ହଳାସନ: କାନ୍ଧ ଓ କହୁଣୀର ଯନ୍ତ୍ରଣାରୁ ମୁକ୍ତି ଦିଏ


ଯୋଗ ଶିକ୍ଷାରେ ଶରୀରର ବିଭିନ୍ନ ପ୍ରକାରର ସମସ୍ୟା ପାଇଁ ଅଲଗା ଅଲଗା ଆସନ ରହିଛି । ଯାହା ଦ୍ୱାରା ରୋଗ ଦୂର ହେବାର ସମ୍ଭାବନା ରହିଥାଏ । ଏଥି ମଧ୍ୟରୁ ହଳାସନ ଅନ୍ୟତମ । ଏହା କାନ୍ଧ ଓ କହୁଣୀ ସମେତ ଅନ୍ୟାନ୍ୟ ଜୋଡ଼ ସ୍ଥାନ ମାନଙ୍କର ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ଯେଉଁ ଲୋକମାନଙ୍କର ଦୀର୍ଘଦିନରୁ କାନ୍ଧରେ ଯନ୍ତ୍ରଣା କିମ୍ବା ଅଙ୍ଗ ପ୍ରତ୍ୟଙ୍ଗରେ ଅସୁବିଧା ଥିବ । ସେମାନେ ଏହି ଆସନ କରିବା ଉଚିତ୍ । ନାମରୁ ଏହା ସ୍ପଷ୍ଟ ଯେ ଏହି ଆସନ ହଳ ଉପରେ ଆଧାରିତ ଅର୍ଥାତ୍ ହଳ ଯେପରି ମୋଡ଼ି ହୋଇଥାଏ, ଠିକ୍ ସେହିରି ଆମକୁ ମଧ୍ୟ ଶରୀରକୁ ମୋଡ଼ି ଏହି ଆସନ କରିବାର ଅଛି । † ପ୍ରଥମେ ଭୂମିରେ ଶୁଅନ୍ତୁ ଓ ପାଦକୁ ଯୋଡ଼ି ଦିଅନ୍ତୁ । ଶରୀରକୁ ସିଧା ରଖନ୍ତୁ ଓ ହାତକୁ ଭୂମିରେ ସ୍ପର୍ଶ କରି ରଖନ୍ତୁ । † ଏବେ ହାତକୁ ଭୂମିରେ ଆପଣଙ୍କ ଅଣ୍ଟା ପାଖରେ ଲଗେଇ ରଖନ୍ତୁ । ମୁହଁ ଉପରକୁ କରନ୍ତୁ । ସକାଳୁ ଓ ସନ୍ଧ୍ୟାରେ ଖାଲି ପେଟରେ ଏହି ଆସନର ଅଭ୍ୟାସ କଲେ ଅଧିକ ଫଳପ୍ରଦ ହେବ । ଏହା ଅତିକମ୍ରେ ୧୦-୧୫ ଥର କରନ୍ତୁ । † ଏବେ ଦୁଇ ପାଦକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ । ଏହି ପ୍ରକ୍ରିୟା କରିବା ବେଳେ ପେଟକୁ ସଂକୁଚିତକରନ୍ତୁ ଓ ନିଶ୍ୱାସକୁ ଭିତରକୁ ନିଅନ୍ତୁ । † ଦୁଇ ପାଦକୁ ମୁଣ୍ଡର ପଛ ପାଖକୁ ଲଗେଇବାକୁ ଚେଷ୍ଟା କରନ୍ତୁ । † ହଳାସନର ପୁରା ସ୍ଥିତକୁ ଆସିବା ପରେ ୧୦ରୁ ୧୨ ସେକେଣ୍ଡ ପର୍ଯ୍ୟନ୍ତ ଏହି ଏକା ସ୍ଥିତିରେ ରୁହନ୍ତୁ ନିଶ୍ୱାସ ସ୍ୱାଭାବିକ ଭାବରେ ନିଅନ୍ତୁ । † ପୁଣି ପୂର୍ବାବସ୍ଥାକୁ ଆସିବା ପାଇଁ ହେଲେ ଆଙଋୁକୁ ବିନା ମୋଡ଼ି ବେକ ଓ କାନ୍ଧରେ ଜୋର ଦେଇ ଧୀରେ ଧୀରେ ପୁନଃ ନିଜ ସ୍ଥିତିକୁ ଆସନ୍ତୁ ।

Comments