ଆମେ ଗଢିବା ଆମ ଭାରତ


 ଭାରତ ସାଉଦି ଆରବ ପରେ ଦ୍ୱିତୀୟ ସର୍ବବୃହତ ରକ୍ଷା ଉପକରଣ ଆମଦାନୀକାରୀ ହୋଇଥିବାରୁ ଏବେ ଆମଦାନୀ ନିର୍ଭରଶୀଳତାରୁ ଆମକୁ ସ୍ୱାଧୀନ ହେବାକୁ ପଡିବ । ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅଗଷ୍ଟ ୯ ତାରିଖ ଦିନ ପାଖାପାଖି ୧୦୧ଟି ରକ୍ଷା ଉପକରଣ ଉପରେ ଆମଦାନୀକୁ ସମ୍ପୂର୍ଣ୍ଣ ବନ୍ଦ କରି ଏଗୁଡିକୁ ସ୍ୱଦେଶୀ କମ୍ପାନୀ ମାନଙ୍କ ହାତରେ କରାଇବା ପାଇଁ ନିଷ୍ପତି ନେଇଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆତ୍ମନିର୍ଭର ଭାରତ ଅଭିଯାନକୁ ରକ୍ଷାମନ୍ତ୍ରୀଙ୍କ ଏହି ନିଷ୍ପତି ନିଶ୍ଚିତ ଭାବେ ବଡ ବଳ ଦେବ । ପ୍ରତିରକ୍ଷା ମନ୍ତ୍ରାଳୟର ବାର୍ଷିକ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡେ ଯେ, ୨୦୧୮-୧୯ ଆର୍ଥିକ ବର୍ଷରେ ୧୦,୭୪୫ କୋଟି ଟଙ୍କାର ରକ୍ଷା ଉପକରଣର ରପ୍ତାନି ହୋଇଛି ଯାହା ଏହାର ପୂର୍ବବର୍ଷ ତୁଳନାରେ ଶତପ୍ରତିଶତ ଅଧିକ । ତେବେ ଏତିକିରେ ଆମର ରକ୍ଷା ଉପକରଣର ଚାହିଦାର ସଫଳ କାହାଣୀ ସରିନାହିଁ । ଏହା ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ୭୦୦ ପ୍ରତିଶତ ଅଧିକ । ବିଗତ ଦୁଇ ବର୍ଷରେ ଭାରତର ସ୍ୱଦେଶୀ ରକ୍ଷାଉପରଣ ରପ୍ତାନୀ ୧୭ହଜାର କୋଟିରୁ ଅଧିକରେ ପହଁଚିଛି । ତେଣୁ ଭାରତ ସରକାର ୨୦୨୦ଡିସେମ୍ବରରୁ ୨୦୨୫ ଡିସେମ୍ବର ସମୟ ସୀମା ମଧ୍ୟରେ ବିଦେଶରୁ ଆମଦାନୀ ହେଉଥିବା ୧୦୧ଟି ରକ୍ଷା ଉପକରଣର ଆମଦାନୀକୁ ବ୍ୟାନ କରିବାର ଟାଇମ ଲାଇନ ଘୋଷଣା କରାଯାଇଛି ଓ ଏଗୁଡିକୁ ଦେଶରେ ସ୍ୱଦେଶୀ ଘରୋଇ କମ୍ପାନୀ ମାଧ୍ୟମରେ ନିର୍ମାଣ କରିବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ନିଷ୍ପତି ନେଇଛି । ଏଥିରେ ସୋନାର, ରାଡାର, ଆର୍ଟିଲେରୀ ବନ୍ଧୁକ, ଆସଲ୍ଟ ରାଇଫଲସ୍‌,କ୍ଷେପଣାସ୍ତ୍ର ବିଧ୍ୱଂସକ, ଟ୍ରାନ୍ସପୋର୍ଟ ଏୟାର କ୍ରାଫ୍ଟ, ହାଲୁକା ଲଢୁଆ ହେଲିକାପ୍ଟର, ହ୍ୱିଲଡ ଆର୍ମରଡ ଫାଇଟିଂ ଭେହିକିଲ, ପାରମ୍ପାରିକ ଡିଜେଲ-ଇଲେକ୍ଟ୍ରିକ ସବମାରିନ ଓ ଯୋଗାଯୋଗ ଉପଗ୍ରହ ପ୍ରମୁଖ ରହିଛି । ବିଦେଶୀ କମ୍ପାନୀ ମାନଙ୍କୁ ଏହି ଉପକରଣକୁ ଭାରତରେ ନିଜସ୍ୱ କାରଖାନା ବସାଇ ଅଥବା ଭାରତୀୟ କମ୍ପାନୀ ମାଧ୍ୟମରେ ସେମାନଙ୍କ ସହ ଭାଗିଦାରିରେ ଏଫଡିଆଇ ଜରିଆରେ ଭାରତରେ ନିବେଶ କରି ଏହାର ନିର୍ମାଣ କରିପାରିବେ । ସେଥିପାଇଁ ସରକାର ନିକଟ ଅତୀତରେ ଆତ୍ମନିର୍ଭର ଭାରତକୁ ସଫଳ ସାବ୍ୟସ୍ଥ କରିବା ପାଇଁ ରକ୍ଷା ଉପକରଣ ନିର୍ମାଣରେ ବିଦେଶୀ ପ୍ରତ୍ୟେକ୍ଷ ନିବେଶ ବା ଏଫଡିଆଇର ସୀମାକୁ ୪୯%ରୁ ୭୪% କୁ ବୃଦ୍ଧି କରିଛନ୍ତି । ୮୫ ହଜାର କୋଟି ମୂଲ୍ୟର ୧୨୩ ଟି ତେଜସ ଲାଇଟ କମ୍ପାଟ ହେଲିକାପ୍ଟର ଭାରତୀୟ ବାୟୁସେନାରେ ନିୟୋଜିତ ହେବା ଭାରତରେ ଆତ୍ମନିର୍ଭର ଶୀଳତା ଦିଗରେ ଏକ ବଡପଦକ୍ଷେପ । ଡିଆରଡିଓ ଦେଶରେ ଘରୋଇ ଉଦ୍ୟୋଗ ମାଧ୍ୟମରେ ନିର୍ମାଣ ହେବାକୁ ଥିବା ରକ୍ଷା ଉପକରଣର ମାନ ନିର୍ଦ୍ଧାରଣ କରିବ । ଏହା ଦ୍ୱାରା ଆମେ ଭରୋସା ମଧ୍ୟ କରିପାରିବା ଓ ରକ୍ଷା ଉପକରଣର ଗୁଣବତା ମଧ୍ୟ ବୃଦ୍ଧି କରାଯାଇପାରିବା । 

Comments