ଈଶ୍ୱର ସର୍ବବ୍ୟାପୀ । ସେ ଗଛ, ଲତା, ତରୁ, ତୃଣ, ନଦୀ, ବନ, ପର୍ବତ, ଝରଣାରେ ଯେମିତି ବିରାଜମାନ, ଆମ ହୃଦୟରେ ମଧ୍ୟ ସେମିତି ବିରାଜିତ । ଈଶ୍ୱରଙ୍କୁ ଦୁଇ ପ୍ରକାରରେ ଦର୍ଶନ କରାଯାଏ । ଅନ୍ତଃଦର୍ଶନ ଓ ବହିଃଦର୍ଶନ । ଉଭୟ ଦର୍ଶନରେ ରହିଛି ମାଧୁର୍ଯ୍ୟ । ତାଙ୍କୁ ଭିତରେ ଦର୍ଶନ କରିବା ଶ୍ରେଷ୍ଠ । ମାତ୍ର ଈଶ୍ୱରଙ୍କୁ ବାହାର ଦର୍ଶନରୁ ହିଁ ଅନ୍ତଃଦର୍ଶନକୁ ଯିବାକୁ ହୋଇଥାଏ । ବାହ୍ୟ ଦର୍ଶନରେ ସେ ସ୍ଥୂଳ ପ୍ରକୃତି ଓ ଅନ୍ତଃଦର୍ଶନରେ ସେ ସଚ୍ଚିଦାନନ୍ଦ । ଶାନ୍ତ ଅବସ୍ଥାରେ ଅନ୍ତଃଦର୍ଶନକୁ ଉପଲବ୍ଧି କରିହୁଏ । ତେଣୁ ଶାନ୍ତଲୋକ ବାହାର ଓ ଭିତର ଆନନ୍ଦର ଲାଭ ନିଅନ୍ତି । ଯିଏ ଅଶାନ୍ତ ଓ ଅସ୍ଥିର ତାକୁ ଉଭୟ ଭିତର ଓ ବାହାରର ଆନନ୍ଦ ଜଣାପଡ଼େନାହିଁ । ଏହାର ଏକ ସୁନ୍ଦର ଉଦାହରଣ ମିଳେ ଶ୍ରୀରାମଚରିତ ମାନସରୁ । ଶ୍ରୀରାମ ଓ ଲକ୍ଷ୍ମଣ ଦୁଇଭାଇ ଗୁରୁ ବିଶ୍ୱାମିତ୍ରଙ୍କର ଆଜ୍ଞା ପାଇ ଜନକରାଜାଙ୍କ ପୁଷ୍ପ ଉଦ୍ୟାନ ବୁଲି ଅତି ଆନନ୍ଦିତ ହେଲେ । ଏତିକିବେଳେ ସୀତା ସଖୀମାନଙ୍କ ଗହଣରେ ଆସି ଗୌରୀପୂଜା ପାଇଁ ସେଠାରେ ପହଞ୍ôଚଲେ । ଏତିକିବେଳେ ଜଣେ ସଖୀ ଆନନ୍ଦରେ ବିଭୋର ହୋଇ ସୀତାଙ୍କୁ କହିଲା- ‘ଫୁଲବଗିଚା ଦେଖିବା ପାଇଁ ଦୁଇ ଜଣ ରାଜକୁମାର ଆସିଛନ୍ତି । ଦୁହେଁ ନବକିଶୋର ଓ ଦେଖିବାକୁ ଅତ୍ୟନ୍ତ ସୁନ୍ଦର । ଜଣେ ଶ୍ୟାମଳ ଓ ଅନ୍ୟଜଣଙ୍କ ଗୌରବର୍ଣ୍ଣ । ଆଲୋ, ସେମାନେ କେଡ଼େ ସୁନ୍ଦର ମୁଁ ତାହା କହିପାରୁନାହିଁ । ଆଖି ଦେଖିବ ସିନା କହିପାରିବନି । ପାଟି କହିବ ସିନା ଦେଖିପାରିବନି । ତେଣୁ ମୁଁ କିଛି ବର୍ଣ୍ଣନା କରିପାରୁନାହିଁ । ଏଥିରୁ ଜଣାଯାଏ ଈଶ୍ୱର ଅପରିବର୍ତ୍ତନୀୟ, ଶାଶ୍ୱତ ଓ ସତ୍ୟ । ସତ୍ୟକୁ ବାକ୍ୟରେ ପ୍ରକାଶ କରିହୁଏ ନାହିଁ, କହିଦେଲେ ତାହା ଅର୍ଦ୍ଧସତ୍ୟ ହୋଇଯାଏ । ଫୁଲବଗିଚା ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ ସଖୀଟି ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଦେଖି ତାଙ୍କ ରୂପରେ ମୁଗ୍ଧ ହୋଇ ଅନ୍ତର୍ମୁଖୀ ହୋଇଯାଇଛି । ବହିର୍ଦୃଷ୍ଟିରୁ ଅନ୍ତର୍ଦୃଷ୍ଟି ଆସିଯାଇଛି, ଅନ୍ତର୍ଦୃଷ୍ଟିରେ ଉପଲବ୍ଧିର କଥାପ୍ରକାଶ କରିହୁଏ ନାହିଁ । ଏବେ ସେହି ପ୍ରିୟ ସଖୀକୁ ଆଗରେ ରଖି ପଛେ ପଛେ ସୀତା ଚାଲିଲେ । ତାଙ୍କର ଏହି ଶାଶ୍ୱତ ପ୍ରୀତିକୁ କେହି ଲକ୍ଷ୍ୟ କରିପାରିଲେ ନାହିଁ । ପ୍ରେମ ଯେଉଁଠାରେ ଶାଶ୍ୱତ, ଦୃଢ଼ ହୋଇ ଅନ୍ତର୍ମୁଖୀ ନ ହୋଇଯାଇଥାଏ ତାହା ବାହାରକୁ ସହଜେ ପ୍ରକାଶିତ ହୁଏ ନାହିଁ । ସାଧାରଣ ପ୍ରେମରେ ବିହ୍ୱଳ ଭାବ ଥାଏ । ସାଧାରଣତଃ ପ୍ରେମୀଟିଏ ପ୍ରଳାପ କରେ । ଏଇଠି ପ୍ରେମ ପ୍ରକାଶ ପାଇଯାଏ । କିନ୍ତୁ ଶାଶ୍ୱତ ପ୍ରେମରେ ବିହ୍ୱଳ ଭାବ ଥିଲେ ମଧ୍ୟ ବିବେକ ଜାଗ୍ରତ ଥାଏ । ତେଣୁ ତାହା ଅପ୍ରକାଶ୍ୟ ରହେ । ଅପର ପକ୍ଷରେ ସୀତାଙ୍କ ଉପରେ ଶ୍ରୀରାମଙ୍କର ଦୃଷ୍ଟି ପଡ଼ିଲା । ସୀତାଙ୍କ ଦର୍ଶନକରି ଶ୍ରୀରାମ ଅତ୍ୟନ୍ତ ସୁଖ ଅନୁଭବ କଲେ । ସୀତା ମଧ୍ୟ ଶ୍ରୀରାମଙ୍କ ରୂପ ମାଧୁରୀକୁ ଦେଖିଲେ । ତାଙ୍କର ନୟନ ସ୍ଥିର ହୋଇଗଲା । ପଲକପାତ ବନ୍ଦ ହୋଇଗଲା । ଅଧିକ ପ୍ରେମ ହେତୁ ଶରୀର ବିହ୍ୱଳିତ ହେଲା । ନେତ୍ରପଥ ଦେଇ ଶ୍ରୀରାମଙ୍କୁ ହୃଦୟ ମନ୍ଦିରକୁ ନେଇଆସିଲେ । ଆଖି ବନ୍ଦ କରି ସେହି ରୂପର ଧ୍ୟାନ କଲେ । ଏହା ହିଁ ଅନ୍ତଃଦର୍ଶନର ଚରମ ନିଦର୍ଶନ । ସେଥିପାଇଁ ଆମେ ମନ୍ଦିରକୁ ଯାଉ । ଦେବତାଙ୍କୁ ଦେଖି ଆଖି ବୁଜି ଦେଉ । ଏହାର ଅର୍ଥ ଦ୍ରଷ୍ଟା ପାଖକୁ ମନ ଚାଲିଯାଏ । ଦୃଷ୍ଟି ପଥ ଏଭଳି ବଦଭ୍ୟାସ ଥିବା ବ୍ୟକ୍ତି ଖୁବ୍ ପ୍ରଭାବଶାଳୀ ! ଦେଇ ସ୍ରଷ୍ଟା ହୃଦୟରେ ବିରାଜମାନ କରନ୍ତି । ତାହା ହିଁ ବାସ୍ତବ ସୁଖ ।

Comments
Post a Comment