ବିନାୟକ ଦାମୋଦର ସାବରକର


ବିନାୟକ ଦାମୋଦର ସାବରକର ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ରାଷ୍ଟ୍ରବାଦୀ ନେତା ଥିଲେ । ତାଙ୍କୁ ସମସ୍ତେ ବୀର ସାବରକର ବୋଲି ଡାକୁଥିଲେ । ହିନ୍ଦୁ ରାଷ୍ଟ୍ରର ରାଜନୈତିକ ବିଚାରଧାରାକୁ ବିକଶିତ କରିବାରେ ସବୁଠାରୁ ବଡ଼ ଶ୍ରେୟ ସାବରକରଙ୍କୁ ଯାଏ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ମହାନ କ୍ରାନ୍ତିକାରୀ, ଚିନ୍ତକ, ଲେଖକ, କବି ଓ ବକ୍ତା ଥିଲେ । ସେ ହିନ୍ଦୁ ରାଷ୍ଟ୍ରର ବିଜୟ ଇତିହାସକୁ ଏକ ପ୍ରାମାଣିକ ଢ଼ଙ୍ଗରେ ଲିପିବଦ୍ଧ କରାଇଥିଲେ । ବିନାୟକ ସାବରକରଙ୍କ ଜନ୍ମ ମହାରାଷ୍ଟ୍ର ପ୍ରାନ୍ତ ନାସିକ ନିକଟ ଭାଗପୁର ଗାଁରେ ୧୮୮୩ ମସିହା ମଇ ୨୮ ତାରିଖରେ ହୋଇଥିଲା । ଛୋଟବେଳରୁ ପିତାମାତାଙ୍କୁ ହରାଇଥିବା ବିନାୟକ ତାଙ୍କ ବଡ଼ଭାଇ ଗଣେଶଙ୍କ ସମର୍ଥନରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଯୁବାବସ୍ଥାରେ ସେ ବାଲ ଗଙ୍ଗାଧର ତିଲକ, ଲାଲ ଲାଜପତ୍ରାୟ ଓ ବିପିନ୍ ଚନ୍ଦ୍ର ପାଲଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇଥିଲେ । ପୁଣେରେ ଡିଗ୍ରୀ କରିବାପରେ ସେ ଇଂଲଣ୍ଡରେ ଲ'କରିଥିଲେ । ୧୯୦୪ ମସିହାରେ ସେ ଅଭିନବ ଭାରତ ନାମକ ଏକ କ୍ରାନ୍ତିକାରୀ ସଂଗଠନ ଗଠନ କରିଥିଲେ । ୧୯୦୭ ମସିହାରେ ସାବରକର ୧୮୫୭ ପ୍ରଥମ ସ୍ୱତନ୍ତ୍ରତା ସମର ଶୀର୍ଷକ ଏକ ମରାଠି ପୁସ୍ତକ ଲେଖିଥିଲେ । ଏହାକୁ ଇଂରାଜୀ ସରକାର ପ୍ରକାଶିତ ହେବା ପୂର୍ବରୁ ପ୍ରତିବନ୍ଧିତ କରିଦେଇଥିଲେ । ମାତ୍ର ଏହି ପୁସ୍ତକକୁ ଗୁପ୍ତ ଭାବରେ ବିଭିନ୍ନ ଭାଷାରେ ଛପା ଯାଇଥିଲା, ଯାହା କ୍ରାନ୍ତିକାରୀମାନଙ୍କୁ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଇଥିଲା । ଭାରତର ମୁକ୍ତି ପାଇଁ ନିଜ ଜୀବନକୁ ଖାତିର କରୁନଥିବା ସାବରକରଙ୍କୁ ୧୯୧୦ ମସିହା ମଇ ୧୦ ତାରିଖରେ ଲଣ୍ଡନର ଭିକ୍ଟୋରିଆ ଷ୍ଟେସନରେ ବନ୍ଦୀ କରିଦିଆଯାଇଥିଲା । ମାତ୍ର ଯେତେବେଳେ ତାଙ୍କୁ ଜାହାଜ ସାହାଯ୍ୟରେ ଭାରତକୁ ନିଆଯାଉଥିଲା । ସେହି ସମୟରେ ସେ ଶୌଚାଳୟ ବାଟ ଦେଇ ଖସି ଚାଲିଆସିଥିଲେ । ସମୁଦ୍ରରେ ପାଞ୍ଚ ମିଲ ପହଁରି ପହଁରି ସେ ଫ୍ରାନ୍ସରେ ପହଞ୍ôଚଥିଲେ । ମାତ୍ର ଫ୍ରାନ୍ସ ପୁଲିସ ତାଙ୍କୁ ଗିରଫ କରି ପୁନଶ୍ଚ ବ୍ରିଟିଶ ସରକାରଙ୍କୁ ଦେଇଥିଲା । ଏହି ମହାନ କ୍ରାନ୍ତିକାରୀଙ୍କ ଜୀବନ ସର୍ବଦା ସଂଘର୍ଷପୂର୍ଣ୍ଣ ଥିଲା । ସେ କଳାପାଣିରେ ମଧ୍ୟ ସଜ୍ଜା କାଟିଥିଲେ । ପରେ ତାଙ୍କୁ ମହାତ୍ମାଗାନ୍ଧୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସନ୍ଦେହ କରାଯାଇଥିଲା । ମାତ୍ର ଅଦାଲତରେ ତାଙ୍କ ନିର୍ଦ୍ଦୋଷ ଭାବେ ଖଲାସ କରାଯାଇଥିଲା । ସାବରକର ଜଣେ ସମାଜ ସୁଧାରକ ଥିଲେ । ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ, ସାମାଜିକ ଏବଂ ସାର୍ବଜନିକ ସୁଧାର ସମାନ ମହତ୍ତ୍ୱ ରଖିଥାଏ । ସାବରକରଙ୍କ ମୃତ୍ୟୁ ୧୯୬୬ ମସିହା ଫେବୃଆରୀ ୨୬ ତାରିଖରେ ମୁମ୍ବାଇରେ ହୋଇଥି

Comments