ଏବେ ସମସ୍ତେ ଊଣା ଅଧିକେ ସ୍ୱାସ୍ଥ୍ୟ ପ୍ରତି ସଚେତନ । ଏଣୁ ସେମାନେ ନିଜ ଶରୀର ଓ ପରିବେଶର ସ୍ୱଚ୍ଛତା ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି । ହାତ ଧୋଇବା ଅଳ୍ପ ଉଷୁମ ପାଣିରେ ପ୍ରଥମେ ହାତକୁ ଓଦା କରନ୍ତୁ । ସେହି ଓଦା ହାତରେ ସାବୁନ୍ ବା ହ୍ୟାଣ୍ଡୱାସ୍ ଲଗାନ୍ତୁ । ଦୁଇ ହାତ ପାପୁଲିକୁ ଭଲ ଭାବେ ଘଷନ୍ତୁ,ଯେପରିକି ସେଥିରୁ ଫେଣ ବାହାରିବ । ଏହି କ୍ରିୟା ଅତି କମ୍ରେ ୨୦ ସେକେଣ୍ଡ ଯାଏଁ କରନ୍ତୁ । ଏବେ ଆସନ୍ତୁ ଜାଣିବା କେତେବେଳେ ହାତ ଧାଇବା ଉଚିତ୍ । -ଖାଦ୍ୟ ପ୍ରସ୍ତୁତି ବେଳେ, ଖାଦ୍ୟ ଖାଇବାବେଳେ ଏବଂ ଖାଦ୍ୟ ପରିବେଷଣ କରିବା ପୂର୍ବରୁ ଓ ପରେ । -ଶୌଚ ହେବା ପରେ ହାତ ଧୋଇବା ଜରୁରୀ । -ନାକ ବା ମୁହଁରେ ହାତ ଲଗାଇ ଛିଙ୍କିବା ପରେ । -ଯେ କୌଣସି ପ୍ରକାରର ରାସାୟନିକ ସାମଗ୍ରୀର ବ୍ୟବହାର ପରେ । -ନିଜର ବା ପିଲାମାନଙ୍କର ନାକ ସଫା କରିବା ପରେ । -ଟଏଲେଟ୍ ଯିବା ପରେ । -ଶାରୀରିକ ସମ୍ପର୍କ ପରେ ବି ହାତ ଧୋଇବା ନିହାତି ଆବଶ୍ୟକ । -ଗୃହପାଳିତ ପଶୁମାନଙ୍କ ସହ ଖେଳିବା ପରେ । -କୌଣସି ରୋଗ ପୀଡ଼ିତଙ୍କ ସହିତ ମିଶିବା ପରେ ବି ହାତ ଧୋଇବା ଜରୁରୀ ।

Comments
Post a Comment