ଭଦ୍ରକ, ର୍ମ, ବର୍ଣ୍ଣ ନିର୍ବିଶେଷରେ ମାଟି ତିଆରି ଜିନିଷର ଆବଶ୍ୟକତା ପଡିଲେ ମନେ ପଡେ ମାଟିମଣିଷ କୁମ୍ଭକାର କଥା । ବିଶେଷକରି ବିଭିନ୍ନ ପର୍ବ ପର୍ବାଣୀରେ ଏହି ବିଶ୍ୱକର୍ମା ମାଟି କାରିଗରର ନିଦ ହଜିଯାଇଥାଏ ନିଜ କର୍ମ ବ୍ୟସ୍ତତାକୁ ନେଇ । ସେମାନେ ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ନିର୍ମାଣରେ ନିଜକୁ ନିୟୋଜିତ କରିଥାନ୍ତି । କିନ୍ତୁ ଆଧୁନିକ ଯୁଗରେ ମାଟିରେ ତିଆରି ସାମଗ୍ରୀର ଚାହିଦା କମି ଯାଉଥିବାରୁ ରାଜ୍ୟରେ ମାଟି କାରିଗରୀ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଛି । ଫଳରେ କାରିଗରମାନଙ୍କର ସାମାଜିକ ଓ ଆର୍ଥିକ ଦୂରାବସ୍ଥା ବଢିବାରେ ଲାଗିଛି । ତେବେ ସରକାରୀ ପ୍ରୋତ୍ସାହନତାର ଅଭାବ ଓ ବିଭାଗୀୟ ଉଦାସୀନ ଯୋଗୁଁ ଏହି କାରିଗରୀ ଲୋପ ପାଉଥିବାର ଜଣାପଡିଛି । ମାଟି କାରିଗରୀ ଲାଗି ସରକାରଙ୍କ କେତେକ ଯୋଜନା ଥିଲେ ମଧ୍ୟ ତାହା କାରିଗରଙ୍କ ପାଖରେ ଅପହଞ୍ଚ । କିଛି ସ୍ୱେଚ୍ଛାସେବୀ ସଂଗଠନ ସେହି ଜାତିର କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇବା ଓ ସଚେତନ କରାଇବାର ଗୁରୁ ଦାୟିତ୍ୱ ନେଇଥିଲେ ସୁଦ୍ଧା ସେମାନଙ୍କର ମାନସିକତା ଅଭାବ ଓ ସରକାରୀ କର୍ମଚାରୀଙ୍କ ଅଣଦେଖା ଯୋଗୁଁ ଏହା ହୋଇପାରୁନାହିଁ । ଏମିତି କିଛି ନିତ୍ୟାବଶ୍ୟକ ସାମଗ୍ରୀ ଅଛି ଯେଉଁ ସାମଗ୍ରୀ ବିନା ବିଭାଗର, ବ୍ରତଘର ଓ ପୂଜା ଆଦି ଅସମ୍ଭବ । ଏହି ସବୁ କାର୍ଯ୍ୟରେ ମାଟିରେ ତିଆରି ଜିନିଷର ନିତ୍ୟାନ୍ତ ଆବଶ୍ୟକ ରହିଥାଏ । କିନ୍ତୁ ସେହି ସବୁ କାର୍ଯ୍ୟକୁ ସଂପାଦନ କରୁଥିବା ସଂପ୍ରଦାୟ ଆଜି ଅବହେଳିତ । ବିଜ୍ଞାନର ଉନ୍ନତି ସଂଗେ ସଂଗେ ଲୋକମାନଙ୍କର ପସନ୍ଦ, ରୁଚି ଆଦିରେ ପରିବର୍ତ୍ତନ ଘଟୁଛି । ଯେମିତି ମାଟିରେ ପ୍ରସ୍ତୁତ ସାମଗ୍ରୀକୁ ଲୋକମାନେ ପସନ୍ଦ ନକରି ଷ୍ଟିଲ, ଆଲୁମିନିୟମ୍, ସିଲଭର ଆଦି ଧାତୁ ନିର୍ମିତ ସାମଗ୍ରୀକୁ ପସନ୍ଦ କରୁଛନ୍ତି । ଏହାଦ୍ୱାରା କୁମ୍ଭକାରମାନେ ନିଜର କୌଳିକ ବୃତ୍ତି ଠାରୁ ଦୂରେଇ ଯାଉଥିବାର ଲକ୍ଷ୍ୟ କରାଯାଉଛି । ଏହି ଭଦ୍ରକ ଜିଲାର ବନ୍ତ ବ୍ଲକ୍ ମହାନ୍ତିପଡା ପଂଚାୟତ ସ୍ଥିତ ତ୍ରିସାଳିଆ ଏପରି ଏକ ଗ୍ରାମ ଯେଉଁ ଗ୍ରାମରେ ୭୦ ପରିବାରର ପାଖାପାଖି ୫୦୦ ଜଣ କୁମ୍ଭକାର ସଂପ୍ରଦାୟର । ଏହି କୁମ୍ଭକାର ମାନେ ଦୀର୍ଘବର୍ଷ ଧରି ଏଠାରେ ବସବାସ କରିବା ସହିତ ଅଧିକାଂଶ ମାଟି ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ । ଏହା ସେମାନଙ୍କର କୌଳିକ ବୃତ୍ତି ହୋଇଥିବାରୁ ପିଢି ପରେ ପିଢି ଏହି କାର୍ଯ୍ୟକୁ ଆଦରି ନେଉଥିଲେ । ଏହି ବୃତ୍ତିରେ ବେଶ୍ ଦୁଇ ପଇସା ରୋଜଗାର କରି ପାରିବାର ପ୍ରତିପୋଷଣ କରିପାରୁଥିଲେ । ହେଲେ ସମୟ ବଦଳିବା ସାଙ୍ଗକୁ ବର୍ତ୍ତମାନ ଷ୍ଟିଲ ଏବଂ ଆଲୁମିନିୟମ୍ରୁ ପ୍ରସ୍ତୁତ ସାମଗ୍ରୀକୁ ପ୍ରାଧାନ୍ୟ ଦିଆଯାଉଛି । ଅବଶ୍ୟ ବିବାହ କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳୁଛି । କେବଳ କଳସ ପାଇଁ ନୁହେଁ ବାହାବେଦୀରେ ମାଟି ପଲମ, ଦୀପ ଆଦି ବ୍ୟବହୃତ ହେଉଛି । ପୂର୍ବରୁ ଗୋପାଳମାନେ ମାଟି ଠେକିରେ ଦହି ଭର୍ତ୍ତି କରି ବିକ୍ରି କରୁଥିଲେ । ବର୍ତ୍ତମାନ ତାହା ସ୍ଥାନରେ ପଲିଥିିନ୍ ପ୍ୟାକେଟ୍ ବ୍ୟବହାର କରାଯାଉଛି । ମାଟି ହାଣ୍ଡିରେ ପ୍ରସ୍ତୁତ ପଖାଳର ବାସ୍ନା ଓ ସ୍ୱାଦ ତ୍ୱତନ୍ତ୍ର । କିନ୍ତୁ ତାକୁ ଭୁଲି ବର୍ତ୍ତମାନ ଧାତବ ହାଣ୍ଡି ଲୁହାକଡା ନେଲାଣି । ଅନ୍ୟ କିଛି ବିକଳ୍ପ ନଥିବାରୁ ମାନସିକଧାରୀମାନେ ଦେବୀ ପୀଠରେ ମାଟି ଘୋଡା ଅର୍ପଣ କରୁଛନ୍ତି । ଏଠାକାର କୁମ୍ଭକାରମାନଙ୍କ ମାଟି ସାମଗ୍ରୀ ପ୍ରସ୍ତୁତ କାର୍ଯ୍ୟ ଅନ୍ୟମାନଙ୍କ ଠାରୁ ନିଆରା ବୋଲି ବାରି ହୋଇପଡେ । ବର୍ତ୍ତମାନ ପ୍ରୋତ୍ସାହନର ଅଭାବ ଯୋଗୁଁ ପାଖାପାଖି ୨୦ ପରିବାରର ସଦସ୍ୟ ଦାଦନ ଖଟୁଛନ୍ତି । ଏହି ସଂପ୍ରଦାୟର କିଛି କାରିଗର ଯଥା ଜଳଧର ସାହୁ, ପୁରୁଷୋତ୍ତମ ମୁଦୁଲି, ରଘୁନାଥ ରଣା, ନୃସିଂହ ମୁଦୁଲି ଓ ନାରାୟଣ ବେହେରା ଆଦିଙ୍କୁ ଯୋଗାଯୋଗ କରିବାରୁ ପୂର୍ବପରି ଆଉ ମାଟି ମିଳୁନଥିବାରୁ ଓ ମାଟିକୁ ଚଢା ଦରରେ କିଣାଯାଉଥିବାରୁ ଏଥିରୁ ପ୍ରସ୍ତୁତି ସାମଗ୍ରୀକୁ ବିକି ଗୁଜୁରାଣ ମେଣ୍ଟାଇବା ବହୁ କଷ୍ଟ ବୋଲି ସେମାନେ ଲୁହଭରା ନୟନରେ ପ୍ରକାଶ କରନ୍ତି । କିଛି ପରିବାର ସରକାରୀ ସାହାଯ୍ୟ ସୁବିଧା ଯଥା ଭତ୍ତା ଆଦି ପାଇପାରି ନଥିବାର ମଧ୍ୟ କହନ୍ତି । ସେହିପରି ରାମଚନ୍ଦ୍ରପୁର ପଂଚାୟତ ସ୍ଥିତ ପାନପଦୀ ଏହିପରି ଏକ ଗ୍ରାମ ଯେଉଁ ଗ୍ରାମରେ ୧୩ ପରିବାରର ପାଖାପାଖି ୬୦ ଜଣ କୁମ୍ଭକାର ସଂପ୍ରଦାୟର । ମାତ୍ର ଲୋକଙ୍କ ଚାହିଦା ନଥିବାରୁ ଏହି ବେଉସା କ୍ରମଶଃ ହଜି ହଜି ଯାଉଥିବାର ଲକ୍ଷ୍ୟ କରାଯାଉଛି । ତେବେ ସବୁ ଭିତ୍ତିରେ ଯଦି ସରକାରୀ ଆର୍ଥିକ ପ୍ରୋତ୍ସାହନ ଯଦି ମିଳିପାରନ୍ତା, ତେବେ ହୁଏତ କୁମ୍ଭକାରମାନଙ୍କ ବେଉସା ଆଉ କିଛି ଦିନ ବଂଚିପାରନ୍ତା ବୋଲି ବୁଦ୍ଧିଜୀବୀ ମାନେ ଆଶା ପୋଷଣ କରିଛନ୍ତି ।

Comments
Post a Comment