ବିଦ୍ୟାଳୟ ପାଠ୍ୟକ୍ରମରେ "ଯୋଗ ଶିକ୍ଷାର' ଆବଶ୍ୟକତା ଅତ୍ୟନ୍ତ ଜରୁରୀ


ବିଜୟ କୁମାର ପୁଷ୍ଟ
"ବସୁଧୈବ କୁଟୁମ୍ବକମ୍' - ଏ ସାରା ବିଶ୍ୱ ହେଉଛି ଗୋଟିଏ ପରିବାର । ଯୋଗ ଏହା ହିଁ ଶିକ୍ଷା ଦିଏ - ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ପରିଭାଷା । ଯୁଗେ ଯୁଗେ ପୁଣ୍ୟଭୂମି ଭାରତ ଏକ ଯୋଗଭୂମି ରୂପେ ପରିଚିତ । ଯେଉଁଠି ଯୋଗ ଥାଏ - ସେଇଠି ରୋଗ ନଥାଏ । ଶରୀର ମଧ୍ୟରେ ଥିବା ଅନ୍ତର୍ମନକୁ ସୁନିୟନ୍ତ୍ରଣ କରି, ଶରୀରକୁ ସୁସ୍ଥ ତଥା ନିରାମୟ ପ୍ରଦାନ କରେ ଯୋଗ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ମାନବ ସମାଜର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶର ଏକ ଅମୋଘ ଅସ୍ତ୍ର ହେଉଛି ଯୋଗ । ଆଜି ଯୁବପିଢ଼ି ଅଶାନ୍ତି, ବିଶୃଙ୍ଖଳା ଏବଂ ଅରାଜକତା ମଧ୍ୟରେ ବୁଡ଼ି ରହିଛି । ଉପଯୁକ୍ତ ଶିକ୍ଷା ଗ୍ରହଣରେ ଆଗ୍ରହ ନାହିଁ । ଜୀବନ ଶୈଳୀ ବିଶୃଙ୍ଖଳିତ । ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି । ପିତାମାତାଙ୍କ ପ୍ରତି ଭକ୍ତି ନାହିଁ - ଗୁରୁଙ୍କ ପ୍ରତି ସମ୍ମାନ ନାହିଁ । ଅବଶ୍ୟ ଏଥିପାଇଁ ଯୁବ ସମାଜ ସଂପୂର୍ଣ୍ଣ ଦାୟୀ ନୁହେଁ । ଏଭଳି ଆଧୁନିକ ଯୁବ ସମାଜକୁ ଉଜ୍ଜିବୀତ କରିବା ପାଇଁ ଆମର ପ୍ରଚଳିତ ଶିକ୍ଷା ପଦ୍ଧତି ଯଥେଷ୍ଟ ନୁହେଁ । ଗୋଟିଏ ପାଖେ ଜୀବନ ଜୀବିକା ପାଇଁ ଆମେ ଅବିଦ୍ୟାକୁ ଆପଣେଇ ନେଇଛୁ ସତ, ବିଜୟ କୁମାର ପୁଷ୍ଟି କିନ୍ତୁ ତା'ସହିତ ପ୍ରକୃତ ବିଦ୍ୟା - ଆତ୍ମିକ ବିଦ୍ୟାକୁ ଭୁଲି ଯାଉଛୁ । ଏହାର ଏକମାତ୍ର ସହଜ, ସରଳ ଏବଂ ସୁଲଭ ମାର୍ଗ ହେଉଛି, ଯୋଗ ସାଧନା ବିଦ୍ୟା ଯାହାକି ଛାତ୍ର ଜୀବନକୁ ଶୃଙ୍ଖଳିତ କରିବା ସହ ଦିବ୍ୟଚେତନାରେ ଉଦ୍ବୁଦ୍ଧ କରିଦିଏ । ତେଣୁ ଆଜି ସେ ସମୟ ଉପନୀତ ପ୍ରାୟ - ପ୍ରତ୍ୟେକ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ଯୋଗଶିକ୍ଷାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ଫଳରେ ଯୋଗଶିକ୍ଷା ମାଧ୍ୟମରେ ଏକ ଶୃଙ୍ଖଳିତ ଛାତ୍ରସମାଜ ଗଢ଼ି ଉଠି ଆମ ସୁନାର ଦେଶ ସର୍ବଶ୍ରେଷ୍ଠ ହୋଇପାରନ୍ତା । ଉ ମ ନାଗରିକ ସୃଷ୍ଟି ହୋଇ ଦେଶର ଶାସନତନ୍ତ୍ର ଶୃଙ୍ଖଳିତ ହୋଇପାରନ୍ତା । ଆଜିର ଯୁବଗୋଷ୍ଠୀ ହିଁ ଆସନ୍ତାକାଲିର ଭବିଷ୍ୟତ । ଏ ଯୋଗ ସାଧନା କ'ଣ ସତରେ ଜଣେ ଛାତ୍ରର ଅନ୍ତର୍ମନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରିବ? ଏଥିରେ ସନ୍ଦେହର ଅବକାଶ ନାହିଁ । "ଯୋଗସଃ କୁରୁ କର୍ମାଣି ସଙ୍ଗ ତ୍ୟକ୍ତ୍ୱା ଧନଞ୍ଜୟ, ସିଦ୍ଧ୍ୟ ସିଦେ୍ଧ୍ୟା ସମୋ କୃତ୍ୱା ସମତ୍ୱଂ ଯୋଗ ଉଚ୍ୟତେ ।' ।୪୮ । ଗୀତାର ଦ୍ୱିତୀୟ ଅଧ୍ୟାୟରେ ଶ୍ରୀକୃଷ୍ଣ କହୁଛନ୍ତି - ହେ ଅର୍ଜ୍ଜୁନ! ଭଗବାନଙ୍କୁ ଏକନିଷ୍ଠ ହୋଇ ଫଳ ଆଶା ନକରି ଭଲମନ୍ଦକୁ ସମାନ ଦୃଷ୍ଟିରେ ଦେଖି କାର୍ଯ୍ୟ କରିବା ହିଁ "ଯୋଗ' । ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ - ଆଜିର ଯୁବପିଢ଼ି ପ୍ରତ୍ୟହ ଯୋଗାଭ୍ୟାସ କରି ମାଂସପେଶୀକୁ ଲୌହ ଭଳି ଶକ୍ତିଶାଳୀ ଏବଂ ଶିରାପ୍ରଶିରାକୁ ଷ୍ଟିଲ ଭଳି କର । ନଚେତ୍ ଯୁବଶକ୍ତି କ୍ଷୁର୍ଣ୍ଣ ହୋଇଯିବ । ଯୋଗର ଲକ୍ଷ୍ୟ କ'ଣ? ଶାରୀରିକ ସନ୍ତୁଳିତ ବ୍ୟାୟାମ ସହ ପ୍ରାଣ ବାୟୁକୁ ନିୟନ୍ତ୍ରଣ କରି ସଦ୍ଗୁଣର ବିକାଶ କରିବା ପ୍ରକ୍ରିୟା ହେଉଛି ଯୋଗ ସାଧନା । ବିଶେଷତଃ ଛାତ୍ରାବସ୍ଥାରୁ ଏଭଳି ଯୋଗ ସାଧନା ଦ୍ୱାରା ସେ ସୁସ୍ଥ, ସବଳ, ଶାନ୍ତ, ସ୍ଥିର, ନମ୍ର, ବିଚାରବନ୍ତ ଏବଂ ଧୈର୍ଯ୍ୟଶୀଳ ହୋଇଥାଏ । ପାଠପଢ଼ାରେ ନିମଗ୍ନ ରହିବା ସହ ସଦାଚାରି ହୋଇ ଜଣେ ଶୃଙ୍ଖଳିତ ବିଦ୍ୟାର୍ଥୀ ଭାବରେ ସମାଜରେ ପୂଜା ପାଏ । ଗୋଟିଏ ସୁସ୍ଥ ଶରୀର ହିଁ ସୁସ୍ଥ ମନକୁ ତିଆରି କରେ । ମନ ନିୟନ୍ତ୍ରଣ ରହିଲେ ଉ ମ କର୍ମ, ବିଚାର ଓ ଆଚାରରେ ଶୁଦ୍ଧତା ଆସେ । ଶେଷରେ ଜୀବନରେ ଆନନ୍ଦ ପ୍ରାପ୍ତି ହୋଇଥାଏ । ଶରୀରକୁ ସ୍ଥିର ରଖି ଅବିଚଳିତ ଭାବରେ ଶ୍ୱାସ ନିୟନ୍ତ୍ରଣ କରି ଦୀର୍ଘ ସମୟ ବସି ବିଭିନ୍ନ ବ୍ୟାୟାମ କରିବା ହିଁ ଆସନ । ସ୍ଥିରଂ ସୁଖଂ ଆସନଂ । ଏଥିସହିତ ପ୍ରାଣଶକ୍ତିକୁ ନିୟନ୍ତ୍ରଣ କରି ସ୍ୱାଭାବିକ ଭାବରେ ଶ୍ୱାସପ୍ରଶ୍ୱାସର ଗତି କରାଇବା ହିଁ ପ୍ରାଣାୟାମ । ଏହାଦ୍ୱାରା ସର୍ବରୋଗରୁ ମୁକ୍ତି ମିଳିଥାଏ । ସାତବର୍ଷ ବୟସରୁ ଯୋଗଶିକ୍ଷା କରିବା ଉଚିତ । ପିଲାମାନେ ଯାହା ଦେଖନ୍ତି ତାହା ଶିଖନ୍ତି ଏବଂ ନିଜେ ଅଭ୍ୟାସ କରନ୍ତି । କୋମଳମତି ପିଲାମାନଙ୍କ ହାଡ଼, ମାଂସପେଶୀ, ଗ୍ରନ୍ଥି, ଶିରାପ୍ରଶିରା, ସ୍ନାୟୁ ଅଧିକ ଦୃଢ଼ ଓ ନମନୀୟ ହୋଇଥାଏ । ସେମାନଙ୍କର ପ୍ରକୃତ ଜ୍ଞାନ ହେବାରେ ସେମାନେ ଅଷ୍ଟାଙ୍ଗଯୋଗ - ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧିର ଅଭ୍ୟାସ କରିବା ଉଚିତ । ଏହି ସାଧନା ବଳରେ ସେମାନେ ସୁନାଗରିକ ହୋଇ ପରିବାର, ସମାଜ ତଥା ଦେଶକୁ ଆଲୋକିତ କରିପାରିବେ । ଆସନର ଉପକାରିତା ବହୁ ମାତ୍ରାରେ ରହିଛି । ଶୀର୍ଷାସନ ଦ୍ୱାରା ବୀର୍ଯ୍ୟବାନ ହୋଇ ପ୍ରଖର ମେଧାଶକ୍ତି ଓ ସ୍ମୃତିଶକ୍ତିର ଅଧିକାରୀ ହୋଇପାରିବ । ମଣ୍ଡୁକାସନ ଦ୍ୱାରା ଗୋଡ଼ ଗୋଇଠି ସବଳ ହେବା ସହ ଫୁସ୍ଫୁସ୍ ସକ୍ରିୟ ହୁଏ । ଭୃଜଙ୍ଗାସନ ଦ୍ୱାରା ମେରୁଦଣ୍ଡ ସୁସ୍ଥସବଳ ଏବଂ ନମନୀୟ ହୁଏ, ମୟୁରାସନ ଦ୍ୱାରା ପେଟଗୋଳମାଳ ଦୂର ହେବା ସହ ମଧୁମେହ ନିୟନ୍ତ୍ରଣ ହୁଏ । ଗରୁଡ଼ାସନ ଦ୍ୱାରା ମନର ଏକାଗ୍ରତା ବୃଦ୍ଧି ପାଏ । ସବୁଠୁ ଶ୍ରେଷ୍ଠ ଆସନ ହେଲା ସୂର୍ଯ୍ୟ ନମସ୍କାର । ସୂର୍ଯ୍ୟଦେବତାଙ୍କୁ ପ୍ରଣାମ ଜଣାଇବା ସହ ଶରୀରର ସର୍ବାଙ୍ଗ ଉନ୍ନତି ଘଟିଥାଏ । ଏହା ନିଶ୍ଚିତଭାବେ କୁହାଯାଇପାରେ ଯେ ଏହି ଯୋଗାଭ୍ୟାସ ଦ୍ୱାରା ଛାତ୍ର ସମାଜ ଦେଶର ଶୃଙ୍ଖଳିତ ସୁନାଗରିକ ହୋଇପାରିବେ - ଏଥିରେ ସନ୍ଦେହ ନାହିଁ । ଅତିବ ସୁଖର କଥା, ବ ର୍ମାନ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ଯୋଜନା ଅନୁଯାୟୀ ଆଗାମୀ ବର୍ଷ ବିଦ୍ୟାଳୟର ପାଠ୍ୟକ୍ରମରେ ଯୋଗ ସାଧନାକୁ ସ୍ଥାନିତ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଗତବର୍ଷ ବିଶ୍ୱରେ ୧୭୭ଟି ଦେଶରେ ପାଳିତ ହେଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ - ଆଜି ୨୦୦ଟି ଦେଶରେ ପାଳିତ ହେଉଛି । ଏହା ଭାରତ ପାଇଁ ଏକ ଗୌରବର ବିଷୟ । ଜୟ ହିନ୍ଦ । ସଂପାଦକ, ନିରାମୟ, 

Comments