୧୯୭୫ ମସିହା ଜୁନ ୨୫ ତାରିଖ । ଦେଶର ଇତିହାସରେ ଏହି ଦିନଟିକୁ ଏକ କଳା ଦିନ ଭାବେ ସର୍ବଦା ସ୍ମରଣ କରାଯିବ । ଆଜିର ଯୁବପିଢୀ ଏହି ଦିନ ସମ୍ପର୍କରେ ହୁଏତ ବିଶେଷ କିଛି ଜାଣିନଥିବେ । ଦେଶକୁ ସ୍ୱାଧୀନ କରିବା ପାଇଁ ଯେଉଁ ସଂଗ୍ରାମୀମାନେ ନିଜର ସର୍ବସ୍ୱ ତ୍ୟାଗ କରିଥିଲେ, ବିଦେଶୀ ଶାସକଙ୍କର କୃର ଦମନଚକ୍ରରେ ଅନେକଙ୍କ ଜୀବନ ଯୌବନ ଅକାଳରେ ଝଡିପଡିଥିଲା, ଅନେକ କିଶୋରଙ୍କର କଅଁଳା ଚମ ଫିରଙ୍ଗୀମାନଙ୍କର ଚାବୁକ୍ ମାଡରେ ଲହୁ ଲୁହାଣ ହୋଇଥିଲା, ଅନେକଙ୍କ ଜୀବନ କଳାପାଣିର କାଳକୋଠରୀରେ ମଉଳି ଯାଇଥିଲା, ଇଂରେଜମାନଙ୍କର ବୁଲେଟ ଆଗରେ ହସି ହସି ଦିନେ ଯେଉଁମାନେ ଛାତି ପତେଇ ଦେଇଥିଲେ, ନିଜ ହାତରେ ଫାଶୀର ଫନ୍ଦାକୁ ଯେଉଁ କ୍ରାନ୍ତିକାରୀ ବିରମାନେ ନିଜ ଗଳାରେ ଲଗାଇ ଦେଇଥିଲେ ସେହି ସ୍ୱତନ୍ତ୍ରତା ସେନାନୀମାନଙ୍କର ସ୍ୱର୍ଗତ ଆତ୍ମା ନିଶ୍ଚିତ ଭାବେ ସେଦିନ ଗୁମୁରି ଗୁମୁରି କାନ୍ଦିଥିବ । ସ୍ୱାଧୀନତା ଲାଭ କରିବା ସହ ଦେଶବାସୀଙ୍କୁ ଗଣତନ୍ତ୍ରର ମହାନ ଆଦର୍ଶରେ ଚାଲିବା ପାଇଁ ପୂଜ୍ୟ ବାପୁଙ୍କ ସମେତ ଯେଉଁ ମହାପୁରୁଷମାନେ ଆପ୍ରାଣ ଉଦ୍ୟମ କରିଥିଲେ ସେମାନଙ୍କ ଆତ୍ମା ନିଶ୍ଚିତ ଭାବେ ସେଦିନ ଗୁମୁରି ଗୁମୁରି କାନ୍ଦି ଥିବ । ଏହି ଦିନ ମଧ୍ୟରାତ୍ରିରେ ତକ୍ରାଳୀନ ଭାରତର ରାଷ୍ଟ୍ରପତି ଫକିରୁଦ୍ଦିନ୍ନ ଅଲ୍ଲି ଅହମ୍ମଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ପରାମର୍ଶକ୍ରମେ ଦେଶରେ ଆଭ୍ୟନ୍ତରୀଣ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ସବୁଠାରୁ ବିଡମ୍ବନାର ବିଷୟ ଯେ, ଏହି ଜରୁରୀ ପରିସ୍ଥିତି ଜାରି କରିବା ପାଇଁ ତତ୍କାଳୀନ ମନ୍ତ୍ରୀ ପରିଷଦ ମଧ୍ୟ କୌଣସି ନିଷ୍ପତ୍ତି ନେଇନଥିଲେ । ପରେ ଦୋଷ ଛଡାଇବା ପାଇଁ ୨୬ ତାରିଖ ସକାଳେ ଦିଲ୍ଲୀରେ ଥିବା ମାତ୍ର ୮ ଜଣ କ୍ୟାବିନେଟ ମନ୍ତ୍ରୀଙ୍କର ବୈଠକରେ ଏହି ନିଷ୍ପତ୍ତି ସମ୍ବଳିତ ଏକ ପ୍ରସ୍ତାବ ଗୃହୀତ କରାଇନିଆଯାଇଥିଲା । ସେଥିରେ ଉପସ୍ଥିତ ଥିବା ବରିଷ୍ଠ ମନ୍ତ୍ରୀ ସ୍ୱର୍ଣ୍ଣ ସିଂହ ଯେତେବେଳେ ଏସମ୍ପର୍କରେ ସ୍ପଷ୍ଟୀକରଣ ଲୋଡିବାକୁ ଉଦ୍ୟମ କଲେ ସେତେବେଳେ କ୍ୟାବିନେଟ୍ ସେକ୍ରେଟେରୀ ଆର କେ ଧୱନ ଏଥିରେ ହସ୍ତକ୍ଷେପ କରି ଯେହେତୁ ପ୍ରଧାନମନ୍ତ୍ରୀ ରାତି ଉଜାଗର ଅଛନ୍ତି ତେଣୁ ତୁରନ୍ତ ସମସ୍ତେ ପ୍ରସ୍ତାବରେ ଦସ୍ତଖତ କରି ଗଲା ପରେ ସେ(ପ୍ରଧାନମନ୍ତ୍ରୀ) ଶୟନ କକ୍ଷକୁ ଯିବେ ବୋଲି କହି ମାତ୍ର ୧୦ ମିନିଟ୍ ମଧ୍ୟରେ ଏହି କ୍ୟାବିନେଟ୍ ମିଟିଂ ଶେଷ କରିବା ପାଇଁ ଏକପ୍ରକାର ବାଧ୍ୟ କରିଦେଇଥିଲେ । ଦେଶରେ ଜରୁରୀ ପରିସ୍ଥିତି ଜାରି ହେବା ସହ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଅନେକ ମୌଳିକ ଅଧିକାରକୁ କାଢି ନିଆଯାଇଥିଲା । ଏହି କ୍ରମରେ ସରକାର ଚାହିଁଲେ ଯେକୌଣସି ବ୍ୟକ୍ତିଙ୍କୁ ତାଙ୍କର ଅପରାଧ କ’ଣ ଜାଣିବାର ସୁଯୋଗ ମଧ୍ୟ ଦିଆନଯାଇ ଗିରଫ କରିନେବାର ବ୍ୟବସ୍ଥା ଥିଲା । ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପରେ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ପେସ୍ କରିବାର ଯେଉଁ ନିୟମ ଅଛି ତାହାକୁ ମଧ୍ୟ ଖାରଜ କରିଦିଆଗଲା । ସମ୍ବିଧାନ ପ୍ରଦତ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଓ ଧନସମ୍ପତ୍ତିର ମୌଳିକ ଅଧିକାରକୁ ମଧ୍ୟ କାଢି ନିଆଗଲା । ଖାଲି ସେତିକି ନୁହେଁ ସମ୍ବିଧାନର ଧାରା ୧୪, ୧୯, ୨୧, ୨୨ ପ୍ରଭୃତିରେ ବ୍ୟକ୍ତିମାନଙ୍କୁ ପ୍ରଦତ୍ତ ଅଭିବ୍ୟକ୍ତିର ସ୍ୱାଧୀନତା, ସଂଘ ବା ସଂଗଠନ ଗଢିବାର ସ୍ୱାଧୀନତା ବିଶେଷ କରି ସମ୍ବାଦପତ୍ରମାନଙ୍କୁ ଦିଆଯାଇଥିବା ସ୍ୱାଧୀନତାକୁ ମଧ୍ୟ ବଳପୂର୍ବକ ହରଣ କରିନିଆଗଲା । ସମ୍ବାଦପତ୍ରମାନଙ୍କ ଉପରେ ସେନସରସିପ୍ ଲାଗୁ କରାଗଲା । ସମ୍ପାଦକମାନଙ୍କୁ ବାଧ୍ୟ କରାଗଲା ଯେ, ସରକାରଙ୍କ ବିରୋଧରେ ସେମାନେ କୌଣସି ସମ୍ବାଦ ପରିବେଷଣ କରିପାରିବେ ନାହିଁ । ବିରୋଧି ଦଳର ଯେଉଁ ନେତାମାନଙ୍କୁ ଗିରଫ କରାଯାଇଛି ସେମାନଙ୍କର ସମ୍ପର୍କରେ କୌଣସି ସମ୍ବାଦ ମଧ୍ୟ ପ୍ରକାଶ କରିପାରିବେ ନାହିଁ । ପ୍ରତି ଦିନ ସମ୍ବାଦ ପତ୍ର ଛପାଯିବା ପୂର୍ବରୁ ତାର ପ୍ରଥମ କପି ସରକାରୀ ଅଧିକାରୀଙ୍କ ଅନୁମୋଦନ କରିବାକୁ ବାଧ୍ୟ ହେବେ । ଯଦି ଏହା କରାନଯାଏ ତା’ହେଲେ ସେ ସମ୍ବାଦପତ୍ରକୁ ବନ୍ଦ କରିଦେବା ବା ତା’ର ବିଜୁଳି ସଂଯୋଗକୁ କାଢି ଦେବା ପରି ଜଘନ୍ୟ କାର୍ଯ୍ୟ ମଧ୍ୟ କରାଗଲା । ଜରୁରୀ ପରିସ୍ଥିତିରେ ସମସ୍ତ ନିର୍ବାଚନକୁ ସ୍ଥଗିତ କରିଦିଆଯିବା ସହ ଲୋକସଭାର କାର୍ଯ୍ୟକାଳକୁ ମଧ୍ୟ ୬ ବର୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିଲା । କହିବା ବାହୁଲ୍ୟ ଯେ, ୨୬ ତାରିଖ ସକାଳ ସୁଦ୍ଧା ଜୟପ୍ରକାଶ ନାରାୟଣ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡୱଣୀ, ଚୌଧୁରୀ ଚରଣ ସିଂହ, ମୁଲାୟମ ସିଂହ ଯାଦବ, ମଧୁଲିମାୟେ, ରାଜନାରାୟଣ, ମଧୁ ଦଣ୍ଡବତେ, ବିଜୁ ପଟ୍ଟନାୟକଙ୍କ ସମେତ ଦେଶର ସମସ୍ତ ମୃର୍ଦ୍ଧନ୍ୟ ରାଜନେତାମାନଙ୍କୁ ଗିରଫ କରିନିଆଯାଇଥିଲା । ଦେଶରେ ଘଟିଥିବା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ଥିବା କାରଣ ହେଉଛି ଆହୁରି ଗମ୍ଭୀର । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୧ ମସିହାରେ ଉତ୍ତରପ୍ରଦେଶର ରାୟବରେଲିରୁ ଲୋକସଭା ନିର୍ବାଚନରେ ସମାଜବାଦୀ ନେତା ରାଜନାରାୟଣଙ୍କୁ ହରାଇ ଏମପି ହୋଇଥିଲେ । ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ପରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ରାଜନାରାୟଣ ସେ(ଇନ୍ଦିରା) ନିର୍ବାଚନ ସମୟରେ ସରକାରୀ କଳର ଅପବ୍ୟପହାର କରିବା ସହ ଲୋକପ୍ରତିନିଧି ଆଇନ୍ର ଉଲ୍ଲଂଘନ କରିଥିବା ଦର୍ଶାଇ ଅହ୍ଲାବାଦ୍ ହାଇ କୋର୍ଟରେ ଏକ ନିର୍ବାଚନୀ ମୋକଦ୍ଦମା ଦାୟର କରିଥିଲେ । ୧୯୭୫ ମସିହା ଜୁନ ୧୨ ତାରିଖ ଦିନ ଏହି ମୋକଦ୍ଦମାର ରାୟ ଘୋଷଣା କରି ବିଚାରପତି ଜଗମୋହନ ଲାଲ ସିହ୍ନା ଦର୍ଶାଇଥିଲେ ଯେ, ଆବେଦନକାରୀଙ୍କ ଅଭିଯୋଗରେ ସତ୍ୟତା ରହିଛି । ବିଭିନ୍ନ ସାକ୍ଷ୍ୟ ପ୍ରମାଣ ଭିତ୍ତିରେ ସେ ନିର୍ବାଚନ ଆଇନ୍ ଅନୁସାରେ ଇନ୍ଦିରା ଗାନ୍ଧୀଙ୍କ ଲୋକସଭା ସଦସ୍ୟତାକୁ ଅସିଦ୍ଧ କରିବା ସହ ପରବର୍ତ୍ତି ୬ ବର୍ଷ ପର୍ଯ୍ୟନ୍ତ ସେ(ଇନ୍ଦିରା) କୌଣସି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ରାୟ ପ୍ରକାଶ କରିଥିଲେ । ଏହି ରାୟ ପ୍ରକାଶ ପାଇବା ପରେ ସ୍ୱାଭାବିକ ଭାବରେ ସମସ୍ତ ବିରୋଧି ଦଳ ଏକ ସ୍ୱରରେ ଇନ୍ଦିରା ଗାନ୍ଧୀଙ୍କ ଇସ୍ତଫା ଦାବି କରିଥିଲେ । କ୍ରମେ ଏହି ଦାବି ଅତ୍ୟନ୍ତ ତୀବ୍ର ହେବାରେ ଲାଗିଲା । ସ୍ୱର୍ଗତ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଜୁନ ୨୪ ତାରିଖ ଦିନ ଦିଲ୍ଲୀରେ ଏକ ବିଶାଳ ସର୍ବଦଳୀୟ ରାୟର ଆୟୋଜନ କରାଗଲା । ଏଥିରେ ନାରା ଦିଆଯାଇଥିଲା “ସିଂହାସନ ଖାଲି କରୋ, କି ଜନତା ଆତି ହୈ” । ଅର୍ଥାତ୍ ତୁରନ୍ତ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଏକ ପ୍ରବଳ ଜନଆନ୍ଦୋଳନ ସମଗ୍ର ଦେଶରେ ମୁଣ୍ଡ ଟେକିଥିଲା । ଦେଶର ସମ୍ବିଧାନ, ଗଣତନ୍ତ୍ର ଓ ନ୍ୟାୟପାଳିକା ପ୍ରତି ସାମାନ୍ୟ ସମ୍ମାନବୋଧ ଥିଲେ ଯେକୌଣସି ବ୍ୟକ୍ତି ଏଭଳି ପରିସ୍ଥିତିରେ ନିଜ ପଦରୁ ଇସ୍ପଫା ଦେବା ସହ ଉଚ୍ଚ ଅଦାଲତରେ ଅପିଲ୍ କରିପାରିଥାନ୍ତେ । କିନ୍ତୁ ତା’ ନକରି ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ସମଗ୍ର ଦେଶବାସୀଙ୍କୁ ଅନ୍ଧାରରେ ରଖି ଏପରିକି ନିଜ ଦଳର ଏବଂ ନିଜ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ନଜଣାଇ ଜରୁରୀ ପରିସ୍ଥିତି ପରି ଏକ କଳା କାନୁନ ଦେଶରେ ଲାଗୁ କରିବା ପାଇଁ ପଛଘୁଞ୍ଚା ଦେଲେ ନାହିଁ । ଯଦିଓ ନିଜ ଭାଷଣରେ ସେ(ଇନ୍ଦିରା) ଜରୁରୀ ପରିସ୍ଥିତି ଜାରି ପାଇଁ ବିରୋଧିଦଳମାନଙ୍କ ଦ୍ୱାରା କରାଯାଉଥିବା ଆନ୍ଦୋଳନ ଦେଶର ଅସ୍ଥିରତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ବୋଲି ଦର୍ଶାଇଥିଲେ । ଏପରିକି ତତ୍କାଳୀନ ଆମେରିକା ରାଷ୍ଟ୍ରପତି ରେଗାନ୍ ତାଙ୍କ ବିରୋଧରେ ଅସନ୍ତୋଷ ସୃଷ୍ଟି କରିବା ପାଇଁ ବିରୋଧିମାନଙ୍କୁ ଉସୁକାଉଛନ୍ତି ବୋଲି କହିବାକୁ ପଛାଇ ନଥିଲେ । ଏହାପରେ ପରେ ଯେଉଁ ଆଇନ୍ ଦ୍ୱାରା ତାଙ୍କ ନିର୍ବାଚନ ଅସିଦ୍ଧ ହୋଇଥିଲା ସେହି ଆଇନକୁ ହିଁ ପିଛିଲା ତାରିଖରୁ ରଦ୍ଦ କରିଦେବା ପରି ଅତ୍ୟନ୍ତ ଗର୍ହିତ କାର୍ଯ୍ୟ କରିବାକୁ ମଧ୍ୟ ସେ କୁଣ୍ଠାବୋଧ କରିନଥିଲେ । ଜରୁରୀ ପରିସ୍ଥିତିକୁ ବିରୋଧ କରି ସମଗ୍ର ଦେଶରେ ହଜାର ହଜାର ଲୋକ ସତ୍ୟାଗ୍ରହ କରି ବନ୍ଦୀ ହେଲେ । ସରକାରଙ୍କୁ ବିରୋଧ କରୁଥିବା ସତ୍ୟାଗ୍ରହୀମାନଙ୍କ ଉପରେ ଅତ୍ୟନ୍ତ ନୃଶଂସ ଅତ୍ୟାଚାର କରାଗଲା । ସେମାନେ କେଉଁ ଜେଲରେ ଅଛନ୍ତି, ସେମାନଙ୍କ ବିରୋଧରେ କେଉଁ କେଉଁ ଧାରା ଲାଗୁ ହୋଇଛି ସେ ବିଷୟରେ ମଧ୍ୟ ସେମାନଙ୍କ ପରିବାରକୁ ଅବଗତ କରାଗଲା ନାହିଁ । ସମଗ୍ର ଦେଶରେ ଜରୁରୀ ପରିସ୍ଥିତିକୁ ବରୋଧ କରି ପ୍ରାୟ ୧ ଲକ୍ଷ ୮୦ ହଜାର ବ୍ୟକ୍ତି ଗିରଫ ହୋଇଥିଲେ । ସମଗ୍ର ଦେଶ ଏକ କାଳକୋଠରୀରେ ପରିଣତ ହୋଇଯାଇଥିଲା । ଇନ୍ଦିରା ଭାବିଥିଲେ ତାଙ୍କ ଦମନ ନୀତି ଦ୍ୱାରା ବିରୋଧିମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି । ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ସେମାନେ ଆଉ ମୁଣ୍ଡ ଟେକି ଠିଆ ହୋଇପାରିବେ ନାହିଁ । ତେଣୁ ଏହି ଅବସରରେ ନିର୍ବାଚନ ଘୋଷଣା କରି ଏକ ପାଖିଆ ଭାବେ ସେ ପୁଣି ଥରେ ସର୍ବଶକ୍ତିମାନ କ୍ଷମତାର ଅଧିକାରିଣୀ ହୋଇପାରିବେ । ତାଙ୍କ ପରାମର୍ଶଦାତାମାନଙ୍କ ଏହି ଭୁଲ ଆକଳନ ଯୋଗୁଁ ସେ ୧୯୭୭ ମସିହା ଜାନୁଆରୀ ମାସରେ ଜରୁରୀ ପରିସ୍ଥିତିକୁ କୋହଳ କରିଦେବା ସଙ୍ଗେ ସଙ୍ଗେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଦେଲେ । ପରବର୍ତ୍ତୀ ଅବସ୍ଥାରେ ବିରୋଧି ଦଳ ନେତାମାନଙ୍କୁ ମଧ୍ୟ ଜେଲରୁ ମୁକ୍ତ କରିଦିଆଗଲା । ଇନ୍ଦିରା ଭାବିଥିଲେ ଖୁବ୍ କମ୍ ସମୟ ଭିତରେ ଦୁର୍ବଳ ବିରୋଧି ଦଳ ତାଙ୍କୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ ହେବ । କିନ୍ତୁ ସେହି ସ୍ୱଳ୍ପ ସମୟ ମଧ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ତତ୍କାଳୀନ ସଂଗଠନ କଂଗ୍ରେସ, ଭାରତୀୟ ଜନସଂଘ, ଭାରତୀୟ ଲୋକଦଳ ଏବଂ ସମାଜବାଦୀ ପାର୍ଟି ଏକାଠି ହୋଇ ଜନତା ପାର୍ଟି ନାମକ ଏକ ନୂତନ ରାଜନୈତିକ ଦଳ ଗଠିନ କଲେ । ସାଧନ ହୀନ ଏହି ଦଳର ନେତୃବୃନ୍ଦ ଯେତେବେଳେ ଜନସାଧାରଣଙ୍କ ନିକଟରେ ସମସ୍ତ ପରିସ୍ଥିତିର ବର୍ଣ୍ଣନା କଲେ ସେତେବେଳେ ଏ ଦେଶର ଜନସାଧାରଣ ନିଜ ପେଟରୁ କାଟି ଟଙ୍କେ ଦୁଇ ଟଙ୍କା ଏହି ନେତାମାନଙ୍କୁ ସାହଯ୍ୟ ଦେବା ସହ ନିର୍ବାଚନରେ ଶାସକ ଦଳ ବିରୋଧରେ ଏକଜୁଟ୍ ହୋଇ ଏକ ଅସାଧାରଣ ନିଷ୍ପତ୍ତି ଦେଲେ । ନିର୍ବାଚନ ଫଳ ଘୋଷଣା ହେବା ପରେ ଦେଖାଗଲା ଯେ, ସମଗ୍ର ଉତ୍ତର ଭାରତରୁ କଂଗ୍ରେସ ଦଳ ମୂଳପୋଛ ହୋଇଯାଇଛି । ନିଜେ ଇନ୍ଦିରା ଗାନ୍ଧୀ ରାୟବରେଲିରୁ ଏବଂ ତାଙ୍କ ପୁତ୍ର ସଞ୍ଜୟ ଗାନ୍ଧୀ ଆମେଠୀରୁ ନିର୍ବାଚନ ହାରିଯାଇଛନ୍ତି । ତାଙ୍କ ମନ୍ତ୍ରୀମଣ୍ଡଳର ଅଧିକାଂଶ ସଭ୍ୟ ମଧ୍ୟ ଅନାମଧେୟ ପ୍ରାର୍ଥୀଙ୍କ ଠାରୁ ବହୁ ଭୋଟରେ ନିର୍ବାଚନ ହାରିଯାଇଥିଲେ । ମୋରାଜୀ ଦେଶାୟୀଙ୍କ ନେତୃତ୍ୱରେ ଗଠିତ ଜନତା ପାର୍ଟିର ସରକାର ଜରୁରୀ ପରିସ୍ଥିତିର ସମସ୍ତ କଟକଣାକୁ ହଟାଇବା ସହ ଭବିଷ୍ୟତରେ ଯେପରି ଦେଶର କୌଣସି ଶାସକ ନିଜ ସ୍ୱାର୍ଥ ପାଇଁ ଜରୁରୀ ପରିସ୍ଥିତି ଲାଗୁ ନକରେ ସେଭଳି ଆଇନ୍ ପ୍ରଣୟନ କଲେ । ଭାରତର ଦରିଦ୍ର, ଅଶିକ୍ଷିତ ବା ଅଳ୍ପ ଶିକ୍ଷିତ ଜନସାଧାରଣ ପ୍ରମାଣ କରିଦେଲେ ଯେ, ସେମାନେ ଗଣତନ୍ତ୍ରର ମୂଲ୍ୟ କ’ଣ ଜାଣନ୍ତି । ଆଜିର ଦିନରେ ସେହି ଜନସାଧାରଣଙ୍କୁ ସଲାମ୍

Comments
Post a Comment