ୍ୟ ଯେଫ୍ରି ଆମ୍ରଷ୍ଟ ବିଶ୍ୱର ପ୍ରଥମ ରାସାୟନିକ ଯୁଦ୍ଧ ଦ୍ୱାରା ଚାଦର, କମ୍ବଳ ଆଦିରେ ଟିବି, କଲେରା, ଟାଇଫୋଏଡ଼ ଆଦି ରୋଗର ଜୀବାଣୁଙ୍କୁ ମିଶାଇ ଅସଂଖ୍ୟ ଲୋକଙ୍କୁ କଲବଲ କରି ହତ୍ୟା କଲେ । ଏହା ନିଜର ସାମ୍ରାଜ୍ୟ ବିସ୍ତାର ପାଇଁ ନିରୀହ ଲୋକଙ୍କ ଭୟଙ୍କର ହତ୍ୟା କାଣ୍ଡ ଥିଲା । ଏତେ ସବୁ ପରେ ମଧ୍ୟ ସେମାନଙ୍କୁ ପରସ୍ପର ମଧ୍ୟ୍ୟରେ ଲଢ଼େଇବା ପାଇଁ ଊସଙ୍ଖସୟର ବଦ୍ଭୟ ଜଙ୍କକ୍ଷର ନୀତି ଅବଲମ୍ବନ ରେ ସେହି ସମ୍ପ୍ରଦାୟର ଲୋକଙ୍କୁ ସୈନ୍ୟ ବାହିନୀ ରେ ଭର୍ତି କରାଗଲା । ସେମାନଙ୍କ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଲୋପ କରିବା ପାଇଁ ସେମାନଙ୍କୁ ସିଭିଲାଇଯ କରିବା ନା ରେ ମିଶନାରୀ ମାନେ ପାଶ୍ଚାତ୍ୟ ଶିକ୍ଷା ଦେଲେ । ୧୮୩୦ମସିହା ର ଓଦ୍ଭୟସବଦ୍ଭ ଜରଜ୍ଞକ୍ଟଙ୍ଖବକ୍ଷ ଇମଗ୍ଧ ମାଧ୍ୟମରେ ବ୍ରିଟିଶ ମାନେ ଆମେରିକାର ବହୁ ମୂଳନିବାସୀଙ୍କୁ ମିଶିସିପି ନଦୀର ଆର ପାରିକୁ ପଠାଇ ଦେଲେ । ଏହାଦ୍ୱାରା ପ୍ରାୟ ୩୦, ୦୦୦ହଜାର ଲୋକଙ୍କ ମୃତ୍ୟୁ ଘଟିଲା । ଏହାକୁ ଇତିହାସ ରେ ଞଷର ଗ୍ଧକ୍ସବସକ୍ଷ କ୍ଟଲ ଗ୍ଧରବକ୍ସଗ୍ଦ କୁହାଯାଏ । ୧୨ ଅଗଷ୍ଟ ୧୯୯୨ ରେ କଲମ୍ବସଙ୍କ ଆମେରିକା ଯାତ୍ରା ର ୫୦୦ ବର୍ଷ ପୂର୍ତି ଅବସରରେ ଏକ ବଡ଼ ଉତ୍ସବ ର ଆୟୋଜନ କରାଗଲା । ମାତ୍ର ଏହା ବିରୁଦ୍ଧରେ କଲମ୍ବସ ଫେରିଯାଅ ନାମକ ଆନ୍ଦୋଳନ ସେଠାକାର ମୂଳ ନିବାସୀଙ୍କ ଦ୍ୱାରା ମୁଣ୍ଡ ଟେକିଲା. ଏହାକୁ ଶାନ୍ତ କରିବା ପାଇଁ ଏହି ଦିନ ଟିକୁ ଓଦ୍ଭୟସଶରଦ୍ଭକ୍ଟଙ୍କଗ୍ଦ ଚରକ୍ଟକ୍ଟ୍ରକ୍ଷରଗ୍ଦ ଊବଚ୍ଚ ଘୋଷଣା କରାଗଲା. ଜାତିସଙ୍ଘ ରେ ମଧ୍ୟ୍ୟ ଏହି ଦିନଟିକୁ ହିଁ ବିଶ୍ୱ ମୂଳନିବାସୀ ଦିବସ ରୂପେ ଘୋଷଣା କରାଯିବା ର ଥିଲା. ମାତ୍ର ଆମେରିକା ରେ ଏହି ଦିନଟି ର ବିରୋଧ ଯୋଗୁଁ ୯ଅଗଷ୍ଟ ଭଳି ଏକ ନରସଂହାର ଦିବସକୁ ବିଶ୍ୱ ମୂଳନିବାସୀ ଦିବସ ରୂପେ ଜନସାଧାରଣ ଙ୍କ ଉପରେ ଲଦି ଦିଆଗଲା । ଯଦି ସେଦିନ କଲମ୍ବସ ଆମେରିକା ରେ ପହଂଚି ନଥାନ୍ତା ଓ ୧୬୧୦ମସିହା ଅଗଷ୍ଟ ୯ରେ ପାଓହଟାନ ମାନେ ଇଂରେଜ ମାନଙ୍କ ଦ୍ୱାରା ଯୁଦ୍ଧ ରେ ଲୁପ୍ତ ହୋଇ ନଥାନ୍ତେ ତେବେ ଆଜିବି ସେମାନେ ସେଠାରେ ଏକ ସଭ୍ୟତା ଭାବେ ରହି ଥାନ୍ତେ । ବିଶ୍ୱ ମୂଳନିବାସୀ ଦିବସ ଦେଶର ସାଧାରଣ ଜନଜାତିଙ୍କୁ ରାଷ୍ଟ୍ରୀୟତା ଠାରୁ ଦୂରକୁ ନେବାର ଏକ ବୈଶ୍ୱିକ ଷଡଯନ୍ତ୍ର. ଏହି ଷଡଯନ୍ତ୍ର କୁ ଇନ୍ଧନ ଯୋଗାଉଛନ୍ତି ଦେଶ ଭିତରେ ରହି ଭାରତକୁ ଭାଗ ଭାଗ କରିବାକୁ ନାରା ଦେଉଥିବା କିଛି ସଂଗଠନ ଯେଉଁମାନେ ଏହି ଦିନ ଟିକୁ ବଡ଼ ହର୍ଷ ଉଲ୍ଲାସ ର ସହ ଆଦିବାସୀ ଦିବସ ରୂପେ ପାଳନ୍ତି । ଏହି ସ୍ୱାର୍ଥନ୍ୱେଷୀ ସଂଗଠନ ମାନେ ନିରୀହ ଜନଜାତି ଭାଇଟିକୁ ସମାଜର ଅନ୍ୟ ମାନଙ୍କ ଠାରୁ ଅଲଗା ବୋଲି ଦର୍ଶାନ୍ତି, ଫଳ ସ୍ୱରୂପ ଝାରଖଣ୍ଡ ଭଳି ଜନଜାତି ବହୁଳ ରାଜ୍ୟ ରେ ପଥଲଗଡି ଏକ ଆନ୍ଦୋଳନ ରେ ପରିଣତ ହୁଏ । ରାଷ୍ଟ୍ର, ସମ୍ବିଧାନ ଏସବୁକୁ ଖାତିର କରୁନଥିବା ଏମାନେ ବିଛିନ୍ନତା ବାଦ ତତ୍ୱର ପୃଷ୍ଟପୋଷକତା କରନ୍ତି. ପ୍ରଫେସର ସାଇବାବା ଭଳି ଅଧ୍ୟାପକ ମାନେ ଚରମ ପନ୍ଥା ର ନେତୃତ୍ୱ ନିଅନ୍ତି ଓ ସାଧାରଣ ବିଦ୍ୟାର୍ଥୀ କୁ ଏ ଦିଗ ରେ ପ୍ରେରିତ କରି ଦେଶରେ ଅରାଜକତା ସୃଷ୍ଟି କରନ୍ତି. ବିଭିନ୍ନ ମାଧ୍ୟମରେ ନିଜର ଧର୍ମ, ସଂସ୍କୃତି ଓ ପରମ୍ପରା ଠାରୁ ଦୁରେଇ ନେଇ ମିସନାରୀ ଶିକ୍ଷା ର ବଶବର୍ତୀ କରନ୍ତି ଓ ପରେ ଧର୍ମାନ୍ତରଣ ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୁଏ । ବାସ୍ତବ ରେ ଭାରତ ରେ ମୂଳ ନିବାସୀ ବା ଆଦିବାସୀ ଭଳି କୌଣସି ଶବ୍ଦର ସ୍ଥାନ ନାହିଁ । କେବଳ ସମାଜର ମୁଖ୍ୟସ୍ରୋତ ରେ ସାମିଲ ହୋଇ ପାରିନଥିବା କିଛି ଲୋକଙ୍କୁ ରାଷ୍ଟ୍ର ବିରୋଧୀ କରି ଗଢ଼ିତୋଳିବା ହେଉଛି ଏହି ଦିନଟିର ମୂଳ ଲକ୍ଷ୍ୟ । ଭାରତ ପରିପ୍ରେକ୍ଷୀରେ ଏହାର କୌଣସି ପ୍ରୟୋଜନ ନାହିଁ । ଏଣୁ କିଛି ବିଭ୍ରାନ୍ତି କର ତତ୍ୱ ମାନଙ୍କର ଭ୍ରମ ବାକ୍ୟ ରେ ନ ପଡି ଏ ଦିବସ ର ମର୍ମ ବୁଝି ଦେଶ ଅସ୍ମିତା, ଏକତା ଓ ଅଖଣ୍ଡତା ପ୍ରତି ସଜାଗ ରହିବାକୁ ଯୁବପିଢ଼ି ଙ୍କୁ ଆହ୍ୱାନ ।
Comments
Post a Comment