ଅଶୋକ ମହାରଣା
-ଭିନ୍ନତା ମଧ୍ୟରେ ଏକତାର ପରିଚୟ ପ୍ରଦାନ କରେ ରଥଯାତ୍ରା । ରଥଯାତ୍ରାରେ ସାମାଜିକ ଚେତନା ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ଆହ୍ୱାନ । ଜାତି, ଧର୍ମ, ବର୍ଣ୍ଣର ମାନସିକତାଠାରୁ ବହୁତ ଦୂରରେ ଜଗତରନାଥ ଜଗନ୍ନାତଙ୍କ ନବଦିନାତ୍ମକ ରଥଯାତ୍ରା । ସମସ୍ତ ଭେଦଭାବ, ଉଚ୍ଚ, ନୀଚ୍ଚ, ଛୋଟ ବଡର ପରିତ୍ୟାଗ ସହିତ ବ୍ରାହ୍ମଣ ଚାଣ୍ଡାଳ, ହିନ୍ଦୁ, ଖ୍ରୀଷ୍ଟିଆନ ସମସ୍ତେ ବଡଦାଣ୍ଡରେ ଏକାକାର.. । ସର୍ବଧର୍ମ ସମନ୍ୱୟର ପ୍ରତୀକ । ବଡଦେଉଳର ବନ୍ଧନକୁ ତ୍ୟାଗକରି ନଅଦିନ ପାଇଁ ଭକ୍ତଙ୍କ ସହିତ ଏକାକାର ହେବା ଏବଂ ଜନ୍ମବେଦୀର ମୋହ ବଡଦାଣ୍ଡରେ ସମସ୍ତଙ୍କୁ ଦର୍ଶନ ଦେବା ସାମାଜିକ ଚେତନାର ଭିନ୍ନ ସ୍ୱର ଯାହା ଅନ୍ୟ କେଉଁଠାରେ ଦେଖିବାକୁ ମିଳନୋହିଁ । ଜଗନ୍ନାଥଙ୍କ ନିକଟରେ ସମସ୍ତେ ସମାନ । ସାମ୍ୟ ମୈତ୍ରୀ, ଏକତାର ସୂତ୍ରରେ ଭକ୍ତ ଭଗବାନ ଏକ ଓ ଅଭିନ୍ନ । ରଥଯାତ୍ରା ଜଗନ୍ନାଥ ସଂସ୍କୃତିର ଅନ୍ୟନ୍ୟା ପରମ୍ପରା । ମନ୍ଦିରରୁ ଓହ୍ଲାଇଆସି ଭକ୍ତଙ୍କ ସହିତ ଏକାକାର ହେବା କାଳିଆର ସ୍ୱତନ୍ତ୍ର ଲୀଳା । ରଥ ଦଉଡିକୁ ଟାଣି ନେଲା ବେଳେ କିଏ ହିନ୍ଦୁ କି ମୁସଲମାନ, ଖ୍ରୀଷ୍ଟିୟାନ କି ଶିଖ୍, ଉଚ୍ଚ କି ନିଚ୍ଚ, ବ୍ରାହ୍ମଣ କି ଚାଣ୍ଡାଳ, ଛୁଆଁ ଅଛୁଆଁ କିଛି ବି ଜଣାପଡେନା । ସମସ୍ତେ ଜଗନ୍ନାଥଙ୍କ ପ୍ରେମରେ ଉଦବୃତ । ଭିନ୍ନତା ମଧ୍ୟରେ ଏକତାର ସୂତ୍ରକୁ ବାନ୍ଧିବାର ପ୍ରୟାସ । ଜଗନ୍ନାଥଙ୍କ ନିକଟରେ ସମସ୍ତେ ସମାନ ସମସ୍ତଙ୍କୁ କୋଳାଗ୍ରତ କରିବା ପାଇଁ ଦୁଇ ହସ୍ତ ସର୍ବଦା ପ୍ରାସାରିତ । ଜଗନ୍ନାଥଙ୍କ ମହାପ୍ରସାଦରେ ବି ନଥାଏ ଭେଦ ଭାବ ଉଚ୍ଚ ନୀଚ୍ଚ, ବ୍ରାହ୍ମଣ, ଚାଣ୍ଡାଳ, ଛୁଆଁ, ଅଛୁଆଁର, ବାଛ ବିଛାର ଯେଉଁଠି ଚାଣ୍ଡାଳ ସେଇଠି ବ୍ରାହ୍ମଣ । ମହାପ୍ରସାଦ ସେବନ ସମୟରେ କୌଣସି ଚାଣ୍ଡାଳ ଯଦି ମାଗେ ତେବେ ସେହି ମହାପ୍ରସାଦକୁ ପ୍ରଦାନ କରାଯାଏ । ସେଥିରେ ଶଙ୍ଖୁଡି ବା ଅଇଁଠା ବୋଲି କିଛି ନଥାଏ । ମହାପ୍ରସାଦ ସେବନରେ ଜାତି ରହେନାହିଁ ଏହା ସମାଜ ପ୍ରତି ସଚେତନତାର ବାର୍ତା । ରଥଯାତ୍ରାରେ ଠାକୁରରାଜା ଭାବରେ ଗଜପତି ନିଜେ ଝାଡୁ ଧରି ଛେରାପହଁରା କରିବା ବି ଭେଦଭାବ, ଉଚ୍ଚନୀଚ୍ଚର ଶବ୍ଦକୁ କ୍ଷୁର୍ଣ୍ଣ କରିଥାଏ । ଶ୍ରେଣୀ ବିହୀନ ସମାଜ ଗଠନର ମୂଳମନ୍ତ୍ର ଯାହା ଯୁଗ ଯୁଗ ଧରି ପ୍ରଚଳିତ ହୋଇଆସିଛି । ଏଠାରେ କେହି ବଡ ନୁହଁ ସମସ୍ତେ ସେବକ । ସେବା କରିବା ସମସ୍ତଙ୍କର ଧର୍ମ ହେବା ଉଚିତ୍ । ଜଗତର ନାଥ ସବୁବେଳେ ମନ୍ଦିରେ ରହିବାକୁ ଚାହାଁନ୍ତି ନାହିଁ ରତ୍ନ ବେଦୀ ଛାଡି ଓହ୍ଲାଇ ଆସନ୍ତି ନବଦିନାତ୍କ ଯାତ୍ରାରେ ହେଲେ ସାଙ୍ଗରେ ପ୍ରାଣପ୍ରିୟା ପତ୍ନୀ ନୁହେଁ ଆସନ୍ତି ଗେହ୍ଲା ଭଉଣୀ ମା ସୁଭଦ୍ରା । ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିରେ ରଥଯାତ୍ରା ମାଧ୍ୟମରେ ସିନା ବାହାରିଯାଆନ୍ତି ଜନ୍ମଦେବୀକୁ ହେଲେ ଅଭିମାନିନୀ ମା ଲକ୍ଷ୍ମୀ ବା ସହନ୍ତେ କିପରି । ଆଷାଢ ଶୁକ୍ଳ ପଂଚମୀ ତିଥିରେ ପାଳନ ହୁଏ ହେରା ପଂଚମୀ । ମାତା ଲକ୍ଷ୍ମୀ ମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚି ଯାଆନ୍ତି । ରାଜ ଆଉ ଅଭିମାନରେ ନନ୍ଦିଘୋଷ ରଥର କାଠକୁ ଖଣ୍ଡେ ଭାଙ୍ଗିଦିଅନ୍ତି । ଏତ ସାଧାରଣ ସମାଜର କଥା, ପତ୍ନୀ ପତିଙ୍କ ମଧ୍ୟରେ ରହିଥିବା ଭଲପାଇବାର କଥା । କେବଳ ସେତିକି ନୁହେଁ । ବାହୁଡା ଯାତ୍ରାପରେ ଅନୁଷ୍ଠିତ ହୁଏ ଲକ୍ଷ୍ମୀନାରାୟଣ କଳି ବା ବଚନିକା । ବାହୁଡା ଯାତ୍ରାପରେ ବଡଠାକୁର ମନ୍ଦିରକୁ ଫେରିଆସନ୍ତି । ହେଲେ ଅଭିମାନିନୀ ମା ଲକ୍ଷ୍ମୀ ମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରି ଜଗତର ନାଥଙ୍କୁ ମନ୍ଦିରକୁ ପ୍ରବେଶ କରାଇଦିଅନ୍ତି ନାହିଁ । ଏହାକୁ ନେଇ ଲକ୍ଷ୍ମୀନାରାୟଣ କଳି ବା ବଚନିକା ହୋଇଥାଏ । ପତ୍ନୀକୁ ଛାଡି ନିଜ ଭଉଣୀକୁ ସାଥୀରେ ନେଇ ମାଉସୀଙ୍କ ଘରକୁ ଯିବାକୁ ନେଇ ହୋଇଥାଏ ଏକ କଳି । ଏମିତି ବି ଓଡ଼ିଆ ସମାଜର ପ୍ରତିଘରେ ପତି ପତ୍ନୀକୁ ଛାଡି ଯିବାଦ୍ୱାରା ପତିକୁ ଠିକ୍ ରାସ୍ତାକୁ ଫେରାଇଆଣିବା ପାଇଁ ହୁଏ କଳି । ଏହି ବଚନିକା ସହିତ ମା ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ବଡଠାକୁରଙ୍କୁ ଦେଉଳ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି । ଜଗନ୍ନାଥ ତ ଚଳନ୍ତି ଠାକୁର... ସାଧାରଣ ମନୁଷ୍ୟ ଭଳି ତାଙ୍କର ନିତୀକାନ୍ତ ସମାପନ ହୁଏ । ସକାଳୁ ସନ୍ଧ୍ୟ ପର୍ଯ୍ୟନ୍ତ ଲାଗିଥାଏ ବିଭିନ୍ନ ସେବା ପୂଜା, ଗହଳଚହଳ । ନିଦ୍ରା ଭଙ୍ଗଠାରୁ ଆରମ୍ଭ କରି ଦାନ୍ତ ଘଷିବା, ପାନ ଖାଇବା, ହାତ ମୁହଁ ଧୋଇବା, ସ୍ନାନ କରିବା, ପହଡ ଯିବା ସବୁକିଛି ସମ୍ପନ୍ନ ହୋଇଥାଏ । ପୁଣି ବାରମାସରେ ତେର ପର୍ବ ସଂସ୍କୃତି ପରମ୍ପରାର ନିଦର୍ଶନ । ସ୍ନାନ ଯାତ୍ରାଠାରୁ ଆରମ୍ଭ କରି ରଥଯାତ୍ରା, ଶୟନଯାତ୍ରା, ଦକ୍ଷିଣାୟନ ଯାତ୍ରା, ପାଶ୍ୱର୍ପରିବର୍ତନ ଯାତ୍ରା, ପୁଷ୍ପାଭିଷେକ ଯାତ୍ରା, ଉତରାୟଣ ଯାତ୍ରା, ଦୋଳଯାତ୍ରା, ଦମନକ ଯାତ୍ରା, ଚନ୍ଦନ ଯାତ୍ରା ସହିତ ବାର ଯାତ୍ରା ଏବଂ ନିଳାଦ୍ରୀ ମହୋଦୟଙ୍କୁ ମିଶାଇ ତେର ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହା ଲୋକାଚାରରେ ଥିବା ବାରମାସରେ ତେର ଯାତ୍ରାକୁ ସିଦ୍ଧ କରିଥାଏ । ଏହା ସହିତ ବର୍ଷତମାମ ବିଭିନ୍ନ ପର୍ବପର୍ବଣୀ ଲାଗି ରହିଥାଏ ଠିକ୍ ଓଡ଼ିଆ ସାମାଜିକ ଚଳଣି ପ୍ରଥମେ ପରମ୍ପରା ସହିତ । ଜଗାକୁ ଛପନ ପ୍ରକାର ଭୋଗ ଲାଗିହୁଏ । ଭୋଗର ବି ସ୍ୱତନ୍ତ୍ର ପରମ୍ପରା ଓ ବିଧି ଅନୁସାରେ ପ୍ରସ୍ତୁତ ହୋଇଥାଏ । ଆମେ ଯେମିତି ବେଶଭୂଷଣ ହେବାକୁ ବହୁତ ଭଲ ପାଉ ଜଗା ବି ସେମିତି ବିଭିନ୍ନ ବେଶରେ ସଜାଇହେବାକୁ ଭଲ ପାଆନ୍ତି । ମଙ୍ଗଳ ଆଳତୀ ପରେ ଅବକାଶ ବେଶ, ସନ୍ଦ୍ୟାଧୂପ ପରେ ଚନ୍ଦନଲାଗି ବେଶ, ବିଜୟା ଦଶମୀ, ପୌଷପୂର୍ଣ୍ଣିମା, ଦୋଳ ପୂଣ୍ଣମା, କାର୍ତିକ ପୂର୍ଣ୍ଣିମା, ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ସୁନାବେଶ, ସ୍ନାନ ବେଦୀରେ ଗଜାନନ ବେଶ, ଯେଉଁବର୍ଷ ମଳ ମାସରେ ଛଅଦିନ ପଂଚକ ହୁଏ ସେଦିନ ନାଗାର୍ଜୁନ ବେଶ, ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରାଧାଦାମୋଦର ବେଶ, ଶୀତଦିନେ ଶୀତରୁ ରକ୍ଷାପାଇବା ପାଇଁ ଓଢଣ ଷଷ୍ଠୀଠାରୁ ମାଘ ଶୁକ୍ଳ ପଂଚମୀ ଯାଏ ଘୋଡଲାଗି ବେଶ, ଗରମରୁ ରକ୍ଷା ପାଇବାପାଇଁ ଚନ୍ଦନ ଯାତ୍ରା ଭଳି ବିଭିନ୍ନ ପର୍ବ ପାଳନ ହୋିଥାଏ । ସେହିପରି ପ୍ରାୟ ଚବିଶି ବେଶ ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇଥାଏ । ମନୁଷ୍ୟ ଜନ୍ମାମାତ୍ରେ ମୃତ୍ୟୁ ଅନୀବାର୍ଯ୍ୟ । ଜନ୍ମ ଅଛିତ ମୃତ୍ୟୁ ରହିଛି । କାଳିଆ ସାଆନ୍ତଙ୍କ କ୍ଷେତ୍ରରେ ଠିକ ସେମିତି ଘଟେ । ଯେଉଁବର୍ଷ ଯୋଡା ଆଷାଢ ମାସ ପଡିଥାଏ ସେହିବର୍ଷ ପ୍ରଭୁଙ୍କ ନବକଳେବର ହୋଇଥାଏ । ଏ ନବକଳେବର ମନୁଷ୍ୟର ଜନ୍ମ ମୃତ୍ୟୁ ସହିତ ସମ୍ପର୍କ । ଜଗନ୍ନାଥଙ୍କ ବି ଠିକ୍ ସେହିଭଳି ହୋଇଥାଏ । ନୂତନ ବିଗ୍ରହ ଗଠନପରେ ଦଇତାପତି ମାନେ ପୁରାତନ ଘଟରୁ ବ୍ରହ୍ମଙ୍କୁ ନେଇ ନୂତନ ଘଟରେ ସ୍ଥାପନ କରନ୍ତି । ଘଟ ସ୍ଥାପନ ପରେ ଦଇତାପତି ମାନେ କୋଇଲି ବୈକୁଣ୍ଠରେ ପୁରାତନ ବିଗ୍ରହମାନଙ୍କୁ ପାତାଳି କରିଥାନ୍ତି । ପରେ ଦଇତାପତି ମାନେ ମାର୍କଣ୍ଡ ପୁଷ୍କରଣୀରେ ସ୍ନାନ କରିବା ସହିତ ଶୁଦ୍ଧିକ୍ରୀୟାରେ ସାମିଲ ହୋଇଥାନ୍ତି । ବିଧିବିଧାନର ସହିତ ଶୁଦ୍ଧି କ୍ରୀୟା ପାଳନ କରନ୍ତି । ମନୁଷ୍ୟର ମୃତ୍ୟୁ ପରେ ଯେଭଳି କାର୍ଯ୍ୟ ସମ୍ପନ୍ନ ହୁଏ ଜଗନ୍ନାଥଙ୍କ କ୍ଷେତ୍ରରେ ଠିକ୍ ସେଭଳି ହୁଏ । ଜନ୍ମବେଦୀ ବା ଜନ୍ମମାଟିକୁ ମଣିଷ ଭୁଲିଯାଇପାରେ ମାତ୍ର ଜଗତରନାଥ କ’ଣ ଭୁଲିପାରନ୍ତି । ପ୍ରତିବର୍ଷ ମାଉସୀ ଘର ଜନ୍ମବେଦୀ ଯାଆନ୍ତି । ମାଉସୀର ସ୍ନେହ ଶ୍ରଦ୍ଧା ସ୍ୱରୁପ ପୋଡପିଠାର ମୋହକୁ ତ୍ୟାଗ କରିପାରନ୍ତି ନାହିଁ । ଜନ୍ମବେଦୀରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ପରେ ବାହୁଡି ଆସନ୍ତି ବାହୁଡା ଯାତ୍ରାରେ । ସାମାଜିକ ଚଳଣିରେ ରହିଥାଏ ଭାଇବୋହୁ ଦେଢଶୁର ମଧ୍ୟରେ ପ୍ରତିବନ୍ଧକ । ରଥଯାତ୍ରା ସମୟରେ ଭାଇବୋହୁ ଦେଢଶୂର ମଧ୍ୟରେ ରହିଥିବା ସମ୍ପର୍କ ଭିତରେ ବଳରାମଙ୍କ ରଥରେ କନା ଓଢଣୀ ଲାଗିବା ପରେ ମା ଲକ୍ଷ୍ମୀ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି । ଭାଇ ଭାଇର ସମ୍ପର୍କ, ଭାଇ ଭଉଣୀର ସମ୍ପର୍କ ରଥଯାତ୍ରାର ଅନ୍ୟତମ ପ୍ରତୀକ । ରଥଯାତ୍ରାରେ ଭାଇ ସହିତ ଭଉଣୀଙ୍କୁ ନେଇ ଯାତ୍ରା କରିବା ଭାଇଭଉଣୀର ପବିତ୍ର ସମ୍ପର୍କକୁ ବାଖ୍ୟା କରିଥାଏ । ବଡଦେଉଳର ଭାଇଭଉଣୀ ପୂଜା ପାଇଥାନ୍ତି । କିନ୍ତୁ ସାଧାରଣ ମନୁଷ୍ୟ ଭାଇ ଭାଇର ସମ୍ପର୍କ ଓ ଭାଇ ଭଉଣୀର ସମ୍ପର୍କକୁ ଦୀର୍ଘଦିନ ପର୍ଯ୍ୟନ୍ତ ବାନ୍ଧି ରଖିବା ସମ୍ଭବପର ନୁହଁନ୍ତି । ମା ମାଉସୀ ମଧ୍ୟରେ ରହିଥିବା ସମ୍ପର୍କର ପ୍ରତିକି ପ୍ରତିଫଳିତ ହୁଏ ରଥଯାତ୍ରା ସମୟରେ । ମା ଓ ମାଉସୀ ମଧ୍ୟରେ ସମ୍ପର୍କ ଅତି ଘନିଷ୍ଠ ଏହା ପ୍ରତିଫଳିତ ହୋଇଥାଏ । ସମତା ଘନିଷ୍ଠ ଆତ୍ମିୟତାର ପ୍ରତିକି ପ୍ରଭୁ ଜଗନ୍ନାଥ । କହିଲେ ଆଜ୍ଞା! ଆମ ଭଳି ଜଗା ସବୁଦିନେ ସ୍ନାନ କରେ, ନିଦ୍ରାଯାଏ, ପାନ ଖାଏ, ବେଶ ହୁଏ, ବାରମାସରେ ତେର ଯାତ୍ରାରେ ସାମିଲ ହୁଏ । ଅଧିକ ସ୍ନାନକଲେ ଜ୍ୱର ହୁଏ । ସ୍ନାନ ପୂର୍ଣ୍ଣମୀ ତିଥିରେ ଏକଶହ ଆଠ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୁଅନ୍ତି ପ୍ରଭୁ । ତାଙ୍କ ଲାଗି ପଥୀର ବ୍ୟବସ୍ଥା କରାଯାଏ । ପାଟିକୁ ଅରୁଚି ଲାଗିବାରୁ ପୋଡପିଠା ଖାଇବାକୁ ମନହୁଏ । ପୁଣି ମନେପଡେ ଜନ୍ମବେଦୀର ଆତ୍ମୀୟତା ମାଉସୀର ପୋଡପିଠାରେ ଥିବା ଶ୍ରଦ୍ଧା । ମନୁଷ୍ୟ ସବୁ ଗୁଣ ମଧ୍ୟରେ କିଛି ନା କିଛି ସାମଞ୍ଜସ୍ୟ ରହିଛି । ସମତା ଓ ଏକତାର ପ୍ରତୀକ ଭାବରେ ରଥଯାତ୍ରା ପ୍ରତିକାତ୍ମକ ସୂଚନା ମାତ୍ର । ଭକତ ତ ବିହ୍ୱଳ ହୋଇଯାଏ, ସମଗ୍ର ବିଶ୍ୱକୁ କୋଳାଗ୍ରତ କରି ରଖିବାର ମାନସିତକା ଜଗା ନିକଟରେ ପରିବ୍ୟାପ୍ତ । ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି ପରମ୍ପରା ଓତଃପ୍ରୋତ ଭାବରେ ଜଡିତ । ଜଗନ୍ନାଥଙ୍କୁ ବାଦଦେଇ କୌଣସି କାର୍ଯ୍ୟ ଏଠାରେ ସମ୍ଭବ ନୁହେଁ । ସାମାଜିକ ଚେତନା ମଧ୍ୟରେ ରଥଯାତ୍ରାର ପରିକଳ୍ପନା । ସେଇଥିପାଇଁ ତ ଦୁଇ ହାତ ପ୍ରସାରୀ ଦାରୁଦେବତା ଆମ୍ଭମାନଙ୍କୁ କୋଳାଗ୍ରତ କରିବାର ଆକାଂକ୍ଷା । ଏକାକାର ହେବାର ମାନସିକତା । ଭିନ୍ନତା ମଧ୍ୟରେ ଏକତାର ମନ୍ତ୍ର ସ୍ପଷ୍ଟ ଭାବରେ ପରିଲକ୍ଷିତ ହୁଏ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ । ଓଡ଼ିଆ ଜାତିର ପ୍ରଥା ପରମ୍ପରା ନିତୀ କାନ୍ତିକ ସହିତ ପରିଚିତ ଜଗନ୍ନାଥ ସଂସ୍କୃତି । ଓଡ଼ିଆ ବି ବାଦ ପଡନ୍ତେ କିପରି ସାଧାରଣ ଲୋକ ଭଳି ଗାଳିବି ଦିଅନ୍ତି ଚକାଆଖିଆ କହିବା ସହିତ ପେଟୁଆ ବୋଲି ଆଖ୍ୟା ଦିଅନ୍ତି । ତା ମଧ୍ୟରେ ଥାଏ ଭକ୍ତି ଓ ଭଗବାନଙ୍କ ମଧ୍ୟରେ ସ୍ନେହ ପ୍ରେମ ଭକତ ଓ ଶ୍ରଦ୍ଧାର ସମ୍ପର୍କ । ଜନ୍ମରୁ ଜନ୍ମାନ୍ତର ପର୍ଯ୍ୟନ୍ତ ।କ ଅଶୋକ ମହାରଣା ସା /ପୋ - ସିମିନଈ ଜି-ଢେଙ୍କାନାଳ-୭୫୯୦୨୫
Comments
Post a Comment