।। ସୌମେନ୍ଦ୍ର ଜେନା ।ା
କଟରେ ଆମେରିକାରେ ଜଣେ କଳାଲୋକର ପୋଲିସ ହାତରେ ମିନିଆପଲିସଠାରେ ମୃତ୍ୟୁ ହେବା ଘଟଣାକୁ ନେଇ ଯେଉଁସବୁ ବିକ୍ଷୋଭ ଭିନ୍ନ ଭିନ୍ନ ସହରରେ ହେଲା ସେଠାରେ ଜଳାପୋଡା ଘଟଣାମାନ ଘଟିଲା । ଦୋକାନ ବଜାର ସବୁ ବିକ୍ଷୋଭକାରୀଙ୍କ ଦ୍ୱାରା ଲୁଟ ହେଲା । ଏସବୁ ପୋଡାଜଳାରୁ ଆନନ୍ଦ ଲାଭ କରୁଥିବା ଜଣେ ଭାରତର ସାମ୍ବାଦିକ ବିନୋଦ ଦୁଆ ତାଙ୍କ ୱେବ ପତ୍ରିକାରେ ଏମିତି ବିକ୍ଷୋଭ ଭାରତରେ ହେବା ଆବଶ୍ୟକ ବୋଲି ମତ ଦେଲେ । ଦେଶରେ ଲକ୍ଡାଉନ୍ ଚାଲିଥିବାରୁ ପୋଡାଜଳା ପରି ଦଙ୍ଗା ଘଟାଇବା ସମ୍ଭବ ହେଉନାହିଁ । ଏହି ସାମ୍ବାଦିକ ଜଣକ ନୂଆଦିଲ୍ଲୀରେ ଘଟିଥିବା ଶାହିନବାଗ ଦଙ୍ଗାର ଆଗୁଆ ସମର୍ଥକ ଥିଲେ । ସେଠାକାର ଦଙ୍ଗାଗୋଳକାରୀଙ୍କ ସାକ୍ଷାତକାର ମଧ୍ୟ ପ୍ରକାଶ କରୁଥିଲେ । ଏହା ବିଚିତ୍ର ଭାରତର ଗୋଟିଏ ଅଂଶ । ଗଣତନ୍ତ୍ରର ସ୍ୱେଚ୍ଛାଚାରର ଇଏ ଆଉ ଏକ ନମୂନା । ଠିକ୍ ସେମିତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କର ମୃତ୍ୟୁ ନିକଟରେ ହୋଇଥିଲା । ଜୀବନସାରା ଭୋଟପାଇଁ ନିଜକୁ ହିନ୍ଦୁ ବୋଲି କହୁଥିବା ଯୋଗୀଙ୍କ ଶବକୁ ଜ୍ୟୋତିପୁରସ୍ଥିତ ଖ୍ରୀଷ୍ଟିଆନ କବରଖାନାରେ ଖ୍ରୀଷ୍ଟଧର୍ମାନୁସାରେ ମାଟିରେ ପୋତାଗଲା । ଅଥଚ ହିନ୍ଦୁରୀତିରେ ନର୍ମଦା ନଦୀରେ ତାଙ୍କ ଚିତାଭସ୍ମକୁ ବିସର୍ଜନ କରାଯିବାର ଫଟୋ ଗଣମାଧ୍ୟମରୁ ପଢି ସମସ୍ତେ ଚକିତ ମଧ୍ୟ ହେଲେ । ଯେମିତି ପାକିସ୍ତାନୀ ଚବଲିଗ ଜମାତ ମୁଖ୍ୟ ତାରିକ ଜମିଲ ସହ ବଲିଉଡ୍ କଳାକାର ଅମିର ଖାଁଙ୍କ ଫଟୋକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ । ରାଜନୀତିରୁ ଇତିହାସ, ଶାସନରୁ ପ୍ରଶାସନ,ଏମିତି ଅନେକ ବିଚିତ୍ର ଘଟଣା ଭାରତରେ ଘଟିଥାଏ । ଭାରତକୁ ପ୍ରକୃତିର ବୈଚିତ୍ର୍ୟମୟୀ ରାଷ୍ଟ୍ର ବୋଲି କୁହାଗଲେ ମଧ୍ୟ ପ୍ରକୃତରେ ଏହା ବିଚାର ଦୃଷ୍ଟିରୁ ମଧ୍ୟ ଅନେକ ବିଚିତ୍ରତାରେ ପରିପୂର୍ଣ୍ଣ । ଯେଉଁଥିପାଇଁ ଦେଶ ଅନେକ ସମୟରେ ସଙ୍କଟର ସମ୍ମୁଖୀନ ହେବାରେ ଲାଗିଛି । ଯେମିତି ଉଦାହରଣ ସ୍ୱରୂପ ଦେଶର ପାଠ୍ୟପୁସ୍ତକଗୁଡିକରେ ମୋଗଲ ଆକ୍ରମଣକାରୀମାନଙ୍କୁ ମହାନ ଓ ଭାରତୀୟ ଭାବେ ପ୍ରଚାର କରାଗଲା ବେଳେ ସେମାନଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଲୋକେ ହେଲେ କାଫେର । ମୁସଲିମମାନଙ୍କୁ କାଶ୍ମିରୀ ଭାବେ ଗଣାହେଲା ବେଳେ ସେଠାକାର ପଣ୍ଡିତମାନଙ୍କୁ ଶରଣାର୍ଥୀ ଭାବେ ଗଣାଗଲା । ନେହେରୁ-ଖାଁଙ୍କ ସଂଜ୍ଞାଧାରୀମାନେ ଗାନ୍ଧି ପରିବାର ହେଲେ ଆଉ ପ୍ରକୃତ ଗାନ୍ଧିଙ୍କ ପରିବାର ପଛରେ ରହିଲେ । ସେମିତି ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କୁ ଦେଖାଯାଉ । ଝାଡାଯିବା ସମୟରେ ବ୍ରିଟିସ ପୋଲିସ ଦ୍ୱାରା ଗିରଫ ହୋଇଥିବା ଲୋକେ ପରେ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ସହ ଅନ୍ୟାନ୍ୟ ସୁବିଧାମାନ ଲାଭ କଲେ । କିନ୍ତୁ ଦେଶପାଇଁ ଲଢି ସହିଦ ହୋଇଥିବା ଚନ୍ଦ୍ରଶେଖର ଆଜାଦଙ୍କ ଅନ୍ଧୁଣୀ ମାତାଙ୍କୁ ସ୍ୱାଧୀନ ଭାରତରେ ଭିକ୍ଷାବୃତ୍ତି କରିବାକୁ ହୋଇଥିଲା । ଭଗତ ସିଂହଙ୍କ ସହଯୋଗୀ ଥିବା ବଟୁକେଶ୍ୱର ଦତ୍ତଙ୍କୁ ପେଟପାଟଣା ପାଇଁ ସ୍ୱାଧୀନ ଭାରତରେ ବିଡି କାରଖାନାରେ ଚାକିରି କରିବାକୁ ହୋଇଥିଲା । ଅନେକ ନକଲି ସ୍ୱାଧୀନତା ସଂଗ୍ରାମୀ ଧଳାଟୋପି ଓ ଖଦୀ କୁର୍ତ୍ତା ପିନ୍ଧି ନାନା ପ୍ରକାରର ସୁବିଧା ହାସଲ କଲେ । କିନ୍ତୁ ଇଂରେଜଙ୍କ ଦ୍ୱାରା କ୍ରାନ୍ତିକାରୀ ବିନାୟକ ଦାମୋଦର ସାବରକରଙ୍କ ଜବତ ହୋଇଥିବା ବାସଗୃହକୁ ସ୍ୱାଧୀନ ଭାରତର ସରକାର ଫେରାଇଲେ ନାହିଁ । ସ୍ୱାଧୀନତା ପରବର୍ତ୍ତୀ କାଳରେ ବିଚାରଗତ ପାର୍ଥକ୍ୟ ଯୋଗୁ ଶାସକ କଂଗ୍ରେସର ଲୋକେ ସାବରକରଙ୍କୁ ସୁବିଧାବାଦୀ ବୋଲି କହି ସେ ଇଂରେଜମାନଙ୍କ କବଳରୁ ମୁକ୍ତି ଲାଭ ପାଇଁ ଦରଖାସ୍ତ କରି ଦୁର୍ବଳମନାର ପରିଚୟ ଦେଇଥିବା କଥା ପ୍ରଚାର କଲେ । ଅଥଚ ୧୯୨୩ରେ ଇଂରେଜମାନେ କଂଗ୍ରେସର ଜବାହରଲାଲ ନେହେରୁଙ୍କୁ ଦୁଇସପ୍ତାହ ପାଇଁ ନଭା ଜେଲକୁ ପଠାଇ ଥିଲାବେଳେ ତାଙ୍କ ପିତା ତଥା କଂଗ୍ରେସ ନେତା ମୋତିଲାଲ ନେହେରୁ ପୁଅକୁ ଜେଲରୁ ବାହାର କରି ଆଣିବା ପାଇଁ ଭାଇସରାୟଙ୍କ ପାଖକୁ ଯିବାସହ ବଣ୍ଡରେ ଦସ୍ତଖତ କରି ଜବାହର ନଭାରେ ଆଦୈø ପ୍ରବେଶ କରିବେ ନାହିଁ ବୋଲି ଲେଖିଥିଲେ । କଂଗ୍ରେସ ଲୋକଙ୍କ ଭାଷାରେ ସାବରକର ହେଲେ ଭୟାଳୁ ଅଥଚ ଜବାହରଲାଲ ଏକଦମ୍ ଶତକଡା ଶହେ ଦେଶପ୍ରେମୀ ୀ ଠିକ୍ ସେମିତି ତାଙ୍କ ନାତି ତଥା ଏକଦା ପ୍ରଧାନମନ୍ତ୍ରୀ ଥିବା ରାଜିବ ଗାନ୍ଧିଙ୍କୁ ଭାରତ ରତ୍ନ ପୁରସ୍କାର ଦିଆଯାଇଥିଲା । ଏହା ମରଣୋତ୍ତର ହେଲେ ମଧ୍ୟ ତାଙ୍କ ଦକ୍ଷତାକୁ ନେଇ କେହି ପ୍ରଶ୍ନ ଉଠାଇନାହାନ୍ତି । ତାଙ୍କ ସମୟରେ ୧୯୮୪ରେ ଶିଖମାନଙ୍କୁ ହଜାର ହଜାର ସଂଖ୍ୟାରେ ନୂଆଦିଲ୍ଲୀ ଏବଂ ଅନ୍ୟାନ୍ୟ ସ୍ଥାନରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା । ତାଙ୍କ ସମୟରେ ଭୋପାଳର ଗ୍ୟାସ ଦୁର୍ଘଟଣାରେ ହଜାର ହଜାର ଲୋକଙ୍କ ମୃତ୍ୟୁରେ ଦୋଷୀ ଏଣ୍ଡରସନ୍କୁ ଭାରତରୁ ବିଦେଶକୁ ଚାଲିଯିବା ଲାଗି ସୁବିଧାପ୍ରଦାନ କରାଗଲା । ତାଙ୍କ ଅଦୂରଦର୍ଶିତା ପାଇଁ ଶ୍ରୀଲଙ୍କାରେ ଭାରତୀୟ ଶାନ୍ତିସେନା (ଆଇପିକେଏଫ୍) ଦୁଇହଜାରରୁ ଅଧିକ ସଂଖ୍ୟାରେ ସହିଦ ହେଲେ । ଏସବୁ କଣ ଦେଶର ସ୍ୱାର୍ଥରେ ହୋଇଥିଲା ? ଏବେ ଇତିହାସ କଥାକୁ ବିଚାର କରାଯାଉ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଜର୍ମାନୀ ଶାସକ ହିଟଲର ଓ ତାଙ୍କ ନାଜିସେନା ପ୍ରାୟ ୬୦ଲକ୍ଷ ଇହୁଦୀଙ୍କୁ ହତ୍ୟା କରିଥିବା ଯୋଗୁ ଇଉରୋପର ଅନେକ ଦେଶ ଏବଂ ଇସ୍ରାଏଲରେ ନାଜିକୁ ସମର୍ଥନ କରିଥିବା ଲୋକମାନଙ୍କୁ ଜେଲଦଣ୍ଡ ମିଳୁଛି । ଅଥଚ ମୋଗଲ ଶାସନ କାଳରେ ଭାରତରେ ୬୦ କୋଟି ହିନ୍ଦୁଙ୍କୁ ହତ୍ୟା କରିଥିବା ଶାସକ ବାବର, ଆକବର, ଆଉରଙ୍ଗଜେବ ଓ ଟିପୁ ସୁଲତାନଙ୍କ ପରି ଶାସକମାନଙ୍କୁ ଗଣହତ୍ୟାକାରୀ ଭାବେ ଆଦୈା ବର୍ଣ୍ଣନା କରାଯାଇନାହିଁ । ସେମାନଙ୍କୁ ମହାନ କୁହାଯାଇ ପ୍ରଶଂସା କରାଯାଇଛି । ଏହା କି ପ୍ରକାର ଆଲୋଚନା ତାହା ବୁଝାପଡୁନାହିଁ । ଯେମିତି ଆଜିକାଲି ଇ-କମର୍ସ କମ୍ପାନୀ ଆମାଜନଠାରୁ ଭାଗବତ ପୁରାଣ କ୍ରୟ କରୁଥିବା ହିନ୍ଦୁମାନଙ୍କୁ ମାଗଣାରେ ହିନ୍ଦୁଧର୍ମ ବିରୋଧୀ ପୁସ୍ତକ ପ୍ରଦାନ କରାଯାଉଛି, ଯାହା ନୂଆଦିଲ୍ଲୀର ଦିଲ୍ଲୀ ପତ୍ରିକା ପ୍ରକାଶନ ପକ୍ଷରୁ ପ୍ରକାଶ ପାଇଛି । ସେମିତି ଅନ୍ୟ ଏକ ଘଟଣାକୁ ବିଚାର କରାଯାଉ । କିପରି ସମାଜସେବା କରୁଥିବା ଲୋକ ଆପଣାର ସ୍ୱାର୍ଥନେଇ କାର୍ଯ୍ୟ କରନ୍ତି ତାହା ଜାଣିହେବ । ଗତ କିଛିଦିନ ତଳେ କେରଳର ସାଇଲେଣ୍ଟ ଭାଲି ଜଙ୍ଗଲରେ ଏକ ଗର୍ଭବତୀ ମାଈ ହାତୀ ଖାଦ୍ୟରେ ବିସ୍ଫୋରକ ନେଇ ଆହତ ହୋଇଥିଲା । ହାତୀଟିକୁ ଦିଆଯାଇଥିବା ଖାଦ୍ୟରେ ବିସ୍ଫୋରଣ ହେବା ଯୋଗୁ ସେ ଗୁରୁତର ଆହତ ହୋଇଥିଲା । ଜ୍ୱଳନ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଏକ ପୋଖରୀ ମଧ୍ୟରେ ହାତୀଟି ସାତଦିନ ଧରି ଛିଡା ହୋଇ ଶେଷରେ ମୃତ୍ୟୁବରଣ କରିଥିଲା । ହାତୀଟିର ଫଟୋ ସେ ସମୟରେ ସୋସିଆଲ ମିଡିଆଠୁ ଆରମ୍ଭ କରି ଗଣମାଧ୍ୟମଗୁଡିକରେ ପ୍ରମୁଖ ସ୍ଥାନ ନେଇଥିଲା । ହାତୀଟି ପାଇଁ ଅନେକ ମାନବାଧିକାର କର୍ମୀ ଏବଂ ତଥାକଥିତ ଲିବେରାଲ୍ମାନେ କୁମ୍ଭୀର କାନ୍ଦଣା କାନ୍ଦିଲେ, ଗଣମାଧ୍ୟମର ଆଲୋଚନାରେ ବସି ଲୁହ ଗଡାଇଲେ । କିନ୍ତୁ ଉକ୍ତ ଘଟଣାର ଅନୁସନ୍ଧାନ କରି କେରଳ ପୁଲିସ ଅଭିଯୁକ୍ତ ଆମଜାଦ ଅଲ୍ଲି ଏବଂ ତମିମ ଶେଖ୍କୁ ଗିରଫ କଲାପରେ ତଥାକଥିତ ମାନବାଧିକାରକର୍ମୀମାନେ କୁଆଡେ ଲୁଚିଗଲେ ଜଣାପଡିଲା ନାହିଁ । ବୋଧହୁଏ କେରଳର ଉଗ୍ରବାଦୀ ଗୋଷ୍ଠୀ ପିଏଫ୍ଆଇ ଭୟରେ କିଛି କହିବାକୁ ଭୟ କଲେ । କାରଣ ଆର୍.ସୂରଜ ନାମକ ଜଣେ ଆମ୍ବେଦକର ପେରିୟାର ଷ୍ଟଡି ସର୍କଲ ଛାତ୍ର ୧୯୧୮ ଜାନୁଆସୀ ମାସ ଦ୍ୱିତୀୟ ସପ୍ତାହରେ ଚେନ୍ନାଇ ଆଇଆଇଟି କ୍ୟାମ୍ପସ ପରିସରରେ ଗୋମାଂସ ଭୋଜିର ଆୟୋଜନ କରିଥିଲା । ସେମିତି କେରଳର ପର୍ଯ୍ୟଟନ ମନ୍ତ୍ରୀ କାଡାକାମପାଲ୍ଲୀ ସୁରେନ୍ଦ୍ରନ ଓ ସିପିଏମ୍ର ଏର୍ଣ୍ଣାକୁଲମ ଜିଲ୍ଲା ସଂପାଦକ ପି. ରାଜୀବଙ୍କ ନେତୃତ୍ୱରେ ଏର୍ଣ୍ଣାକୁଲମ୍ ଟାଉନ ହଲରେ ଗୋମାଂସ ଭୋଜିର ଆୟୋଜନ ହୋଇଥିଲା । ବର୍ତ୍ତମାନର କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଜ୍ୱାଇଁ ମହମ୍ମଦ ରିୟାଜ ସେତେବେଳେ ଏହି ଗୋ ମାଂସ ଭୋଜିସଭା ସାରା ରାଜ୍ୟରେ ଆୟୋଜିତ କରିଥିଲା । କେବଳ ସେତିକି ନୁହେଁ ଇଡୁକି ଜିଲ୍ଲା ଥୋଡୁପୁଝା ଠାରେ ବିକ୍ଷୋଭକାରୀମାନେ ଏକ ମଇଁଷିର କଟାମୁଣ୍ଡକୁ ଧରି ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କେ ସୁରେନ୍ଦ୍ରନ କେରଳର ପର୍ଯ୍ୟଟନ ଓ ଦେବୋତ୍ତର ମନ୍ତ୍ରୀ ରହିଛନ୍ତି । ଯେଉଁ ବ୍ୟକ୍ତିଙ୍କ ସାଂସ୍କୃତିକ ଧାରଣା ଏତେ କମ୍ ସେ ମନ୍ଦିର ବିଭାଗର ମନ୍ତ୍ରୀ ହେବା କେବଳ ଗଣତନ୍ତ୍ରର କମାଲ ବୋଲି କହିବାକୁ ହେବ । କାରଣ ଏଥିପାଇଁ ଦେଶର ସବୁଠୁ ଅଧିକ ଶିକ୍ଷିତ ବ୍ୟକ୍ତିମାନେ ଇଞ୍ଜିନିୟର ଓ ମ୍ୟାନେଜର ହେଲାବେଳେ ତାଙ୍କଠୁ କମ୍ ମେଧାଯୁକ୍ତମାନେ ଆଇଏଏସ୍ ହୋଇ ଇଞ୍ଜିନିୟରମାନଙ୍କର ନେତୃତ୍ୱ ନେଇଥାନ୍ତି । ସେମିତି ଆଇଏଏସ୍ମାନଙ୍କଠାରୁ କମ୍ ପାଠ ପଢିଥିବା ଲୋକ ମନ୍ତ୍ରୀ ହୋଇ ଆଇଏଏସ୍ମାନଙ୍କୁ ନିଜ ଅଧିନରେ ରଖନ୍ତି । ଅଥଚ ଏମାନଙ୍କ ମଧ୍ୟରେ ସବୁଠୁ କମ୍ ପାଠୁଆ ଓ ଏପରିକି ଆଦୈା ପାଠ ପଢିନଥିବା ତଥାକଥିତ ପ୍ରବଚକ ତଥା ବାବାମାନେ ଏସବୁ ଲୋକଙ୍କୁ ନିଜର ଭକ୍ତ କରି ମୁଣ୍ଡିଆ ସମ୍ମାନ ପାଇଥାନ୍ତି । ଏସବୁକୁ ଗଣତନ୍ତ୍ରର ବୈଚିତ୍ର୍ୟ କହିବାକୁ ହେବ । ଅନ୍ୟ ଏକ ଘଟଣାକୁ ନିଆଯାଉ । ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ ୨୦୦୪ରୁ ୨୦୦୯ ଯାଏଁ ରୋନେନ ସେନ୍ କାର୍ଯ୍ୟ କରିଥିଲେ । ସେତେବେଳେ ସେ ଆମେରିକାରୁ ଭାରତ ଆସିବା ପାଇଁ ଅନେକ ମିଶନାରୀମାନଙ୍କୁ ଭିସା ପ୍ରଦାନ କରିଥିଲେ । ସେହି ମିଶନାରୀମାନେ ଭାରତକୁ ଆସିବାପରେ ଅନେକଗୁଡିଏ ବିକାଶମୁଖୀ ପ୍ରକଳ୍ପ ବନ୍ଦ ହୋଇଥିଲା । ଏନ୍ଜିଓମାନଙ୍କ ଦ୍ୱାରା ପ୍ରିପେଡ୍ ଆନ୍ଦୋଳନ ଓ ବିକ୍ଷୋଭ ଅନେକ ପ୍ରଦେଶରେ ଚାଲିଥିଲା । ତେବେ ଶ୍ରୀ ସେନ୍ ଟାଇମସ୍ ଅଫ୍ ଇଣ୍ଡିଆର ତତ୍କାଳୀନ ଆବାସିକ ସଂପାଦନ ଥିବା ଅନିକେନ୍ଦ୍ରନାଥ ସେନ୍ଙ୍କର ସଂପର୍କୀୟ ଥିଲେ । ଅନିକେନ୍ଦ୍ର ସହରୀ ନକ୍ସଲ ଭାବେ କାର୍ଯ୍ୟ କରୁôଥିଲେ । ଦିଲ୍ଲୀପ ପାଡଗାଓଁକାର ସମ୍ବାଦପତ୍ରର ସଂପାଦକ ଥିଲା ବେଳେ ସେନ୍ ଆବାସିକ ସଂପାଦକ ଥିଲେ । ଏମିତି ଆଉ ଏକ ଘଟଣାକୁ ଦେଖାଯାଉ । ଭୋପାଳର ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କୁ ତାଙ୍କ ବିରୋଧୀ କଂଗ୍ରେସ ଦଳର ଷଡଯନ୍ତ୍ର ଯୋଗୁ ବିନା ପ୍ରମାଣରେ ୭ବର୍ଷ ଜେଲ ହେଲା । ନିର୍ଯ୍ୟାତନାରେ ତାଙ୍କର ଗୋଟିଏ ଚକ୍ଷୁ ନଷ୍ଟ ହୋଇଗଲା । ଅଥଚ ଦିଲ୍ଲୀ ଦଙ୍ଗାରେ ସଂପୃକ୍ତ ସଫୁରା ଜାରଗରକୁ ମାତ୍ର ୭୦ ଦିନରେ ଜାମିନ ମିଳିଗଲା । ତା ବିରୋଧରେ ଅନେକ ଦେଶ ବିରୋଧୀ କାର୍ଯ୍ୟର ପ୍ରମାଣ ସବୁ ରହିଛି । ବିଚିତ୍ର ଭାରତରେ ସବୁ କିଛି ବିଚିତ୍ର । ତେଣୁ ସାଧାରଣ ଲୋକେ ଏଠି ଅସହାୟ, ବାହୁବଳୀ, ଦୁର୍ନୀତିଖୋର ଅପରାଧୀମାନେ ଅଧିକ ଶକ୍ତିଶାଳୀ ।
Comments
Post a Comment