ବନ୍ଧୁତ୍ୱ ନୁହେଁ ବିଶ୍ୱାସଘାତକ


 ଚୀନର ସ୍ୱଭାବ ଯେଉଁ ପତରରେ ଖାଇବ ସେଇଠି ମଳତ୍ୟାଗ କରିବ । ଚୀନ କେବେ ବି କାହାର ବିଶ୍ୱସ୍ଥ ହୋଇପାରେ ନାହିଁ । ଚୀନ ସହ ଭଲେଇ ହେବା ଅର୍ଥ ଚୀନ ହାତକୁ ନିଜ ସ୍ୱାର୍ଥକୁ ଟେକି ଦେବା । ଭାରତ ଏକଦା ଚୀନକୁ ମୁଣ୍ଡରେ ବସାଇଥିଲା । ଚୀନକୁ ଜାତିସଙ୍ଘର ସଦସ୍ୟତା ପ୍ରଦାନ କରିବା ସହ ଭାରତକୁ ଜାତିସଙ୍ଘର ଏସିଆ ମହାଦେଶର ସଦସ୍ୟ ରୂପେ ଯେଉଁ ସ୍ଥାୟୀ ସଦସ୍ୟତା ଯଚା ଯାଉଥିଲା ତାହାକୁ ବି ଭାରତ ଚୀନକୁ ଦାନରେ ଦେଇ ଦେଇଥିଲା । ହିନ୍ଦୀ ଚୀନ ଭାଇଭାଇ ନାରା ଦିଆଯିବା ସହ ଚୀନ ସହ ପଂଚଶୀଳ ନୀତି ସ୍ୱାକ୍ଷରିତ ହୋଇ ଏସିଆ ମହାଦେଶର ଦୁଇ ମହାଶକ୍ତିଙ୍କ ମଧ୍ୟରେ ବନ୍ଧୁତ୍ୱର ଇତିହାସ ଲେଖା ଯାଇଥିଲା । କିନ୍ତୁ ତାହା ବନ୍ଧୁତ୍ୱ ନୁହେଁ ବିଶ୍ୱାସଘାତକର ଇତିହାସ ପ୍ରମାଣିତ ହୋଇଥିଲା । ଭାରତ ବଳରେ ବଳୀୟାନ ହୋଇଥିବା ଚୀନ ଭାରତ ଉପରେ ୧୯୬୨ରେ ଆକ୍ରମଣ କରିଥିଲା । ନିକଟ ଅତୀତରେ ମଧ୍ୟ ଚୀନ ଏହି ବିଶ୍ୱାସଘାତକୁ ଭାରତ ବିରୋଧରେ ପୁଣିଥରେ ପ୍ରୟୋଗ କରିଥିଲା । ୨୦୦୮ରୁ ଭାରତ ଚୀନ ଉପରେ ଆମଦାନୀ କଟକଣା ଉଠାଇବା ପରଠାରୁ ଭାରତୀୟ ବଜାର ଉପରେ ଚୀନା ସାମଗ୍ରୀ ଛାଇ ଯାଇଛି । ଉପା ସରକାରଙ୍କ ଏଭଳି ନିଷ୍ପତି କାରଣରୁ ଅଧିକାଂଶ ଭାରତୀୟ ଘରୋଇ ଉଦ୍ୟୋଗରେ ତାଲା ପଡି ଯାଇଥିଲା । ଭାରତ ଯେତେବେଳେ ଚୀନା ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯାଇଥିଲା ସେହି ସମୟରେ ଚୀନ ଲଦାଖରେ ଭାରତ ବିରୋଧରେ ଷଡଯନ୍ତ୍ର ରଚିଥିଲା ଓ ପରବର୍ତୀ ପର୍ଯ୍ୟାୟରେ ଗଲୱାନରେ ଦୁଇ ସେନା ମୁହାଁମୁହିଁ ହୋଇଥିଲେ । ଯାହା ଫଳରେ ୨୦ ଭାରତୀୟ ଜବାନ ସହୀଦ ହୋଇଥିଲେ । ଭାରତୀୟ ଜବାନମାନେ ସେମାନଙ୍କୁ କଠୋର ହସ୍ତରେ ଦମନ କରିବା ସହିତ ୪୫ରୁ ଅଧିକ ଚୀନ ସେନାକୁ ଆରପାରିକୁ ପଠାଇ ଦେଇଥିଲେ

Comments