ଭାରତରେଧର୍ମାନ୍ତରଣ ପାଇ ଁଉବର୍ର ଭମୂି
ଏସିଆ ଉପରେ କ୍ୟାଥଲିକ୍ ଚର୍ଚ୍ଚର ପ୍ରମୁଖ ପୋପ୍ଙ୍କର ଦୃଷ୍ଟି ତଥା ସକ୍ରିୟତା ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି । ଏହା ପୂର୍ବରୁ ପୋପ୍ ଏସିଆ ଗସ୍ତ କରିଥିଲେ ତିନି ବର୍ଷ ପୂର୍ବେ, ଯାହାକି ପନ୍ଦର ବର୍ଷର ବ୍ୟବଧାନ ପରେ ହୋଇଥିଲା । ଏ ଗସ୍ତରେ ଏକ ସାଧାରଣ କଥାହେଲା ଏଥିରେ କୌଣସି ଆଧ୍ୟାତ୍ମିକ, ଦାର୍ଶନିକ ସନ୍ଦେଶ ନଥାଏ । ଥାଏ କେବଳ ରାଜନୀତି । ପୋପ୍ଙ୍କର ବକ୍ତବ୍ୟ ଓ ବା•ର୍ାଳାପ ଆଦିରୁ ଏହା ସ୍ପଷ୍ଟ ଅନୁଭୂତ ହୋଇଥାଏ । ଦୁଃଖ, କ୍ଷୋଭ ଓ ଗ୍ଳାନିର ବିଷୟ ହେଲା ପୋପ୍ ଓ ତାଙ୍କର ଆନ୍ତର୍ଜାତିକ ସଙ୍ଗଠନର ଖୋଲାଖୋଲି ରାଜନୈତିକ ସକ୍ରିୟତା, ବୟାନ ଓ ଅଭିପ୍ରାୟ ସେ•୍ୱ ଭାରତରେ ବୌଦ୍ଧିକ, ଶୈକ୍ଷିକ, ରାଜନୈତିକ ବର୍ଗ ତାଙ୍କୁ କେବଳ ଧାର୍ମିକ ତଥା ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଭାବେ ପ୍ରତିପାଦିତ କରିଥାନ୍ତି । ଆଶ୍ଚର୍ଯ୍ୟ କଥା, ସ୍ୱୟଂ ପୋପ୍ ଏ ସମ୍ବନ୍ଧରେ ସ୍ପଷ୍ଟ କରିଆସିଛନ୍ତି ଯେ ତାଙ୍କର ମୁଖ୍ୟ କାର୍ଯ୍ୟକଳାପ ତଥା ଉଦ୍ଦେଶ୍ୟ ରାଜନୈତିକ । ଏ ବକ୍ତବ୍ୟ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଟିକେ ଭତରକୁ ଗଲେ ଜଣାପଡ଼େ
ତାଙ୍କର ଉଦ୍ଦେଶ୍ୟ କେବଳ ରାଜନୈତିକ ବିସ୍ତାରବାଦ ଓ ସାମ୍ରାଜ୍ୟବାଦ ମଧ୍ୟରେ ସୀମିତ । ଦୃଷ୍ଟାନ୍ତ ଦେଖନ୍ତୁ, ନିକଟରେ ସଂପନ୍ନ ପୋପ୍ଙ୍କର ମ୍ୟାନ୍ମାର ଗସ୍ତ ସଂକ୍ରାନ୍ତରେ ସିଏନ୍ଏନ୍, ବିବିସି ଅଲଜଜୀରା ଆଦି ପ୍ରମୁଖ ଆର୍ନ୍ତଜାତିକ ଟିଭି ଚାନେଲମାନେ ନିଜର ଫୋକସକୁ ରୋହିଙ୍ଗ୍ୟା ମୁସଲିମ୍ଙ୍କର ଅବସ୍ଥାରେ ପୋପ୍ଙ୍କର ଉଦ୍ବେଗ ତଥା ହସ୍ତକ୍ଷେପ ଉପରେ କେନ୍ଦ୍ରିତ ରଖିଲେ । ଏମାନଙ୍କ ପାଇଁ ଏକଥା ସ୍ପଷ୍ଟ ଥିଲା ଯେ ପୋପ୍ଙ୍କର ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା କେବଳ ରୋହିଙ୍ଗ୍ୟା ସମସ୍ୟା । ଏ କଥାର ଏହା ପ୍ରଥମ ଦୃଷ୍ଟାନ୍ତ ନୁହେଁ । ତିନିବର୍ଷ ପୂର୍ବେ ମଧ୍ୟ ପୋପ୍ଙ୍କର ଏସିଆ ଗସ୍ତ ଠିକ୍ ଏହିପରି ରାଜନୈତିକ ଥିଲା । ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଭାଷଣ ଦେଇ ସ୍ୱୟଂ ପୋପ୍ କହିଥିଲେ ଯେ ତାଙ୍କର ଅର୍ଥାତ୍ ଭଟିକାନ୍ର ଉଦ୍ଦେଶ୍ୟ ଏସିଆ ଉପରେ କବ୍ଜା କରିବା ନୁହେଁ, ବରଂ ‘ପରସ୍ପର ଭାବର ଆଦାନ ପ୍ରଦାନ’ । ଏହି ଗୂଢ କଥାର ମର୍ମଟି ଭାରତ ପାଇଁ ମଧ୍ୟ ପ୍ରଯୁଜ୍ୟ । ପ୍ରଣିଧାନଯୋଗ୍ୟ ଯେ ଏ ଗସ୍ତ ପୂର୍ବରୁ ପୋପ୍ ଜନପଲ
୧୯୯୯ରେ ଏସଆ ଗସ୍ତରେ ଆସିଥିଲେ ଓ ଦିଲ୍ଲୀରେ ଖୋଲାଖୋଲି ଭାବେ ଆହ୍ୱାନ କରିଥିଲେ- ଏହି ସହସ୍ରାବ୍ଦୀରେ ଏସିଆ ଉପରେ ଚର୍ଚ୍ଚର ପ୍ରାଧାନ୍ୟ ସୁନିଶ୍ଚିତ କର । ଭାରତର ଏକ ପ୍ରମୁଖ ଇଂରାଜୀ ସମାଚାରପତ୍ର ପରଦିନର ମୁଖପୃଷ୍ଠରେ ଲେଖିଥିଲା“ମକ୍ଟଦ୍ଭଙ୍ଖରକ୍ସଗ୍ଧ ଇଗ୍ଦସବ !” ପୂର୍ବତନ ପୋପ୍ଙ୍କର ଏ ଧରଣର ସ୍ପଷ୍ଟବାଦୀ ଅହଂକାରୀ ଉଦ୍ଘୋଷଣା ଭାରତର ସଚେତନ ହିନ୍ଦୁ ବୌଦ୍ଧ ସମାଜକୁ ସନ୍ଦେଶ ଦିଏ ଯେ ଭାଟିକାନ୍ର ବିଶେଷ ଧ୍ୟାନ ଏସିଆ ଉପରେ ରହିଛି । ଏକଥା ନୂଆ ନଥିଲା, ଏହାତ ବହୁ ପୂର୍ବରୁ ସ୍ପଷ୍ଟ ହୋଇ ଯାଇଥିଲା । ଏହି କାରଣରୁ ଚୀନ୍, ଭିଏତନାମ, ଉ•ର କୋରିଆ ଆଦି ପ୍ରାୟ ବାରଟି ଏସୀୟ ଦେଶରେ ଭଟିକାନ୍କୁ ସରକାରୀ ସ୍ୱୀକୃତି ଦିଆଯାଇନାହିଁ । ବସ୍ତୁତଃ ରୁଷିଆ ପରି କିଛି ଭିନ୍ନ ବିଚାରଧାରା ସଂପନ୍ନ ଖ୍ରୀଷ୍ଟିଆନ ଦେଶ ମଧ୍ୟ ପୋପ୍ଙ୍କୁ ଆସିବା ପାଇଁ ଅନୁମତି ଦିଅନ୍ତି ନାହିଁ । କେବଳ ଏତିକି ନୁହେଁ, ଏମାନେ ରୁଷିଆରେ କ୍ୟାଥଲିକ୍ ଚର୍ଚ୍ଚର କାର୍ଯ୍ୟାଳୟ ବା ଚର୍ଚ୍ଚ ଖୋଲିବା ପାଇଁ ମଧ୍ୟ ଅନୁମତି ଦିଅନ୍ତି ନାହିଁ । ଭାରତର ବୌଦ୍ଧିକ ତଥା ରାଜନୈତିକବର୍ଗ ଏସବୁ ତଥ୍ୟ ଓ ନିର୍ଣ୍ଣୟ ଉପରେ କିଛି ବିଚାର-ବିମର୍ଶ କରନ୍ତି କି ? ନିଶ୍ଚିତ ଭାବେ ନା । ପୋପ୍ଙ୍କର ଚାଲାକି ଲକ୍ଷ୍ୟ କରନ୍ତୁ । ଏହି ଆଶଙ୍କା ଦୂର କରିବା ପାଇଁ ସିଓଲ୍ରେ ସ୍ପଷ୍ଟୀକରଣ ଦେଇ ପୋପ୍ କହିଲେ ଯେ ତାଙ୍କର ଉଦ୍ଦେଶ୍ୟ ଏସିଆକୁ ଅଧିକାର କରିବା ନେୁହ,ଁ ବରଂ କେବଳ ‘ବା•ାର୍ଳାପ’ ସା୍ଥପନ କରିବା ଅଟେ । କିନ୍ତୁ ପୋପ୍ଙ୍କର ଭକ୍ତ ଗସ୍ତର ପୃଷ୍ଠଭୂମି ଦେଇ ସ୍ୱୟଂ ଆନ୍ତର୍ଜାତିକ ସମାଚାର ଏଜେନ୍ସିମାନେ ଅତ୍ୟନ୍ତ ସହଜତା ସହକାରେ ଲେଖିଛନ୍ତି, “ଯେହେତୁ ୟୁରୋପ୍ ଓ ଆମେରିକାରେ କ୍ୟାଥଲିକ୍ ଚର୍ଚ୍ଚ ଅବକ୍ଷୟ ଧାରାରେ ଚାଲିଛି- ତେଣୁ ସଂଖ୍ୟାବୃଦ୍ଧି ପାଇଁ ଏସିଆ ଉପରେ ବିଶେଷ ଧ୍ୟାନ କେନ୍ଦ୍ରିତ କରାଯାଉଛି । (ଇୠଚ,୧୭-୦୮-୧୪) ।
ଭଟିକାନ୍ ସୂତ୍ରରୁ ହିଁ ଏସବୁ ସୂଚନା ଦିଆଯାଇଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଭାରତରେ ପୋପ୍ ଓ ଚର୍ଚ୍ଚର ଆହ୍ୱାନ ଓ କାର୍ଯ୍ୟକଳାପ ଇତ୍ୟାଦି ଉପରେ କେହି ହେଲେ ଗମ୍ଭୀର ଚର୍ଚ୍ଚା କରନ୍ତି ନାହିଁ । କରିବେ ବା କାହିଁକି, ଅଧିକାଂଶ ଇଲେକ୍ଟ୍ରୋନିକ୍ ଚାନେଲ୍ ତ ଏଇମାନଙ୍କର କବ୍ଜାରେ ଚାଲିଛି । ବାସ୍ତବତା ହେଲା ଭଟିକାନ୍ର ବୈଶ୍ୱିକ ରଣନୀତିର ପ୍ରମୁଖ ଲକ୍ଷ୍ୟ ହେଲା ଭାରତ; କାରଣ ମୁସଲିମ୍ ଦେଶରେ ଚର୍ଚ୍ଚକୁ ସେ ସୁଯୋଗ ଦିଆଯାଏ ନାହିଁ । ଯଦିବା କେଉଁଠି କେମିତି ଦିଆଯାଇଥାଏ ତାହା ଅତ୍ୟନ୍ତ ନଗଣ୍ୟ ବା କଛି ିକଠୋର ସ• ର୍ସହ । ଇସଲାମ୍ ନିଜେ ଏକ ସଙ୍ଗଠିତ ଏବଂ ଧର୍ମାନ୍ତରଣ- ଅନ୍ୱେଷୀ ମଜହବ୍ । ଏମାନଙ୍କରଇଲାକାରେ ଚର୍ଚ୍ଚକୁ ପଲ୍ଲବିତ-ପୁଷ୍ପିତ ହେବାକୁ ଦିଆଯିବ କିପରି ? ବୌଦ୍ଧାବଲମ୍ବୀ ଦେଶମାନଙ୍କରେ ମଧ୍ୟ ଅତ୍ୟନ୍ତ ସତର୍କତା ଅବଲମ୍ବନ କରାଯାଇଥାଏ । ଜାପାନ୍ ପରେ ଶ୍ରୀଲଙ୍କା ଓ ଆଜି ମିଆଁମାର ଦେଖାଇ ଦେଲେଣି ଯେ ତାଙ୍କର ଦେଶର ବୌଦ୍ଧ ଚରିତ୍ରକୁ ଇସଲାମୀ ବିସ୍ତାରବାଦର ବଳିବେଦୀରେ ଚଢାଇବାକୁ ସେମାନେ ଦେବେ ନାହିଁ ଓ ଏଥିପାଇଁ ଏମାନେ ସବୁ ରକମର ତ୍ୟାଗ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛନ୍ତି । ଏଇ ଧାରାରେ, ଏମାନେ ଚର୍ଚ୍ଚର ମଜହବୀରାଜନୈତିକ ବିସ୍ତାରବାଦକୁ ମଧ୍ୟ ବେଶ୍ ଭଲ ଭାବରେ ଜାଣନ୍ତି, ଚିହ୍ନନ୍ତି । ଏଇ କାରଣରୁ ହିଁ ଅନେକ ଏସୀୟ ଦେଶରେ ଭଟିକାନ୍ ଚର୍ଚ୍ଚକୁ ସ୍ୱୀକୃତି ଦିଆଯାଇନାହିଁ । ଚୀନ୍ ଏମାନଙ୍କ ମଧ୍ୟରେ ଅନ୍ୟତମ । ଏମାନେ
ପୋପ୍ଙ୍କୁ ଦୃଢ ଭାବେ ବିରୋଧ କରନ୍ତି ଓ ଯଥାସମ୍ଭବ ଦୂରତ୍ୱ ରକ୍ଷା କରନ୍ତି । ୧୯୫୧ରେ ମାଓ-ସେ-ତୁଙ୍ଗ ଖ୍ରୀଷ୍ଟିଆନ୍ ମିସ୍ନାରୀଙ୍କୁ ‘ଆଧ୍ୟାତ୍ମିକ ଆକ୍ରମଣକାରୀ’ ରୂପେ ଆଖ୍ୟାୟିତ କରି ଚୀନ୍ରୁ ଏମାନଙ୍କୁ ବତିାଡତ଼ି କରଥିôଲା । ସେହ ିଦନିଠାରୁ ଏଯାବତ୍ ସେଠାରେ ଭଟିକାନ୍କୁ ଆଧିକାରିକ ସ୍ୱୀକୃତି ମିଳି ନାହିଁ । ସମଗ୍ର ବିଶ୍ୱର କ୍ୟାଥ୍ଲିକ୍ ଏମାନଙ୍କର ଚର୍ଚ୍ଚ ବା ସଂସ୍ଥା ଆଦି ଉପରେ ଭଟିକାନ୍ର ଅଧିକାରକୁ ଚୀନ୍ ଅତ୍ୟନ୍ତ ଗମ୍ଭୀରତା ସହକାରେ ସମୀକ୍ଷା କରିଥାଏ ଓ ଏମାନଙ୍କୁ ସମୁଚିତ ଭାବରେ ଚିହ୍ନିଥାଏ । ଚୀନ୍ ଏହାଙ୍କର କାର୍ଯ୍ୟକଳାପକୁ ‘ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ଭଟିକାନ୍ର ହସ୍ତକ୍ଷେପ’ ରୂପେ ଦେଖିଥାଏ । ବସ୍ତୁତଃ
ଆନ୍ତର୍ଜାତିକ ଚର୍ଚ୍ଚର କାର୍ଯ୍ୟକଳାପ କେବଳ ମଜହବୀ ମାମଲା ନହେଁ । ‘ଟାଇମ୍’ ପତ୍ରିକା ଅନୁସାରେ ‘ଷଡଯନ୍ତ୍ର’ ସହ ଭଟିକାନ୍ର ସଂପର୍କ ସୁଦୀର୍ଘ । ଭଟିକାନ୍ ପ୍ରତ୍ୟେକ ଦେଶର ରାଜନୀତିରେ ମଧ୍ୟ ହସ୍ତ୍ରକ୍ଷେପ କରିଥାଏ । ଏଇସବୁ କାରଣରୁ ଏହି ପ୍ରସଙ୍ଗରେ ଚୀନ୍ର ନୀତି ନିଶ୍ଚୟ ଯଥାର୍ଥ । ପୋଲାଣ୍ଡ ଉପରେ ପୂର୍ବବ•ର୍ୀ ସୋଭିଏତ ସଂଘର ନିୟନ୍ତ୍ରଣକୁ ଉଚ୍ଛେଦ କରିବା ଓ ପରିଶେଷରେ ସୋଭିଏତ୍ କମ୍ୟୁନିଜ୍ମର ବିଘଟନରେ ଭଟିକାନ୍ ଗୋପନରେ ଅଥଚ ସକ୍ରିୟ ଭୂମିକା ନିର୍ବାହ କରିବା କଥା ସର୍ବଜନବିଦିତ । କିଛି ବର୍ଷ ପୂର୍ବେ ଇଣ୍ଡେନେସିଆରୁ ଇଷ୍ଟ ତିମୋର୍ ବିଚ୍ଛିନ୍ନ ହେବା ପଛରେ କ୍ୟାଥଲିକ୍ ଚର୍ଚ୍ଚର ହିଁ ହାତ ଥିଲା । ଭୀଷଣ ନରସଂହାର, ଅକଥନୀୟ ଉତ୍ପୀଡ଼ନ, ଅମାନୁଷିକ ଦମନ, ଘୃଣ୍ୟ ଦୁଷ୍କର୍ମ
ସେ କ୍ଷେତ୍ରରେ ବୌଦ୍ଧ ଅଧିବାସୀଙ୍କୁ କ୍ୟାଥଲିକ୍ ମତ ଅଙ୍ଗୀକାର କରିବାକୁ ବାଧ୍ୟ କରି ଦେଇଥିଲେ । ସୁତରାଂ ବୈଶ୍ୱିକ ଅନୁଭବକୁ ଦୃଷ୍ଟିରେ ରଖି ଚୀନ୍ ଭଟିକାନ୍କୁ ଯଥାସମ୍ଭବ ଦୂରରେ ରଖିବାର ନୀତି ଅବଲମ୍ବନ କରେ । ପୂର୍ବେ ଚୀନ୍ର ସମ୍ରାଟ ମଧ୍ୟ ଭଟିକାନ୍ ମିଶନାରୀଙ୍କୁ ଦେଶରୁ ବିତାଡ଼ିତ କରି ଦେଇଥିଲେ । ଏହି ପୃଷ୍ଠଭୂମିରେ ଏସିଆରେ ଭାରତ ହିଁ କ୍ୟାଥଲିକୀକରଣ ପାଇଁ ସର୍ବାଧିକ ଉର୍ବର ଭୂମି ଏବଂ ସହଜସାଧ୍ୟ ଲକ୍ଷ୍ୟ । ଏ ଦେଶରେ ତ ପୋପ୍ଙ୍କର ସ୍ୱାଗତ ପାଇଁ ‘ରେଡ୍ କାର୍ପେଟ’ ବିଛା ଯାଇଥାଏ ଏବଂ ଏପରି କି କିଛି ରାଜନେତା ଭଟିକାନ୍ ଯାଇ ପୋପ୍ଙ୍କର‘ଚରଣାମୃତ’ ସେବନ କରି ନିଜକୁ ଗୌରବାନ୍ୱିତ ମଣନ୍ତି । ଆଜି ମଧ୍ୟ ଏମାନେ ଏହା କରିଥାନ୍ତି କିଛି ନା କିଛି ବାହାନାରେ । ଯେଉଁ ସମୟରେ ଭାରତରେ ଲାଲତାଣ୍ଡବ ମାଧ୍ୟମରେ ସଂଘଟିତ ମତାନ୍ତରଣ ସଂକ୍ରାନ୍ତୀୟ ଅବୈଧ, ହିଂସକ ଓ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ସଂଚାଳିତ କରାଯାଇଥାଏ, ସେହି ସମୟରେ ଭଟିକାନ୍କୁ ଏମାନେ ମୁଣ୍ଡରେ ବସାଇଥାନ୍ତି । ଦୁଇ-ତିନି ସପ୍ତାହ ପୂର୍ବେ ମଧ୍ୟ ଏତାଦୃଶ ଧର୍ମାନ୍ତରଣ କାଣ୍ଡ କାରଖାନା ପ୍ରସଙ୍ଗରେ ‘ଶବ୍ଦଭେଦ’ ଏମାନଙ୍କର ଗତିବିଧିକୁ ‘ଭେଦ’ କରି କିଛି ତଥ୍ୟ ଉପସ୍ଥାପିତ କରିଥିଲା । ଆମର ବୌଦ୍ଧିକ ବାତାବରଣ ଉପରେ ମିଶନାରୀ ପ୍ରଭାବ କେତେ ପ୍ରବଳ ଲକ୍ଷ୍ୟ କରନ୍ତୁ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କର ହତ୍ୟାକାଣ୍ଡରେ ଜଡ଼ିତ ସମସ୍ତ ଅଭିଯୁକ୍ତ ଥିଲେ ଖ୍ରୀଷ୍ଟିଆନ୍, ଏକଥା ଆପଣମାନେ କେବେହେଲେ ଟିଭି ବା ସମାଚାର ପତ୍ରରେ ଦେଖିବାକୁ-ପଢିବାକୁ ପାଇଲେ କି ? ଏହାର ଠିକ୍ ବିପରୀତ, ‘ବିଚରା ସଂଖ୍ୟାଲଘୁ’ ଆଖ୍ୟାୟିତ କରି ମିଶନାରୀଙ୍କର କାର୍ଯ୍ୟକଳାପକୁ ଏମାନେ ଆହୁରି ସୁଗମ କରିଦିଅନ୍ତି । ରାଜନୀତିରେ ଭଟିକାନ୍ର କେତେ ଗଭୀର ଦଖଲ ଓ ଆଗ୍ରହ, ଏକଥା ଭାରତର ତଥାକଥିତ ଉଦାରବାଦୀ ବୁଦ୍ଧିଜୀବୀବର୍ଗ ଜାଣିଅଜଣା ଆଚରଣ କରନ୍ତି । ଉଚ୍ଛିଷ୍ଟ
ସେବନକାରୀ ଶ୍ୱାନଙ୍କ ପାଖରୁ ଆଉ କ’ଣ ବା ଆଶା କରାଯିବ ? ଦୃଷ୍ଟାନ୍ତ ଦେଖନ୍ତୁ । ପୂର୍ବ ପୋପ୍ ଚୀନ୍ ସହ ସଂପର୍କ ସ୍ଥାପନାର୍ଥେ ବିଚାର କରିଥିଲେ ତାଇୱାନ ସହ ଭଟିକାନ୍ ସଂପର୍କ ଛିନ୍ନ କରିଦେବ । ଏଇଥିରୁ ଭାବନ୍ତୁ ରାଜନୈତିକ ପୂର୍ବାଗ୍ରହକୁ ସାକାର କରିବା ପାଇଁ ଭଟିକାନ କେତେଦୂର ଯାଇପାରିବ । ସାଂପ୍ରତିକ ପର୍ଯ୍ୟାୟରେ ଏମାନଙ୍କର ପ୍ରତିଟି ଚାଲ୍କୁ ବୁଝିବା, ଜାଣିବା ଓ ତଦନୁପାରେ ନିଜର କାର୍ଯ୍ୟପଦ୍ଧତି ବା ପ୍ରତିକାର ବ୍ୟବସ୍ଥା କରିବା ଅତ୍ୟନ୍ତ ଜରୁରୀ । ସୁଦୀର୍ଘ ସମୟରୁ ଭାରତ ସହସ୍ର୍ରାଧିକ ମିସନାରୀ ବିଦେଶୀ ସଂସ୍ଥାଙ୍କର ଅତି ପ୍ରିୟ ଚରାଭୂଇଁ ରହି ଆସିଛି । ଆମର ବାମପନ୍ଥୀ, ଉଦାରବାଦୀ, ବୁଦ୍ଧିଜୀବୀ, ସିକ୍ୟୁଲାରବାଦୀ ଏବଂ ଏଇ ଜାତିର ବ୍ୟକ୍ତି ବା ସଂସ୍ଥା କେବେହେଲେ ଭୁଲ୍ରେ ମଧ୍ୟ ପୋପ୍, ମିସନାରୀ ବା ଖ୍ରୀଷ୍ଟମତକୁ ସମାଲୋଚନା କରିବାର ଶୁଣିଛନ୍ତି କି ? ବିରୋଧ ତ ଅଭାବନୀୟ । ଯେଉଁ ସମୟରେ ଚୀନ ଭଟିକାନ୍ ସହ ବିବାଦରେ ଲିପ୍ତ ଥିଲା, ସେ ସମୟରେ ମଧ୍ୟ ଉପରୋକ୍ତ ବର୍ଗ ମୁହଁ ସିଲାଇ କରି ନେଇଥିଲେ । ସୁଦୂର ଭେନେଜୁଆଲା, ସୁଦାନ, ପାଲେଷ୍ଟାଇନ୍ ଆଦି ପ୍ରସଙ୍ଗରେ ନିୟମିତ ଅଯାଚିତ ବକ୍ତବ୍ୟ ଝାଡ଼ିବା ବର୍ଗ ଭାରତରେ ଏ ମିଶନାରୀଙ୍କର ଗର୍ହିତ କାର୍ଯ୍ୟକଳାପକୁ ସହୃଦୟେ ସ୍ୱାଗତ କରନ୍ତି, କାରଣ ଏମାନେ ଭାରତକୁ ଓ
ଭାରତୀୟ ସଂଖ୍ୟାଗରିଷ୍ଠ ହିନ୍ଦୁ ସମାଜକୁ ଘୃଣା ଚକ୍ଷୁରେ ଦେଖନ୍ତି । ଚୀନ୍ରେ ତ ଅବୈଧ ଚର୍ଚ୍ଚ ନିର୍ମାଣକୁ ଅବିଳମ୍ବେ ଧ୍ୱଂସ କରି ଦିଆଯାଏ । ନୂଆ ଚର୍ଚ୍ଚ ନିର୍ମାଣ ପାଇଁ ସରକାରୀ ସ୍ୱୀକୃତି ଜରୁରୀ ହୋଇଥାଏ; ଯାହାକି ସହଜ ନୁହେଁ । କିଛି ସମୟ ପୂର୍ବେ ଭାରତର ଅଠେଇଶି ଜଣ କ୍ୟାଥଲିକ୍ ବିଶପ୍ ଭଟିକାନ ଯାତ୍ରା କରିଥିଲେ । ଏ ଦେଶରେ ବିଶପ୍ଙ୍କର ନିଯୁକ୍ତି ମଧ୍ୟ ଭଟିକାନ୍ କରିଥାଏ । ଏମାନଙ୍କର ବେତନ, ଭ•ା, ବିଭିନ୍ନ ସୁଖ-ସୁବିଧା ଓ ପଦୋନ୍ନତି ଆଦି ସମସ୍ତ ବିଷୟ କେବଳ ନିର୍ଭର କରିଥାଏ ପୋପ୍ ଓ ତାଙ୍କର ତନ୍ତ୍ର ଉପରେ । ଏଇ କାରଣରୁ ବିଶପ୍ମାନଙ୍କର ଭଟକିାନ ୍ଗସ୍ତ ଏମତି ିକଛି ିଆଧତ୍କାରକି ମହ•୍ୱ ବହନ କରେ ଯାହା ବହୁ ରାଷ୍ଟ୍ରୀୟ କମ୍ପାନୀର ଅଧିକାରୀଙ୍କର ମୁଖ୍ୟାଳୟ ଗସ୍ତ ଭଳି ସମାନ । ସୂଚନାଯୋଗ୍ୟ ଯେ, ଭଟିକାନ୍ ଏକ ସାର୍ବଭୌମ ଦେଶ ଓ ଏହାର ରାଷ୍ଟ୍ରମୁଖ୍ୟ ହେଲେ ପୋପ୍ । ଏହା ମଧ୍ୟ ସାଙ୍କେତିକ ନୁହେଁ । ବିଶ୍ୱ ରାଜନତିରେ ପୋପ୍ଙ୍କର ଦଖଲ ଅତ୍ୟନ୍ତ ଗଭୀର । ତାଙ୍କର ଆନ୍ତର୍ଜାତିକ ଅମଲାତନ୍ତ୍ର ନିଜର ଅର୍ଥାତ୍ ଭଟିକାନ୍ର ହିତ ପାଇଁ ବେଶ୍ ସକ୍ରିୟ । ଏମାନଙ୍କର ଏକମାତ୍ର ଧ୍ୟେୟ ହେଲା, ଯେନତେନ ପ୍ରକାରେଣ ସିଧା ଆଙ୍ଗୁଠିରେ ବା ବଙ୍କାରେ, ସମଗ୍ର ବିଶ୍ୱକୁ କ୍ୟାଥଲିକ୍ ମତାବଲମ୍ବୀ କରିବା ।

Comments
Post a Comment