ଆଜିର ଜଗତରେ ଯେଉଁ ପ୍ରକାର ଶିକ୍ଷା ଦିଆଯାଉଛି ଓ ଯେଉଁ ପ୍ରକାର ନିପୁଣତା ଶିଖାଯାଉଛି ତାହା ମନୁଷ୍ୟକୁ ଚତୁର ଓ ଜ୍ଞାନୀ କରିପାରେ, କିନ୍ତୁ ଆମ ଅନୁଷ୍ଠାନମାନଙ୍କରେ ଯଦି ଚରିତ୍ର ଗଠନର ବୀଜ ବିକଶିତ ନହୁଏ ତେବେ ଏସବୁର କିଛି ମୂଲ୍ୟ ନାହିଁ । ଚରିତ୍ର ରହିତ ଶିକ୍ଷା ଅସଂଖ୍ୟ ଇଛା ଓ କାମନା ବଢ଼ାଏ ଏବଂ ବୀର କୁ ଶୁନ୍ୟରେ ପରିଣତ କରିପକାଏ । ଜଣେ ଯାହା ଶିଖିଛି ସେଥିରୁ ଯଦି କାଣିଚାଏ ବି ଗ୍ରହଣ କରେ ଏବଂ ଚିନ୍ତା, ବଚନ ଓ କର୍ମରେ ଅଭ୍ୟାସ କରେ ତେବେ ତାହା ମନୁଷ୍ୟ ଭିତରେ ପୂର୍ଣ୍ଣ ପରିବର୍ତ୍ତନ ଆଣିପାରିବ । ସତ୍ୟ ହିଁ ଭଗବାନଙ୍କର ସୌଧ । ଯେ ସତ୍ୟ ଉପରେ ଆଧାରିତ ଜୀବନ ଯାପନ କରେ ସେ ହିଁ ପ୍ରକୃତରେ ଆଦର୍ଶ ବ୍ୟକ୍ତି । ତାର ଜୀବନ ବସ୍ତୁତଃ ଉତ୍ତମ ଜୀବନ । ଏହି ସତ୍ୟ ସାର୍ବଜନୀନ ଓ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ । ଏହା ସମୟ, ସ୍ଥାନ ଓ ଦେଶର ସୀମାକୁ ଅତିକ୍ରମ କରେ । ମହର୍ଷିମନୁ ଏହି ସତ୍ୟର ଗଭୀର ଅନୁଧ୍ୟାନ କରିଥିଲେ, ସ୍ୱୟଂ ଏହା ଅନୁଭବ କରିଥିଲେ ଏବଂ ପରେ ତାହା ମାନବ ଜାତିର କଲ୍ୟାଣ ପାଇଁ ପ୍ରଦାନ କରିଥିଲେ । ସତ୍ୟ କୁହ, ମିଥ୍ୟା କୁହ ନାହିଁ । ଏହା ହିଁ ତାଙ୍କର ଅନୁଭୂତି ଓ ଶିକ୍ଷାର ସାରତତ୍ତ୍ୱ । ଶିକ୍ଷା କେବଳ ଚାକିରୀ ପାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିଚାରିବା ଏକ ସଂକୀର୍ଣ୍ଣ ଧାରଣା । ଅପର ପକ୍ଷରେ ଶିକ୍ଷା ମନୁଷ୍ୟକୁ ଜୀବନ ପାଇଁ ପ୍ରସ୍ତୁତ କରିବା ଉଚିତ, କେବଳ ଜୀବିକା ପାଇଁ ନୁହେଁ । ଯେଉଁ ବ୍ୟକ୍ତି ଏହି ପରମ ସତ୍ୟକୁ ହୃଦୟଙ୍ଗମ କରେ ଏବଂ ତଦନୁସାରେ କାର୍ଯ୍ୟ କରେ ସେ ପ୍ରକୃତରେ ସାର୍ଥକ ଜୀବନ ଯାପନ କରେ । ଭଗବାନ ଶ୍ରୀ ସତ୍ୟସାଇ ବାବା କହିଛନ୍ତି - "ଲେଖା ପଢ଼ାରେ ବଡ଼ ହେଲେ ହିଁ ଶିକ୍ଷା ତାକୁ କୁହାଯାଏନି, ଅଭ୍ୟାସ ବ୍ୟବହାର ସହଜଜ୍ଞାନ ନା ହେଲେ ଶିକ୍ଷା ହୁଏନି' । ଏହି ମହାନ୍ ଦେଶର ଆକାଶରେ ନକ୍ଷତ୍ର ହୋଇ ରହିଥିବା ଋଷିମାନେ ଏହି ସତ୍ୟ ଅନୁଭବ କରିଥିଲେ ଏବଂ ସେମାନେ ନିଜର ଅନୁଭୂତିର ନିର୍ଯ୍ୟାସକୁ ଅନ୍ୟମାନଙ୍କୁ ପ୍ରଦାନ କରିଥିଲେ । ଶିକ୍ଷା ଅର୍ଥ କେବଳ ପାଣ୍ଡିତ୍ୟ ଏବଂ ଥିବା ବିଷୟକୁ ଜାଣିବା ନୁହେଁ । ପରମ ବ୍ରହ୍ମଜ୍ଞାନ ସହିତ ତୁଳନା କଲେ ମନୁଷ୍ୟ ନିଜର ସ୍ୱଳ୍ପଜ୍ଞାନ ସତ୍ତେ୍ୱ ଦମ୍ଭ ପ୍ରଦର୍ଶନ କରୁଛି । ପ୍ରକୃତ ଶିକ୍ଷା ହିଁ ହୃଦୟରେ ବିନୟ ଓ ରୂପାନ୍ତର ଆଣେ । ବିଦ୍ୟା ଦଦାତି ବିନୟଂ । ମନୁଷ୍ୟର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେଉଛି ଶିକ୍ଷାର ମୂଲ୍ୟ ହୃଦୟଙ୍ଗମ କରିବା । ଭୌତିକ ଜଗତର ଉଦ୍ଧ୍ୱର୍ରେ କୌଣସି ସତ୍ତା ଅଛି ବୋଲି ବୁଝିଲେ ହିଁ ଆମେ ପ୍ରକୃତ ଶିକ୍ଷାକୁ ବୁଝିପାରିବା । ଅନ୍ୟ ଶବ୍ଦରେ କହିଲେ ଆମେ କେବଳ ପଦାର୍ଥ ବିଜ୍ଞାନ ଅଧ୍ୟୟନ କରିବା ଉଚିତ ନୁହେଁ, ଦର୍ଶନର ମଧ୍ୟ ଅନ୍ୱେଷଣ କରିବା ଉଚିତ । ଏପରି ଲୋକମାନେ ଅଛନ୍ତି, ଯେଉଁମାନେ କି ଏହି ଗଭୀର ତାତ୍ପର୍ଯ୍ୟ, ଏହି ଅନ୍ତଃସମ୍ପର୍କକୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ପ୍ରାଚୀନ କାଳରେ ଏହି ଦେଶରେ ବ୍ୟାସ, ବଶିଷ୍ଠ, ବାମନ, ଜମଦଗ୍ନି, ବିଶ୍ୱାମିତ୍ର, ପରାଶର, ଗୌତମ ଆଦି ମହର୍ଷିମାନେ ଥିଲେ ।ଆମ ଭିତରେ ଏକ ସନ୍ଦେହ ଉଙ୍କି ମାରୁଛି । "ଆଜି ଆମ ଭିତରେ ଏପରି ମହର୍ଷି ଅଛନ୍ତି କି ?' ଆମେ ବିଜ୍ଞାନ ଓ କାରିଗରୀ ବିଦ୍ୟା ଦୃଷ୍ଟିରୁ କିଛି ଉକ୍ରର୍ଷତା ହାସଲ କରିଛୁ । ବିଜ୍ଞାନ କ୍ଷେତ୍ରରେ ବିକାଶ ପାଇଁ ଏହି ବୈଜ୍ଞାନିକ ଜ୍ଞାନର କିପରି ଉପଯୋଗ କରିବାକୁ ହେବ, ତାହା ମଧ୍ୟ ଆମେ ବୁଝିବା ଉଚିତ । ଆମେ ବିଜ୍ଞାନରେ ଅଗ୍ରଗତି କରୁଛୁ, କିନ୍ତୁ ଏହି ଅଗ୍ରଗତିକୁ ଠିକ୍ ଭାବେ ଉପଯୋଗ କରିବାର ଆବଶ୍ୟକ ସୂକ୍ଷ୍ମ ବିଚାର ଆମର ନାହିଁ । ସେଥିପାଇଁ ସମଗ୍ର ପୃଥିବୀ ସମସ୍ୟାସଂକୁଳ ହୋଇପଡ଼ିଛି । ଅବଶ୍ୟ ଆଧୁନିକ ବିଜ୍ଞାନର ଏହି ମହାନ୍ ଅଗ୍ରଗତି କାଳରେ ନିଃସନ୍ଦେହ ଭାବରେ କେତେକ ମହାପୁରୁଷ ଅଛନ୍ତି, ଯେଉଁମାନେ କି ଏକ ପକ୍ଷରେ ଆଧୁନିକ ବିଜ୍ଞାନ ଓ ଅପର ପକ୍ଷରେ ଆଧ୍ୟାତ୍ମିକତା ଓ ପ୍ରାଚୀନ ଜ୍ଞାନ ମଧ୍ୟରେ ମୌଳିକ ସମନ୍ୱୟକୁ ବୁଝିଛନ୍ତି । ସର୍ବ ପ୍ରଥମେ ନିଉଟନ ମାଧ୍ୟାକର୍ଷଣ ଶକ୍ତି ବିଷୟରେ ବ୍ୟାଖ୍ୟା କରିଥିଲେ । କିନ୍ତୁ ଆକର୍ଷଣ ଶକ୍ତି ସବୁବେଳ ରହିଥିଲା ବୋଲି ମଧ୍ୟ ସେ ଜାଣିଥିଲେ । ବସ୍ତୁତଃ ସେ ଏହି କଥା କହିଥିଲେ ଯେ ସେ ଏହି ମାଧ୍ୟାକର୍ଷଣ ଶକ୍ତି ସିଦ୍ଧାନ୍ତର ଆବିଷ୍କାର କରିଛନ୍ତି, କିନ୍ତୁ ତାହା ସୃଷ୍ଟି କରି ନାହାନ୍ତି । ଏହା ପଛରେ ଏକ ମହାନ୍ ହସ୍ତ ରହିଛି ବୋଲି ମଧ୍ୟ ତାଙ୍କର ଦୃଢ଼ ଆସ୍ଥା ଥିଲା । ଆଇନ୍ଷ୍ଟାଇନ୍ ଆଉ ଜଣେ ମହାନ୍ ବ୍ୟକ୍ତିତ୍ୱ ଥିଲେ; ସେ ପ୍ରକୃତିର ରହସ୍ୟ ଭିତରେ ଗଭୀର ଭାବରେ ପ୍ରବେଶ କରିଥିଲେ ଏବଂ ଶେଷରେ ଜାଣିଥିଲେ ଯେ ଯାହାସବୁ ରହିଛି, ତାହା ଭିତରେ ଏକ ଆଧ୍ୟାତ୍ମିକ ତତ୍ତ୍ୱ ଅଛି । ସେ ଆହୁରି ମଧ୍ୟ ବୁଝିଥିଲେ ଯେ ଆମେ ଯଦି ଏହି ଜ୍ଞାନର ସର୍ବୋତ୍ତମ ଉପଯୋଗ କରିବାକୁ ଚାହୁଁ, ତେବେ ଆମେ ସତ୍ସଙ୍ଗ କରିବା ଆବଶ୍ୟକ, କାରଣ ତାହେଲେ ହିଁ ତୁମର ହୃଦୟ ଓ ମନ ନିର୍ମଳ ଓ ଶୁଦ୍ଧ ହେବ । ଏହି ପ୍ରସଙ୍ଗରେ ସେ କହିଥିଲେ, "ତୁମର ସଙ୍ଗତି ବିଷୟରେ କୁହ, ତୁମେ କିପରି ଲୋକ ତାହା ମୁଁ କହି ଦେବି ।' ଏହି ସରଳ ଉକ୍ତିଟିରୁ ଯାହା ସ୍ପଷ୍ଟ ହୁଏ ତାହା ହେଲା ଯେ ଆମେ ଯେଉଁ ସଙ୍ଗତିରେ ରହିଛୁ, ତାହା ଆମ ନିଜର ବ୍ୟକ୍ତିତ୍ୱର ପ୍ରତିଫଳନ ଅଟେ । ଆଉ ଜଣେ ମହାମନିଷୀ ଅଛନ୍ତି ୱେର୍ଣ୍ଣର ଆଇଜେନବର୍ଗ । ଆଧୁନିକ ବୈଜ୍ଞାନିକ ଚିନ୍ତନକୁ ତାଙ୍କର ମହାନ୍ ଅବଦାନ ରହିଛି । ସେ ମଧ୍ୟ ଏକ ପକ୍ଷରେ ବିଜ୍ଞାନ ଓ ଅପର ପକ୍ଷରେ ଆଧ୍ୟାତ୍ମିକତା ମଧ୍ୟରେ ଆବଶ୍ୟକ ସମ୍ପର୍କ ସୂତ୍ର ଜାଣିବାକୁ ଚାହିଁଥିଲେ । ଏହି ପ୍ରସଙ୍ଗରେ ସେ ଯୋଗସୂତ୍ରରେ ବର୍ଣ୍ଣିତ ଏହି ଦୁଇଟିର ସମ୍ପର୍କକୁ ବୁଝିଥିଲେ । ସେ ତାଙ୍କର ଅନୁଭୂତିକୁ ସଂକ୍ଷେପରେ ଏହିପରି ଭାବରେ କହିଥିଲେ, "ମନର ପ୍ରଭୁ ହୁଅ ଓ ମହାମନ ହୁଅ ।' ସେ ବିଜ୍ଞାନ ଓ ଆଧ୍ୟାତ୍ମିକତାକୁ ବିଜ୍ଞାନର ଆଧାର ବୋଲି ଅନୁଭବ କରିଥିଲେ । ସେ ଏକଥା ମଧ୍ୟ ହୃଦୟଙ୍ଗମ କରିଥିଲେ ଯେ ନିଜର ଇଛା ଓ କାମନା ବଢ଼ାଇବା ଦ୍ୱାରା ମନୁଷ୍ୟ ନିଜର ଅନ୍ତର୍ନିହିତ ଶାନ୍ତି ହରାଇ ବସିଥାଏ । ତେଣୁ "ଅଧିକ କାମନା ଅର୍ଥ ଅଧିକ ନୈରାଶ୍ୟ' । ପଲ ଡାଇରାକ୍ ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ସମନ୍ୱୟ ଦେଖିବାକୁ ଚେଷ୍ଟା କରିଥିଲେ । ସେ ସବୁ ରୂପରେ ସବୁ ଜୀବମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଏକ ସତ୍ତାକୁ ଆବିଷ୍କାର କରିବା ପାଇଁ ଚେଷ୍ଟା କରିଥିଲେ । ଏହି ଅନ୍ୱେଷଣ ଫଳରେ ସେ ଆବିଷ୍କାର କରିଥିବା ସତ୍ୟକୁ "ସଦା ଭଲ ପାଅ, କଦାପି କ୍ଷତି କର ନାହିଁ' ଉକ୍ତିରେ ପ୍ରକଟ କରିଥିଲେ । ଏହି ନିଷ୍କର୍ଷଟି ପ୍ରାଚୀନ ମହର୍ଷି ବ୍ୟାସଙ୍କ ଦ୍ୱାରା ଅଷ୍ଟାଦଶ ପୁରାଣରେ ନିର୍ଯ୍ୟାସ ରୂପେ ଯାହା ମାନବ ଜାତିକୁ ଦିଆଯାଇଥିଲା, ତାହାର ପ୍ରତିଧ୍ୱନି ଛଡ଼ା ଆଉ କିଛି ନୁହେଁ - "ପରୋପକାର ପୁଣ୍ୟାୟ ପାପାୟ ପରପୀଡ଼ନମ୍' । ଆଉ ଜଣେ ଆଧୁନିକ ଦାର୍ଶନିକ ହେଲେ ଲୁଇ ଭିକ୍ଟର ଡି ବ୍ରୋଗ୍ମି । ଆଧ୍ୟାତ୍ମିକ ସିଦ୍ଧାନ୍ତର ସମାଲୋଚକ ଭାବେ ଆରମ୍ଭ କରି ଗଭୀର ଅନୁସନ୍ଧାନ ପରେ ସେ ଏହି ନିଷ୍କର୍ଷରେ ଉପନୀତ ହୋଇଥିଲେ ଯେ ତାଙ୍କର ଅଜ୍ଞାନତା ଯୋଗୁଁ ହିଁ ତାଙ୍କ ମନରେ ସନ୍ଦେହ ଦେଖା ଦେଇଥିଲା । ସେ ତାଙ୍କର ଅନୁଭୂତିରୁ ଘୋଷଣା କଲେ ଯେ ଜଗତରେ ପ୍ରତ୍ୟେକ ବସ୍ତୁର କେନ୍ଦ୍ରରେ ଦିବ୍ୟତ୍ୱ ରହିଛି ।

Comments
Post a Comment