ଆସ ପରିବେଶକୁ ସୁରକ୍ଷା ଦେବା


ଆସ ପରିବେଶକୁ ସୁରକ୍ଷା ଦେବା ସଚରାଚର ବିଶ୍ୱ ବ୍ରହ୍ମାଣ୍ଡ ହେଉଛି ଭଗବାନଙ୍କ ସୃଷ୍ଟି  । ଏବଂ ଏହି ସୁନ୍ଦର ସୃଷ୍ଟିର ପରିବେଶକୁ ଗଢ଼ିଛନ୍ତି ଭଗବାନ  । ପ୍ରକୃତି ବିନା ପରିବେଶ ଏବଂ ପରିବେଶ ବ୍ୟତୀତ ଭଗବାନଙ୍କ ସବ୍ରଶ୍ରେଷ୍ଠ ସୃଷ୍ଟି ସେହି ତଥାକଥିତ "ଅମୃତସ୍ୟ ପୁତ୍ର'ଗଣ ହେଉଛନ୍ତି ଏହି ଧରିତ୍ରୀ ମାତା ଉପରେ ଆତଯାତ ହେଉଥିବା ଆମ୍ଭେ ସମସ୍ତେ  । ଆଜି ହେଉଛି ବିଶ୍ୱ ଧରିତ୍ରୀ ଦିବସ  । ଏହି ଦିବସକୁ ପାଳନ କରିବାର ଉଦ୍ଦେଶ୍ୟ ହେଲା, ଆମେ ବସବାସ କରୁଥିବା ପୃଥିବୀର ପରିବେଶକୁ କିଭଳି ସନ୍ତୁଳିତ ରଖିବା ଏବଂ ସମଗ୍ର ଜୀବଜଗତ ପ୍ରତି ଶ୍ରଦ୍ଧାଶୀଳ ହେବା  । ୧୯୭୦ ମସିହା ଫେବୃୟାରୀ ମାସରେ ଧରିତ୍ରୀ ଦିବସର ପାଳନ ନିମିତ୍ତ ଏହାର ଚୂଡ଼ାନ୍ତ ରୂପରେଖ ଜାତିସଂଘକୁ ପଠାଯାଇଥିଲା  । ଜାତିସଂଘ ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ସ୍ୱୀକୃତି ଦେଇଥିଲେ  । ସମ୍ପ୍ରତି ଧରିତ୍ରୀ ଓ ବିଶ୍ୱ ପରିବେଶ ଘୋର ସଂକଟରେ ସମ୍ମୁଖୀନ ହେଉଛି  । ଏହାର କାରଣ ହେଉଛି ଆଜି ସବୁ ମାନବୀୟ ମୂଲ୍ୟବୋଧ ଅବକ୍ଷୟ ପଥରେ ଧାବମାନ ହେଉଛି  । ସବୁଠି ଭୁଲବୁଝାମଣାର ଶିକାର ପାଲଟୁଛନ୍ତି ସମସ୍ତେ  । ସମସ୍ତେ କହୁଛନ୍ତି ଆମ୍ଭେମାନେ ଶାନ୍ତି ଚାହୁଁ କିନ୍ତୁ ଶାନ୍ତି କେଉଁଠି ମିଳିବ ? ପୂଜ୍ୟଶ୍ରୀ କୁମାର ଭାଇଙ୍କ ଦର୍ଶନରେ ଧରିତ୍ରୀ ମାତା ଏବଂ ପରିବେଶ ହେଉଛି ସ୍ୱୟଂ ଜଗତ୍ସୃଷ୍ଟ  । ପୂଜ୍ୟଶ୍ରୀ କୁମାର ଭାଇଙ୍କ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ଧରିତ୍ରୀକୁ ମାତା ସମ ପ୍ରଣୀପାତ କରିବା ସହ ପରିବେଶକୁ ଭଲପାଇବା ପାଇଁ ଏବଂ ସର୍ବୋପରି ଏକ ଶୋଭନୀୟ ପରିବେଶ ଗଠନ କରିବାର ମାର୍ଗରେ ଧାବମାନ ହେଉଛି ଏହି ଅନୁଷ୍ଠାନଟି  । ପରିବେଶ ପ୍ରସଙ୍ଗରେ ସାମ୍ପ୍ରତିକ କ୍ଷେତ୍ରରେ ବୁଦ୍ଧିଜିବୀଙ୍କ ଠାରୁ ପରିବେଶବିତ୍, ଲୋକପ୍ରତିନିଧିଙ୍କ ଠାରୁ ଗଣମାଧ୍ୟମ, ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନ ଠାରୁ ନାରୀ ମହଲ ସବୁଠି ଉଦ୍ବେଗ ପ୍ରକାଶ ପାଉଛି ବିଭିନ୍ନ ପ୍ରସଙ୍ଗରେ  । କଥା ଉଠୁଛି, ପରିବେଶକୁ ଭଲପାଇ ଧରିତ୍ରୀ ମାତାର ଛାତି ଉପରେ ଆତଯାତ ହେଉଥିବା କେହି ଅମୃତର ସନ୍ତାନମାନେ ଆଉ କେବେ ତା ଭିତରର ଆକୁଳ ବେଦନାଭରା ପ୍ରାର୍ଥନା ଶୁଣିବାକୁ ସମର୍ଥ ହୋଇପାରିବେ ? ମାଆ କେବେ ତାର ସନ୍ତାନ ମାନଙ୍କୁ ଅଭିଶାପ ଦେଇନଥାଏ  । ସେହିପରି ଧରିତ୍ରୀ ମାତା ଯୁଗେ ଯୁଗେ ତାର ସନ୍ତାନ ସଦୃଶ ଆମ୍ଭମାନଙ୍କୁ ସବୁବେଳେ ତାର କ୍ଷମାର ମୃର୍ତ୍ତିମନ୍ତ ସ୍ୱରୂପକୁ ପ୍ରକଟିତ କରି ସଦାସର୍ବଦା କ୍ଷମାମୟୀ ଗରିୟସୀ ମାଆ ଭାବରେ ପୂଜିତ  । ପରିବେଶର ଭୟାବହ ପ୍ରଦୂଷଣ ପାଇଁ ଆଜି ସମସ୍ତେ ଉଦ୍ବେଗ ପ୍ରକାଶ କରୁଥିଲେ ବି ବାସ୍ତବରେ ଆମ୍ଭମାନଙ୍କ ଆଖିରେ କ'ଣ ସତରେ ଲୁହ ରହିଛି ? ନାଁ କୁମ୍ଭୀର କାନ୍ଦଣା ପରି ଆମ୍ଭେମାନେ ଦୁଇଆଖିରୁ ଲୁହ ଗଡ଼ାଇ ଚାଲିଛେ  । ତେଣୁ ବର୍ତ୍ତମାନ ବି ସମୟ ରହିଛି ଆସନ୍ତୁ ଧରିତ୍ରୀମାତାକୁ ଭଲ ପାଇବା ଆମ ଆଖପାଖର ପରିବେଶକୁ ଭଲପାଇ ସେମାନଙ୍କ ଆନନ୍ଦ ଓ ପବିତ୍ର ପରିବେଶ ଭିତରେ ନିଜକୁ ହଜାଇ ଦେବା  । ଅନେକ ହୁଏତ ଜାଣିନଥିବେ ପୂଜ୍ୟଶ୍ରୀ କୁମାର ଭାଇଙ୍କ ହାତଗଢ଼ା ଶୋଭନୀୟ ଶିକ୍ଷାଶ୍ରମର ପରିସରରେ ଯେଉଁଠି ବି ଶୋଭନୀୟ କେନ୍ଦ୍ର ଗଢ଼ି ଉଠିଛି ତାର ଚତୁଃପାଶ୍ୱର୍ରେ ଗଢ଼ିଉଠିଛି ବିଶାଳକାୟ ସବୁଜବନାନୀ ପରିବେଶ  । ସେହି ଶୋଭନୀୟ ଗୁରୁକୁଳରର ଉଦୟଗିରିର ଗିରିକନ୍ଦର ଭିତରେ ଫୁଟିଛି ଶୋଭନୀୟ ଧରିତ୍ରୀର ସବୁଜିମା  । ଆଉ ପିଲାମାନଙ୍କୁ ସଦାସର୍ବଦା ଶିକ୍ଷା ଦିଆଯାଏ ଧରିତ୍ରୀ ମାତା ହେଉଛି ଆମର ବିଶ୍ୱମାତା ଏବଂ ସର୍ବୋପରି ଫୁଲକୁ ଭଲପାଇ ପ୍ରସ୍ଫୁଟିତ ଫୁଲର ମହକକୁ ତା ମାଆର ପଣତରୁ ନଛଡ଼ାଇବା ପରି ଶୋଭନୀୟ ଶିକ୍ଷାକେନ୍ଦ୍ରରେ କେଉଁଠି ଫୁଲକୁ ଛିଣ୍ଡାଯାଏ ନାହିଁ  । କେଉଁଠି ଫୁଲକୁ ପୂଜ୍ୟଶ୍ରୀ କୁମାର ଭାଇଙ୍କ ପାଦପଦ୍ମରେ ସମର୍ପଣ କରାଯାଇନଥାଏ  । କାରଣ ସେହି ପ୍ରସ୍ଫୁଟିତ ଫୁଲ କେଡ଼େ ସୁନ୍ଦର ପରିବେଶରେ ଧରିତ୍ରୀର କୋଳରେ ତା ମାଆର ପଣତକାନି ତଳେ ବେଶ୍ ଖୁସିରେ ଖେଳାବୁଲା କରିଥାଏ  । ଆଜି ବିଭିନ୍ନ ଗଣମାଧ୍ୟମର ପୃଷ୍ଠ ଲେଟାଇଲେ ଦେଖାଯାଉଛି ଧରିତ୍ରୀ ପ୍ରତି ବିପଦକୁ ନେଇ ବିଭିନ୍ନ ସମୟରେ ବୈଜ୍ଞାନିକମାନଙ୍କ ଉଦ୍ବେଗ  । ବିଭିନ୍ନ ସମୟରେ ପରିବେଶଜନିତ ଭୟଙ୍କର ଅବକ୍ଷୟ ପାଇଁ ଆଜି ସବୁକ୍ଷେତ୍ରରେ ସଚେତନତାର ମୁହୂର୍ତ୍ତ ପହଞ୍ôଚଥିଲେ ବି ଆମ୍ଭେମାନେ ବାସ୍ତବରେ କ'ଣ ସଚେତନ  । ବଡ଼ଖୁସିର କଥା ଆମ ରାଜ୍ୟର ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପରିବେଶକୁ ଓ ଧରିତ୍ରୀମାତାକୁ ଭଲପାଇ ବିଦ୍ୟାଳୟକୁ ଯାଉଥିବା ପିଲାମାନଙ୍କ ସହିତ ବୃକ୍ଷରୋପଣ କରି ପିଲାମାନଙ୍କୁ ସବୁଜବନାନୀ ପରିବେଶକୁ ଭଲପାଇବା ପାଇଁ ପରାମର୍ଶ ଦେଉଛନ୍ତି କେବଳ ସେତିକି ନୁହେଁ ଭୁବନେଶ୍ୱରରେ ସେ ଭଲପାଉଥିବା ଦୁଇଟି ପୁଷ୍ପ ଉଦ୍ୟାନକୁ ତାଙ୍କର ସୁଦୂର ବନ୍ଧୁମାନଙ୍କୁ ଦେଖାଇବାକୁ ଭୁଲିନଥାନ୍ତି  । ବିଜୁବାବୁ ବି ଜଣେ ପରିବେଶକୁ ଭଲ ପାଉଥିବା ବିଶାଳ ବ୍ୟକ୍ତିତ୍ୱ ଥିଲେ  । ରାଜ୍ୟର ପ୍ରଗତି ସହ ଧରିତ୍ରୀ ମାତା ଓ ପରିବେଶର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି  । ଆଜି ରାଜ୍ୟରେ ଦ୍ରୁତ ଶିଳ୍ପାୟନର ବିକାଶ ପାଇଁ ଯୋଜନା ଚାଲିଥିବାବେଳେ ସମସ୍ତେ ପରିବେଶ ପ୍ରଦୂଷଣ ପାଇଁ ଗୁରୁତ୍ୱ ପ୍ରଦାନ କରି ପ୍ରଦୂଷଣକୁ ରୋକିବା ସହ ଧରିତ୍ରୀ ମାତା ପାଇଁ ନିଜ ଭଲପାଇବାକୁ ନିଜ ଭାବନା ସହିତ ଏକ କରି ଚାଲିଲେ ଧରିତ୍ରୀ ମାତା ହସିଉଠିବ  ।

Comments