କେରଳର ଦେବଦୂତ


                                                       -ଗୋଲଖ ଚନ୍ଦ୍ର ଦାସ
କେରଳର ଏକ ଖ୍ରୀଷ୍ଟିଆନ ଅଂଚଳ । ତା ମଧ୍ୟରେ ଅଛି ଏକ ସୁନ୍ଦର ଚର୍ଚ୍ଚ । ବନ୍ୟାରେ ଏହି ଖ୍ରୀଷ୍ଟିଆନ ଉପାସନା ଗୃହରେ ପାଣି ପସିଯାଇଥିଲା । ଯାହା ଫଳରେ ତାମଧ୍ୟରେ ଜମା ହୋଇ ରହିଥିଲା କାଦୁଅ, ପଙ୍କ ଓ ବିଭିନ୍ନ ପ୍ରକାର ମଇଳା । ହଠାତ୍ ଚହଳ ପଡିଗଲା ଆରଏସ୍ଏସ୍ ଲୋକ ଆସିଛନ୍ତି । ଖ୍ରୀଷ୍ଟିଆନ ଲୋକମାନେ ଆରଏସ୍ଏସ୍ ନାମ ଶୁଣି ଭୟଭିତ ହୋଇଗଲେ ।  ଆଗରୁ ଆରଏସ୍ଏସ୍ ନାଁରେ ସେମାନଙ୍କୁ ଭୟଭିତ କରାଯାଇଛି ।  ଖ୍ରୀଷ୍ଟିଆନ ଲୋକମାନଙ୍କୁ କୁହାଯାଇଛି ଆରଏସ୍ଏସ୍ ଲୋକମାନେ ଆତଙ୍କବାଦୀଙ୍କ ଠାରୁ ଆହୁରି ହିଂସ୍ର । ଏବେ ଯେମିତି ରାହୁଳ ଗାନ୍ଧୀ କହୁଛନ୍ତି । ଠିକ୍ ସେହିପରି ଆରଏସ୍ଏସ୍ ବିରୋଧୀ ଲୋକମାନେ କେରଳର ଲୋକମାନଙ୍କୁ ସେହି ପରି ବୁଝାଇଛନ୍ତି ।  କିଏ କହିଲା ସେମାନେ ଚର୍ଚ୍ଚ ନିକଟରେ ପହଂଚି ଗଲେଣି । ସମସ୍ତଙ୍କ ମନରେ ଆତଙ୍କର ଭୟ । ଏତେ ବଡ ବିପତି ସମୟରେ ଆମ ଅଂଚଳରେ ଆରଏସ୍ଏସ୍ ବାଲା । ନିହାତି କିଛି ଅଘଟଣ ଘଟିବ । ଆମ ମାନଙ୍କ ଉପରେ ଆକ୍ରମଣ କରିବେ । ଚର୍ଚ୍ଚ ଉପରେ ମଧ୍ୟ ଆକ୍ରମଣ କରିବେ । ଏ ଭୟରେ ଥର ହର ସମସ୍ତେ ।
କିଛି ସମୟ ପରେ ସବୁ କଳ୍ପନା ଜଳ୍ପନା ଓ ଅଙ୍କକଷା ଭୁଲ ହୋଇଗଲା । ବନ୍ୟା ପୀଡିତ ଖ୍ରୀଷ୍ଟିଆନ ଲୋକମାନଙ୍କ ମନରେ ଯେଉଁ ଭୟ ଓ ଆତଙ୍କର ବାତାବରଣ ଖେଳି ଯାଇଥିଲା ତାହା ଦୁର ହୋଇଯାଇଛି । ସଂଘ ନାମରେ ସେମାନଙ୍କ ମନରେ ଯେଉଁ ବିଷ ମଞ୍ଜି ଭରି ଦିଆ ଯାଇଥିଲା ତାହା ଅମୃତରେ ପରିଣତ ପରିଣତ ହୋଇ ଯାଇଛି । ଖୋଦ୍ ଚର୍ଚ୍ଚର ଫାଦର ସଂଘ କାମର ପ୍ରଶଂସାରେ  ଶତମୁଖ ହୋଇ ଉଠିଛନ୍ତି । ଗାଁର ଲୋକମାନେ ତାଙ୍କୁ ଦେବଦୂତପରି ମନେ କରିଛନ୍ତି । ସେହି ଗାଁର ଖ୍ରୀଷ୍ଟିଆନ ଲୋକମାନେ କୁହାକୁହି  ହେଲେ ସତରେ ଯିଶୁ ଦେବଦୂତ ହୋଇ ଏହି ଆରଏସ୍ଏସ୍ର ସ୍ୱୟଂସେବକ ଭାବରେ ଆମ ପାଖରେ ଉଭାହୋଇ ଯାଇଛନ୍ତି । କିଏ କହୁଥିଲା ସଂଘର ସ୍ୱୟଂସେବକ ଆତଙ୍କବାଦୀ, କିଏ କହୁଥିଲା  ସେମାନେ ମୁସଲମାନ ବଦରହୁଡ ଭଳି ? ସଂଘ ବିରୋଧିମାନେ   ସଂଘ ନାମରେ ଯେଉଁ ଅଙ୍କ ପଢାଇଥିଲେ କେରଳବାସୀଙ୍କୁ ସେହି ଅଙ୍କ ଭୁଲରେ ପରିଣତ ହୋଇଛି । 
କେରଳରେ ବନ୍ୟା ପରିସ୍ଥିତିରେ ସୁଧାର ହୋଇଥିଲେ ହେଁ ରାସ୍ତାଘାଟ, ଘରଦ୍ୱାରରେ ଜମା ହୋଇ ରହିଛି କାଦୁଅ, ଅଳିଆ ଆବର୍ଜ୍ଜନା । କୁଅ ରେ ମଧ୍ୟ ଆବର୍ଜନା ଜମା ହୋଇ ରହିଛି । ନିଜେ ତାକୁ ସଫା କରିବା ସମ୍ଭବପର ନୁହେଁ । ଲକ୍ଷ ଲକ୍ଷ ଲୋକଙ୍କ ଘର ଏବଂ କୁଅ ସଫା କରିବା, ପାଣି ପାଇପ୍ ମରାମତି କରିବା ଆଦି  କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସଂଖ୍ୟାରେ ଲୋକ ମିଳୁ ନାହାଁନ୍ତି ।  ବନ୍ୟା ପୀଡିତ ସୁମୋଦ କୁମାରଙ୍କ କହିବା ଅନୁସାରେ ୧୨୦୦ ରୁ ୧୫୦୦ ବର୍ଗ ଫୁଟର ଘର ସଫା କରିବା ପାଇଁ ୧୫ ହଜାର ଏବଂ କୁଅ ସଫା କରିବା ପାଇଁ ଠିକାଦାରମାନେ ୨୦ ହଜାର ଟଙ୍କା ଦାବି କରୁଥିବା ବେଳେ ସ୍ୱୟଂସେବକମାନେ ସେ ସବୁ ଅଂଚଳରେ ପହଁଚି ବିନା ମୂଲ୍ୟରେ ଯେଉଁସେବା କରୁଛନ୍ତି  ତାହା ଅବର୍ଣ୍ଣନୀୟ ।
କେରଳର ବନ୍ୟା ପୀଡିତଙ୍କ ସେବାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶହ ଶହ ସ୍ୱୟଂସେବକ ନିଜର ଜୀବନକୁ ବାଜି ଲଗାଇ ଦେଇଛନ୍ତି । ଏହି ସେବାକାମ କରିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ସ୍ୱୟଂସେବକ ସେବାସ୍ଥଳରେ ଇହଧାମ ତ୍ୟାଗ କରିଛନ୍ତି । ସ୍ୱୟଂସେବକମାନେ ବନ୍ୟାଗସ୍ତ ଗ୍ରାମାଚଂଳ ଗୁଡିକୁ ଯାଇ ସୈନ୍ୟ ବାହିନୀର ଜବାନ, ଅର୍ଦ୍ଧସୈନିକ ବଳ ଏବଂ ସ୍ଥାନୀୟ ପୋଲିସଙ୍କ ସହିତ ସେବାକାମ କରୁଛନ୍ତି । କୌଣସି ପ୍ରମାଣପତ୍ର କିମ୍ବା ରାଜନୈତିକ ସ୍ୱାର୍ଥ ପାଇଁ ନୁହେଁ ସ୍ୱୟଂପ୍ରେରଣା ଏବଂ ନିସ୍ୱାର୍ଥ ଭାବ ସହିତ ସେବା କରୁଛନ୍ତି ।
ଅପ୍ରତ୍ୟାଶିତ ଓ ଅଭୁତପୂର୍ବ ବନ୍ୟା ହେତୁ କେରଳ ରାଜ୍ୟରେ ଏକ ବଡ ବିପର୍ଯ୍ୟୟ ଆସିଛି । ଏହି ବନ୍ୟା ବିଭିଷିକାରେ ଶତାଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି ।  ହଜାରରୁ ଉଦ୍ଧ୍ୱର୍ ଲୋକ ବାସହରା ହୋଇଛନ୍ତି । ଏବେ ମଧ୍ୟ ଲକ୍ଷାଧିକ ଲୋକ ନିଜର ବାସଗୃହକୁ ସଜାଡି ପାରିନାହାଁନ୍ତି । କେରଳ ଆଜି ଏକ ଭୟଙ୍କର ସଂକଟର ସାମନା କରୁଛି । ଅନେକ ବାଧା ଭିତରେ ବି ସେନା, ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା, ରାଜ୍ୟ ଓ କେନ୍ଦ୍ର ସରକାର ବନ୍ୟାରୁ ମୁକ୍ତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁରଖିଛନ୍ତି ।  ଏଥିସହ ସାଧାରଣ ଜନତା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଅନେକ ସାମାଜିକ, ଧାର୍ମିକ ଓ ସ୍ୱୟଂସେବୀ ସଂସ୍ଥା ସମୂହ ଜୀବନକୁ ବାଜି ଲଗାଇ କାମରେ ଲାଗିଛନ୍ତି । ଏ ସମସ୍ତଙ୍କର ଚେଷ୍ଟା ବାସ୍ତବରେ ପ୍ରସଂଶନୀୟ ।
 କିନ୍ତୁ ସଙ୍କଟ ଏବେ ବି ଟଳିନାହିଁ, ସାଧନ ସୀମିତ ଅଛି । ଏହି ଅବସରରେ  ଦେଶର ସମସ୍ତ ଧାର୍ମିକ, ସାମାଜିକ ସେବା ଅନୁଷ୍ଠାନ ସହ ସାଧାରଣ ଜନତା ଏ ପ୍ରକାର ସଂଙ୍କଟ ସମୟରେ କେରଳ ବାସୀଙ୍କୁ ସହାୟତା କରନ୍ତୁ ଓ ସହଯୋଗ ପାଇଁ ହାତ ବଢାନ୍ତୁ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଶ୍ରୀ ସୁରେଶ ଭାୟାଜୀ ଯୋଷୀ ସମସ୍ତଙ୍କୁ ନେବଦନ କରିଥିଲେ । ଯାହା ଫଳରେ  କେରଳରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେବା ଭାରତୀ ଦ୍ୱାରା କରାଯାଇଥିବା ପ୍ରୟାସ ସହିତ ସଂପୂର୍ଣ୍ଣ ଦେଶ ଛିଡା ହୋଇଛି । କେରଳରେ ଚାଲିଥିବା ସେବା ଭାରତୀ ସହାୟତା କାର୍ଯ୍ୟରେ ୧.୨୦ଲକ୍ଷ କାର୍ଯ୍ୟକର୍ତ୍ତା ଲାଗିଛନ୍ତି । ୩୦୦ଟି ସହାୟତା ଶିବିର ଖୋଲାଯାଇଛି ଏବଂ ୨୫୦ଟି ଚିକିତ୍ସା ଶିବିର ଜରିଆରେ ସେବା ପ୍ରଦାନ କରାଯାଉଛି । ଉଦ୍ଧାର କାର୍ଯ୍ୟରେ ୩୫୦ଟି ନୌକା ନିୟୋଜିତ ହୋଇଛି । କେରଳର ୭୫,୬୦୦ ଲୋକଙ୍କୁ ଉଦ୍ଧାର କରାଯାଇ ଶିବିରମାନଙ୍କରେ ପହଁଚା ଯାଇଛି । ବର୍ତ୍ତମାନ ସୁଦ୍ଧା ୨୦୦୦ଟନ୍ ଖାଦ୍ୟ ବଂଟନ କରାଯାଇଛି । ସେପ୍ଟେମ୍ବର ୧ ତାରିଖ ଦିନ ୨ଲକ୍ଷ ସ୍ୱୟଂସେବକ ଏବଂ ସମାଜ ବନ୍ଧୁ ବ୍ୟାପକ ସ୍ୱଚ୍ଛତା-ପରିଚ୍ଛନତା ଅଭିଯାନରେ ସାମିଲ ହୋଇଛନ୍ତି  । 
ଯେଉଁ ସ୍ଥାନରେ କେହି ପହଂଚି ପାରୁନାହାଁନ୍ତି ସେହି ସ୍ଥାନରେ ଆଗେ ସ୍ୱୟଂସେବକମାନେ ପହଂଚି ପୀଡିତମାନଙ୍କୁ ଯଥା ସମ୍ଭବ ସହଯୋଗ କରୁଛନ୍ତି ଏବଂ ଏ ସମୟରେ ଯେଉଁ କଷ୍ଟ ହେଉଛି ସେସବୁକୁ ସାହସର ସାମନା କରୁଛନ୍ତି । କର୍ତବ୍ୟ ପରାୟଣ  ଭାବେ ଯୁବ ସ୍ୱୟଂସେବକମାନେ ସୈନିକ, ସରକାରୀ କର୍ମଚରୀଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଚୁପଚାପ କାମରେ ଲାଗି ଯାଉଛନ୍ତି । ସ୍ୱୟଂସେବକମାନେ ଯେଉଁ ସ୍ଥାନରେ ସେବାକାମ କରୁଛନ୍ତି ସେସବୁ ସ୍ଥାନମାନଙ୍କରେ ତାଙ୍କୁ ପ୍ରବଳ ବିରୋଧ କରାଯାଉଥିଲା ।  ପ୍ରଚଣ୍ଡ ବିରୋଧୀ ଏବଂ ଶତ୍ରୁ ମଧ୍ୟ ଅଟନ୍ତି । ସେହି ସାମ୍ୟବାଦୀ ତତ୍ୱମାନେ ସ୍ୱୟଂସେବକମାନଙ୍କୁ ଦିନ ଦ୍ୱିପହରରେ ଖୋଲା ରସ୍ତାରେ କାଟି ପିଙ୍ଗି ଦେଇଛନ୍ତି । ସେହି ଦୁର୍ଗମ ଓ ବିପଦପୂର୍ଣ୍ଣ ସ୍ଥାନମାନଙ୍କରେ ପହଂଚି ଦିନ ରାତି ଏକ କରି ସ୍ୱୟଂସେବକମାନେ ସେମାନଙ୍କୁ ସହାୟତା କରୁଛନ୍ତି । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବିଜେପି,  କଂଗ୍ରେସ, କମ୍ୟୁନିଷ୍ଟ ଆଦି କୌଣସି ଭେଦଭାବ ମନରେ ନଆଣି ବାଛ ବିଚାର ନକରି ସମସ୍ତଙ୍କର ସେବା କରୁଛନ୍ତି । ସ୍ୱୟଂସେବକମାନେ ବନ୍ୟା ପୀଡିତଙ୍କ ସେବା ପାଇଁ କେହି ଆସିବା ପୂର୍ବରୁ ଆଗରୁ ପହଁଚିଛନ୍ତି ଏବଂ ଏବେ ସମସ୍ତେ ଚାଲିଗଲା ପରେ ବି ସେମାନେ ଥଇଥାନ କାମରେ ଲାଗିଛନ୍ତି ।

Comments