ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଜନ୍ମିତ ଜଣେ ଶାସକ ଓ ଭାଷା ଆନ୍ଦୋଳନର ପୁରୋଧା ଥିଲେ । ରାଜା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ) ଓ ରାଣୀ ବିଷ୍ଣୁପ୍ରିୟା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ଭାବେ କୃଷ୍ଣଚନ୍ଦ୍ର ୧୮୯୨ ମସିହା ଅପ୍ରେଲ ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ରାଜକୀୟ ବିଳାସବ୍ୟସନ ଠାରୁ ଦୂରରେ ରହି ଜନସେବାକୁ ଗୁରୁତ୍ୱ ଦେଇଥିଲେ । କଲେଜରେ ପଢ଼ିଲାବେଳେ କିଶୋର କୃଷ୍ଣଚନ୍ଦ୍ର ସର୍ବଦା ପାରଳାଖେମୁଣ୍ଡି ଏବଂ ଓଡ଼ିଆ ଜାତିର ଉନ୍ନତି ବିଷୟରେ ଚିନ୍ତା କରୁଥିଲେ । ଶିକ୍ଷାର ବିକାଶ ପାଇଁ ସେ ବହୁଗୁଡ଼ିଏ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥାପନା କରାବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଓ ଗରିବ ଛାତ୍ରଙ୍କୁ ବିଦ୍ୟାଶିକ୍ଷା ପାଇଁ ଆର୍ଥିକ ସହାୟତା କରିଥିଲେ । ନାରୀଶିକ୍ଷା ପାଇଁ ସେ ପାରଳାଖେମୁଣ୍ଡିରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନା କରିଥିଲେ । କୃଷ୍ଣଚନ୍ଦ୍ରଙ୍କ ପ୍ରଧାନ ଲକ୍ଷ୍ୟ ଥିଲା ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିକାଶ ଘଟାଇ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନା କରିବା । ତାଙ୍କ ପ୍ରଚେଷ୍ଟା କ୍ରମେ ହିଁ ଉକ୍ରଳ ବିଶ୍ୱବିଦ୍ୟାଳୟ ଗଠନ ହେବାର ନିଷ୍ପତ୍ତି ହୋଇଥିଲା । ଏହା ବ୍ୟତୀତ ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳର ଏକତ୍ରୀକରଣ କରିବାକୁ ସେ ଶପଥ ଗ୍ରହଣ କରିଥିଲେ । ପାରଳାଖେମୁଣ୍ଡି ଠାରେ ୧୯୧୪ ମସିହା ଡିସେମ୍ବର ୨୭ ଓ ୨୮ ତାରିଖରେ ସେ ଦଶମ ଉକ୍ରଳ ସମ୍ମିଳନୀ ଆହୂତ କରି ନିଜର କର୍ମକୁଶଳତା ଦେଖାଇଥିଲେ । ସେଠାରେ ପ୍ରଥମ ଥର ପାଇଁ ସେ ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ । ଶେଷରେ ତାଙ୍କ ଦ୍ୱାରା ଲେଖା ମେମୋରେଣ୍ଡମରେ ଓଡ଼ିଶା ସହିତ ପାରଳାଖେମୁଣ୍ଡି ମିଶ୍ରଣ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବିକୁ ଇଂରେଜ ସରକାର ଅଗ୍ରାଧିକାର ଦେଇ ଏହାକୁ ଓଡ଼ିଶାରେ ଅନ୍ତର୍ଗତ କରିଥିଲେ ଓ ୧୯୩୬ ମସିହା ଅପ୍ରେଲ ପହିଲାରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା । ନିଜ ଶାସନ କାଳରେ ସେ କୃଷି ଓ ଶିଳ୍ପ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ତେବେ ୧୯୭୪ ମସିହା ମଇ ୨୫ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।

Comments
Post a Comment