ଅଂଶୁମାନ ମହାରଣା
ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହେବା ପରେ ସମଗ୍ର ଭାରତବର୍ଷ ଆଧୁନିକ ତଥା ବିକଶିତ ଦେଶ ଭାବରେ ପୁନଃନିର୍ମାଣ କରିବା ସ୍ୱପ୍ନ ଦେଖି ଆସୁଥିଲା, ସେହି ସମୟରେ କିଛି ଛାତ୍ର, ଯୁବକ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆଗେଇ ଆସିଥିଲେ ଭାରତବର୍ଷର ହଜାର ହଜାର ବର୍ଷର ଗୌରବଶାଳୀ, ବୈଭବଶାଳୀ, ପରମ୍ପରା ଆଧାରରେ । ରାଷ୍ଟ୍ରୀୟ ପୁନଃନିର୍ମାଣର ମୂଳଦୂଆ ସ୍ଥାପନ କରାଗଲା ମହାବିଦ୍ୟାଳୟ/ବିଶ୍ୱବିଦ୍ୟାଳୟ ପରିସରରୁ । ଏହି ଗତିବିଧି ଗୁଡ଼ିକର ଦେଶବ୍ୟାପୀ ଖୋଲାମଂଚ ୯ ଜୁଲାଇ ୧୯୪୯ ମସିହାରେ ପିକୃତ ହୋଇ ଜନ୍ମ ନେଲା ଏକ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ନାମରେ । ଛାତ୍ରମାନଙ୍କ ଦ୍ୱାରା ଛାତ୍ର, ସମାଜ, ଦେଶ ପାଇଁ ଆରମ୍ଭ ହୋଇଥିବା ଏହି ସଂଗଠନ ଆଜି ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଭାବରେ ପରିଗଣିତ ହେଉଛି । ସ୍ଥାପନା କାଳରୁ ହିଁ ରାଷ୍ଟ୍ରବାଦୀ ସଂଗଠନ ଭାବେ ଉଭା ହୋଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମ୍ବିଧାନ ପ୍ରଣୟନ ସଭା ଆଗରେ ୩ଟି ଦାବି ରଖିଥିଲା । ଦେଶର ନାମ ଭାରତ ହେଉ, ଇଂରାଜୀ ବଦଳରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯିବା ସହ ହିନ୍ଦୀ ରାଷ୍ଟ୍ରଭାଷା ହେଉ ଏବଂ ବନ୍ଦେ ମାତରମ କୁ ରାଷ୍ଟ୍ରୀୟ ସଂଗୀତର ମାନ୍ୟତା ଦିଆଯାଉ । ବିଦ୍ୟାର୍ଥୀ ପରିଷଦର ଦୁଇଟି ଦାବି କ୍ରମେ ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ମିଳିବା ସହ ବନ୍ଦେ ମାତରମ କୁ ରାଷ୍ଟ୍ରୀୟ ସଂଗୀତର ମାନ୍ୟତା ଦିଆଗଲା । ପରନ୍ତୁ ସେହି ସମୟରେ ଆମଦେଶର ନେତୃତ୍ୱବର୍ଗ ତଥା ପ୍ରବୁଦ୍ଧ ବ୍ୟକ୍ତିବିଶେଷଙ୍କୁ ଇଂରେଜ ବିଚାର କବଜା କରିନେଇଥିବା ହେତୁ ସମଝୋତା ସୁତ୍ରରେ ଦେଶର ନାମ ଓଦ୍ଭୟସବ ଗ୍ଧଷବଗ୍ଧ ସଗ୍ଦ ଈଷବକ୍ସବଗ୍ଧ ବୋଲି ଲେଖାଗଲା । ଛାତ୍ରମାନଙ୍କ ଭୂମିକାକୁ ନେଇ ଯେବେ ଦେଶ ସ୍ୱାଧୀନ ହେବା ପରେ କଳଙ୍କିତ କରିବାକୁ ପ୍ରୟାସ କରାଯାଉଥିଲା, ସେହି ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରମାନଙ୍କୁ ରଚନାତ୍ମକ କାର୍ଯ୍ୟରେ ନିୟୋଜିତ କରିବା ସହ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ପ୍ରମାଣିତ କରିଦେଇଥିଲା ଛାତ୍ର ଶକ୍ତି ହିଁ ରାଷ୍ଟ୍ର ଶକ୍ତି । ବିଦ୍ୟାର୍ଥୀ ପରିଷଦ ର ଏହି ନାରାକୁ ଆଜି ଅନ୍ୟାନ୍ୟ ଛାତ୍ର ସଂଗଠନ ମାନେ ମଧ୍ୟ ଗ୍ରହଣ କରିନେଇଛନ୍ତି । ଦେଶ ସ୍ୱାଧୀନତା ହାସଲ କରିବା ପରେ ସମସ୍ତେ ଯେତେବେଳେ କହୁଥିଲେ ଛାତ୍ରର କାମ କେବଳ ପାଠ ପଢିବା, ସେତେବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ହିଁ ରାଷ୍ଟ୍ର ପାଇଁ ଛାତ୍ରର କର୍ତବ୍ୟ ସମ୍ପର୍କରେ ଛାତ୍ରସମାଜକୁ ସଚେତନ କରାଇଛି । ସମଗ୍ର ଛାତ୍ରସମାଜକୁ ପ୍ରତି ଆହ୍ୱାନ ଦେଇ ବିଦ୍ୟାର୍ଥୀ ପରିଷଦ କହିଛି ଛାତ୍ର ଭବିଷ୍ୟତର ନୁହେଁ ଆଜିର ନାଗରିକ । ଏହି ଧାରାରେ ଛାତ୍ରଟିଏ ସଚେତନ ହୋଇଛି ଦେଶ ପାଇଁ ଛାତ୍ରର ଭୂମିକା ସମ୍ପର୍କରେ । ଛାତ୍ର ସଂଗଠନ ହୋଇଥିବା କାରଣରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବାକୁ ନିଜର ପ୍ରାଥମିକ କାର୍ଯ୍ୟ ଭାବରେ ଗ୍ରହଣ କରିଆସିଛି । କାରଣ ବିଦ୍ୟାର୍ଥୀ ପରିଷଦ ମନେକରେ ଯୁଗୋପଯୋଗୀ ଓ ଶିକ୍ଷାର ଭାରତୀୟ କରଣ ହେଉଛି ଆଜିର ଆବଶ୍ୟକତା । ସାଧାରଣ ଛାତ୍ର ଠାରୁ ଆରମ୍ଭ କରି ସମଗ୍ର ଛାତ୍ରସମାଜର ପ୍ରତ୍ୟେକଟି ସମସ୍ୟା ସମାଧାନ ପ୍ରଚେଷ୍ଟା କରିଆସିଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସର୍ବଦା ଏକ ଶିକ୍ଷା ପରିବାରର କଳ୍ପନା କରିଆସିଛି । ଏକ ସୁସଂଗଠିତ ତଥା ବ୍ୟବସ୍ଥିତ କ୍ୟାମ୍ପସ ପାଇଁ ବିଦ୍ୟାର୍ଥୀ ପରିଷଦ ସଦା ସର୍ବଦା ତତ୍ପର । ଯେଉଁଥିରେ ନା ଥିବ ର୍ୟାଗିଂ ଭଳି ହୀନ ମାନସିକତା, ନା ଥିବ ପୁସ୍ତକାଳୟ, ପାର୍କିଂ, ଶ୍ରେଣୀଗୃହ, ଅଧ୍ୟାପକ ସମସ୍ୟା, ନା ଥିବ ଅଣଛାତ୍ର ପ୍ରବେଶ । ଶିକ୍ଷା ଜୀବନ ପାଇଁ, ଜୀବନ ରାଷ୍ଟ୍ର ପାଇଁ ଏହି ମନ୍ତ୍ରରେ ଦୀକ୍ଷିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଚାହେଁ ଏକ ସୁସ୍ଥ ମାନସିକତାର ଛାତ୍ରସମାଜ । ସ୍ୱାଧୀନତା ପରେ ସମସ୍ତଙ୍କୁ ନିଶୁଳ୍କ ଶିକ୍ଷା ଓ କମ୍ ଶୁଳ୍କରେ ଶିକ୍ଷା ପରିବର୍ତେ ଶିକ୍ଷା ଶୁଳ୍କକୁ ଦ୍ୱିଗୁଣିତ କରିଦିଆଗଲା, ଏହା ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନେତୃତ୍ୱ ବିଦ୍ୟାର୍ଥୀ ପରିଷଦ ନେବା ପରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଆନ୍ଦୋଳନ ସଫଳ ହୋଇଥିଲା । ଶିକ୍ଷାର ବ୍ୟବସାୟୀକରଣକୁ ବିରୋଧ କରିବା, ପରିସର ବଂଚାଅ ଆନ୍ଦୋଳନ, ଶିକ୍ଷା ପରିବର୍ତନ ପାଇଁ ପ୍ରଚେଷ୍ଟା, ଶିକ୍ଷା ପରିସରରେ ଦେଶବିରୋଧୀଙ୍କ ମୁକାବିଲା ଭଳି ପ୍ରମୁଖ ଆନ୍ଦୋଳନରେ ବିଦ୍ୟାର୍ଥୀ ପରିଷଦ ଛାତ୍ରସମାଜର ସ୍ୱରକୁ ଶାଣିତ କରିଛି । କେବଳ ଭାରତକୁ ଛୋଟକରି ଦେଖାଇବାକୁ ଯାଇ ପାକିସ୍ଥାନ ଯେଉଁସବୁ ଭୁଲ କରିଆସିଛି ସେସବୁର ପରିଣତି ଏବେ ତାକୁ ଭୋଗିବାକୁ ହେଉଛି । ଚୀନକୁ ସାଥୀ କରି ବାରମ୍ବାର ଜାତିସଂଘର ଭିନ୍ନ ଭିନ୍ନ ସଂଗଠନର ବୈଠକଗୁଡିକରେ ଭାରତ ବିରୋଧରେ ଅଭିଯୋଗ ଆଣିବାକୁ ପାକ୍ ପକ୍ଷରୁ ପ୍ରୟାସ ଜାରି ରହିଛି । ନିକଟରେ ସେହିପରି ଚୀନର ସହାୟତାରେ ଭାରତରେ ମୁସଲିମଙ୍କ ଉପରେ ଅତ୍ୟାଚାର ହେବାର ଅଭିଯୋଗ ଉଠାଇବାରେ ଜର୍ମାନୀ ଏବଂ ଆମେରିକା ତାକୁ ଖାରଜ କରିବାରେ ଅଭିଯୋଗ କାଟ ଖାଇଯାଇଥିଲା । ଏବେ ସେମିତି ବୁହାନ ଭାଇରସ ସଂକ୍ରମଣ ଓ ବିଭିନ୍ନ ପଡୋଶୀ ରାଷ୍ଟ୍ରଗୁଡିକ ସହ ବିସ୍ତାରବାଦୀ ବିବାଦକୁ ନେଇ ଚୀନ ବିରୋଧରେ ସମଗ୍ର ପୃଥିବୀରେ ଅସନ୍ତୋଷ ସୃଷ୍ଟି ହେବା ବେଳେ ପାକିସ୍ଥାନ କୋଳଥମାଡରେ ବିରିଚୋପା ହେଲାପରି ଏକଘରିକିଆ ହେବା ଅବସ୍ଥାକୁ ଆସିଯାଇଛି । ଜାତିସଂଘର ଚାରି ବୃହତଶକ୍ତି ଆମେରିକା, ରୁଷିଆ, ବ୍ରିଟେନ ଓ ଫ୍ରାନ୍ସ ସମେତ ଇଉରୋପୀୟ ସଂଘ, ଜାପାନ, ଭାରତ, ଅଷ୍ଟ୍ରେଲିଆ ସମେତ ଅନେକଗୁଡିଏ ରାଷ୍ଟ୍ର ଚୀନକୁ ବିରୋଧ କରିବା ସହ ଆମେରିକା, ବ୍ରିଟେନ, ଭାରତର ଯୁଦ୍ଧଂ ଦେହୀ ଡାକରାକୁ ସମର୍ଥନ ଜଣାଇଛନ୍ତି । ଏପରିକି ଭାରତ ନିଜର ଉତ୍ତର ସୀମାନ୍ତରେ ଦୁଇଲକ୍ଷରୁ ଅଧିକ ସେନାଙ୍କୁ ମୁତୟନ କରିଛି । ତେବେ ଲଦ୍ଦାଖର ଗଲୱାନ ଘାଟୀରେ ଚୀନ ସେନା ଭାରତକୁ ଅଧିକ କ୍ଷତି ପହଞ୍ଚାଇବେ ବୋଲି ଧାରଣା ପାକ୍ ନେତାମାନଙ୍କ ମନରେ ରହିଥିଲା । କିନ୍ତୁ ଫଳ ଓଲଟା ହେବାପରେ ପାକ୍ ସରକାରଙ୍କ ମନରେ ଆତ୍ମରକ୍ଷା ନେଇ ଚିନ୍ତା ଖୁବ୍ ଅଧିକ ବଢିଯାଇଛି । ପାକିସ୍ଥାନର ଗଣମାଧ୍ୟମଠାରୁ ଆରମ୍ଭ କରି ମନ୍ତ୍ରୀମାନେ ଅତିଉତ୍ସାହରେ ଚୀନର ସମର୍ଥନରେ ବକ୍ତବ୍ୟମାନ ଦେଉଥିଲେ । କିନ୍ତୁ ଆମେରିକାର ତିିିିିିିିିିିିିିନୋଟି ବିମାନବାହୀ ଆଣବିକ ଯୁଦ୍ଧପୋତ ଭାରତ-ପ୍ରଶାନ୍ତ ମହାସାଗରରେ ପ୍ରବେଶ କରିବା ପରେ ପାକ୍ ନେତାଙ୍କ ଆଖିରୁ ନିଦ ହଜିଯାଇଛି । ଗୋଟିଏ ପଟେ କାଶ୍ମୀରକୁ କେନ୍ଦ୍ରକରି ପାକ୍ ସରକାର ଯେଉଁ ମାଲେସିଆ ଓ ତୁର୍କୀର ସମର୍ଥନ ହାସଲ କରିବାକୁ ଖୁସିରେ ଡିଆଁ ଡେଇଁ କରୁଥିଲେ ସେଥିରେ ଏବେ ଭଟ୍ଟା ପଡିଯାଇଛି । ମାଲେସିଆର ଭାରତ ବିରୋଧୀ ରାଷ୍ଟ୍ରପତି ମହାଥୀର ମହମ୍ମଦଙ୍କୁ ନିଜର କ୍ଷମତା ହରାଇବାକୁ ପଡିଲାବେଳେ ତୁର୍କୀ ସରକାର ଅନେକ କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି । ଯେଉଁ ସିପେକ୍ ଯୋଜନାକୁ ଯୁଗାନ୍ତକାରୀ ଏବଂ ପାକିସ୍ଥାନର ଭାଗ୍ୟ ପରିବର୍ତ୍ତନକାରୀ କୁହାଯାଉଥିଲା ତାହା ଏବେ ସଂକଟରେ ପଡିବାକୁ ଯାଉଛି । କାରଣ ବେଲୁଚିସ୍ତାନ ମାମଲା ଜାତିସଂଘରେ ଉଠିବା ସହ ଅନେକ ରାଷ୍ଟ୍ର ପାକ୍ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ଭାରତ ସରକାର ପାକ୍ ଅଧିକୃତ କାଶ୍ମୀରକୁ ନିଜ ହାତକୁ ନେବାପାଇଁ ସମସ୍ତ ପ୍ର୍ସ୍ତୁତି ଶେଷ କରିଥିବା ଜାଣିବାକୁ ପାଇ ଚୀନ ପକ୍ଷରୁ ଲଦ୍ଦାଖ ଏବଂ ଅରୁଣାଚଳ ସୀମାରେ ଯେଉଁ ଉତ୍ତେଜନା ସୃଷ୍ଟି କରାଯାଇଥିଲା ତାକୁ ଭାରତ ସମେତ ଅନେକ ରାଷ୍ଟ୍ର କଠୋର ସମାଲୋଚନା କରିଥିଲେ । ଚୀନକୁ ଚେକ୍ ଦେବାଲାଗି ବ୍ରିଟେନ ସୁଏଜ୍ କେନାଲକୁ ଚେକ୍ କଲାବେଳେ ଆମେରିକା, ଜାପାନ ଦକ୍ଷିଣ ଚୀନ ସାଗରରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଥିଲେ । ଭାରତ ଉପରେ କୌଣସି ପ୍ରକାର ଆକ୍ରମଣକୁ ଆମେରିକା ଉପରେ ଆକ୍ରମଣ ବୋଲି ସ୍ୱୀକାର କରିବାକୁ ହେବ ବୋଲି ଆମେରିକା ସୁରକ୍ଷା ସଚିବ ମାଇକ ପୋମ୍ପେଓ ଘୋଷଣା କଲାପରେ ପା୍କ୍ ସରକାର ଯେମିତି ଭାରତ ସହ ଯୁଦ୍ଧର ସ୍ୱପ୍ନ ଦେଖୁଥିଲେ ସେଥିରେ ଚନ୍ଦ୍ରଗ୍ରହଣ ଲାଗିଥିଲା । ପାକ୍ ସରକାରଙ୍କୁ ଏବେ ପଡୋଶୀ ରାଷ୍ଟ୍ର ଇରାନ ଉପରେ ଇସ୍ରାଏଲର ବୋମାମାଡ ଘଟଣା ଅଧିକ ଆଚଙ୍କିତ କରିଛି । ଏକାଧିକ ବୋମାମାଡ କରି ଇରାନର ଆଣବିକ କେନ୍ଦ୍ରକୁ ଇସ୍ରାଏଲ ଧ୍ୱଂସ କରିଥିବା କଥା କୁହାଯାଉଛି । ସମ୍ଭବତଃ କୈøଣସି ଏକ ଆରବ ରାଷ୍ଟ୍ରରେ ତେଲ ଭରିବାର ସୁଯୋଗ ପାଇ ଇସ୍ରାଏଲ ବାୟୁସେନା ଏହି ଆକ୍ରମଣ କରିଥିବା ନିଶ୍ଚିତ । ଇରାନର ଆମେରିକାକୁ ଧମକ ସତ୍ତ୍ୱେ ଇସ୍ରାଏଲର ବାୟୁସେନା ଆକ୍ରମଣ କରି ଚାଲିଯିବା ଘଟଣା ପଛରେ ଆମେରିକାର ସମର୍ଥନ ରହିଛି । ଯାହା ଆମେରିକା ଚାହିଁବା ସତ୍ତ୍ୱେ କରିପାରିନଥିଲା ତାହା ଇସ୍ରାଏଲ ସେନା ଆକସ୍ମିକ କରିଦେଇ ଆମେରିକା ସରକାରଙ୍କୁ ଚକିତ କରିଦେଇଛି । ଏହି ଘଟଣାରେ ପାକ୍ ଆତଙ୍କିତ ହେବାର କାରଣ ହେଲା ଇସ୍ରାଏଲ ହେଉଛି ପାକିସ୍ଥାନର ସବୁଠୁ ବଡ ଶତ୍ରୁରାଷ୍ଟ୍ର । ଇରାନ ଯେପରି ସନ୍ତ୍ରାସବାଦୀ ହିଜବୋଲ୍ଲା ଗୋଷ୍ଠୀଙ୍କୁ ଇସ୍ରାଏଲ ଉପରେ ବାରମ୍ବାର ଆକ୍ରମଣ ପାଇଁ ସହଯୋଗ କରି ଇସ୍ରାଏଲର ଶତ୍ରୁ ହୋଇଛି ସେମିତି ଇସ୍ରାଏଲକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ନ ଦେଇ ପାକିସ୍ଥାନ ଇସ୍ରାଏଲର ଟାର୍ଗେଟରେ ରହିଛି । ଭାରତରେ ଯୁଦ୍ଧ ପ୍ରସ୍ତୁତି ବେଳେ ପାକ୍ ଗଣମାଧ୍ୟମରେ ଇସ୍ରାଏଲ ସେନାଙ୍କ ଭାରତରେ ପ୍ରବେଶ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଭାରତ ଚୀନ ସମେତ ପାକ୍ ଉପରେ ଆକ୍ରମଣ ପାଇଁ ବାରାକ ରକେଟ ପ୍ରତିରୋଧକ ବ୍ୟବସ୍ଥା ଇସ୍ରାଏଲଠାରୁ ଆଣି ସୀମାରେ ମୁତୟନ କରାଯାଇଥିବା ଆଲୋଚନା ହେଉଛି । ଏଗୁଡିକ ଇସ୍ରାଏଲ ସେନା ବ୍ୟବହାର କରୁଥିଲେ ମଧ୍ୟ ସେଠାକାର ସରକାର ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଗୁଡିକୁ ଭାରତୀୟ ସେନାକୁ ନିଜ ସେନାହାତରୁ କାଢି ଦେଇଥିବା କଥା କୁହାଯାଉଛି । ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଇସ୍ରାଏଲ ସେନା ଭାରତର ସୀମାରେ ଉପସ୍ଥିତ ହେବା ନେଇ ପାକ୍ର ଆଶଙ୍କା ବଢିଛି । ପାକ୍ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ସେନା ପ୍ରସ୍ତୁତଥିବା ନେଇ ସେଠାକାର ସରକାର ଭାରତକୁ କହିଲେ ମଧ୍ୟ ଏପର୍ଯ୍ୟନ୍ତ ସେଥିପାଇଁ ସୁଯୋଗ ଦିଆଯାଇନାହିଁ । କିନ୍ତୁ ଇରାନ ଉପରେ ଆକ୍ରମଣ ପରେ ପରବର୍ତ୍ତୀ ଟାର୍ଗେଟରେ ପାକ୍ ରହିବ ବୋଲି କୁହାଯାଉଛି । ଏନେଇ ପାକିସ୍ଥାନର ଗଣମାଧ୍ୟମରେ ଆଲୋଚନାବେଳେ ଆଶଙ୍କା ପ୍ରକାଶ ପାଇଛି । ପାକିସ୍ଥାନ ବିରୋଧରେ ଇଉରୋପ ସଂଘରେ ଏକ ଅଭିଯୋଗ ଆସିଛି । ତା’ହେଲା ପାକିସ୍ଥାନରେ ପ୍ରଶିକ୍ଷିତ ପ୍ରାୟ ଅଠରହଜାର ସନ୍ତ୍ରାସବାଦୀ କୋସୋଭୋ ଦେଇ ଇଉରୋପର ଭିନ୍ନ ଭିନ୍ନ ଦେଶରେ ପ୍ରବେଶ କରିଛନ୍ତି । ଏହିସବୁ ସନ୍ତ୍ରାସବାଦୀ ସୁନ୍ନି ସଂପ୍ରଦାୟର ହୋଇଥିବା ହେତୁ ଏବଂ ଏମାନଙ୍କ ସଂପର୍କ ତାଲିବାନ, ଅଲକାୟଦା ପରି ଗୋଷ୍ଠୀ ସହ ଥିବାରୁ ଆଗାମୀ ଦିନରେ ଆଫଗାନିସ୍ଥାନପରି ପ୍ରଚଣ୍ଡ ଆତ୍ମଘାତୀ ଆକ୍ରମଣ ହେବାର ଆଶଙ୍କା ପ୍ରକାଶ ପାଇଛି । ଏହି ଅଭିଯୋଗ ଆସିବା ପରେ ଆଗାମୀ ଦିନରେ ଏଫ୍ଏଟିଏଫ୍ର କଟକଣା ପାକ୍ ବିରୋଧରେ ଅଧିକ କଠିନ ହେବା ସ୍ପଷ୍ଟ ହୋଇଛି । ଭାରତ ବିରୋଧରେ ଗତ ସତୁରୀ ବର୍ଷରୁ ଅଧିକ କାଳ ଧରି ପାକ୍ ଖେଳି ଆସୁଥିବା କାଶ୍ମିର କାର୍ଡ ହାତରୁ ଖସିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ଗତବର୍ଷ ଅଗଷ୍ଟ ମାସଠାରୁ ଧାରା ୩୭୦ ହଟାଯିବା ପରେ ଯେମିତି ଅଧିକ ହିଂସାକାଣ୍ଡ ସୃଷ୍ଟି ହେବ ବୋଲି ପାକ୍ କର୍ତ୍ତୃପକ୍ଷ ଆଶା କରୁଥିଲେ ତାହା ହେଲାନାହିଁ । କାଶ୍ମୀରର ସ୍ଥାନୀୟ ନେତାମାନେ ଏବେ ନିହାତି ଅସହାୟ ହୋଇପଡିଛନ୍ତି । ସୁରକ୍ଷାକର୍ମୀମାନଙ୍କର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁ ସନ୍ତ୍ରାସବାଦୀମାନେ କାର୍ଯ୍ୟକରିବା ଏକପ୍ରକାର କଷ୍ଟକର ହୋଇପଡିଲାଣି । ଯେଉଁମାନେ ମୁଣ୍ଡ ଟେକିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ବାଛି ବାଛି ସଫା କରାଯାଉଛି । ସୀମାରେ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରିମଧ୍ୟ ପାକ୍ କର୍ତ୍ତୃପକ୍ଷ ଅଧିକ ସଫଳତା ପାଇପାରୁ ନାହାନ୍ତି । ଦେଶ ଭିତରେ କୋରୋନା ଏବଂ ପଙ୍ଗପାଳଙ୍କ ଆକ୍ରମଣର ସମ୍ମୁଖୀନ ହେବା କ୍ଷେତ୍ରରେ ଇମରାନ ଖାଁଙ୍କ ସରକାର ଏକପ୍ରକାର ବିଫଳ ହୋଇଛି । ସେଥିପାଇଁ ଏକଲକ୍ଷ ବତକସେନା ଚୀନଠାରୁ ପାକିସ୍ଥାନ ଆସିଥିବା କୁହାଯାଉଛି । କରାଚୀ ଷ୍ଟକ ଏକ୍ସଚେଞ୍ଜରେ ବଲୁଚ ଲଢୁଆଙ୍କ ଆକ୍ରମଣ ସରକାରଙ୍କୁ ଏକପ୍ରକାର ଜବରଦସ୍ତ ଧକ୍କା ଦେଇଛି । ପୂର୍ବରୁ ସେନାଦଳକୁ ଆଇଡି ବିସ୍ଫୋରଣରେ ବଲୁଚିସ୍ଥାନରେ ଉଡାଇବାପରେ ଏବେ କରାଚୀରେ ଆକ୍ରମଣ ହେବା ପାକ୍ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି । ଆର୍ôଥକ ଦୃଷ୍ଟିରୁ ଦେଖିଲେ ଦେଶ ଭିତରେ ଔଷଧଠାରୁ ପନିପରିବା ପର୍ଯ୍ୟନ୍ତ ଅନେକ ସାମଗ୍ରୀର ମୂଲ୍ୟ ଆଶାତୀତ ବୃଦ୍ଧିପାଇଛି । ବିଦେଶୀ ଋଣ ସୁଝିବାକୁ ସରକାରଙ୍କୁ ଋଣ କରିବାକୁ ପଡୁଛି । ଏକମାତ୍ର ଚୀନଋଣ ଦେଶପାଇଁ ଯାହା ସାହାଭରସା ହେଉଛି । ନିକଟରେ ପଡୋଶୀ ରାଷ୍ଟ୍ର ଆଫଗାନିସ୍ଥାନରେ ତାଲିବାନ ସରକାରକୁ କ୍ଷମତାକୁ ଆଣିବା ପାଇଁ ପାକ ସରକାର ଯେତେସବୁ ଯୋଜନା କରିଥିଲେ ତାହା ଏବେ ଫଳବତୀ ହେବା ଜଣାପଡୁନାହିଁ । ତାଲିବାନ ଗୋଷ୍ଠୀ ଆତ୍ମଘାତୀ ଆକ୍ରମଣ ମାଧ୍ୟମରେ ଅସ୍ରଫ ଘନିଙ୍କ ସରକାରକୁ ଭୟଭୀତ କରିବାକୁ ଚେଷ୍ଟା କରି ସଫଳ ହୋଇନାହିଁ । ଅପରପକ୍ଷେ ଭାରତ ସରକାର ବାକିଥିବା ପ୍ରକଳ୍ପଗୁଡିକର କାର୍ଯ୍ୟ ଶେଷ କରିବାକୁ ଘନିଙ୍କ ସରକାର ସହ ବୁଝାମଣା କରିଛନ୍ତି । ଏହାଛଡା ଲଦ୍ଦାଖ ମାମଲାରେ ରୁଷିଆ ଚୀନକୁ ସମର୍ଥନ କରିବ ବୋଲି ପାକ ସରକାର ଆଶା କରିଥିଲେ ହେଁ ଭାରତ ଯୁଦ୍ଧବିମାନ କ୍ରୟ ଅର୍ଡର ରୁଷିଆକୁ ଦେଇ ସେହି ଧାରଣାକୁ ବଦଳାଇ ଦେଇଛି । ଚୀନ ସେନା ଭାରତଠାରୁ ଅଧିକ ଶକ୍ତିଶାଳୀ ବୋଲି ପାକ୍ କର୍ତ୍ତୃପକ୍ଷ ପ୍ରଚାର କରିଆସୁଥିଲେ ହେଁ ହାଭାର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଚୀନସେନା ତୁଳନାରେ ଭାରତର ସେନା ଅଧିକ ଶକ୍ତିଶାଳୀ ବୋଲି ଦର୍ଶାଯାଇଛି । ପାକ୍ ଗଣମାଧ୍ୟମରେ ଏହାକୁ କେନ୍ଦ୍ରକରି ଅଧିକ ଚର୍ଚ୍ଚା ଜୋର ଧରିଛି । ଗଲୱାନ ଘାଟୀରୁ ଚୀନ ସେନା ଏବେ ପଛକୁ ଫେରିବା ଏବଂ ନେପାଳ ପ୍ରଧାନମନ୍ତ୍ରୀ ଓଲି ଇମରାନଙ୍କ ଟେଲିଫୋନ ନଧରିବା ପାକ୍ ସରକାରଙ୍କୁ ଅଧିକ ଆଘାତ ଦେଇଛି । ପାକ୍ ବୈଦେଶିକ ବିଭାଗ ପକ୍ଷରୁ ଇମରାନଙ୍କ ସରକାରକୁ ଚେତାଇ ଦିଆଯାଇଛି ଯେ ପାକ୍ ସରକାର ଚୀନ ପାଇଁ ବିଶ୍ୱରେ ଏକଘରିକିଆ ହେବାର ଆଶଙ୍କା ରହିଛି । ତେଣେ ପାକ୍ ଅଧିକୃତ କାଶ୍ମୀର ନେତୃବୃନ୍ଦ ଭାରତ ସହ ମିଶିବା ପାଇଁ ଜାତିସଂଘରେ ଯୁକ୍ତି ବାଢିଛନ୍ତି, ଯାହା ପାକ୍ ସରକାରଙ୍କ ସମସ୍ୟାକୁ ଏବେ ଦ୍ୱିଗୁଣିତ କରିଛି । ଏସବୁ ସମସ୍ୟା ଯୋଗୁ ପାକ୍ ସରକାର ହରଡ଼ଘଣାରେ ପଡିଛନ୍ତି । ଭାରତୀୟ ସମ୍ବାଦ ସେବା (ଭାସ୍) ଭୁବନେଶ୍ୱର-୭୫୧୦୦୩ ସୌମେନ୍ଦ୍ର ଜେନା ସେତିକ ନୁହେଁ ଯୁବ ଆଦର୍ଶ ସ୍ୱାମୀ ବିବେକାନନ୍ଦ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ୍, ସାବରକରଙ୍କ ବିଚାରକୁ କ୍ୟାମ୍ପସ ପରିସରରେ ପହଂଚାଇ ଲକ୍ଷ ଲକ୍ଷ ବିଦ୍ୟାର୍ଥୀ ମାନଙ୍କ ମନରେ ସୃଷ୍ଟି କରିପାରିଛି ରାଷ୍ଟ୍ରଭକ୍ତିର ଜୁଆର । ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାର ଛାତ୍ରସଂସଦ ନିର୍ବାଚନ ସପକ୍ଷରେ ସର୍ବଦା ପକ୍ଷ ରଖିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଆଜି ଓଡ଼ିଶାରେ ପ୍ରତ୍ୟେକ କ୍ୟାମ୍ପସରେ ୟୁନିଫର୍ମର ବ୍ୟବସ୍ଥା ବିଦ୍ୟାର୍ଥୀ ପରିଷଦ ଦ୍ୱାରା କରାଯାଇଥିବା ଦାବିର ସୁପରିଣାମ । କେବଳ ଶିକ୍ଷା ପରିସରରେ ସୀମିତ ହୋଇଯାଇନି ଏବିଭିପି । ଭାରତବର୍ଷରେ ଯେଉଁଠି ଯେବେ ବି ତ୍ରିରଙ୍ଗାର ଅପମାନ ହୋଇଛି ସେଇଠି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଉଡ଼ାଇଛି ଜାତୀୟ ପତାକା । ନବେ ଦଶକରେ କାଶ୍ମୀରରେ ବିଦ୍ୟାର୍ଥୀ ପରିଷଦ ଉଡ଼ାଇଥିବା ତ୍ରିରଙ୍ଗା ପତାକା ଆଜି ବି ଫର ଫର ହୋଇ ଉଡ଼ୁଛି । ସତୁରୀ ଦଶକରେ ଆସାମ ଅନୁପ୍ରବେଶ ସମସ୍ୟା, ପଶ୍ଚିମବଙ୍ଗ ର ତିନିବିଘା ଅଂଚଳକୁ ବାଂଲାଦେଶକୁ ହସ୍ତାନ୍ତର କରିବା ପ୍ରତିବାଦରେ ଆନ୍ଦୋଳନ, ଚଲୋ ଚିକେନନେକ ଭଳି ଐତିହାସିକ ଆନ୍ଦୋଳନରେ ବିଦ୍ୟାର୍ଥୀ ପରିଷଦ କାଶ୍ମୀର ହୋ ୟା ଗୌହାଟୀ ଅପନା ଦେଶ ଅପନୀ ମାଟି ର ନାରାର ସାର୍ଥକତା ପ୍ରତିପାଦନ କରିଛି । ଗୋଅ ମୁକ୍ତି ଆନ୍ଦୋଳନ, ଆସାମ ବଂଚାଅ ଆନ୍ଦୋଳନ, ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ, ନର୍ମଦା ବଂଚାଅ ଅଭିଯାନ ପ୍ରଭୃତି ପ୍ରସଙ୍ଗରେ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତା ମାନେ ସାମିଲ ହୋଇଛନ୍ତି । ଦେଶବିରୋଧୀ କାର୍ଯ୍ୟକଳାପକୁ ସର୍ବଦା ବିରୋଧ କରି ଆସିଥିବା ଏବିଭିପି ର ବିବିଧତାରେ ଏକତା ଭାରତର ବିଶେଷତା ଏହି ନାରାକୁ ଆଜି ସମଗ୍ର ଭାରତବର୍ଷ ଗ୍ରହଣ କରିନେଇଛି । ରାଷ୍ଟ୍ରବାଦର ପ୍ରସାର କରୁଥିବା ଏହି ଛାତ୍ର ସଂଗଠନ ଜଡ଼ିତ ହୋଇଛି ନକ୍ସଲ ବିରୋଧୀ ସଂଗ୍ରାମରେ । ଜରୁରୀ କାଳୀନ ପରିସ୍ଥିତି ଭଳି ଦେଶର ଏହି ଦୁର୍ଦ୍ଦିନ ସମୟରେ ମଧ୍ୟ ପଛଘୁଂଚା ନ ଦେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତା ମାନେ କାରାଦଣ୍ଡ ଭୋଗିବା ସହ ସତ୍ୟାଗ୍ରହରେ ବି ସାମିଲ ହୋଇଛନ୍ତି । ଆଜି ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଭାବରେ ପରିଚିତ ହେଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ଯୋଡ଼ିହୋଇଛନ୍ତି ସ୍ନାତକ/ସ୍ନାତକୋତର ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ସମେତ ଇଂଜିନିୟରିଂ, ଡ଼ାକ୍ତରୀ, ଆଇନ, ବୈଷୟିକ, ସାମ୍ବାଦିକତା, ପ୍ରଯୁକ୍ତିବିଦ୍ୟା ପ୍ରମୁଖ ବିବିଧ ପାଠ୍ୟକ୍ରମର ଛାତ୍ରଛାତ୍ରୀ ବୃନ୍ଦ । ଏହି ଧାରାରେ ବିଦ୍ୟାର୍ଥୀ ପରିଷଦର ସଦସ୍ୟତା ଗ୍ରହଣ କରିଛନ୍ତି ବିଦେଶାଗତ ଅଣଭାରତୀୟ ଛାତ୍ର । ବିଭିନ୍ନ ଆୟାମ, ବିଭିନ୍ନ ଗତିବିଧି ଦେଇ କାର୍ଯ୍ୟ କରୁଥିବା ବିଶ୍ୱର ଏହି ସର୍ବବୃହତ ଛାତ୍ର ସଂଗଠନର ସଦସ୍ୟ ସଂଖ୍ୟା ଆଜି ୩୦ ଲକ୍ଷରୁ ଉର୍ଦ୍ଧ୍ୱ । ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟ କେବଳ ନିର୍ବାଚନ ପାଇଁ ନୁହେଁ ବରଂ ଆଗାମୀ ପିଢି ପାଇଁ । ସାରା ଭାରତବର୍ଷର ଏକମାତ୍ର ଛାତ୍ର ସଂଗଠନ ଭାବରେ ଏବିଭିପି ପ୍ରମାଣିତ କରିଦେଇ ପାରିଛି ଯେ ଦଳୀୟ ରାଜନୀତି ବା କ୍ଷମତାର ଅଂଶ ନହୋଇ ମଧ୍ୟ ରାଜନୀତିରେ ବା ସରକାର ଉପରେ ଅଙ୍କୁଶ ହୋଇପାରିବ । ଯାହାର ଉଦାହରଣ ସ୍ୱରୂପ ଜରୁରୀ କାଳୀନ ପରିସ୍ଥିତି ବିରୋଧରେ ଲୋକମାନ୍ୟ ଜୟପ୍ରକାଶ ଆନ୍ଦୋଳନ କୁ ନିଆଯାଇ ପାରେ । ଏହି ଐତିହାସିକ ଆନ୍ଦୋଳନର ଫଳସ୍ୱରୂପ ସମସ୍ତ ଛାତ୍ର ସଂଗଠନ ଓ ରାଜନୈତିକ ଦଳ ମିଶି ଜନତା ଦଳ ଗଠନ କରି ସରକାରରେ ଭାଗୀଦାର ହୋଇଥିଲେ ସୁଦ୍ଧା ବିଦ୍ୟାର୍ଥୀ ପରିଷଦ ନିଜକୁ କ୍ଷମତାରୁ ଦୂରେଇ ରଖି ରାଷ୍ଟ୍ରୀୟ ପୁନଃନିର୍ମାଣରେ ବ୍ୟସ୍ତ ରହି ସମାଜକୁ ସନ୍ଦେଶ ଦେଲା ଯେ ରାଜନୀତି ସବୁକିଛି ନୁହେଁ । ବ୍ୟକ୍ତି ନିର୍ମାଣ ମାଧ୍ୟମରେ ସମାଜର ପରିବର୍ତନ ଏହି ଧାରା ବିଶ୍ୱାସ ରଖୁଥିବା ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କୁ ଏକ ଛାତ୍ର ସଂଗଠନ ନ କହି ଏକ ଛାତ୍ର ଆନ୍ଦୋଳନ କହିଲେ ଠିକ ହେବ । କାରଣ ଯୁଗୋପଯୋଗୀ ପରିବର୍ତନ, ନୂଆ ନୂଆ ବିଚାର ତଥା ପ୍ରତିଦିନ ହଜାର ହଜାର କାର୍ଯ୍ୟକର୍ତାଙ୍କୁ ନିର୍ମାଣ କରି ଏକ ବୃହତ ଛାତ୍ର ଆନ୍ଦୋଳନରେ ପରିଣତ ହୋଇପାରିଛି । ଚଳିତ ବର୍ଷ ଜୁଲାଇ ୯ ତାରିଖକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଦାର୍ପଣ କରୁଛି ୭୨ ବର୍ଷରେ ଯିଏ ରାଷ୍ଟ୍ରୀୟ ପୁନଃନିର୍ମାଣର ପଣ ନେଇ ଆରମ୍ଭ ହୋଇଥିଲା ଏଇ ଛାତ୍ର ସଂଗଠନ । ତେବେ ସବୁ ପରେ ବି ଗୋଟିଏ କଥା ଇଈଠଚ ଶବ୍ଦଟି ପୂରା ନାମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ହେଁ ଲକ୍ଷ୍ୟରେ ଅପନା ଭାରତ କୋ ବିଶ୍ୱଗୁରୁ କୀ ପହଚାନ ଦିଲାଏଁ । ଏଥିରେ କୌଣସି ସନ୍ଦେହ ନାହିଁ ।
Comments
Post a Comment