ସୋମେନ୍ଦ୍ର ଜେନା
ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରିବାଲାଗି ଆସାମରେ ·ଲିଥିବା ନାଗରିକତା ପଞ୍ଜୀକରଣ ବ୍ୟବସ୍ଥାକୁ ସମଗ୍ର ଦେଶରେ ପ୍ରଚଳିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି । ଦେଶ ଓ ଦେଶବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ନାଗରିକତା ପଞ୍ଜୀକରଣ କେବଳ ଗଣତନ୍ତ୍ର ନୁହେଁ ସୁଦୃଢ ଭାରତବର୍ଷ ନିର୍ମାଣ ଲାଗି ମଧ୍ୟ ଏହା ସହାୟକ ହେବ ବୋଲି କୁହାଯାଉଛି । ହିନ୍ଦୁସ୍ଥାନ ମିଡିଆ ଗ୍ରୁପ ପକ୍ଷରୁ ଆୟୋଜିତ ପୂର୍ବୋଦୟ ହିନ୍ଦୁସ୍ଥାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଶାହା ଏନ୍ଆର୍ସି ସପକ୍ଷରେ ଯୁକ୍ତି ଦର୍ଶାଇ କହିଛନ୍ତି ଯେ ଜଣେ ଭାରତୀୟ ବେଆଇନ ଭାବରେ ରୁଷିଆ, ଆମେରିକା ଓ ବ୍ରିଟେନରେ ବସବାସ କରିପାରୁନଥିବା ସ୍ଥଳେ ଅନ୍ୟ ଦେଶର ନାଗରିକ କାହିଁକି ଭାରତରେ ବସବାସ କରିବ,ଏଥିପାଇଁ ଦେଶ ସୁରକ୍ଷାର ବାରମ୍ବାର କ୍ଷତି ହେଉଛି । ଦେଶର ପ୍ରତି ନାଗରିକକୁ ଏକ ସ୍ୱତନ୍ତ୍ର ପରିଚୟ ପତ୍ର ନାଗରିକତାକୁ ନେଇ ପ୍ରଦାନ କରାଗଲେ ସେ ସଂପର୍କୀତ ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ରହିବ ଯାହାକୁ ଭିନ୍ନ ଭିନ୍ନ ବିଭାଗଗୁଡିକ ସହାୟତା ରାଶି ପ୍ରଦାନ, ରାଜ୍ୟଗୁଡିକର ଅର୍ଥପ୍ରଦାନ ଆଦି କାର୍ଯ୍ୟରେ ଉପଯୋଗ କରାଯାଇପାରିବ । ବିଶେଷ କରି ଏକ ସୁବିଧାଜନକ ଚିହ୍ନଟ ପ୍ରକ୍ରିୟା ରହିଲେ ଆଗାମୀ ଦିନରେ ଦୈନନ୍ଦିନ ସୁରକ୍ଷା କାର୍ଯ୍ୟ ସହଜ ହେବ । ଏହିସବୁ ନାଗରିକଙ୍କ ତଥ୍ୟକୁ ଆଧାର କରି ଯେଉଁ ଡାଟାବେସ୍ ତିଆରି ହେବ ତାକୁ କେନ୍ଦ୍ର କରି କ୍ଲାଉଡ ଟେକ୍ନୋଲୋଜି ବଳରେ ସଡକରେ ଯାଉଥିବା ବ୍ୟକ୍ତିକୁ ମଧ୍ୟ କମ୍ପ୍ୟୁଟର ଚିହ୍ନିପାରିବ । ପୃଥିବୀର ଅନେକ ଦେଶ ନାଗରିକମାନଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ରଖିବା ଲାଗି ବ୍ୟବସ୍ଥା କରିଛନ୍ତି । ସେସବୁ ଦେଶମାନଙ୍କ ତୁଳନାରେ ଭାରତ ଏକ ବଡ ଦେଶ ହୋଇଥିବା ହେତୁ ଏଠାରେ ନାଗରିକ ପଞ୍ଜୀକରଣ ଅଧିକ କଷ୍ଟକର ହୋଇପାରେ । କାରଣ ଆସାମରେ ଏହାକୁ ଲାଗୁକରିବା ନେଇ ସୃଷ୍ଟି ହୋଇଥିବା ସନ୍ଦେହ ଏବେ ବି ଘନୀଭୂତ ହୋଇରହିଛି । ଯେଉଁ ୧୯ଲକ୍ଷ ଲୋକଙ୍କ ନାଗରିକତା ତାଲିକାରେ ନାମନାହିଁ ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଉଚ୍ଚପଦସ୍ଥ ସରକାରୀ କର୍ମ·ରୀମାନେ ମଧ୍ୟ ରହିଛନ୍ତି ।ଏପରିକି ପୁରୁଷ ପୁରୁଷ ଧରି ବସବାସ କରିଆସୁଥିବା ଲୋକଙ୍କ ନାମ ମଧ୍ୟ ତାଲିକାରେ ନାହିଁ । ରାଜ୍ୟର ମୋଟ ୩,୩୦,୨୭,୬୬୧ଜଣ ଲୋକ ନାଗରିକତା ସୂଚୀରେ ନାମ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ ହେଁ ୧୯,୦୬,୬୫୭ ଜଣ ତାଲିକାରୁ ବାଦ ପଡିଛନ୍ତି । ଫଳରେ ଚୂଡାନ୍ତ ତାଲିକାରେ ୩,୧୧,୨୧,୦୦୪ ଜଣଙ୍କ ନାମ ସ୍ଥାନ ପାଇଛି । ତେବେ ଗୋଟିଏ ମାତ୍ର ରାଜ୍ୟ ପାଇଁ ୫୨,୦୦୦ ସରକାରୀ କର୍ମ·ରୀ ତାଲିକା ପ୍ରସ୍ତୁତିରେ ରହିଥିଲେ । ଏହି ତାଲିକା ପ୍ରସ୍ତୁତି କାର୍ଯ୍ୟପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆସାମରେ ନାଗରିକ ପଞ୍ଜୀକରଣ ବ୍ୟବସ୍ଥା ୧୯୫୭ରେ ଆରମ୍ଭ ହୋଇଥିଲା । ୧୯୭୮ରେ ମଙ୍ଗଳଦୋଇ ଲୋକସଭା ଆସନର ଉପନିର୍ବାଚନ ବେଳେ୪୫,୦୦୦ ଜାଲ ଭୋଟରଙ୍କ ନାମ ଭୋଟର ତାଲିକାରୁ ମିଳିଲା ପରେ ଏକ ବଡ ଆନ୍ଦୋଳନ (୧୯୭୯-୮୫) ମୁଣ୍ଡ ଟେକିଥିଲା । ପରେ ଆସାମ ଚୁକ୍ତିପରେ ଆନ୍ଦୋଳନ କମିଥିଲା । ଏଥିରେ ଅଖିଳ ଆସାମ ଛାତ୍ର ସଂଗଠନ, ଅଖିଳ ଆସାମ ଗଣପରିଷଦ, କେନ୍ଦ୍ର ଓ ରାଜ୍ୟ ସରକାର ସାମିଲଥିଲେ । ୨୦୦୫ରେ ଆସାମ ସରକାର ଏବଂ ଅଖିଳ ଆସାମ ଛାତ୍ର ସଂଗଠନ ମଧ୍ୟରେ ଆଲୋଚନା ହୋଇ ଏକ ତ୍ରିପକ୍ଷୀୟ ବୈଠକରେ ସ୍ଥିର ହୋଇଥିଲା ଯେ ଏନ୍ଆର୍ସିକୁ ନୂତନ ତଥ୍ୟଯୁକ୍ତ ସଂଶୋଧନ କରାଯିବ । କିନ୍ତୁ ୨୦୧୦ରେ ଦୁଇଟି ଜିଲ୍ଲାରେ କାର୍ଯ୍ୟହେବା ସମୟରେ ହିଂସାକାଣ୍ଡ ଯୋଗୁ କାମ ବନ୍ଦ ରହିଥିଲା । ୨୦୦୯ରେ ଏକ ଏନ୍ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ଏଥିପାଇଁ ମାମଲା ଆସିବା ପରେ ୨୦୧୫ରେ ଏନ୍ଆର୍ସି ଉପରେ ସୁପ୍ରିମକୋର୍ଟର ଦୃଷ୍ଟିରହିଲା ଏବଂ ସରକାରଙ୍କୁ ଏଥିପାଇଁ ଅଦାଲତଙ୍କ ନିର୍ଦ୍ଦେଶ ରହିଲା କାର୍ଯ୍ୟଶେଷ କରିବାକୁ । ରାଜ୍ୟରେ କାର୍ଯ୍ୟକାରୀ କରିବାପାଇଁ ବିଜେପି ଶାସିତ ପ୍ରଦେଶ ଉତ୍ତର ପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ପ୍ରମୁଖ ରାଜ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଏବେଠାରୁ ଏହି ବିଷୟ ଉଠିବାର ଅର୍ଥ ହେଲା ଯେ ୨୦୨୧ରୁ ଆରମ୍ଭ ହେଉଥିବା ଜନଗଣନା ବେଳେ ଏହାକୁ ମଧ୍ୟ ଏକ ସଙ୍ଗେ ଆରମ୍ଭ କରାଯାଇପାରେ । ସାରା ଦେଶରେ ଏନ୍ଆର୍ସିକୁ ଲାଗୁ କରିବାକୁ ଯିବାବେଳେ ଶାହାଙ୍କୁ ଅଧିକ ସତର୍କ ରହିବାକୁ ହେବ । ଆସାମ ପରି ଅନେକ ରାଜ୍ୟରେ ଏହାକୁ କେନ୍ଦ୍ରକରି ଆନ୍ଦୋଳନ ଓ ହିଂସାକାଣ୍ଡ ମୁଣ୍ଡ ଟେକିପାରେ ସେଥିପ୍ରତି ଅଧିକ ସତର୍କ ରହିବାକୁ ହେବ । ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କଲେ ରାଜ୍ୟମାନେ ଏହାକୁ କାର୍ଯ୍ୟକାରୀ କରାଇପାରିବେ, ନଚେତ୍ ଦେଶସାରା ଅଯଥା ସନ୍ଦେହ ସୃଷ୍ଟି ହେବ । ଏହାକୁ କେନ୍ଦ୍ର କରି ରାଜ୍ୟ କେନ୍ଦ୍ର ମଧ୍ୟରେ ମୁହାଁମୁହିଁ ହେବା ପରିସ୍ଥିତି ସୃଷ୍ଟି ହୋଇପାରେ । ଆସାମରେ ଜାତୀୟ ନାଗରିକ ପଞ୍ଜିକାର ତାଲିକା ପ୍ରସ୍ତୁତି ନେଇ ଜଟିଳତା ଦୂରହେବା ଜଣାପଡୁନାହିଁ । ଏବେ ଯେଉଁ ତାଲିକା ପ୍ରକାଶ ପାଇଛି ସେଥିରେ ପ୍ରାୟ ୧୯ଲକ୍ଷ ଲୋକଙ୍କ ନାମ ନଥିବା ଜଣାପଡିଛି । ହେଲେ ଏହି ତାଲିକା ପ୍ରକାଶ ପରେ ଲୋକଙ୍କୁ ସେମାନଙ୍କ ନାଗରିକତା ପ୍ରମାଣ ଦେବାପାଇଁ ୧୨୦ ଦିନ ରଖାଯାଇଛି । ସେମାନେ ନିଜ ନିଜ କାଗଜପତ୍ର ତଥା ନାଗରିକତା ପ୍ରମାଣ କରିବାକୁ ବିଦେଶୀ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିପାରିବେ । ଗତ ବିଧାନସଭା ନିର୍ବାଚନ କାଳରେ ରାଜ୍ୟବାସୀଙ୍କର ସେହି ପୁରୁଣା ଦାବିକୁ ପୂରଣ କରିବା ଲାଗି ଇସ୍ତାହାରରେ ଘୋଷଣା କରିଥିଲା ବିଜେପି । ଏହାକୁ କେନ୍ଦ୍ର କରି ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାଁ କହିଛନ୍ତି ଯେ ଏହି ପଞ୍ଜିକା ଭାରତର ମୁସଲମାନଙ୍କୁ ଟାର୍ଗେଟକରି କରାଯାଉଥିବା ଅଭିଯୋଗ କରିଛନ୍ତି କିନ୍ତୁ ତାଙ୍କ ବକ୍ତବ୍ୟ ଭାରତରେ ମୁସଲମାନଙ୍କୁ ଗୋଳମାଳ ପାଇଁ ଉସ୍କାଇବା ଛଡା ଅନ୍ୟ କିଛି ନୁହେଁ । ଜନସାଧାରଣଙ୍କ ଅବଗତି ପାଇଁ ଅଗଷ୍ଟ ୩୧ତାରିଖ ସକାଳ ୧୦ଟା ବେଳେ ଏହାର ତାଲିକା ପ୍ରକାଶ ପାଇଲା ପରେ ହଜାର ହଜାର ସଂଖ୍ୟକ ଲୋକ ନିଜ ନାମ ଦେଖିବାଲାଗି ସର୍କଲ କାର୍ଯ୍ୟାଳୟ ଏନ୍ଆର୍ସି କେନ୍ଦ୍ରଗୁଡିକରେ ଭିଡ ଜମାଇଥିଲେ । ଯେଉଁ ଲୋକଙ୍କ ନାମ ତାଲିକାରେନାହିଁ ସେମାନଙ୍କ ଆବେଦନ ପାଇଁ ୧୨୦ଦିନ ଏବଂ ନାଗରିକତ୍ୱ ପ୍ରମାଣ ପାଇଁ ୧୦ମାସ ସମୟ ଲାଗିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ୧୯୫୧ରେ ଆସାମ ରାଜ୍ୟବାସୀଙ୍କ ନାଗରିକ ତାଲିକା ପ୍ରଥମେ ପ୍ରକାଶ ପାଇଥିଲା ଏବେ ଦୀର୍ଘ ୬୮ବର୍ଷ ପରେ ପୁଣି ପ୍ରକାଶ ପାଇଛି । ଏବେ ଏହି ତାଲିକା ପ୍ରକାଶ ପାଇଲା ପରେ ଆସାମ ରାଜ୍ୟ ବିଜେପି ପକ୍ଷରୁ ସମଗ୍ର ଦେଶରେ ଏହିପରି ତାଲିକା ପ୍ରକାଶ କରାଯିବାକୁ ଦାବି ହୋଇଛି ଦିଲ୍ଲୀ ପ୍ରଦେଶ ବିଜେପି ସଭାପତି ମନୋଜ ତିୱାରୀ ନୂଆଦିଲ୍ଲୀ ପାଇଁ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁମ୍ବାଇଲେ ମଧ୍ୟ ଏହିପରି ତାଲିକା ପ୍ରକାଶ ପାଇବାକୁ ଦାବି କରିଛନ୍ତି । ଏହି ତାଲିକା ପ୍ରକାଶ ପାଇବା ପରେ ବିଜେପିର ବରିଷ୍ଠ ନେତା ହିମନ୍ତ ବିଶ୍ୱଶର୍ମା, କଂଗ୍ରେସ ଦଳର ନେତା ଗୋ÷ରବ ଗୋଗୋଇ ଏବଂ ନିଖିଳ ଆସାମ ଛାତ୍ରସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଶରଣାର୍ଥୀ ପ୍ରମାଣପତ୍ରକୁ ବହୁ ଅଧିକାରୀ ଗ୍ରହଣ ନକରିବାରୁ ଅନେକ ଲୋକଙ୍କ ନାମ ଏଥିରୁ ବାଦ ପଡିଛି ବୋଲି ଅଭିଯୋଗ ଉଠିଛି । ଆସାମରେ ଅନୁପ୍ରବେଶ ନେଇ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ରହିଛି । ବିଜେପି ବଙ୍ଗଳାଦେଶୀ ମୁସଲିମମାନଙ୍କୁ ବିଦେଶୀ ଅନୁପ୍ରବେଶକାରୀ କହିଲାବେଳେ ଆସାମୀ ସଂଗଠନଗୁଡିକ ବଙ୍ଗଳାଦେଶ ଓ ମ୍ୟାନମାର ଆଦିରୁ ଆସାମକୁ ଆସିଥିବା ହିନ୍ଦୁ ଏବଂ ବୋ÷ଦ୍ଧମାନଙ୍କୁ ମଧ୍ୟ ଅନୁପ୍ରବେଶକାରୀ ବିଦେଶୀ ଭାବେ ଗଣାଯିବା ଲାଗି କହୁଛି । କୋ÷ଣସି ପ୍ରକାର ଶରଣାର୍ଥୀଙ୍କୁ ଆସାମରେ ରହିବାପାଇଁ ନାଗରିକ ଭାବେ ସ୍ୱୀକୃତି ନଦେବାଲାଗି ଦାବି ହେଉଛି । ୧୯୭୧ ପୂର୍ବରୁ ଯେଉଁମାନେ ଆସାମକୁ ଆସିଥିଲେ ସେମାନଙ୍କୁ ବି·ରକୁ ନେବାଲାଗି କୁହାଯାଇଛି । ତେବେ ଏହି ପ୍ରକ୍ରିୟାରେ ସାମିଲ ଥିବା କର୍ମ·ରୀମାନଙ୍କ ଯୋଗୁ କେତେକ ସରକାରୀ କର୍ମ·ରୀ ଏବଂ ସେବାନିବୃତ୍ତ ସେନା ଜାଲିଆତି ଅଧିକାରୀମାନେ ମଧ୍ୟ ଏବେ ବିଦେଶୀ ହୋଇଛନ୍ତି । ତେଣୁ ଏହାକୁ ତରବରିଆ ଭାବେ ଦେଶରେ ଲାଗୁ ନକରି ଏହାର ବ୍ୟାପକ ସଂଶୋଧନ ଏବଂ ଭିନ୍ନ ମତ ଦୂର କରିବାପାଇଁ ପଦକ୍ଷେପ ନିଆଯାଉ ।
ଭୁବନେଶ୍ୱର-୭୫୧୦୦୩
Comments
Post a Comment