ଲଙ୍କାରେ ହରି ନାମ, ପାକିସ୍ତାନରେ ଗାନ୍ଧି ବାଣୀ!


ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

ଅନେକ ଭାବନ୍ତି ପାକିସ୍ଥାନରେ ଥିବା ସମସ୍ତ ମୁସଲମାନ ମୌଳିବାଦି, ଭାରତ ଓ ଗାନ୍ଧିଙ୍କ ବିରୋଧୀ । ଅନେକ ଜାଣନ୍ତି ନାହିଁ ଯେ, ଯେତେବେଳେ କ୍ଷମତା ଲାଳସାରେ ଗାନ୍ଧିଙ୍କର ସମସ୍ତ କଂଗ୍ରେସ ସାଥୀ ଦେଶ ବିଭାଜନ ପାଇଁ ସମ୍ମତି ପ୍ରକାଶ କରିଥିଲେ, ସେତେବେଳେ ପାକିସ୍ଥାନ ଅର୍ନ୍ତଗତ ସୁଦୁର ସିମାନ୍ତ ପ୍ରଦେଶର ଖାନ୍ ଅବଦୁଲ ଗଫର ଖାଁ ଶେଷ ପର୍ଯ୍ୟନ୍ତ ବିଭାଜନକୁ ବିରୋଧ କରିଥିଲେ । ଏପରିକି ସେଠାରେ ପ୍ରାୟ ଶତକଡା ୯୯ ଭାଗ ବ୍ୟକ୍ତି ମୁସଲମାନ ହେଲେ ହିଁ ସେମାନେ ଭାରତ ସହ ମିଶିବାକୁ ଆଗ୍ରହି ଥିଲେ । ମାତ୍ର ସ୍ୱାଧିନତା ପର କଂଗ୍ରେସ ସରକାର ସେମାନଙ୍କୁ ସାହାଯ୍ୟ ଓ ସମର୍ଥନ ଦେଇ ନପାରିବାରୁ, ସେମାନେ ଭଗ୍ନ ହୃଦୟରେ ପାକିସ୍ଥାନ ସହ ମିଶିଲେ ଓ ସେତେବେଳେ ଗଫର ଖାଁ କାନ୍ଦି କାନ୍ଦି କହିଥିଲେ, “ହେ, କଂଗ୍ରେସ ନେତା ମାନେ, ତୁମେ ଆମ ମାନଙ୍କୁ ଗଧିଆ ହାତରେ ଛାଡି ଦେଉଛ”! ପାକିସ୍ଥାନର ଅନ୍ୟତମ ପ୍ରଦେଶ ଖାଇବର ପାକ୍ତୁଂଖ୍ୱା ପ୍ରଦେଶ ରୁପେ ବର୍ତମାନ ପରିଚିତ ଥିବା ରାଜ୍ୟ ଟିକୁ ସେତେବେଳେ ଉତର ପଶ୍ଚିମ ସିମାନ୍ତ ପ୍ରଦେଶ ବୋଲି କୁହାଯାଉଥିଲା । ଏ ଅଂଚଳର ଅଧିକାଂଶ ଲୋକ ଥିଲେ ପାସତୁନ ସଂପ୍ରଦାୟର । ସେମାନେ ଭୟକଂର ଅପରାଧ ପ୍ରବଣ ବ୍ୟକ୍ତି ଥିଲେ । ସେମାନଙ୍କର ନେତା ବାଦସାହା ଖାଁ ବା ଗଫୁର ଖାଁ ଗାନ୍ଧିଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ସେମାନଙ୍କୁ ଅହିଂସା ଧର୍ମରେ ଦିକ୍ଷିତ କରାଇଥିଲେ ଓ ଗାନ୍ଧିଙ୍କ ମତରେ ସେ ବିର ସିମାନ୍ତ ପଠାଣ ମାନେ ବାସ୍ତବରେ ଅହିଂସା ଧର୍ମ ପାଳନ କରୁଥିଲେ । ପାହାଡ ଓ ଉପତ୍ୟକା ଭରା ଜଲାଲବାଦ୍ ଅଂଚଳରେ ୧୮୯୦ ମସିହାରେ ଗଫୁର ଖାଁ ଏକ ସଂଭ୍ରାନ୍ତ ବଂଶରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବଡ ବାଇ ଜଣେ ବିଦେଶି ଫେରନ୍ତା ଡାକ୍ତର ଥିଲେ ଓ ଇତିହାସରେ ଡ଼. ଖାନ ସାହେବ ରୁପରେ ସେ ପରିଚିତ । ବଡ ଭାଇ ଗଫର ଖାଁ ଅତ୍ୟନ୍ତ ବିଶାଳ ଶରୀର ବିଶିଷ୍ଟ ଓ ସାଢେ ଛଅ ଫୁଟ ଉଚ୍ଚା ଥିଲେ । ଏହି ବିଶାଳ ଶରୀର ଭିତରେ ଏକ କୋମଳ ମନ ଲୁଚି ରହିଥିଲା । ୧୯୨୮ ମସିହାରେ ଗାନ୍ଧିଙ୍କ ସହ ସାକ୍ଷାତ ହେଲା ପରେ ସେ ତାଙ୍କର ଜଣେ ଭକ୍ତ ପାଲଟି ଯାଇଥିଲେ ଓ ତାଙ୍କ ନିର୍ଦେଶରେ ୧୯୩୦ ମସିହାର ଲବଣ ସତ୍ୟାଗ୍ରହ ବେଳେ ଶହ ଶହ ସିମାନ୍ତ ଅଧିବସୀ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ । ନିଜର ଅନୁଗତ ମାନଙ୍କୁ ନେଇ ଗଫୁର ଖାଁ ଏକ ସଂଗଠନ ଗଢିଥିଲେ ଯାହାର ନାମ ଥିଲା ଖିମଦ-ଖିମଦଗାର ବା ସରଭେଂଟ ଅଫ ଗଡ, ଏହାକୁ ଲାଲ କୁର୍ତା ଦଳ ମଧ୍ୟ କହୁଥିଲେ । ଗାନ୍ଧିଙ୍କର ସମସ୍ତ ଆନ୍ଦୋଳନ ଏମାନେ ସକ୍ରିୟ ଭାବରେ ନିଜ ଅଂଚଳରେ କାର୍ଯ୍ୟକାରି କରୁଥିଲେ । ଖୁବ ଶିଘ୍ର ସିମାନ୍ତ ଗାନ୍ଧି ନାମରେ ଗଫୁର ଖାଁ ବା ବଚ୍ଚା ଖାଁ ସାରା ଭାରତରେ ପରିଚିତ ହୋଇଗଲେ । ୧୯୩୭ ମସିହା ଓ ୧୯୪୬ ମସିହା ପ୍ରାଦେଶିକ ନିର୍ବାଚନରେ କଂଗ୍ରେସ ଦଳ ଏଠାରେ ବହୁମତରେ ଜିତିଥିଲା ଓ ଡ଼. ଖାନ ସାହେବ ରାଜ୍ୟର ପ୍ରଧାନମନ୍ତ୍ରୀ ପଦ ପାଇଥିଲେ । ଦୁଇ ଭାଇ ତୀବ୍ର ଜିନ୍ନା ବିରୋଧି ଥିଲେ ଓ ସେଥିପାଇଁ ସେମାନେ ଏକ ଅଖଣ୍ଡ ଭାରତ କିମ୍ବା ବିଭାଜନ ହେଲେ ଭାରତ ସହ ମିଶିବାକୁ ପ୍ରସ୍ତାବ ଗ୍ରହଣ କରିଥିଲେ । ମାତ୍ର କଂଗ୍ରେସ ଦଳ ତରଫରୁ ତାଙ୍କୁ ଉପଯୁକ୍ତ ସମର୍ଥନ ମିଳିଲା ନାହିଁ । ଏହି ସୁଯୋଗରେ ଜିନ୍ନା ସାଂପ୍ରଦାୟିକତାର ବିଷ ବୁଣିବାକୁ ଲାଗିଲେ । ତୁମେ ଆଲ୍ଲାଙ୍କ ପକ୍ଷରେ ଅଛ କି ବିରୋଧରେ ଅଛ ବୋଲି ଡାକରା ଦେଲେ । ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ମାଉଂଟ ବ୍ୟାଟେନ ସେଠାରେ ଏକ ଗଣ ଭୋଟ କରାଯିବା ପାଇଁ ଆଦେଶ ଦେଲେ । ନିଜର ମୁସଲିମ ଗାର୍ଡଙ୍କୁ ଲଗାଇ ଜିନ୍ନା ଭୟଙ୍କର ଗଣ୍ଡଗୋଳ କରାଇଲେ । ଏଭଳି ଅବସ୍ତା ଦେଖି ଗଫୁର ଖାଁ ତାଙ୍କ ନିଜ ଦଳକୁ ଭୋଟ ଦାନରୁ ବିରତ ରହିବାକୁ ନିର୍ଦେଶ ଦେଲେ ଓ ସମୁଦାୟ ଦୁଇ ଲକ୍ଷ ଦୁଇ ହଜାର କର୍ମି ଭୋଟ ଦେଲେ ନାହିଁ । ଦୁଇ ଲକ୍ଷ ତିନି ହଜାର ଭୋଟ ପାଇ ପାକିସ୍ଥାନ ସପକ୍ଷବାଦୀ ଜିତିଲେ ଓ ସିମାନ୍ତ ପ୍ରଦେଶ ପାକିସ୍ଥାନରେ ମିଶିଲା । ପାକିସ୍ଥାନ ହେଲା ପରେ ଖାନ ଭ୍ରାତା ମାନଙ୍କୁ ଭାରତର ଏଜେଂଟ ବୋଲି ନାନା ପ୍ରକାର ଅପମାନ ଦିଆଗଲା । ତାଙ୍କ ସରକାର ସଂଖ୍ୟା ଗରିଷ୍ଠ ଥିଲେ ମଧ୍ୟ ଭାଙ୍ଗି ଦିଆଗଲା । ଖାନ ସାହେବଙ୍କୁ ଗୁଳି କରି ମାରିଦିଆ ଗଲା (୧୯୫୦) ଓ ନିଜ ଜୀବନର ଅଧିକାଂଶ ସମୟ ସିମାନ୍ତ ଗାନ୍ଧି ପାକିସ୍ଥାନ ଜେଲ୍ରେ ରହିଲେ ଓ ସବୁବେଳେ ତାଙ୍କୁ ଭାରତର ଏଜେଂଟ ବୋଲି କୁହାଗଲା । ଏସବୁ ସତ୍ୱେ ମଧ୍ୟ ଜିନ୍ନାଙ୍କର ଦଳ ସେଠାରେ ଜିତି ପାରିଲେ ନାହିଁ । ଡ଼ା. ଖାନ ସାହେବଙ୍କର ପୁଅ ୱାଲି ଖାଁ ଆୱାମି ନ୍ୟାସନାଲ ପାର୍ଟି ଗଢି ସବୁବେଳେ କ୍ଷମତା ହାସଲ କଲେ ଓ ପାକିସ୍ଥାନ ସରକାର ସାଙ୍ଗରେ ତାଙ୍କର ସବୁବେଳେ ବିବାଦ ଲାଗି ରହିଲା । ଶେଷ ଜୀବନରେ ସ୍ୱେଚ୍ଛାକୃତ ନିର୍ବାଚନ ଗ୍ରହଣ କରି ସିମାନ୍ତ ଗାନ୍ଧି ଆଫଗାନିସ୍ଥାନରେ ରହିଲେ ଓ ୧୯୮୮ ମସିହାରେ ତାଙ୍କର ମୃତ୍ୟୁ ଘଟିଲା । ଶେଷ ପର୍ଯ୍ୟନ୍ତ ଭାରତୀୟ ବାସୀ ମାନେ ତାଙ୍କୁ ଗାନ୍ଧିଙ୍କର ଏକ ପ୍ରତିଛବି ବୋଲି ଭାବୁଥିଲେ ଓ ଗାନ୍ଧି ଶତବାର୍ଷିକ ବର୍ଷ ସେ ଭାରତ ଭ୍ରମଣରେ ଆସିଥିଲେ । ୧୯୮୭ ମସିହାରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ତାଙ୍କ ଅସୁସ୍ଥତା ଅବସ୍ତାରେ ତାଙ୍କୁ ଭାରତକୁ ଆଣି ତାଙ୍କ ଚିକିତ୍ସା କରାଇଥିଲେ ଓ ତାଙ୍କର ମୃତ୍ୟୁ ପରେ ଶେଷ ସମ୍ମାନ ପାଇଁ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧି ପେଶବାର ଯାଇଥିଲେ । ତାଙ୍କର ମୃତ୍ୟୁ ପେଶୱାରେ ହୋଇଥିଲା । ତାଙ୍କର ଶେଷ ଇଚ୍ଛା ଅନୁଯାୟୀ ତାଙ୍କ ମୃତ ଶରୀରକୁ କବର ଦେବା ପାଇଁ ଜଲାଲବାଦକୁ ନିଆ ଯାଇଥିଲା । ତାଙ୍କୁ ସମ୍ମାନ ଜଣାଇ ଆଫଗାନିସ୍ଥାନ ସରକାର ସେଦିନ ସିମାନ୍ତକୁ ଖୋଲି ଦେଇଥିଲେ । ଦିନକ ପାଇଁ ତାଲିବାନ ଉଗ୍ରବାଦୀ ଯୁଦ୍ଧ ବନ୍ଦ କରିଥିଲେ ଓ ଦୁଇ ଲକ୍ଷ ସିମାନ୍ତ ଅଧିବାସୀ ତାଙ୍କ ମୃତ୍ୟୁ ଶୋଭା ଯାତ୍ରାରେ ଖାଇବର ଗିରିପଥ ଅତିକ୍ରମ କରି ପେଶୱାରୁ ଜଲାଲବାଗ ଯାଇଥିଲେ । ଲୋକ ମାନଙ୍କ ସମସ୍ୟା ପାଇଁ ଦିର୍ଘଦିନ ଜେଲରେ ଥିବାରୁ ଜେନେଭା ଠାରେ ଥିବା ମାନବିକ ଅଧିକାର କମିସନ ତାଙ୍କୁ ଶତାଦ୍ଦୀ ର ବନ୍ଦି ବୋଲି ଉପାଧି ପ୍ରଦାନ କରିଥିଲେ । ଓଡ଼ିଶା ନ୍ୟୁଜ୍ ସର୍ଭିସ୍,

Comments