ରାଷ୍ଟ୍ରୀୟ ଶିକ୍ଷାନୀତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ



ଶଶିକାନ୍ତ ମିଶ୍ର

କୁହାଯାଏ ଯେ ଯେତେବେଳେ କୌଣସି ଦେଶରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଚାହୁଁଛ ତେବେ ସେ ଦେଶର ଶିକ୍ଷାନୀତିକୁ ପରିବର୍ତ୍ତନ କରିବାକୁ ପଡ଼ିବ । ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟାଇ ଭାରତ ସରକାଙ୍କର ଇଉନିୟନ କ୍ୟାବିନେଟ ଦ୍ୱାରା ନୂତନ ଭାବେ ନ୍ତରାଷ୍ଟ୍ରୀୟ ଶିକ୍ଷାନୀତିନ୍ତକୁ ମୁରୀ ପ୍ରଦାନ କରାଯାଇଛି । ଏହି ଶିକ୍ଷାନୀତି ଭାରତୀୟ ଜୀବନମୂଲ୍ୟକୁ ଆଧାର କରି ବର୍ତ୍ତମାନ ସମୟରେ ଶିକ୍ଷା ଜଗତରେ ବହୁ ସମସ୍ୟାର ସମାଧାନ କରିବା ସହିତ ଭାରତର ସ୍ୱର୍ଣ୍ଣିମ ଭବିଷ୍ୟତ ସୃଷ୍ଟି କରିବାକୁ ଯାଉଅଛି । ଆହୁରି ଖୁସିର ବିଷୟ ଏହିକି ଯେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପରିବର୍ତ୍ତ? ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି ଯାହାକି ଶିକ୍ଷାର ଭାବ ଦୃଷ୍ଟିରୁ ଏକ ଭଲ ଦର୍ଶନ ପ୍ରଦାନ କରୁଅଛି । ସ୍ୱାମୀ ବିବେକାନନ୍ଦ କହୁଥିଲେ ଯେ ଶିକ୍ଷା କେବଳ କିଛି ତଥ୍ୟକୁ ମସ୍ତିଷ୍କରେ ଭର୍ତ୍ତି କରି ରଖିବା ପାଇଁ ନୁହଁ ପରନ୍ତୁ ଯାହା ଆମକୁ ଜୀବନ ନିର୍ମାଣ ପ୍ରକ୍ରିୟା ଓ ଭଲ ଚରିତ୍ର ନିର୍ମାଣର ଶିକ୍ଷା ପ୍ରଦାନ କରିଥାଏ ତାହା ହିଁ ପ୍ରକୃତ ଶିକ୍ଷା ଅଟେ । କିନ୍ତୁ ଆମ ସମସ୍ତଙ୍କୁ ଜଣା ଯେ ୧୮୩୬ ମସିହାରେ ଲର୍ଡ଼ ମ୍ୟାକଲେ ଭାରତକୁ ଦୀର୍ଘ ଦିନ ଧରି ପରାଧୀନ ରଖିବା ପାଇଁ ଆମର ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିଥିଲେ । ସ୍‌ବାଧୀନ ଭାରତରେ ପ୍ରଥମ ଥର ପାଇଁ ୧୯୬୪ ମସିହାରେ କୋଠାରୀ କମିଶନ ଦ୍ୱାରା ଶିକ୍ଷାନୀତି ପ୍ରଣୟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ୧୯୮୬ ମସିହାରେ ଶିକ୍ଷାନୀତି ପ୍ରଣୟନ କରାଯାଇଥିଲା ଯାହାକି ୧୯୯୨ ମସିହାରେ ସଂଶୋଧନ କରାଯାଇଥିଲା । ଦୀର୍ଘ ୩୪ ବର୍ଷର ବ୍ୟବଧାନ ମଧ୍ୟରେ ଦେଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବହୁତ ଆଗକୁ ବଢ଼ି ସାରିଛି ଏବଂ ଛାତ୍ର ସମାଜ ଆଜି ଉଚ୍‌ଚ ଅଭିଳାଷୀ ହୋଇଛି । ତେଣୁ ଦୀର୍ଘ ସମୟ ପରେ ୨୦୧୭ ମସିହାରେ କେ କାସ୍ତୁରୀ ନନ୍ଦନଙ୍କର ଅଧ୍ୟକ୍ଷତାରେ ନୂଆ ଶିକ୍ଷାନୀତି ପାଇଁ ଏକ ଡ୍ର ।ପଟିଙ୍ଗ କମିଟିକୁ ସରକାର ମୁରୀ ପ୍ରଦାନ କରିଥିଲେ, ଯାହାର ଡ୍ରାପଟିଙ୍ଗ କାର୍ଯ୍ୟ ୨୦୧୯ରେ ସମାପ୍ତ କରାଯାଇ ଦେଶରେ କୋଣ ଅନୁକୋଣରୁ ବିଭିନ୍ନ ବର୍ଗର ଲୋକମାନଙ୍କ ଠାରୁ, ଶିକ୍ଷାବିତ ମାନଙ୍କ ଠାରୁ ବହୁତ ଗୁଡିଏ ପ୍ରସ୍ତାବ ଅଣାଯାଇ ସଂଶୋଧନ କରାଯାଇ ଏହି ଶିକ୍ଷାନୀତିକୁ ସ୍ଥିର କରାଯାଇଛି । ଏହି ଶିକ୍ଷାନୀତିଫଳରେ ଦୀର୍ଘ ବର୍ଷ ପରେ ଦେଶର ଭାରତୀୟ ଜୀବନ ମୂଲ୍ୟ ଆଧାରରେ ବର୍ତ୍ତମାନ ପରିଦୃଶ୍ୟରେ ରାଷ୍ଟୀୟ ଶିକ୍ଷାନୀତିକୁ ଲାଗୁ କରାଯାଇଛି ତାହା ଏକ ଅଭିନନ୍ଦନ ଯୋଗ୍ୟ ପଦକ୍ଷେପ ଅଟେ । ସମ୍ପୂର୍ଣ୍ଣ ଭାରତୀୟ ସମାଜ ଏହି ଶିକ୍ଷାନୀତିକୁ ହୃଦୟର ସହିତ ସ୍ୱାଗତ କରୁଅଛି । ଏହା ଏକ ଭାରତୀୟ କେନ୍ଦ୍ରିତ ଶିକ୍ଷାନୀତି ଅଟେ । ରାଷ୍ଟ୍ରୀୟ ଶିକ୍ଷାନୀତିରେ ବର୍ଣ୍ଣିତ ଶିକ୍ଷା ବ୍ୟବସ୍ଥା ଉପରେ ଏକ ଆଲୋକପାତ କରିବାକୁ ପଡ଼ିବ । ବର୍ତ୍ତମାନ ଦେଶରେ ଶିକ୍ଷା କ୍ଷେତ୍ରରେ ଏଊଚ ର ମାତ୍ର ୩ ପ୍ରତିଶତ ଖର୍ଚ୍ଚ ହେଉଥିବା ବେଳେ ବର୍ତ୍ତମାନ ରାଷ୍ଟ୍ରୀୟ ଶିକ୍ଷାନୀତି ରେ ଶିକ୍ଷା କ୍ଷେତ୍ରରେ ଦେଶର ଏଊଚ କୁ ୬ ପ୍ରତିଶତକୁ ବୃଦ୍ଧି କରାଯାଇଛି ଏବଂ ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ନ୍ତ ରାଷ୍ଟ୍ରୀୟ ଶିକ୍ଷା ଆୟୋଗନ୍ତ ଗଠନ କରାଯାଇଛି । ଏହି ଶିକ୍ଷାନୀତିରେ ଅନଲାଇନ ଶିକ୍ଷାକୁ ବିଶେଷ ଭାବେ ଗୁରୁତ୍ୱ ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ଶିକ୍ଷାନୀତିରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ବର୍ତ୍ତମାନ ଚାଲିଆସୁଥିବା ୧୦ +୨ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ୫ + ୩ + ୩+ ୪ ସୂତ୍ର ଆଧାରରେ ଶିକ୍ଷାବ୍ୟବସ୍ଥାକୁ ବିଭକ୍ତ କରାଯାଇଛି । ଯେଉଁଥିରେ ୩ ରୁ ୮ ବର୍ଷ ବୟସ ପର୍ଯ୍ୟନ୍ତ ଶିକ୍ଷାର ମୂଳଦୁଆକୁ ଶକ୍ତିଶାଳୀ କରାଯାଇ ଖେଳ ଭିତ୍ତିକ , ଅନୁସନ୍ଧାନ ଭିତ୍ତିକ ଶିକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଏଥି ସହିତ ୩ ୟ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ, ସମାଜିକ ବିଜ୍ଞାନ, ଗଣିତ, କୃଷି ଆଦି ପାଠ ପଢ଼ାଯାଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯିବ ଏବଂ ବର୍ତ୍ତମାନ ଚାଲିଆସୁଥିବା ବାଧ୍ୟତାମୂଳକ ଇଂରାଜୀ ଶିକ୍ଷାକୁ ବନ୍ଦ କରାଯାଇ ନିଜର ମାତୃଭାଷା ଓ ରାଷ୍ଟ୍ରୀୟ ଭାଷାରେ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ଯାହାକି ଛାତ୍ରଟିକୁ ବୁଝିବା ଓ ଲେଖିବାରେ ସହଯୋଗ କରିବ ତତ୍ସହିତ ସଂସ୍କୃତ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି । ୬ଷ୍ଠ ରୁ ୮ମ ଶ୍ରେଣୀକୁ ମାଧ୍ୟମ ଶ୍ରେଣୀ ଭାବେ ବିବେଚନା କରାଯାଇ ଭୋକେସନାଲ ବିଷୟକୁ ଗୁରୁତ୍ୱ ପ୍ରଦାନ କରାଯିବା ସହିତ ରୁଚି ରଖୁଥିବା ବିଷୟରେ ଇଣ୍ଟନ୍ସିଭ କରାଇବା, କମ୍ପୁଟର ସଫ୍ଟୱ?ର ପ୍ରସ୍ତୁତ କରିବା ଆଦି କ୍ଷେତ୍ର ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ସେହିଭଳି ଭାବେ ୯ମ ଶ୍ରେଣୀ ରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ଚାଲି ଆସୁଥିବା କଳା, ବିଜ୍ଞାନ, ବାଣିଜ୍ୟ ନିୟମକୁ ଉଠାଯାଇ ଭବିଷ୍ୟତର ବୃହତ ଲକ୍ଷ୍ୟକୁ ନିର୍ଦ୍ଧାରଣ କରାଯାଇ ବିଦ୍ୟାର୍ଥୀର ରୁଚି ଅନୁଯାୟୀ ଶିକ୍ଷା ପ୍ରଦାନ କରାଯିବ । ଜଣେ ରସାୟନ ବିଜ୍ଞାନର ଶିକ୍ଷା ଅର୍ଜନ କରୁଥିବା ବିଦ୍ୟାର୍ଥୀ ଇତିହାସ ମଧ୍ୟ ପଢ଼ିପାରିବ ଓ ବାଣିଜ୍ୟର ଛାତ୍ର ପଦାର୍ଥ ବିଜ୍ଞାନ ପଢ଼ି ପାରିବ ଯାହା ବର୍ତ୍ତମାନ ଚାଲୁଥିବା ଶିକ୍ଷାନୀତିରେ ନଥିଲା । ଶେଷରେ ବିଦ୍ୟାର୍ଥୀର ସଫଳତା ତାର ବ୍ୟବହାର, ମାନସିକ କ୍ଷମତା, ସାଙ୍ଗମାନଙ୍କ ମଧ୍ୟରେ ସୁସମ୍ପର୍କ ଓ ଅଧ୍ୟାପକମାନଙ୍କର ପ୍ରସ୍ତାବ ଆଧାରରେ ୩୬୦ପ୍ସ କୁ ଲକ୍ଷ୍ୟ କରାଯାଇ ପ୍ରସ୍ତୁତ କରାଯିବ । ନାରୀଶିକ୍ଷା, ଟ୍ରାନ୍ସ ଜେଣ୍ଡରମାନଙ୍କ ପାଇଁ ଶିକ୍ଷା, ଅନୁସୂଚିତ ଜାତି, ଜନଜାତି, ମୁସଲିମ, ପ୍ରବାସୀ ଏବଂ ୧୫ ପ୍ରତିଶତ ବିଦ୍ୟାର୍ଥୀ ଯେଉଁମାନେ ଶିକ୍ଷା ପ୍ରାପ୍ତ ପାଇଁ ଅଯୋଗ୍ୟ ସମସ୍ତ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କ ପାଇଁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଏହି ଶିକ୍ଷାନୀତିରେ ସ୍ଥାନ ପ୍ରଦାନ କରାଯାଇଛି । ସେହିଭଳି ଭାବେ ଦେଶରେ ବର୍ତ୍ତମାନ ସମୟରେ ୧୧୯୩୦୩ ଏକଲ ବିଦ୍ୟାଳୟ ଚାଲୁଅଛି ଯେଉଁଥିରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଦିଆଯାଇପାରୁ ନାହିଁ, ସେଥିମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ବିଦ୍ୟାଳୟକୁ ନେଇ ଝମଷକ୍ଟକ୍ଟକ୍ଷ ଉକ୍ଟଜ୍ଞକ୍ଟ୍ରକ୍ଷରଙ୍ଘ ନିର୍ମାଣ କରାଯାଇ ସେଥିରେ ପାଠପଢ଼ାର ମୂଲ୍ୟ ବୃଦ୍ଧି କରିବା ସହିତ ଖେଳ, ଗୀତ, କୃଷି ଆଦି ବିଭିନ୍ନ ଆୟାମର ଶିକ୍ଷା ବୃଦ୍ଧି କରାଯିବା ପାଇଁ ସ୍ଥିର କରାଯାଇଛି , ଯାହାକି ୧୯୬୬ ମସିହାରେ କୁଠାରୀ କମିଶନରେ ମଧ୍ୟ ଅନ୍ତର୍ଭୁକ୍ତ ଥିଲା, ତାହା ଆଜି ୫୫ ବର୍ଷ ପରେ ଲାଗୁ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହିକି ଯେ ବର୍ତ୍ତମାନ ଦେଶରେ ବିଭିନ୍ନ ପ୍ରକାରର ରାଜ୍ୟ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ , ଡିମିଡ, ଭୋକେଶନାଲ, ବେସରକାରୀ ବିଶ୍ୱବିଦ୍ୟାଳୟ ଭଳି ଚାଲିଆସୁଥିବା ବ୍ୟବସ୍ଥା ଓ ଅନୁବନ୍ଦନ ମହାବିଦ୍ୟାଳୟକୁ ଉଠାଇ ଦିଆଯାଇ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଗବେଷଣାତ୍ମକ ବିଶ୍ୱବିଦ୍ୟାଳୟ, ଶୈକ୍ଷଣିକ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଭାବେ ବିଭକ୍ତିକରଣ କରାଯାଇଛି । ଜଣେ ବିଦ୍ୟାର୍ଥୀକୁ ଡିଗ୍ରୀ ପ୍ରମାଣପତ୍ର ପାଇବା ପାଇଁ ସମ୍ପୂର୍ଣ୍ଣ ୪ ବର୍ଷ ପଢ଼ିବାର ଆବଶ୍ୟକତା ନାହିଁ, ଯେବେ ଛାତ୍ରଟି ପାଠପଢ଼ା ଛାଡ଼ିବାକୁ ଚାହିଁବ ସେ ଛାଡ଼ି ପାରିବ ଏବଂ ପ୍ରମାଣ ପତ୍ର ମଧ୍ୟ ତାକୁ ପ୍ରଦାନ କରାଯିବ । ପ୍ରଥମ ବର୍ଷରେ ପାଠ ପଢ଼ା ଛାଡ଼ିବାକୁ ଚାହୁଁଥିଲେ ପ୍ରମାଣ ପତ୍ର, ୨ ବର୍ଷରେ ଡିପ୍‌ଲୋମା, ୩ ବର୍ଷ ପରେ ବେଚଲର ଡିଗ୍ରୀ ଏବଂ ୪ ବର୍ଷ ପରେ ରିସର୍ଚ୍ଚ ପ୍ରମାଣପତ୍ର ପ୍ରଦାନ କରିଯିବାର ବ୍ୟବସ୍ଥା ରହିଅଛି । ମୋଟାମୋଟି ଭାବେ ମଲ୍ଟିପୋଲ ଏଣ୍ଟ୍ରି ଓ ଏକଜିଟ ବ୍ୟବସ୍ଥା ରହିଅଛି । ବାଣଭଟଙ୍କ ଦ୍‌ବାରା ରଚିତ କାଦମ୍ବରୀରେ ଲିଖିତ ସଙ୍ଗୀତ, ନୃତ୍ୟ, ଔଷଧ, କୃଷି , ଜ୍‌ୟୋତିଷଶାସ୍ତ୍ର ଭଳି ୬୪ କଳାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ବିଦ୍ୟାର୍ଥୀ ସାମଜକୁ ଭାରତୀୟ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇପାରିବ । ଭାରତରେ ବର୍ତ୍ତମାନ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଗବେଷଣା କ୍ଷେତ୍ରରେ ବହୁତ କମ୍ ପରିମାଣରେ ଅର୍ଥ ବରାଦ ହେଉଅଛି ଓ ଗବେଷଣା ପାଇଁ ଭିତ୍ତିଭୂମି ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ନାହିଁ ଯାହାର ପରିଣାମ ସ୍ୱରୂପ ୧ ଲକ୍ଷ ବିଦ୍ୟାର୍ଥୀରେ ମାତ୍ର ୧୫ ଜଣ ଗବେଷଣା କରୁଅଛନ୍ତି । କିନ୍ତୁ ଏହି ରାଷ୍ଟ୍ରୀୟ ଶିକ୍ଷାନୀତିରେ ଗବେଷଣାକୁ ଗୁରୁତ୍ୱ ପ୍ରଦାନ କରି ନ୍ତରାଷ୍ଟ୍ରୀୟ ଗବେଷଣା ପ୍ରୟୋଗ ଶାଳାନ୍ତ ନିର୍ମାଣ କରାଯିବା ସହିତ ଗବେଷଣା କ୍ଷେତ୍ରରେ ଅଧିକ ଅର୍ଥ ବରାଦ କରାଯାଇ ଗବେଷଣାକୁ ପ୍ରୋତ୍ସାହନ ଦିଆଯାଇଛି । ବିଦ୍ୟାର୍ଥୀ ସମାଜ ପାଇଁ ସୁଲଭ ଓ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ବିଦ୍ୟାର୍ଥୀ ସମାଜର ଅଧିକାର, କିନ୍ତୁ ବର୍ତ୍ତମାନ ବହୁ ପରିମାଣରେ ଶିକ୍ଷାର ବ୍ୟବସାୟୀ କାରଣର ବୃଦ୍ଧି ଘଟିଛି ଏବଂ ବିଦ୍ୟାର୍ଥୀ ଓ ଅଭିଭାବକ ମାନଙ୍କ ମନରେ ଭଲ ପାଠ ପଢ଼ିବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଅଛି ବୋଲି ମନରେ ସ୍ଥିର କରିଦେଇଛନ୍ତି ତେଣୁ ଏହି ଶିକ୍ଷାନୀତିରେ ସମସ୍ତ ମହାବିଦ୍ୟାଳୟରେ ଏକ ନିର୍‌ଦ୍ଦିଷ୍ଟମାନର ଅର୍ଥ ପ୍ରସ୍ତୁତ କରାଯାଇଛି । ଶିକ୍ଷାର ବ୍ୟବସାୟୀ କାରଣକୁ ଏହି ଶିକ୍ଷାନୀତି - ଶିକ୍ଷା ଏକ ଲାଭଦାୟକ ଗତିବିଧି ନୁହେଁ ବୋଲି ସ୍ପଷ୍ଟ ମତ ରଖି ଏହାକୁ ବିରୋଧ କରିଅଛି । ଉତ୍ତମ ମାନର ଶିକ୍ଷାକୁ ସଠିକ ଭାବେ କ୍ରିୟାନ୍‌ବୟନ କରିବାକୁ ହେଲେ ଭଲ ଓ ତାଲିମ ପ୍ରାପ୍ତ ଅଧ୍ୟାପକମାନଙ୍କ ପାଇଁ ନୂତନ ଶିକ୍ଷକ ପ୍ରଶିକ୍ଷଣ ମଣ୍ଡଳୀ ପ୍ରସ୍ତୁତ କରିବାର ଗୁରୁତ୍ୱକୁ ମଧ୍ୟ ଏହି ଶିକ୍ଷାନୀତିରେ ଆଲୋକପାତ କରାଯାଇଛି । ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ଏହି ଶିକ୍ଷାନୀତି ଏକବିଂଶ ଶତାବ୍ଦୀର ଭାରତ ପାଇଁ ଏକ ନୂଆ ଆଶା ଆଣିଦେଇଛି ଯାହାର ଆଧାରରେ ଶ୍ରେଷ୍ଠ ଭାରତ ନିର୍ମାଣ କରାଯାଇପାରିବ । କୌଣସି ନୀତିକୁ ସଠିକ ଭାବେ କ୍ରିୟାନ୍‌ବୟନ କରିବା ଦ୍ୱାରା ହିଁ ଏହାର ସୁଫଳ ମିଳିଥାଏ । ତେଣୁ କେନ୍ଦ୍ର ସରକାର ଏହି ନୀତିକୁ ସଫଳ ଓ ଉତ୍ସାହପୂର୍ଣ୍ଣ ଭାବେ କ୍ରିୟାନ୍‌ବୟନ କରି ୫ ବର୍ଷ ମଧ୍ୟରେ ଏହାର ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ପ୍ରତିପାଦନ କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ । 
ରାଜ୍ୟ ସମ୍ପାଦକ, ଏବିଭିପି ଓଡ଼ିଶା 

Comments