ରାଷ୍ଟ୍ରବାଦୀ ସାହିତ୍ୟର ଏକନିଷ୍ଠ ସାରସ୍ୱତ ସାଧକ ଡଃ ନଗେନ୍ଦ୍ରନାଥ ପ୍ରଧାନ
-ନାରାୟଣ ନାୟକ
(୬ ଜୁଲାଇ ୨୦୧୮,ଡଃ ନଗେନ୍ଦ୍ରନାଥ ପ୍ରଧାନଙ୍କ ଏକାଦଶାହ ଉପଲକ୍ଷେ)
ବର୍ତ୍ତମାନ ଜଗତ୍ସିଂହପୁର ଜିଲ୍ଲାରେ ଅଖ୍ୟାତପଲ୍ଲୀ ଅବଧିଆନନ୍ଦପୁରର ଏକ ସମ୍ପୂର୍ଣ୍ଣ କୃଷିସର୍ବସ୍ୱ ଦରିଦ୍ର ପରିବାରରେ ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିଲେ ଡଃ ନଗେନ୍ଦ୍ରନାଥ ପ୍ରଧାନ । ନିକଟସ୍ଥ କାଦୁଅପଡ଼ା ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଏବଂ ରେଭେନ୍ସା ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷାପ୍ରାପ୍ତ ହୋଇଥିଲେ କେବଳ ସ୍ୱୀୟ ପ୍ରତିଭା ଆଉ ନିଷ୍ଠା ବଳରେ । ଅତି କମ୍ ବୟସରେ ନିଜସ୍ୱ ଗବେଷଣାରେ ସଫଳ ହୋଇ ଉକ୍ରଳ ବିଶ୍ୱବିଦ୍ୟାଳୟଦ୍ୱାରା ସର୍ବୋଚ୍ଚ ଉପାଧି ଡି.ଲିଟ୍ରେ ଭୂଷିତ ହୋଇଥିଲେ ।
ଜୟଦେବଙ୍କ ବିଶ୍ୱବନ୍ଦିତ କାବ୍ୟ ଗୀତଗୋବିନ୍ଦ ଥିଲା ତାଙ୍କର ଗବେଷଣା କ୍ଷେତ୍ର ଏବଂ ଜୟଦେବ ଓଡ଼ିଶାର ବୋଲି ପ୍ରଥମ କରି ପ୍ରତିପାଦନ ପ୍ରସଙ୍ଗରେ ସେ ସମାଲୋଚନା ଓ ବିତର୍କର ଶରବ୍ୟ ହୋଇଥିଲେ । ବର୍ତ୍ତମାନର ଗବେଷକମାନେ ତାହା ସ୍ୱୀକାର କରିବାରେ ଶତମୁଖ ହୋଇଉଠିଛନ୍ତି । ସନ୍ଥ କବି ଭୀମଭୋଇଙ୍କର ନିର୍ଗୁଣ ତତ୍ତ୍ୱ ଏବଂ ସ୍ୱଭାବ କବି ଗଙ୍ଗାଧରଙ୍କ ରଚନାବଳୀ ତାଙ୍କର ସାଧନା କ୍ଷେତ୍ର ପାଲଟି ଯାଇଥିଲା । ସେ ଉପେନ୍ଦ୍ରଭଞ୍ଜ ଏବଂ ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ସାହିତ୍ୟ କୃତି ପର୍ଯ୍ୟାଲୋଚନାପୂର୍ବକ ପ୍ରକାଶ କରାଇଥିଲେ । ବେଦବନ୍ଦିତା ସରସ୍ୱତୀ ନାମରେ ତିନୋଟି ସନ୍ଦର୍ଭ ଓ ନିଷ୍କର୍ଷ ସନ୍ନିବେଶିତ ମହା ଗ୍ରନ୍ଥ ରଚନା ପରିଣତ ବୟସରେ ତାଙ୍କର ଉଦ୍ଦାମ ସାହିତ୍ୟ ପ୍ରେମ ଏବଂ ସରସ୍ୱତ ସାଧନାର ପ୍ରତୀକ । ଗୌତମବୁଦ୍ଧଙ୍କର ଜନ୍ମସ୍ଥାନ ସମ୍ବଳିତ ଇଂରାଜୀ ପୁସ୍ତକ (ଯନ୍ତ୍ରସ୍ତ) ତାଙ୍କ ଅବର୍ତ୍ତମାନରେ ମଧ୍ୟ ପ୍ରଚଣ୍ଡ ବୌଦ୍ଧିକ ବିତର୍କର ସୂତ୍ରପାତ୍ର କରିବ ନିଃସନ୍ଦେହ । ସମସ୍ତ ସାଂଗଠନିକ କାର୍ଯ୍ୟ ମଧ୍ୟରେ ଶୈକ୍ଷିକ ବୃତ୍ତି ପ୍ରତି ଅଙ୍ଗିକାରବଦ୍ଧତା ହେତୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଛାତ୍ର ସମାଜ ଶୋକାକୁଳ । ଡ. ପ୍ରସନ୍ନ ପାଟସାହାଣି, ଡ. ଯୁଗଳ କିଶୋର ଶତପଥୀ ଆଦି ବିଂଶାଧିକ ସାହିତ୍ୟ ଗବେଷକ ତାଙ୍କ ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇଛନ୍ତି । ଓଡ଼ିଆ ଭାଷା ସହିତ ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଭାଷାରେ ତାଙ୍କର ଜ୍ଞାନ ସମସ୍ତଙ୍କୁ ପ୍ରଭାବିତ କରିଛି । ରାଷ୍ଟ୍ରବାଦୀ ସ୍ୱାଧୀନଚେତା ମାନସିକତାରେ ପରିପୂର୍ଣ୍ଣ ଭାରତ ମାତାର ସେବକ ଭାବେ ଓଡ଼ିଶାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ବିବିଧ କ୍ଷେତ୍ରୀୟ କାର୍ଯ୍ୟରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଜଡ଼ିତ ଥିଲେ । ଅଖିଳ ଭାରତୀୟ ବିଦ୍ୟାଥୀ ପରିଷଦର ପ୍ରଥମ ସଭାପତି ଭାବେ ଓଡ଼ିଶା ପ୍ରାନ୍ତରେ ଏହି ସଂଗଠନର ବୀଜାରୋପଣ କରିଥିଲେ । ଶିକ୍ଷା ବିକାଶ ସମିତି ଓଡ଼ିଶାର ପ୍ରଥମ ସଭାପତି ଭାବେ ସେ ସରସ୍ୱତୀ ଶିଶୁ ମନ୍ଦିରର ଯେଉଁ ଅଙ୍କୁର ରୋପଣ କରିଥିଲେ ତାହା ଆଜି ମହାଦ୍ରୁମର ରୂପ ନେଇଛି । ପ୍ରଚଳିତ ଶିକ୍ଷ।। ବ୍ୟବସ୍ଥା ପ୍ରତି ଏହି ଦ୍ରୁମ ପରିବର୍ତ୍ତନର ସନ୍ଦେଶ ପ୍ରେରଣ କରୁଛି ।
ପ୍ରବଳ ପ୍ରତିକୂଳ ପରିସ୍ଥିତିରେ ସାଂଗଠନିକ କାର୍ଯ୍ୟରେ ସ୍ୱେଚ୍ଛାକୃତ ଭାବେ ଜଡ଼ିତ ରହିବାର ଦୁର୍ବାର ଚିନ୍ତାଧାରାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଉଚ୍ଚତର ପଦପଦବୀକୁ ସେ ଜଳାଞ୍ଜଳି ଦେଇ କେନ୍ଦ୍ରୀୟ ଅନୁଷ୍ଠାନରେ ନିଜ ଯୋଗ୍ୟତା ତୁଳନାରେ ନ୍ୟୂନ ପଦବୀରେ ରହି ରାଜ୍ୟ ସରକାରଙ୍କ ଦୃଷ୍ଟି ଅନ୍ତରାଳରେ କର୍ମ କରିଚାଲିଥିଲେ ।
ଆଧ୍ୟାତ୍ମିକ ସାହିତ୍ୟର ଗବେଷଣାରେ ନିମଗ୍ନ ରହୁଥିବାବେଳେ ବ୍ୟକ୍ତିଗତ ଆଧ୍ୟାତ୍ମିକ ଶୃଙ୍ଖଳା ନିମିତ୍ତ ନାମାଚାର୍ଯ୍ୟ ବାୟାବାବାଙ୍କ ଠାରୁ ଗୁରୁଦୀକ୍ଷା ଗ୍ରହଣପୂର୍ବକ ସର୍ବଦା କାୟମନୋବାକ୍ୟରେ ପାଳନ କରୁଥିଲେ; କିନ୍ତୁ ନିଜକୁ ସମସ୍ତ ପ୍ରକାର ନିଜସ୍ୱ ପ୍ରଚାର ଓ ପ୍ରସାରରୁ ଦୂରେଇ ରଖିଥିଲେ । ପରିଣତ ବୟସ, ରୁଗ୍ଣ ଶରୀର ଏବଂ କଷ୍ଟସାଧ୍ୟ ଜୀବନଚର୍ଯ୍ୟା ଏହି ସାହିତ୍ୟ ଆଉ ସଂସ୍କାରଯୋଗୀଙ୍କ ପାଇଁ ପ୍ରତିବନ୍ଧକ ସାଜି ପାରିନାହିଁ । ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଇତିହାସ ସଂକଳନ ସମିତି ଆଦିର କାର୍ଯ୍ୟରେ ସହବନ୍ଧିତ ହୋଇ ରହିଥିଲେ । ଏହି ସ୍ୱୟଂସମ୍ପୂର୍ଣ୍ଣ ମଣିଷ, ଯସସ୍ୱୀ ଶିକ୍ଷକ, ଗବେଷକ, କୁଶଳୀ ସଂଗଠକ, ରାଷ୍ଟ୍ରବାଦୀ ଚିନ୍ତାରେ ଉଦ୍ବୁଦ୍ଧ ଏବଂ ସାହିତ୍ୟର ଏକନିଷ୍ଠ ସାରସ୍ୱତ ସାଧକଙ୍କ ପବିତ୍ର ଆତ୍ମାକୁ ତାଙ୍କର ଏକାଦଶାହ ତିଥିରେ କୋଟି କୋଟି ପ୍ରଣାମ ।
ଭିସାକିଓ
୪,ବୁଦେ୍ଧଶ୍ୱରୀ କଲୋନୀ,ଭୁବନେଶ୍ୱର,ଫୋନ-୦୬୭୪-୨୫୭୩୪୮୩

Comments
Post a Comment